Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Nityananda Sahu

Romance

2  

Nityananda Sahu

Romance

।। ଅଫେରା ଫଗୁଣ ।।

।। ଅଫେରା ଫଗୁଣ ।।

15 mins
261


ବିଶ୍ୱାସ ଭାଙ୍ଗି ଯୋଡି ବା ବହୁତ କଷ୍ଟ ହୋଇଥାଏ । ସେଇ ପରି ଥରେ କଳଙ୍କ ଲାଗିଲେ ଦେହ ରେ , ସେ ଦାଗ କୁ ଦେହ ରୁ ଛଡେଇ ହୁଏ ନାହିଁ । ପବିତ୍ରତା ର ଆଖ୍ୟା ଆଜି ନିଶି ଗନ୍ଧା ପାଇଁ , ବୁଝିବା କୁ ବାକି ନ ଥିଲା । କାହିଁକି ସେ ଏମିତି କଲା । ଶାଶ୍ୱତଙ୍କ ର ଭଲ ପାଇବା କୁ ବୁଝିପାରିଲା ନାହିଁ । ଏ ସବୁ କର୍ମ ର ଶାସ୍ତି ମୁଁ ହିଁ ପାଇଛି । ଭଲ ମଣିଷ ଟିକୁ ନ ବୁଝିବା , ହୁଏ ତ ମୋର ବହୁତ ବଡ଼ ଶାସ୍ତି ଥିଲା ।

ରାତି ପାହିଲେ ମୋ ବାହାଘର , ବହୁତ ଦିନର ପ୍ରତୀକ୍ଷା ଅନ୍ତ ହେବା କୁ ଯାଉଛି , କିନ୍ତୁ କେଜାଣି କାହିଁକି ମୁଁ ହୃଦୟରୁ ଆଜି ଖୁସି ନାହିଁ । ସ୍ୱାଧୀନ ହୋଇ ବଂଚିବା ର ସ୍ବପ୍ନ ଆଜି ଇଚ୍ଛା ନ ଥିଲେ ବି ପରାଧୀନ ଜୀବନ ର ସଂକୁଳି ଭିତରେ ବନ୍ଦୀ ହୋଇ କାଟିବି । କାହିଁକି ତୁମେ ମୋର ଏତେ ମନେ ପଡୁଛ ଶାଶ୍ୱତ ।

ସତରେ ମୁଁ କଣ ତୁମ ବିନା ଖୁସି ନୁହେଁ ? ଦିନ ଥିଲା ତୁମ ଠାରୁ ଦୂରେଇ , ଖୋଲା ଆକାଶ ତଳେ ତୁମ ଆକଟ ରୁ ମୁକ୍ତି ହୋଇ ବୁଲିବା କୁ ଇଚ୍ଛା କରୁଥିଲି , ହେଲେ ଆଜି ତୁମ ଆକଟ ମତେ କାହିଁକି ବେଶି ଭଲ ଲଗୁଛି । ବୁଝିବା କୁ ଭାରି କଷ୍ଟ ଲାଗୁଚି । ତୁମର ଆଦର୍ଶ ଆଉ ମୋ ପ୍ରତି ଭଲ ପାଇବା ର ସମ୍ମାନ କୁ ମୁଁ ଉଚିତ ମୂଲ୍ୟ ବୁଝି ଦେଇ ପାରିଲିନି । ସେଥିପାଇଁ ଆଜି ପରିକା ଦିନ ରେ ମୋ ଭାବି ସ୍ୱାମୀ କଥା ନ ମନେ ପକେଇ , ତୁମରି ସ୍ମୃତି ରେ ମୋ ଦୁଇ ଆଖି ଭିଜି ଯାଉଛି ।

କେମିତି କହିବି ପକୃତ ଭଲ ପାଇବା ହିଁ ତୁମର ଥିଲା ମୋ ପ୍ରତି ଶାଶ୍ୱତ , ଆଉ ମୋର ଇନ -ମ୍ୟାଚୁଅର ଭଲ ପାଇବା ।


ପ୍ରେମ :-

ଦୁଇ ମନ ଆଉ ଆତ୍ମା ର ପବିତ୍ର ମିଳନ ରେ ହୋଇଥାଏ । ସେଥିରେ କେବେ ବି ଆକର୍ଷଣ ର ପରିଭାଷା ନ ଥାଏ । କେବଳ ଥାଏ ତ ଚିରନ୍ତନ ବିଶ୍ୱାସ ରେ ଗାଢା ପବିତ୍ର ସମ୍ପର୍କ ର ଅସ୍ତିତ୍ଵ । ଯଦି ସେ ସମ୍ପର୍କ କୁ ବୁଝି ହୁଏ ନାହିଁ , ତା ହେଲେ ଭଲ ପାଇବାର ସଂଜ୍ଞା ବି ବଦଳି ଯାଏ । କେତେ ବାରଣ କରିଛନ୍ତି ଶାଶ୍ୱତ ମତେ । ମୁଁ ତୁମକୁ ଭଲପାଏ ନିଶି , କେବେ ତୁମ ଦେହ କୁ ଭଲ ପାଇ ନାହିଁ ।

ମୋ ପ୍ରେମ ର ପବିତ୍ରତା ହେଉଛି , ଆଜି ପର୍ଯ୍ୟନ୍ତ କେବେ ତୁମର ଯୌବନ ପ୍ରତି ମୋର ଆକର୍ଷଣ ନ ହେବାର । ଭଲ ପାଇବାରେ ମୁଁ କେବେ ବି ଦେହ କୁ ଉପଭୋଗ କରିବାର ଇଚ୍ଛା ପ୍ରକାଶ କରି ପାରିବିନି ।

ଏ ରଙ୍ଗ ଆଉ ଯୌବନ ଆଜି ଅଛି କାଲି କି ମଉଳି ଯିବ । କିନ୍ତୁ ହୃଦୟ ରୁ ଥରେ ଯଦି ଭଲ ପାଇଥିବ , ଦେଖିବ ଯେତେ ଚେଷ୍ଟା କଲେ ବି , ଭୂଲି ପାରିବନି ।

ମତେ କ୍ଷମା କରିଦିଅ ନିଶି ।

ବୁଝିଲ ଶାଶ୍ୱତ , ତୁମ ପରିକା ଡରୁଆ , ଭୀରୁ ଯୁବକ ମୁଁ ଆଜି ଯାଏ ଦେଖିନି । ମୁଁ ଝିଅ ଟା ହେଇ ଯଦି ଏତେ ଆଗେଇ ପାରୁଛି , ତୁମେ ପୁଅ ହେଇ କେମିତି ନିଜକୁ ରୋକି ପାରୁଛ । ତୁମ ଭିତରେ ପୁରୁଷତ୍ଵ ଅଛି ତ ?

ଭଲ ପାଇବା ଆମର ଚାରି ବର୍ଷ ହେଲା ପରେ ବି , ତୁମର ମୋ ପ୍ରତି ଦେଖୁଛି ଟିକେ ବି ଇଣ୍ଟରେଷ୍ଟ ନାହିଁ ।

ଏମିତି ଭଲ ପାଇବା ପାଇ ମୁଁ ଖୁସି ହେଇ ପାରେ କେତେ ଦିନ କୁହ । ମୁଁ ଜାଣେନା ଆମ ଭବିଷ୍ୟତ କଣ ହେବ । ତଥାପି ତୁମେ ଭାବୁଛ କି ? ମୁଁ ପଛରେ କାଳେ ଖରାପ କହିବି ତୁମକୁ , ସେମିତି କିଛି ବି ହେବନି ।

ମୋ ଠାରୁ ସମସ୍ତ ଅଧିକାର ପାଇକି , ତୁମର ନୀରବତା ମତେ ବହୁତ କଷ୍ଟ ଦେଉଛି ।

ତୁମକୁ ଆଗରୁ କହିଛି ନିଶି । ବିବାହ ପୂର୍ବରୁ ଦୈହିକ ସମ୍ପର୍କ କୁ ଆମ ସମାଜ ସ୍ୱୀକୃତି ଦେଇ ନ ଥାଏ । ତା ଛଡା ପିତା ମାତା ଙ୍କର ବିଶ୍ୱାସ ଭାଙ୍ଗିବା କୁ ମୁଁ କେବେ ଦେଇ ପାରିବିନି ।

ମୁଁ ଦୁଃଖିତ ନିଶି । ଶାଶ୍ୱତ ଙ୍କର ଆପଣା ପଣ ମତେ ବହୁତ ଭଲ ଲାଗେ , ସେଥିପାଇଁ ତାଙ୍କ ଉପରେ ମୁଁ ବେଶି ସମୟ ରାଗି ରହି ପରେ ନାହିଁ ।


ଶାଶ୍ୱତ ଜଣେ ଭଲ ପିଲା ଥିଲେ , ଟିକେ ପୁରୁଣା ସଂସ୍କାର ଥିଲା ତାଙ୍କର । ସମାଜ ଆଉ ସାମାଜିକ ଚଳଣି କୁ ସେ ମାନି ଚଳୁଥିଲେ । ନାରୀ କୁ ସମ୍ମାନ ଆଉ ସୁରକ୍ଷା ଦେଇଥିଲେ ସବୁବେଳେ । ମୁଁ ତାଙ୍କ ସହ ଥିଲେ ନିଜକୁ ସୁରକ୍ଷିତ ଭାବେ । ହେଲେ ମତେ ତାଙ୍କ ଖଡୁସ ରହିବା ଆଦୌ ଭଲ ଲାଗେ ନାହିଁ ।

ପବ୍ଲିକ ଜାଗା ରେ ଛାଡିକି ଚାଲିବା , ବାଇକ ପଛ ରେ ଛାଡିକି ବସିବା , ପାର୍କ ରେ ପାଖ ପାଖି ନ ବସିବା , କିସ କି ରୋମାନ୍ସ କଲେ କିଏ ଦେଖିଲେ କଣ ଭାବିବେ , ହାତ ବି ଟିକେ ନ ଧରି ଚାଲିବା , ଏ ସବୁ କଣ ପ୍ରେମ ରେ କରିବା ନିହାତି ଦରକାର ।

ଶାଶ୍ୱତ ଙ୍କ ଲଜିକ ମୋ ପାଇଁ ବହୁତ କଷ୍ଟ ଥିଲା ବୁଝିବା , କିନ୍ତୁ ତାଙ୍କର ସରଳତା ଆଗେ ମୋ ମଥା ନଇଁ ଯାଏ ସବୁ ବେଳେ । ହେଲେ ମୁଁ ଧର୍ଯ୍ୟ ହରା ହୋଇଯାଇଥିଲି ଟିକେ ରୋମାନ୍ସ ଆଉ ଶାରୀରିକ ହେବା ପାଇଁ । ଏହା ହୁଏ ତ ମୋ ସାଙ୍ଗ ମାନଙ୍କ ର ସଂସ୍ପର୍ଶରେ ଆସିଲା ପରେ , କି ସମାଜ ରେ ଘଟୁଥିବା ନିତି ଦିନ ର ଜୀବନ ଶୈଳୀ ଦେଖିବା ପରେ । ଯୌବନର ଉନ୍ମାଦରେ ଏ ମନ କାହିଁକି ବୁଝି ପାରିଲାନି , ସେଇ ଆବେଗ ଯେ ଠିକ ନ ଥିଲା ମୋ ପାଇଁ ।

ମୋ ସାଙ୍ଗ ମାନଙ୍କ ଭିତରେ ରାଜ ଥିଲା ସବୁଠୁ ମୋ ନିକଟତର । ଦେଖିବା କୁ ଭଲ , ଗୋରା ରଙ୍ଗ , ହୃଷ୍ଟ ପୃଷ୍ଟ ଶରୀର , ପୁରା ହଣ୍ଡସମ ଗୁଡ଼ ଲୂକିଙ୍ଗ । ତାର ମାଜଳିଆ କଥା ଆଉ ସବୁ ବେଳେ ସାହାଯ୍ୟ କରିବା ବିପଦ ସମୟ ରେ ମତେ ବହୁତ ଭଲ ଲାଗୁଥିଲା ।

ମୋର ଯେବେ ବି ଶାଶ୍ୱତ ଙ୍କ ସହ ମନ ମାଳୀନ ହୁଏ , ରାଜ ହିଁ ମୋ ମନ କଥା ବୁଝି , ମୋର ସମସ୍ତ ଯତ୍ନ ନିଏ । କହିବା କୁ ଗଲେ , ସେ ମତେ ଏକତରଫା ଭଲ ପାଉଥିଲା ।

କେବେ କେବେ ମୋ ମନ ଦୁଃଖ ଥିବା ବେଳେ ସେ( ରାଜ) , କୁହେ ପ୍ରେମ କଣ ଥରେ ହୁଏ କି ମାନିନୀ ? ତୁମେ ଚାହିଁଲେ ଆଉ ଥରେ ମତେ ଅପଣେଇ ପାର । ମୋର ତୁମ ଅତୀତ କୁ ନେଇ କୌଣସି ଆପତ୍ତି ନାହିଁ । ଆଉ ମୁଁ ଟିକେ ସିରିଏସ ହେଲେ , ମଜାକ କରୁଛି କୁହେ ।

ହେଲେ ଶାଶ୍ୱତ ଙ୍କ ର କେଆରିଂ ତାଗିଦ ମଧ୍ୟରେ କାହିଁକି ରାଜ୍ ର ମାଜକ ମତେ ବହୁତ ଭଲ ଲାଗୁଥିଲା ।

ଥରେ ମନେ ଅଛି ଗୋଟେ ସାଙ୍ଗ ର ଜନ୍ମ ଦିନ ଭୋଜି ରେ ଶାଶ୍ୱତ ଆଉ ରାଜ ଙ୍କର ସମ୍ନା ସାମ୍ନି ହୋଇଥିଲେ । ଭଲ ରେ ସେମାନେ କଥାବାର୍ତ୍ତା ବି କରିଥିଲେ , କିନ୍ତୁ ଭୋଜି ରୁ ଆସିଲା ପରେ ଶାଶ୍ୱତ ମତେ ରାଜ ଙ୍କ ସହ ମିଶିବା କୁ ମନା କରିଥିଲେ ।

ମୁଁ ବି ତାଙ୍କ କଥା କୁ ନ କାଟି ପାରି ହଁ କହିଥିଲି । ଧୀରେ ଧୀରେ ରାଜ କୁ ମୁଁ ମୋ ଜୀବନ ରୁ ଦୁରେଇ ରଖୁ ଥିଲି । କାଳେ ମୋ ପାଇଁ ଶାଶ୍ୱତ ରାଗି ନ ଯିବେ ଆଉ ଥରେ ।

ହେଲେ ନିର୍ବୋଧ ମନ ମତେ କି ରୋକି ପାରୁଥିଲା । ରାଜ ର ମଜାକିଆ ମେଶଜ ଆଉ ନିଖୁଣ ଭଲ ପାଇବାର ଆବେଗ ମତେ ମୋ ଅଜ୍ଞାତ ରେ ବେସି ଆକୃଷ୍ଟ କରୁଥିଲା ।

ଶାଶ୍ୱତ ଙ୍କର ମୋ ଠାରୁ ଦୁରେଇ ରହି କର୍ମମୟ ଜୀବନ ଭିତରେ ମତେ ଟିକେ ବି ସମୟ ଦେଇ ପାରୁ ନ ଥିବାରୁ , ମୁଁ ବିରକ୍ତ ହୋଇଯାଉଥିଲି । ସେଇ ସମୟ ସବୁ ମୁଁ ଭୁଲିବା ପାଇଁ ତାଙ୍କୁ ( ଶାଶ୍ୱତ ) ନ ଜଣେଇ ରାଜ ସହ ବୁଲା ବୁଲି କରୁଥିଲି ।

ରାଜ ସହ କେତେ ପାର୍କ ଯାଇଛି , ଅନେକ ହୋଟେଲ ରେ ଲଂଚ ଆଉ ଡିନର କରିଛି । ଦିନେ ରାଜ ପାର୍କ ରେ ବସିଥିବା ସମୟ ରେ ମୋ ସହ ନିବିଡ଼ ତର ହେବା କୁ ଚେଷ୍ଟା କରିଥିଲେ , ହେଲେ ମୁଁ ନିଜକୁ ନିୟନ୍ତ୍ରଣ କରି , ଫେରି ଆସିଥିଲି । ଏମିତି ଜୀବନ କୁ କି ଲାଭ କୁହ ବଞ୍ଚି ନିଶି , ଯେଉଁଠି ଭଲପାଇବାରେ ରୋମାନ୍ସ ଆଉ ଆଲିଙ୍ଗନ ର ମଜା ନାହିଁ । ତୁମେ ମୋ ପାଖକୁ ଫେରି ଆସ ନିଶି । ମୁଁ ତୁମର ସବୁ ଆଶା ଆଉ ଅଭିଳାଷ ପୂରଣ କରି ପାରିବି ।

ଦେଖ ରାଜ ଆମ ଭିତରେ ବନ୍ଧୁତା ରହିବା ହିଁ ଭଲ , ତୁମେ ଜାଣିଛ ଶାଶ୍ୱତ ଙ୍କୁ ମୁଁ ଭଲ ପାଏ । ଆଉ ଯଦି ତୁମେ ମୋ ସହ ଏମିତି କଥାବାର୍ତ୍ତା କରିବ , ତୁମ ସହ ମୋର କୌଣସି ସମ୍ପର୍କ ରଖିବି ନାହିଁ । ମୋ ସିରିଏସ ଦେଖି , ରାଜ ମାଜକ କରୁଛି କହି , କଥା ବୁଲେଇ , ଥଟା ତାମସା ମୋ ସହ କରନ୍ତି ।


ସେ ଦିନ ଥିଲା ମୋ 25 ତମ ଜନ୍ମ ଦିନ । ଶାଶ୍ୱତ ଆଉ ମୋ ଭିତରେ ବହୁତ ଦିନ ପରେ ମିଳନ ର ଏକ ସୁନ୍ଦର ମୁହୁର୍ତ୍ତ। ଅନେକ ବୁଝେଇ ତାଙ୍କୁ (ଶାଶ୍ୱତ) oyo ରୁମ ବୁକ କରିଥିଲି । ସାନ୍ଧ୍ୟ ରେ ବୁଲା ବୁଲି ଆଉ ମାର୍କେଟିଙ୍ଗ ପରେ , ରାତି ରେ ଦୁହେଁ ହୋଟେଲ ରୁମ ରେ କେକ କାଟି ସେଲିବ୍ରେସନ କରିଥିଲୁ।

ଡିନର ସରିଲା ପରେ , ରୁମ ର ବତୀ ଲିଭି ସାରିଥିଲା । ଶାଶ୍ୱତ ଆଉ ମୁଁ ଦୁହେଁ ପାଖା ପାଖି ଗୋଟେ ବେଡ଼ ଆଉ ଗୋଟେ କମ୍ବଳ ଭିତରେ ଶୋଇ ଥିଲୁ ।

ମଧ୍ୟ ରାତି ରେ ବହୁତ ସମୟ ଅପେକ୍ଷା ପରେ ଭାବିଲି ଶାଶ୍ୱତ ତାଙ୍କ ଆଡୁ କିଛି କରୁ ନାହାନ୍ତି ମାନେ ସେ ବୋଧ ହୁଏ ମୋ ଠାରୁ ଆଗ କିଛି ଆଶା କରୁଛନ୍ତି । ସେଥିପାଇଁ ମୁଁ ପ୍ରେମ ର ପ୍ରଥମ ପାହାଚ ଡେଇଁ ତ ସାରିଥିଲି , ଏବେ ସମୟ ପ୍ରକୃଷ୍ଟ ଥିଲା ଯୌବନ ର ସିଡ଼ି ରେ ଗୋଡ଼ ଖସେଇ ବା ପାଇଁ । ମୋର ଆକର୍ଷଣରେ ଶାଶ୍ୱତ ଙ୍କ ର ପୁରୁଷତ୍ଵ କୁ ଜାଗ୍ରତ କରିବା ପାଇଁ ଯେତେ ବେଳେ ଚେଷ୍ଟା କରେ , ଶାଶ୍ୱତ ରାଗି ଯାଇ ମତେ ଗାଳି କଲେ , ମୁଁ ପ୍ରଥମେ ଡରି ଯାଇଥିଲି କିନ୍ତୁ ମୋ ଭିତର ର ନିଆଁ ମତେ ବ୍ୟସ୍ତ କରୁଥିଲା , ସେ ଆହୁରି ଜଳିବାକୁ ଲାଗୁଥିଲା , ଯେମିତି ବହୁତ ଦିନ ହେଲା ସେ ଏମିତି ମୁହୁର୍ତ୍ତ କୁ ଅପେକ୍ଷାରେ ଥିଲା , ହେଲେ ମୋର ସବୁ ଆଶା କୁ ଶାଶ୍ୱତ ଭାଙ୍ଗି ଦେଲେ ।

ମୋ ଭିତର ଈଗୋ ମତେ ଶାଶ୍ୱତ ଙ୍କ ଠାରୁ ଶୁଣିଥିବା ଭଲ କଥା କୁ ବାଧ୍ୟ କଲା ଭୂଲ ବୁଝିବା ପାଇଁ । ଶରୀର ଆଉ ମନ ଚାହୁଁ ଥିବା ଜିନିଷ ନ ମିଳିଲେ , ଯେଉଁ ଯନ୍ତ୍ରଣା ହୁଏ , ତା କେବଳ ସେଇ ବ୍ୟକ୍ତି ହିଁ ଜାଣି ଥାଏ , ଯିଏ ନ ପାଏ ।


ଆମ ବୟସ ର ପିଲା ମାନେ କେତେ କେତେ ଥର ଯୌବନ କୁ ଉପଭୋଗ କରି ସାରିଲେଣି । oyo ରେ କେତେ ଥର ରହି ସାରିଲେଣି , ହେଲେ ଆମେ ଖାଲି ଗୋଟେ କିସ ରେ ହି ରହି ଯାଇଛେ । ତୁମ ପରି ଖଡୁସ , ରୋମାନ୍ସ ହୀନ ପୁଅ , ମୁଁ କେବେ ଦେଖିନି । ବହୁତ କଷ୍ଟ ରେ ତୁମ କୁ ରାଜି କରେଇ ମୁଁ oyo ବୁକ କଲି , ତୁମ ସହ ଟିକେ ଅନ୍ତରଙ୍ଗ ହେବା ପାଇଁ ଇଚ୍ଛା କରି , ହେଲେ ମୋର ସବୁ ଇଛା କୁ , ତୁମେ ନଷ୍ଟ କରିଦେଲ , ତୁମର ପ୍ରେମ ର ପଵିତ୍ରତା କୁ ବୁଝେଇ ।

ରଖ ହେ ତୁମ ପବିତ୍ର ବାଣୀ । ମୋର କିଛି ଦରକାର ନାହିଁ। ଆମ ଭଲ ପାଇବା ଅପେକ୍ଷା , ମୋ ସାଙ୍ଗ ମାନଙ୍କ ର ଜୀବନ କେତେ ହସ ଉଲ୍ଲାସ ରେ କଟୁଛି , ହେଲେ ମୋ ଜୀବନ ତ ଫିକା ହେଇ ଗଲାଣି ।

ରାଗରେ ଆଉ ଶାଶ୍ୱତ ଙ୍କୁ କିଛି ନ କହି ଶୋଇପଡ଼ିଲି , ସକାଳୁ ମୁଁ ରାଗିକି ହୋଟେଲ ରୁମ ରୁ ବାହାରି ଆସିଥିଲି । ଶାଶ୍ୱତ ବହୁତ ଚେଷ୍ଟା କଲା ପରେ ବି ମୁଁ ତାଙ୍କ କଥା କାଟି ଫେରି ଆସିଥିଲି ।

ରୁମ ରେ ପହଞ୍ଚିଲା ପରେ , ମୋ ରାଗ ମୁହଁ ଦେଖି ସାଙ୍ଗ ମାନେ ସମସ୍ତେ କଣ ହୋଇଛି ଜାଣିବାକୁ ଇଚ୍ଛା କରିବାରୁ ସମସ୍ତ ଘଟଣା ମୁଁ କହିଥିଲି , ସେମାନେ ବି ମତେ ସପୋର୍ଟ କରିବାକୁ ଯାଇ ଶାଶ୍ୱତ ଠିକ କଲେ ନି ବୋଲି ଯୁକ୍ତି କରିଥିଲେ , ଯେଉଁ ମାନେ ଦିନେ ଶାଶ୍ୱତ ଙ୍କୁ ଠିକ କହୁଥିଲେ , ସେମାନେ କେମିତି ଏପରି କହିଲେ , ସେ ଦିନ ବି ମୁଁ ବୁଝିବା କୁ ଚେଷ୍ଟା କରି ନ ଥିଲି ?

ଶାଶ୍ୱତ ଙ୍କ ଠାରୁ ଦୂରେଇ ରହିବା ମୋ ପ୍ରତି କଷ୍ଟ ଥିଲା ବେଳେ , ତାଙ୍କୁ ଭୁଲିବା କୁ ବହୁତ ଚେଷ୍ଟା କରୁଥିଲି । ସିଏ ବି କେତେ ଚେଷ୍ଟା କରିଛନ୍ତି ମୋତେ ବୁଝେଇବା ପାଇଁ , ହେଲେ ମୁଁ ଅରାଜି ଥିଲି ।

କିଛି ଦିନ ବିତି ଯାଇଥାଏ , ଶାଶ୍ୱତ ଙ୍କ ସହ ବି ସମ୍ପର୍କ ଏକ ପ୍ରକାର ତୁଟି ଯାଇଥାଏ , ରାଜ ଆଉ ଥରେ ମୋ ଜୀବନରେ ଧସେଇ ପଶି ସାରିଥଲେ । ଖୁସି ଟିକେ ନ ପାଇବାରୁ ଦୁଃଖ ମତେ ବୋଧ ହୁଏ ରାଜ ପ୍ରତି ବେଶି ଆକୃଷ୍ଟ କରିଥିଲା ।

ହେଲେ ମୁଁ ଶାଶ୍ୱତ ଙ୍କୁ ଭୁଲି ପାରୁ ନ ଥିଲି । ମୁଁ ବି ଜାଣେ ସେ କଷ୍ଟ ରେ ଥିବେ , ତାଙ୍କୁ ଭଲ ଭାବରେ ମୁଁ ଜାଣିଥିଲି , ସେ କେବେ ନିଜ ଦୁଃଖ କୁ କାହା ଆଗରେ କହି ପାରନ୍ତି ନି ।

ରାଜ ସହ ମିଶି ମୁଁ ଶାଶ୍ୱତ ଙ୍କୁ ଭୁଲି ଯିବାକୁ ଚେଷ୍ଟା ଦିନେ ମତେ ଭୂଲ କରି ବାକୁ ବାଧ୍ୟ କରିଥିଲା ।

ସେ ଦିନ ଥିଲା ଶୀତ ଋତୁ ର ଏକ ସଂଧ୍ୟା ସମୟ । ରାଜ ମତେ ରୁମ କୁ ଛାଡିବା ପାଇଁ ଆସିଥିଲେ , ବାହାରେ ବେଶି ଶୀତ ଥିଲା , ସେଥିପାଇଁ ରୁମ କୁ ଆସିଛ ,କଫି ଟିକେ ପିଇ ଦେଇ ଯିବା ପାଇଁ ମୁଁ ରାଜ କୁ ନିମନ୍ତ୍ରଣ କରିଥିଲି । ରୁମ ରେ କେହି ନ ଥିଲେ ସେ ଦିନ , ସେଥିପାଇଁ ରାଜ ଆସିବାରେ ମୋର ଆପତ୍ତି ନ ଥିଲା । ରାଜ ର ରୁମ ଟିକେ ଦୂର , ସେଥିପାଇଁ କଫି ପିଇ ଦେଇ ଗଲେ ଭଲ ଲାଗିବ ବୋଲି ,ମୋ ଅନୁରୋଧ ରକ୍ଷା କାରି ରାଜ ରୁମ କୁ ଆସିଲେ ।

ମୁଁ କଫି ଦେଇ ରାଜ କୁ , ଅନ୍ୟ ରୁମ କୁ ଡ୍ରେସ ବଦଳେଇ ବା ପାଇଁ ଚାଲିଗଲି । ମୋ ଅଜାଣତରେ ରାଜ ପଛେ ପଛେ ଆସି ମୋର ଡ୍ରେସ ବଦଳେଇ ବାର ଦୃଶ୍ୟ ଦେଖୁଥିଲେ କବାଟ ଫାଙ୍କ ଦେଇ , ମୁଁ କବାଟ ବନ୍ଦ କରିବା କୁ ଭୁଲିଯାଇଥିଲି , ଭାବିଲି ସେ ବେଡ଼ ରୁମ କୁ ଆସିବ ନାହିଁ ।

ମୁଁ ଯେତେବେଳେ କବାଟ ଖୋଲି ବାହାର କୁ ଆସିଲି , ରାଜ ମତେ ତାଙ୍କ ବାହୁ ରେ ଭିଡି ନେଇ ଲିପ କିସ କରିବା କୁ ଲାଗିଲେ , ପ୍ରଥମେ ମୁଁ ନିଜକୁ ରୋକି ବାକୁ ଚେଷ୍ଟା କରୁଥିଲି । ହେଲେ ମୋ ଦେହ ର ତାତି ଆଉ ଭରା ଯୌବନ ର କ୍ଲାନ୍ତି ମତେ ବେଶି ସମୟ ରାଜ ଙ୍କ ଠାରୁ ରୋକି ପାରି ନ ଥିଲା । ଧୀରେ ଧୀରେ ରାଜ ଙ୍କ ସହ ମୁଁ ବି ସେଇ ଶାରୀରିକ ସମ୍ପର୍କ ରେ ମସଗୁଲ ହୋଇ ଯାଇଥିଲି । ଭୁଲି ଯାଇଥିଲି ଠିକ ଆଉ ଭୂଲ ର ସଂଜ୍ଞା , ଡେଇଁ ଯାଇଥିଲି ସେଇ ବୟସ ର ବାଡ଼ । ରୁମ ଭିତର ଝାପ୍ସା ଆଲୋକ ରେ ସେ ଦିନ ଥିଲା ମୋ କୁଆଁରୀତ୍ୱ ର ନଷ୍ଟ ର ପ୍ରଥମ ଆରମ୍ଭ , ରାଜଙ୍କ ର କାମନା ଅଗ୍ନି ମୋ ଦେହ କୁ ଧୀରେ ଧୀରେ ଗ୍ରାସ କରୁ ଥାଏ । ମୋର ସମସ୍ତ ଡ୍ରେସ ଖୋଲି ସେ ଉନ୍ମାଦ ଭଅଁର ପରି ଦେହର ମଧୁ କୁ ଶୋଷି ଭରା ଯୌବନ ର ସମୁଦ୍ର ରେ ନିଆଁ ଲଗେଇ ସାରିଥିଲେ ।

କିଛି ସମୟ ଭିତରେ ମୋର ସର୍ବସ୍ବ ହୋଇଯାଇଥିଲା ରାଜ ର , ଠିକ ଏହି ସମୟ ରେ ରୁମ ର କଲିଂ ବେଲ ବାଜିଲା , ଶାରୀରିକ କ୍ରୀଡା ର ନିଶାରେ ପ୍ରଥମ ଆଉ ଦ୍ୱିତୀୟ ରିଙ୍ଗ ଜାଣିପାରି ନ ଥିଲି । ହେଲେ ତୃତୀୟ କଲିଂ ବେଲର ରିଙ୍ଗ ଥିଲା ଅଧିକ ସମୟ , ମୁଁ ଚମକି ପଡିଲି , ଭାବିଲି କିଏ ଆସିଲା , ରୁମ ଭିତରେ ଅନ୍ତରଙ୍ଗ ଅସଂଯତ ଅବସ୍ଥାରେ ରାଜ ଆଉ ମୁଁ , କାଳେ କିଏ ଦେଖିଲେ କଣ ଭାବିବେ , ସେଥିପାଇଁ ମୁଁ ବ୍ୟସ୍ତ ହୋଇଯାଇଥିଲି , ପାଖରେ ପଡିଥିବା ତାୱଲ କୁ ଦେହ ରେ ଗୁରେଇ ହୋଇ ରାଜ ଙ୍କୁ ବେଡ଼ ତଳେ ଲୁଚି ଯିବା କୁ କହି ଡରି ଡରି କବାଟ ଖୋଲିଲି ।

ବାହାରେ ରଶ୍ମି(ସାଙ୍ଗ) କୁ ଦେଖି ଟିକେ ଆଶ୍ୱସ୍ତ ଲାଗୁଥିଲେ ବି , ସେ ଆଜି ଆସିବାର ନ ଥିଲା ,ହେଲେ କେମିତି ଆସିଲା ଜାଣିବା କୁ ଇଛା କଲି ।

ମୋ ପାଇଁ ସାପ୍ରାଇଜ ଅଛି କହି ସେ ଯେତେବେଳେ ଶାଶ୍ୱତ କୁ ଡାକିଲା , ମୋ ନିଜର ନିୟନ୍ତ୍ରଣ ମୁଁ ହରେଇ ସାରିଥିଲି , ମୋ ସମ୍ନାରେ ଶାଶ୍ୱତ ଏକ ବଡ଼ ଫୁଲ ତୋଡ ଆଉ ଗୋଟେ ବଡ଼ କଣ୍ଢେଇ ଧରି ଠିଆ ହୋଇଥିଲେ ।

ପ୍ରଥମେ ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି , ମୋର କିଛି ବୁଝିବା ଆଗରୁ ସେ ଫୁଲ ତୋଡ ଆଉ କଣ୍ଢେଇ ବଢ଼େଇ ଦେଇ ସରି କହୁଥିଲେ ।

ମୁଁ ବୁଝି ପାରୁ ନ ଥିଲି କଣ କରିବି । କ୍ଷଣକର ଉନ୍ମାଦ ମୋ ପାଇଁ ଆଜି ଅନେକ ପ୍ରଶ୍ନର ସମସ୍ୟା ଭିତରେ ଛାଡି ଦେଇଥିଲା ।

ମୋ ନୀରବତା ଭାଙ୍ଗି ରଶ୍ମି କହିଲା , କଣ ତୁ ଗାଧେଇ ଆସିଲୁ କି ଏବେ ନିଶି ? ଏତେ ଶୀତ ରେ କେମିତି ଗାଧେଇ ପାରୁଛୁ । ମୋ ଯୌବନ ର ସମସ୍ତ କ୍ଲାନ୍ତି ଆଜି ଉପଶମ ପରେ ବୋହୁଥାଏ ଧାର ଧାର , ହେଲେ ମୁଁ କେମିତି କହିବି , ମୁଁ କଣ କରିଛି । ଠିକ ନା ଭୂଲ ? ଧୀରେ ଧୀରେ ଶାନ୍ତ ଥିବା ପରିବେଶ ରେ ଝଡ଼ ବୋହିଲା ପରି ଲାଗିଲା । ଯେତେବେଳେ ମୁଁ କିଛି କହିବା ଆଗରୁ ରାଜ ବେଡ଼ ରୁମ ରୁ ବାହାରି ସମସ୍ତ ଙ୍କ ସମ୍ନାକୁ ଆସି ଯାଇଥିଲେ । ମୋ ଦେହ ହାତ ସବୁ ଥରୁ ଥାଏ । ଶାଶ୍ୱତ ଙ୍କ ର ଆଖି ଆଉ ମଥା ଲାଜ , ଘୃଣା ରେ ନଇଁ ଯାଇଥାଏ । ରାଜ ରୁମ ରୁ ବାହାରି ଚାଲି ଯାଇଥିଲେ । ଶାଶ୍ୱତ ଶୋଫା ରେ ବସି ରହି କାନ୍ଦୁ ଥିଲେ । ଆଉ ମୁଁ ସବୁ କିଛି ହରେଇ , କଣ ପାଇଲି ଭାବୁଥିଲି ।

ମତେ କ୍ଷମା କରିଦିଅ ଶାଶ୍ୱତ , ମୁଁ ତୁମ ରକ୍ଷାକବଚ ଭାଙ୍ଗି ଦେଇଛି । ମତେ ବିଶ୍ୱାସ କର , ମୋର ଏମିତି କିଛି କରିବାର ଆଦୌ ଇଚ୍ଛା ନ ଥିଲା , ରାଜ ମୋ ସହ ହିଁ ଜୋର ଜବରଦସ୍ତି କରିଛନ୍ତି ...?

ଥାଉ ନିଶି , ତୁମର ଆଉ କୌଣସି କଥା କହିବା ମତେ ଅନୁଚିତ । ବରଂ ମୋର ଭୂଲ ହୋଇଯାଇଛି , ତୁମକୁ ଚିହ୍ନିବାରେ , ଅନ୍ଧ ପରି ତୁମ ପ୍ରେମ ରେ ପାଗଳ ଥିଲି । ଭାବିଥିଲି ତୁମେ ବୟସ ବଢିବା ସହ ସବୁ କିଛି ବୁଝି ପାରିବ । ହେଲେ ମୋ ର ସମସ୍ତ ଧାରଣା ସମ୍ପୂର୍ଣ୍ଣ ଭୂଲ ଥିଲା ।

ଶେଷ ରେ ତୁମେ .....? ଓ ମାଇଁ ଗଡ଼ ।

ପ୍ଲିଜ ଶାଶ୍ୱତ , ମତେ ବୁଝିବା କୁ ଚେଷ୍ଟା କର ?

କଣ ବୁଝିବି କୁହ ?

ତୁମ କୁ ଫୁଲ ଟିଏ ପରି ମୋ ହୃଦୟ ରେ ସାଇତି ରଖିଥିଲି । ଜୀବନ ରେ ତୁମ କୁ ପାଇବା ପାଇଁ ,ତୁମ ଅଜ୍ଞାତ ରେ ଲଢୁ ଥିବା ଯୁଦ୍ଧ କୁ ସମାଜ ଆଉ ପରିବାର ସହ , କେବେ ତୁମକୁ ବୁଝେଇ ବାକୁ ଚେଷ୍ଟା କରିନି ।

ଆଜି ଯେତେବେଳେ ସମସ୍ତେ ରାଜି ଥିଲେ ,ତୁମେ ଏମିତି ଭଲ ପାଇବାର ଉପହାର ଦେଲ , କୁହ ନିଜ ଆଖିରେ ଦେଖିଲା ପରେ କେମିତି ଭୁଲିବି ।

ତୁମକୁ ଭଲ ପାଉଛି ଆଉ ପାଉଥିବି । ହେଲେ ସେଇ ନିଶି କୁ କେବେ ଜୀବନ ରେ ସ୍ଥାନ ଦେଇ ପରିବିନି , ଯିଏ କଳଙ୍କ କୁ ଦେହ ରେ ଲଗେଇ ସାରିଛି , ସେ କେବେ ମୋ ସିନ୍ଦୁର ର ମୂଲ୍ୟ ବୁଝି ପାରିବନି ।

ଶାଶ୍ୱତ ରୁମ ଛାଡି ଚାଲିଯାଇଥିଲେ । ରଶ୍ମି (ସାଙ୍ଗ) -ଜାଣିଚୁ ତତେ ଖୁସି କରିବା ପାଇଁ ,ଶାଶ୍ୱତ କେତେ କଷ୍ଟ କରୁଥିଲେ , ଘର ସମାଜ କୁ ପଛରେ ଛାଡି , ଆସିଥିଲେ ତତେ ନେଇ ଗଢିବାକୁ ନିଜର ଭବିଷ୍ୟତ ର ଦୁନିଆଁ ।

ତୁ କଣ ପାଇଲୁ ନିଶି ?

ଜଣେ ଭଲ ପିଲା କୁ ନ ବୁଝି ପାରି , ଯାହାକୁ ତୁ ତୋର ସର୍ବସ୍ୱ ଦେଇ ଦେଲୁ , ସେଇ ରାଜ ବିଷୟରେ କଣ ଜାଣିଛୁ ?

ତୋ ପରି କେତେ ଝିଅ ଙ୍କ ଜୀବନ ନଷ୍ଟ କରିଛି । ନିରୀହ ଝିଅ ମାନଙ୍କୁ ପ୍ରେମ ରେ ଫସେଇ କେତେ ଜୀବନ ବର୍ବାଦ କରିଛି । ଆଉ ତା ଶିକାରୀ ନଜର ରେ ତୁ ବି ଶେଷରେ ଝାସ ଦେଇଦେଲୁ ।

ଏବେ ତୁ ରାଜ କୁ ଫୋନ କର ।

ଦେଖିବୁ ଫୋନ ବନ୍ଦ ଥିବ।

ନିଶି ଫୋନ କରିବାରୁ , ଫୋନ ବନ୍ଦ ଥିବା ଜାଣେ ।

ନିଜକୁ ବୁଝିବା କୁ ଚେଷ୍ଟା କରୁଥିଲା ନିଶି । କାହିଁକି ଜଣକ ବିଶ୍ୱାସ ସହ ଖେଳିଲି । ରାଜ କୁ ମୁଁ ଛାଡିବିନି ।

ସକାଳୁ ରାଜକୁ କଲେଜରେ ଦେଖା କରି ବିବାହ କରିବା କଥା କହିବାରୁ , ସେ ମନା କରିଦେଲେ ।

ଜବାବ ରେ କହିଲେ - ଯିଏ ଭଲ ପିଲା କୁ ନିଜର ଦେହ ର ଭୋକ ପାଇଁ ଭୁଲିଯାଇ ପାରେ , ସେ ଯେ ଆଉ କାହାର ବିଶ୍ୱାସ କେମିତି ଜିତି ପାରିବ ।

ତୁମେ ଯୌବନରେ ଆକର୍ଷଣ କରିଥିଲ ମତେ । ବହୁତ ଦିନରୁ ତୁମ ସହ ଗୋଟେ ଥର ମିଶିବା ପାଇଁ ଇଚ୍ଛା ଥିଲା ଏକାନ୍ତରେ , ଆଉ ତୁମେ ରୁମ କୁ ଡାକି ସୁଯୋଗ ଦେଲ ।

ଏଥିରେ ମୋର କିଛି ଭୂଲ ନାହିଁ ନିଶି । ସବୁ ତୁମର ଇଚ୍ଛା ରେ ହେଇଛି । ତୁମେ ଚାହିଁ ଥିଲେ , ମତେ ରୋକି ପାରିଥାନ୍ତ । ହେଲେ ତୁମର ଇଚ୍ଛା କୁ ସମ୍ମାନ ଦେଇ , ସେମିତି ହେଲା ।

କହିବା କୁ ଗଲେ ମୋ ଭାଷାରେ ନିଶି ( friends with benefit ) ତୁମ ଆବଶ୍ୟକତା କୁ ମୋ ଠାରୁ ପାଇଥିବାରୁ ମତେ ଧନ୍ୟବାଦ ଦବା କଥା ।

ଆଉ ବିବାହ କଣ କରିବା କୁ କହୁଛ । ମୁଁ କେବେ ବି ତୁମକୁ ବିବାହ କରିପାରିବିନି ।

ତୁମ ପରିକା ରାକ୍ଷସ କୁ ମୁଁ ଛାଡିବିନି ରାଜ । ପୋଲିସ ରେ ଦେଇ ଦେବି । ମୋ ଜୀବନ ନଷ୍ଟ କରିଛ । ତୁମ କୁ ଜେଲ ରେ ପୁରେଇ ଯାଇଁ ମୁଁ ନିଶ୍ୱାସ ନେବି ।

ହଁ ଯାଅ ଯାଅ ପ୍ରମାଣ କରି ପାରିବ ତ ? ( ରାଜ)

ଇଚ୍ଛା ଥାଇ ଶାରୀରିକ ସମ୍ପର୍କ ରଖିଲେ , ତାହା ଅପରାଧ ନୁହେଁ।

ତୁମେ ପ୍ରମାଣ କରିକି ଦେଖ ?

ବେଷ୍ଟ ଅପ ଲକ ନିଶି ।

ମୁଁ କିଛି କରିବା ଆଗରୁ ରଶ୍ମି ମତେ ସେଠୁ ନେଇକି ପଳେଇ ଆସିଲା । କଣ କରିବି କିଛି ଭାବି ପାରୁ ନ ଥିଲି ।

ଜଣଙ୍କ ର ବିଶ୍ୱାସ ଭାଙ୍ଗି ଦେଲି , ଆଉ ଯିଏ ନିଜର କରିବାକୁ ଚାହୁଁଥିଲା , ସେ ମତେ ବର୍ବାଦ କରିଦେଲା । ଶେଷରାସ୍ତା ଥିଲା ଜୀବନ ଅନ୍ତିମ ଯାତ୍ରା ର । ପ୍ରତିଶୋଧ ନା ପ୍ରତିଦାନ କିଛି ର ଭାଗୀଦାରୀ ହୋଇପାରିଲି ନି । ରହିଗଲି ତ ଜୀବନର ଦୋ ଛକି ରାସ୍ତାରେ ।

ପୋଲିସ କେସ କଲେ ଘର ଲୋକଙ୍କ ର ସମ୍ମାନ ତଳେ ପଡିବ , ଅନେକ ଲୋକ ନିନ୍ଦା ଶୁଣିବା କୁ ପଡିବ । ସତରେ ମୁଁ କଣ ମୋ ନିଜ ପାଇଁ ଖରାପ ହୋଇଗଲି । ଏତେ ମୁଁ ପାଗଳ କେମିତି ହୋଇ ପାରିଲି ଯୌବନ ନିଶା ରେ ଅନ୍ଧ ହୋଇ ।

ଯାହା ବି ହେଇଯାଉ ମୋ ପରିବାର ମୋ ପାଇଁ ବଦନାମ ନ ହୁଅନ୍ତୁ । ନିଜର ଭୂଲ ପାଇଁ ପ୍ରାୟଶ୍ଚିତ କରିବା କୁ ଚେଷ୍ଟା କରୁଥିଲି ।

ହାଠାତ ଗୋଟେ ଦିନ ସନ୍ଧ୍ୟା ରେ ରାଜ ମତେ ଦେଖା କରିବା କୁ ଆସିଲେ । ମୁଁ ପ୍ରଥମେ ରାଜି ନ ଥିଲି ଦେଖା କରିବା କୁ । କିନ୍ତୁ ସେ ଭୂଲ ର ପ୍ରାୟଶ୍ଚିତ କରିବା ପାଇଁ ଜାଣିବା କୁ ଇଛୁକ କହିବା ରୁ ମୁଁ ରାଜି ହୋଇଯାଇଥିଲି ।

ରାଜ ମୋ ପାଖ କୁ ଆସି ଭୂଲ ହୋଇଯାଇଛି କହି , ବିବାହ ପାଇଁ ଅନୁରୋଧ କରିଥିଲେ । ପ୍ରଥମେ ମୁଁ ମୋ ନିଜକୁ ବିଶ୍ୱାସ କରି ପାରୁ ନ ଥିଲି । ଯେତେବେଳେ କାର ରୁ ରାଜ ଙ୍କର ବାପା ମା ଦୁହେଁ ଆସି ମତେ ବୋହୂ କରିବା କୁ କହିଲେ , ମୋ ଦୁଃଖ ର ଦୁନିଆଁ ରେ କିଛି ସମୟ ପାଇଁ ଖୁସି ର ଝଲକ ଖେଳି ଯାଇଥିଲା ।

ସେମାନଙ୍କ ର ଆଶ୍ରିବାଦ ନେବା ସହ , ମୋ ନିଜକୁ ଟିକେ ଅସ୍ବସ୍ତି ଲାଗୁଥିଲା । ହେଲେ ଏମିତି ଚମତ୍କାର କେମିତି ହେଲା , ବୁଝିବା ପାଇଁ ରାଜ କୁ ଫୋନ କରିବା ପରେ ଜାଣିଲି , ଏହା କେବଳ ଶାଶ୍ୱତ ଙ୍କ ପାଇଁ ସମ୍ଭବ ହୋଇପାରିଛି ।

ମୋ ପ୍ରସ୍ତାବ କୁ ମନା କରିବା ସହ ରାଜ ମତେ ଅପମାନିତ କରିଥିବା କଥା ରଶ୍ମି ଶାଶ୍ୱତ ଙ୍କୁ କହିଥିଲା ।

ପ୍ରଥମେ ସେ(ରାଜ) ଶାଶ୍ୱତ ଙ୍କୁ ଖରାପ ବ୍ୟବହାର କରିଥିଲେ , କିନ୍ତୁ ଶାଶ୍ୱତ ରାଜ ଙ୍କୁ ଘରର ସମ୍ମାନ ଆଉ ଆଭିଜାତ୍ୟରେ ଯଦି ଥରେ କଳଙ୍କ ର ଦାଗ ଲାଗିଯିବ , ସମାଜ ରେ ତୁମ (ରାଜ)ପରିବାର ର ଇଜ୍ଜତ ଆଉ ରହିବ ତ ? ସ୍ୱାଭିମାନ ର ଜୀବନ କାଟୁଥିବା ବାପା ମା ସମ୍ମାନ ର ସହ ରାସ୍ତା ଚାଲି ପାରିବେ କି ? ଯଦି ନିଶି ର କେସ ଆଧାରରେ ,ମିଡ଼ିଆ ଠାରୁ ସୋସିଆଲ ମିଡ଼ିଆରେ ପ୍ରଚାର ହୋଇଯାଏ , ତୁମେ କୁହ ରାଜ ତୁମେ କଣ ନିର୍ଦୋଷ ପ୍ରମାଣ କରି ପାରିବ ? ମୁଁ ( ଶାଶ୍ୱତ ) ଆଉ ରଶ୍ମି ଦୁହେଁ ସାକ୍ଷୀ ଅଛୁ । ଏବେ କୁହ ରାଜ , ସମାଜ ରେ ମୁଣ୍ଡ ଟେକି ବଞ୍ଚିବ ନା ଜେଲ ର ଚାରି କାନ୍ଥ ର ଜୀବନ , ତୁମର ଶେଷ ନିଷ୍ପତି ଅପେକ୍ଷା ରେ । ଆସୁଛି ।

ଶାଶ୍ୱତ ଙ୍କର କଥା ରେ ଶେଷ ରେ ରାଜ ରାଜି ହୋଇ ଘର ଲୋକଙ୍କୁ , ନିଶି ଗନ୍ଧା କୁ ଭଲ ପାଉଛି କହି ବିବାହ ପାଇଁ ଇଛୁକ ର ପ୍ରସ୍ତାବ ଦେଲା ପରେ , ଘର ଲୋକେ ରାଜି ହୋଇଯାଇଥିଲେ କିନ୍ତୁ ସେ ଦିନର ଘଟଣା କୁ କେହି ଜାଣି ନ ଥିଲେ କି ଜଣେଇବା ପାଇଁ ଚେଷ୍ଟା ହୋଇନଥିଲା ।

ଆଜି ସମସ୍ତେ ଖୁସି ଯେ ମୁଁ ଭଲପାଇ ବାହା ହୋଉଛି । ହେଲେ ଜୀବନ ର ଅତୀତ ଆଜି ବି ମୋ ପାଇଁ ଏକ ଜଟିଳ ଗଣିତ ହୋଇଯାଇଛି । ତୁମ ବିନା ଶାଶ୍ୱତ ମୋ ଜୀବନ ଯେ କେତେ ଅଧୁରା ଆଜି ସବୁ ପାଇ ମୁଁ ବୁଝି ପାରୁଛି ।

ଧନ୍ୟବାଦ କହିବା ପାଇଁ ଅନେକ ଥର ଶାଶ୍ୱତ ଙ୍କ ସହ ଫୋନ ଠାରୁ ଠିକଣା ଖୋଜିଛି । ହେଲେ ଶାଶ୍ୱତ ମୋ ଠାରୁ ଅନେକ ଦୂର କୁ ଚାଲିଯାଇଥିଲେ ମତେ ଋଣୀ କରିଦେଇ ତାଙ୍କରି ପ୍ରେମ ରେ । ଆଜି କେବଳ ତୁମରି ସ୍ମୃତି ଅଛି ମୋ କଳଙ୍କିତ ହୃଦୟରେ , ସାଇତି ରଖିବି ନା ଭୁଲିକି ତୁମକୁ ମୋ ବାକି ଜୀଵନ ରାଜ ଙ୍କ ସହ କେମିତି କାଟିବି , ଜାଣିପାରୁ ନାହିଁ ?

ଏ ହାତ ମେହେନ୍ଦୀର ରଙ୍ଗ କେତେ ପବିତ୍ର ଜାଣେନା , କିନ୍ତୁ ତୁମ ପ୍ରେମ ( ଶାଶ୍ୱତ ) ମୋ ପାଇଁ ଥିଲା ବହୁତ ଶାଶ୍ୱତ ।

ଆଶା କରେ ଯେଉଁ ଠି ବି ଥାଅ ଖୁସି ରେ ଥିବ ।


Rate this content
Log in