ସନ୍ତୋଷ ସ୍ୱାଇଁ

Others Abstract

0.6  

ସନ୍ତୋଷ ସ୍ୱାଇଁ

Others Abstract

ଚନ୍ଦ୍ର ଗ୍ରହଣ

ଚନ୍ଦ୍ର ଗ୍ରହଣ

1 min
380


ଟିଭି ପରଦା ରେ ବିତର୍କ ଚାଲିଛି । ଚନ୍ଦ୍ର ଗ୍ରହଣରେ ଖାଦ୍ୟ ଛାଡିବା ସମ୍ପୁର୍ଣ୍ଣ ଭାବେ ଭୁଲ । ଏଗୁଡ଼ିକ ସବୁ ଭ୍ରାନ୍ତ ଧାରଣା କୁପ୍ରଥା,ଅନ୍ଧ ବିଶ୍ବାସ । ଆମେ ସଚେତନତ ନ ହୋଇ ଆମ ଉତ୍ତର ପିଢ଼ିକୁ ଏଇ ଶିକ୍ଷା ଦେଇ ଆମେ ତାଙ୍କୁ ଅନ୍ଧାରରେ ରଖିଛୁ । ଆରେ ଆମେ ଓପାସରେ ଥିଲା ବେଳେ ଦେଶ ଦୁନିଆର ସବୁ ଲୋକେ ସେଦିନ ଚିକେନ ମଟନ ଖାଇ ଭୋଜି କରୁଛନ୍ତି । ମୁଁ ବି ଖାଇବି ଏବଂ ଅନୁରୋଧ କରିବି ଆପଣ ମାନେ ମଧ୍ୟ ନିଜ ପରିବାର ସହ ଖାଆନ୍ତୁ ।


ଏମିତି କେତେ କ'ଣ ତର୍କ କହି ସେଦିନ ଓଡ଼ିଶାର କିଛି ଲୋକ ମାନଙ୍କ ହୃଦୟକୁ ଜିତି ନେଇଥିଲେ ପ୍ରଧ୍ୟାପକ ଜହ୍ନି ରାଉତ । ବିତର୍କ ସରିବା ପରେ ମୋତେ ତାଙ୍କ ଘରେ ଛାଡ଼ିଦେବା ପାଇଁ ସେ ଅନୁରୋଧ କଲେ । ସମ୍ମାନ ଦୃଷ୍ଟି ରୁ ତାଙ୍କ ଘରେ ନେଇ ଛାଡି ଆସିଲା ବେଳକୁ ତାଙ୍କ ବୋଉ କହିଲେ, ପୁଅ......... ଆଜି ଏମିତି ସମୟରେ ଆସିଛ ଯେ କିଛି ନ ଖାଇ ସେମିତି ଯିବ । ଗ୍ରହଣ ପାଇଁ ଆଜି ଆମ ଘରେ ହାଣ୍ଡି ଛାଡ ହେଇଯାଇଛି । ଏତିକି ବେଳେ ପ୍ରଧ୍ୟାପକ ମୋ ମୁହଁକୁ ଜଳକା ହେଇ ଅନେଇ ଥାଆନ୍ତି ।



Rate this content
Log in