ସନ୍ତୋଷ ସ୍ୱାଇଁ

Tragedy Romance

3  

ସନ୍ତୋଷ ସ୍ୱାଇଁ

Tragedy Romance

ଅପାଠୁଆର ବାହାଘର

ଅପାଠୁଆର ବାହାଘର

4 mins
408


ମାଟ୍ରିମୋନିଆଲ୍ ରେ ଆସିଥିବା ଦ୍ୱିତୀୟ ରିକ୍ୱଷ୍ଟକୁ ଆସେପ୍ଟ କଲା ରାଜୀବ । ଦୁଇଦିନ ପରେ ଫୋନ୍ ଆସିଲା, ହାଲୋ..ଆର୍ ୟୁ ରାଜୀବ ? ରାଜୀବ – ହଁ! ମୁଁ ସୁସ୍ମିତା.. ମାଟ୍ରିମୋନି ମେସେଜକୁ ଆପଣ ଆସେପ୍ଟ କରିଛନ୍ତି । ପସନ୍ଦ ଲାଗିଲା ? ମୁଁ ତାଙ୍କ ବଡ ଭ‌ଉଣୀ କହୁଥିଲି।

ଏମିତି କେତେ କଥା ସବୁ ରାଜୀବ ସହ ଚାଲିଲା । ତା' ସହିତ ତାଙ୍କୁ ଦିଦି ବୋଲି ସମ୍ବୋଧନ କରେ ରାଜୀବ । ପ୍ରକୃତରେ ସେ ସ୍ୱର ସାମାନ୍ୟ ନ ଥିଲା । ଗୋଟିଏ ସମ୍ମୋହନର ସ୍ୱର । ଜାଦୁଗର ଯେପରି ବଶୀଭୂତ କରେ, ରାଜୀବକୁ ଲାଗୁଥିଲା ଯେମିତି ଏ ସ୍ୱର ସହିତ ତା'ର ସମ୍ପର୍କ ଅଛି । ଜନ୍ମ ଜନ୍ମର ସମ୍ପର୍କ । ରକ୍ତର ସମ୍ପର୍କ । ଯେମିତି କି ତାଙ୍କୁ ଯୁଗ ଯୁଗରୁ ଚିନ୍ହିଛି । ତାଙ୍କ ସହ କଥା ହେଲା ବେଳେ ସବୁ କଥା ଗୁଡ଼ିକ ହୃଦୟରୁ କାଢି ପ୍ରସ୍ତୁତ କରି ରଖିଦିଏ ତାଙ୍କ ସାମ୍ନାରେ । ଜୀବନରେ ପ୍ରଥମ ଥର ନିଜ ବାହାଘର ବିଷୟରେ କଥା, ତାହା ପୁଣି ହୃଦୟ ଖୋଲା କଥା ହେବାର ବ୍ୟାକୁଳତା, ସବୁ କିଛି ଜଣା ପଡ଼େ ରାଜୀବ ଅବୟବରୁ । ଏଇଟା ହେବା ମଧ୍ୟ ସ୍ୱଭାବିକ । ଜୀବନରେ କାହାକୁ ମନ ଦେଇ ନଥିବା ରାଜୀବ ସମସ୍ତଙ୍କ ସହ ଏପରି ମିଶି ପାରେ ନାହିଁ କିନ୍ତୁ ସେ ସୁସ୍ମିତା ଦିଦିଙ୍କ ଆଗରେ ଛୋଟ ପିଲା ପରି ପାଲଟି ଯାଏ ଏବଂ ମେଚ୍ୱର ହେଇନଥିବା ଭଳି ରିଆକ୍ଟ କରେ । ପ୍ରକୃତରେ ଦେଖିବାକୁ ଗଲେ ଏହାକୁ କୁହନ୍ତି ପ୍ରେମ, ଶାଶ୍ଵତ ପ୍ରେମ । ଅନାବିଳ ସ୍ନେହ, ଶ୍ରଦ୍ଧା ପାଏ ସେ ସ୍ବରରୁ । 

କଥାରେ ଅଛି ସବୁ ମଣିଷକୁ ସମାନ ଭାବରେ ଏ ହୃଦୟ ଗ୍ରହଣ କରେନା । କିଛି ଲୋକ ଥାଆନ୍ତି ଯିଏ ଏତେ ନିଜର ଲାଗନ୍ତି ତାହା କେବଳ ଜଣେ ଅନୁଭବୀ ହିଁ କଥାରେ ଆଙ୍କି ପାରିବ । ଯେମିତି ନିଜ ଘର ସ୍ନେହ ଅନ୍ୟ କେଉଁ ଠାରୁ ମିଳୁଛି । ଆଉ ଏ ବିଷୟରେ କଥା ହେବା ପାଇଁ ସେମାନେ ପରସ୍ପରକୁ ଭେଟିଲେ । ସବୁ ଠିକ୍ ଠାକ୍ ଚାଲିଲା । 

ଏ ଭିତରେ ରାଜୀବର ମନ ଡାଇଭର୍ଟ ହେବାକୁ ଲାଗିଲା । ବିଳାସ ପୂର୍ଣ୍ଣ ଜୀବନ, ଆପାର୍ଟମେଣ୍ଟ‌ର ଘର, ରାଜକୀୟ ଚାଲିଚଳଣ, ସବୁ କିଛି ଅଲଗା ଅଲଗା ଲାଗିଲା । ଯେମିତି କିଛି ମିସ୍ କରୁଛି ତା' ଜୀବନ ରେ । ପଣ୍ଡିତେ ବି କହିଛନ୍ତି, ମୀନ ରାଶିର କନ୍ୟା ତୁମ ପାଇଁ ମ୍ୟାଚ କରିବ । କିନ୍ତୁ ପ୍ରେମରେ‌ ବିହ୍ୱଳ ରାଜୀବକୁ ଆଉ ମୀନ ରାଶି ନୁହେଁ, ତା' ଭଳି ସରଳ‌ ଆଉ ଚରିତ୍ର ବାନ ପିଲା ଦରକାର ଥିଲା, ଯିଏକି ହୃଦୟରୁ ହୋଇଥିବ ବହୁତ ସୁନ୍ଦର ।

ନିଜ ଅଫିସ କାମକୁ ଠିକ୍ ସମୟରେ ଶେଷ କରି ପାରି ନଥିଲା ରାଜୀବ। ଟେମ୍ପେରାରୀ ଘରେ ଅଫିସ ଚଲାଉଥିଲା । ଗୋଟିଏ ବଡ ପ୍ରୋଜେକ୍ଟକୁ ନେଇ କାମରେ ବ୍ୟସ୍ତ ଥିଲା ବେଳେ ଗୋଟେ ବ୍ରିଫିଙ୍ଗ୍ସ ପାଇଁ ସବୁ ପିଲାଙ୍କୁ ନେଇ ଆୟୋଜନ ହେଲା ମିଟିଙ୍ଗ ଭୁବନେଶ୍ଵରର ଗୋଟିଏ ଥ୍ରୀ ଷ୍ଟାର ହୋଟେଲରେ । ଦିଲ୍ଲୀ, ବମ୍ବେରୁ ଆସିଥିବା ଟ୍ରେନର ମାନେ ଟ୍ରେନିଂ ଦେଇ ଫେରିଗଲେ । ପିଲା ମାନେ ସେମାନଙ୍କ ଘରକୁ ଫେରିଲେ। ବିଲ୍ ପୈଠ କଲା ବେଳେ ଦେଖିଲା ଏଟିଏମ୍ କାର୍ଡ ନାହିଁ । କିଏ ଚୋରି କରିଦେଲା କି ? ବ୍ୟତିବ୍ୟସ୍ତ ହୋଇ ପଡିଲା। ମନେ ପଡିଗଲା, ଆଜି ଟଙ୍କା ଉଠାଇବା ପରେ ଏଟିଏମ୍ ମେସିନରୁ କାର୍ଡ ଆଣିବା ଭୁଲି ଯାଇଛି ।

ହାଏରେ ପ୍ରେମ..। ପ୍ରେମରେ ପଡିଲେ ମଣିଷ କେତେ ଭୁଲ କରିପକାଏ । ସତରେ କ'ଣ ପ୍ରେମରେ ପଡ଼ିଲା ମଣିଷ । ମନେ ମନେ ଭାବୁଥିଲା ରାଜୀବ, ଭଲ ହେଇଥିଲା ଆଜି ପର୍ଯ୍ୟନ୍ତ ସିଙ୍ଗଲ ଥିଲି । ୱାନ ସାଇଡ ଲଭ୍ ର ପ୍ରତିକାତ୍ମକ ସିଗ୍ନେଚର ଆଙ୍କି ହେଇଯାଇଥିଲା ତା' ହୃଦୟରେ ।

ଏ ଭିତରେ ଗୋଟିଏ ମଜାଦାର ଘଟଣା ଘଟିଲା, କିନ୍ତୁ ରାଜୀବ ପାଇଁ ଦୁଃଖଦ ଥିଲା । ଯେତେବେଳେ ମୋବାଇଲ ଅନ୍ କଲା ମେସେଜ ଦେଖିଲା, ମେସେଜ ଆସିଛି, କ୍ଷମା ଚାହୁଁଚି ରାଜୀବ । ଆମ ଘରେ କେହି ଅଣ୍ଡରଗ୍ରାଜୁଏଟ୍ କୁ ପସନ୍ଦ କରୁ ନାହାନ୍ତି । ଭାବୁଛି, ମୋ ଭାବନାକୁ ତୁମେ ବୁଝିପାରୁଥିବ । ସଙ୍ଗେ ସଙ୍ଗେ ରାଜୀବ ଟିକେ ହସି ସ୍ୱୀକାର କରି ନେଲା ସୁସ୍ମିତା ଦିଦିଙ୍କ କଥା । ତାଙ୍କ କଥାରେ ସମ୍ମତି ଜଣାଇଲା । 

କଥା ହେଉଛି ରାଜୀବ ଗ୍ରାଜୁଏସନ୍ ଫାଇନାଲ ଏଗଜାମ୍ ଦେଇନି, ସେ ଦୃଷ୍ଟିକୋଣରୁ ତା'ର ବାହାଘର ଭାଙ୍ଗିଗଲା । 

ତେବେ ଆମ ସମାଜରେ ଏତେ ସୁବିଧା ଥାଉ ଥାଉ କ'ଣ ପାଇଁ ରାଜୀବ ଗ୍ରାଜୁଏସନ କମ୍ପ୍ଲିଟ୍ କଲାନି ? ସରକାର କେତେ ସୁବିଧା କରିଛନ୍ତି ପିଲାଙ୍କ ପାଇଁ, ଏବେ ମୋ ସ୍କୁଲ, ମୋ କଲେଜ ମାଧ୍ୟମରେ ଶିକ୍ଷାର ମାନ ଏବଂ ଗୁଣାତ୍ମକ ମାନକୁ ବଢେଇବା ପାଇଁ ପ୍ରୟାସ ଚାଲିଛି । ତଥାପି ଆମେ ଏବେ ବି ପଛରେ ପଡିଛୁ । ଉତ୍ତର ହେଉଛି, ରାଜୀବ ପାଠ ପଢାକୁ ହେୟ ଜ୍ଞାନ କରିବା । କାହିଁକି ନା ତାଙ୍କ ବାପା ସରକାରୀ ଚାକିରୀ କରିଥିବା ସତ୍ୱେ ସେ ଏଥିରୁ ବିଚ୍ୟୁତ ହେଇଛନ୍ତି, ତା' ଫଳ ସେ ନିଶ୍ଚିତ ପାଇବେ, ଏବଂ ଅନ୍ୟମାନେ ଏ କଥାରୁ ହୃଦୟଙ୍ଗମ କରିବା ଦରକାର, ତା' ସହିତ ସଚେତନ ହେବା ଦରକାର । ଆଉ ଗୋଟିଏ କଥା ରାଜୀବ ଦୃଷ୍ଟି କୋଣରୁ, ପାଠ ପଢାର ଡିଗ୍ରୀ ସାର୍ଟିଫିକେଟ କେବଳ କାଗଜରେ ପ୍ରିଣ୍ଟ ହେଇଥାଏ କିନ୍ତୁ ଏହାର ଝଲକ ମଣିଷର ଚରିତ୍ରରୁ ହେବା ଦରକାର । 

ଏବେ ପ୍ରେମର ନିଶା ଖସି ଯାଇଛି ରାଜୀବର । ନିଜ କୃତ କର୍ମ ପାଇଁ ନିଜେ ଦାୟୀ । ଜୀବନର ପ୍ରଥମ ପ୍ରେମଟି ଶେଷ ପ୍ରେମ ହେଇଗଲା କି ? ଏ ଭଳି ଭାବନା ଆସେ ମନ ଭିତରେ, ହେଲେ ଉତ୍ତର କିଛି ନାହିଁ । ଜୀବନରେ ଟଙ୍କା, କୋଠା, ବ୍ୟବସାୟ, ରାଜକୀୟ ଜୀବନ ଥାଇ ଯଦି ପାଠ ନ ପଢିଛନ୍ତି ତେବେ ସମାଜ ଆଗରେ ନିଜର ପାରିଜାତ କେବେ ବି ପ୍ରସ୍ଫୁଟିତ ହେବନି । 

ସୁସ୍ମିତା ଦିଦିଙ୍କ ଭଳି ଚରିତ୍ର ତା' ଜୀବନରେ ଆସିବେ କି ନାହିଁ ସେ ଜାଣେନା ତଥାପି ରାଜୀବ ଆଶାବାଦୀ । କିଛି ତ ଘଟିବ, ଯେଉଁ ମାନେ ଜୀବନରେ ଭୂଲ କରି ନ ଥାନ୍ତି । ଅନ୍ୟାୟ ଅତ୍ୟାଚାରକୁ ବିରୋଧ କରି ପରୋପକାର କରନ୍ତି । ତା' ସହ ସମାଜସେବା ଏବଂ କିଛି ଧାର୍ମିକ କାର୍ଯ୍ୟରେ ନିଜର ଶ୍ରମକୁ ସମାଜକୁ ଦାନ କରନ୍ତି । ସେମାନଙ୍କୁ ଭଗବାନ ଆର୍ଶୀବାଦ ନିଶ୍ଚୟ କରନ୍ତି ।


Rate this content
Log in

Similar oriya story from Tragedy