CHINMAYEE PRADHAN

Romance

4.0  

CHINMAYEE PRADHAN

Romance

ଅପରାହ୍ଣ

ଅପରାହ୍ଣ

2 mins
257



ଗୀତାର କଲେଜରେ ପ୍ରଥମ ଦିନ। ଗୀତା ରେଡି ହେଲୁଣି ନା ନାହିଁ? ତୋ କେଲେଜ ଟାଇମ ହେଇ ଗଲାଣି। ହଁ ବୋଉ ଯାଉଛି। ମୋ କଥା ମନେ ରଖିଛୁ ତ। କାହା ସହିତ ବେଶୀ ମିଶିବୁନି। ବେଶୀ କଥା ହବୁନି। ପୁଅ ପିଲାଙ୍କ ସହିତ ଜମ୍ମା ବି ନୁହେଁ। ଆଜିକାଲି କାହାକୁ ବିଶ୍ୱାସ ନାହିଁ। ସିଧା ଯିବୁ ସିଧା ଆସିବୁ। ବାଟରେ କୋଉଠି ଅଟକିବୁନି। ମୋ କଥା ମନେ ରଖିବୁ। ମୋ ମାଆଟା ପରା। ଓହଃ ବୋଉ ମୁଁ କଣ ଛୋଟ ପିଲା! ତୁ ଜମା ଚିନ୍ତା କରନି। ମୁଁ ସିଧା ଯିବି ସିଧା ଆସିବି। ବୋଉକୁ ମୁଣ୍ଡିଆ ମାରି ବାହାରି ଗଲା ଗୀତା। ସରିତାଦେବୀ ଘରକାମ ରେ ଲାଗି ପଡିଲେ। ସାଢେ ଦିଟା ରେ ଫେରିବା କଥା ହେଲେ ଗୀତା ଏପର୍ଯ୍ୟନ୍ତ ଫେରିନି! ଆସି ତିନିଟା ବାଜିବ। କିଛି ଅଘଟଣ ହେଇନି ତ! କେତେ ଭାବନା ତାଙ୍କ ମନକୁ ଆସୁଥାଏ। ମନେ ପଡିଗଲା ତାଙ୍କ କଲେଜ ଦିନର କଥା। ଏପ୍ରିଲ ୧୫ର ଅପରାହ୍ଣ ୩ଟା।ପରୀକ୍ଷା ସାରି ସେ ଘରକୁ ଫେରିବାକୁ ବସକୁ ଅପେକ୍ଷା କରିଥାନ୍ତି । ସୀମା ଆସି ପହଞ୍ଚି ଗଲା ଆଉ ତାଙ୍କୁ ଜୁସ ପିଇବାକୁ ଡାକି ନେଲା। ସେ ପିଇଲେ ଓ ତାଙ୍କ ମୁଣ୍ଡ ବୁଲେଇ ଦେଲା ପରେ କଣ ହେଲା ସେ କିଛି ଜାଣି ନାହାଁନ୍ତି। ନିଜକୁ ଆବିଷ୍କାର କଲେ ଏକ ଦରଭଙ୍ଗା କୁଡ଼ିଆ ଭିତରେ ଅର୍ଧଉଲଗ୍ନ ଅବସ୍ଥାରେ। ତାଙ୍କ ପାଟିରୁ କଥା ବାହାରୁ ନଥିଲା। ସାମ୍ନାରେ ଠିଆ ହୋଇ ହସୁଥିଲା ସୀମା। ଏବେ କେମିତି ଲାଗୁଛି ସରିତା ଜୁସଟା? ଏବେ ତୁ କରିବୁ କଣ? ତୋ ଇଜ୍ଜତର ମୂଲ୍ୟ ଆଉ କେତେ ରହିଲା? ସୀମା! ମୁଁ ତୁମର କି କ୍ଷତି କରିଥିଲି? ମୋ ସହିତ କାହିଁକି ଏମିତି କଲ? ତୁ ମୋ ଠାରୁ ମୋ ପୋଜିସନ୍ ଛଡେଇ ନେଇଛୁ। ମୋ ସରିତକୁ ଛଡେଇ ନେଇଛୁ। ତୋପାଇଁ ସରିତ୍ ମୋ ପ୍ରେମକୁ ପ୍ରତ୍ୟାଖ୍ୟାନ କଲେ। ତୁ ଆସିଲା ପରେ ମୋ ପୋଜିସନ ସେକେଣ୍ଡକୁ ଆସିଲା। ମୋ ଠାରୁ ମୋ ଖୁସି ଛଡେଇ ନେଇଥିଲୁ। ଏବେ ତ ସରିତ୍ ତତେ ଆଡ ଆଖିରେ ବି ଚାହିଁବେନି। ତୋ କ୍ୟାରିୟର ତ ଗଲା। ତତେ ଖାଲି ସମସ୍ତେ ଛେପ ପକାଇବେ। ହଉ ଚାଲ ତତେ ନେଇ ତୋ ଘରେ ଛାଡିଦେଇ ଆସିବି। ମୋ କାମ ଶେଷ। ଆଉ ଯେମିତି କଲେଜରେ ପାଦ ଦବାକୁ ଚେଷ୍ଟା କରିବୁନି। ଏବେ ତ ତୁ ଆତ୍ମହତ୍ୟା କରିବାକୁ ଯାଗା ଖୋଜିବୁ। ମୁଁ ଏତେ ଦୁର୍ବଳା ନୁହେଁ ସୀମା। ମୁଁ କାହିଁକି ଆତ୍ମହତ୍ୟା କରିବାକୁ ଯିବି? ମୁଁ କଣ କିଛି ଅପରାଧ କରିଛି? ଅପରାଧ ତ ତୁମେ କରିଛ। ମୋ ସହିତ ଏମିତି କରି ତୁମେ ପ୍ରମାଣ କରିଦେଲ ଯେ ତୁମେ କେତେ ନୀଚ୍ଚମନା। ତୁମେ ସରିତର ଯୋଗ୍ୟ ନୁହେଁ। ମୋ ବନ୍ଧୁତା ଓ ବିଶ୍ୱାସର ଯେଉଁ ଉପହାର ଦେଇଛ ତାହା ମୋର ସବୁଦିନ ପାଇଁ ମନେରହିବ। ନିଜ ଡ୍ରେସକୁ ସଜାଡି ସିଏ ଠିଆ ହେଲେ ।


  କିଛିଦିନ ପରେ ସେ ଗର୍ଭବତୀ ହେବା କଥା ଜାଣିପାରିଲେ। ସରିତ୍ ସବୁ ଘଟଣା ଜାଣିବା ପରେ ତାଙ୍କୁ ନେଇ ଗର୍ଭପାତ କଲେ। ବହୁତ ଦୂରକୁ ଚାଲିଗଲେ। ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। ବେଶ୍ କିଛିଦିନ ଭଲରେ ଚଳିଲେ। ସରିତ୍ ଗୋଟିଏ ଶାଢୀ ଦୋକାନରେ ଚାକିରି କରିଥିଲେ। ଯାହା କିଛି ରୋଜଗାର ହୁଏ ଚଳିବାକୁ ହେଇଯାଏ। ଦିନେ ଏଇ ପାଖରୁ ଟିକେ ଆସୁଛି କହି ସରିତ୍ କୁଆଡେ ଗଲେ ଯେ ଗଲେ। ଆଜି ବି ସେ ଚାହିଁ ବସିଛନ୍ତି ତାଙ୍କ ଫେରିବା ବାଟକୁ। ହଠାତ୍ କିଏ ଆସି ପଛପଟୁ ତାଙ୍କ ଆଖି ବୁଜି ଦେଲା। ସେ ଚମକି ପଡିଲେ। ହାତ ଛାଡ଼ି ସାମ୍ନାରେ ଠିଆ ହେଇଥିଲା ଗୀତା। 



Rate this content
Log in

Similar oriya story from Romance