ଚାକିରୀ

ଚାକିରୀ

4 mins
400





ଠୋ ଠୋ ମାରି ହସୁ ହସୁ ଗୋଟିଏ ବଡ଼ କାଶର ବିକଟାଳ ଶବ୍ଦ ମାହୋଲକୁ ଟିକେ ଶାନ୍ତ କରିଦେଲା । ତା ପରେ ଖୁଁ ଖୁଁ କରି ମେଞ୍ଚାଏ ଖଙ୍କାର ପାନ ଦୋକାନ କେବିନ୍ ପଛକୁ ଫୋପାଡି କଥା ଆରମ୍ଭ କଲା କୁନ୍ଦୁରି ଜେନା । ଏଗୁଡାଗ କ'ଣ କଥା ? ହେ .. ଆଜିକାଲି କେତେ ବେକାରୀ ଅଛନ୍ତି ହିସାବ କଲେ ଥଳକୂଳ ପାଇବୁନିରେ ବାପା । ଆଉ କ'ଣ ସେ ଯୁଗ ଅଛି ? ସମୟ ଥିଲା, ସରକାର ଡାକିକି ଚାକିରୀ ଦ‌ଉଥିଲେ,ଆଉ କ'ଣ ସେକାଳ ପଖାଳ ମିଳିବ ? ଇଁ........ହେ......ହେ କରି ହସି ମାହୋଲକୁ ଟିକେ ଗମ୍ଭୀର କରିଦେଲା। ସୁରେଶଟା ପୁରା ସାଦାସିଧା । କାନ ପାଖରେ ଖୋସିଥିବା ବିଡି ଟାକୁ ଲଗେଇ ବାକ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଯୋଡିଲା, ଠିକ୍ କହିଲୁ ରେ କୁନ୍ଦୁରି, ବିତର୍କପୁର ର ଜାଲିଆ ଭାଇ ପରା ସେ ସମୟରେ ଦଶମ ଯାଏଁ ପଢିଥିଲା ‌ । ତାକୁ ପୁଣି ଏସ୍ ପି ଚାକିରୀ ଟି ମିଳିଲା। ଏମିତି କେତେ କିଏ ଚାକିରୀ ପାଇଥିବ ତାର ହିସାବ ନାହିଁ ଆଉ ଏବେ ପାଠ ପଢି ପଢି ମଧ୍ୟ ଚାକିରୀ ନାହିଁ। ଏଇ ଦେଖୁନ ଆମ ଗାଁ ଛୁଆ ଗୁଡ଼ାକୁ। କ'ଣ କମ୍ ପଢ଼ିଛନ୍ତି, ହେଲେ ଚାକିରୀ ଘର ଶୂନ୍ । ପଞ୍ଚ୍ଝାଏ ଅଛନ୍ତି ସକାଳୁ ସକାଳୁ କଲେଜ ପିଲ୍ଡ ରେ ଦୌଡ଼ୁଛନ୍ତି । କୁଆଡେ ସବୁ ଡିଫେନ୍ସରେ ଭର୍ତ୍ତି ହେବେ । ସମସ୍ତେ କ'ଣ ପାଉଛନ୍ତି ? କଥାକୁ ବ୍ରେକ ଦେଇ ଆରମ୍ଭ କଲା ତାଳଗଛ ମହାନ୍ତି । ଆରେ ବଟୁ ଭାଇନାଙ୍କର ଚାକିରୀ ହେଇଗଲା ନା କ'ଣ ? ଖାଲି ଭାଇବା ଟା ଥିଲା ମୋତେ ଲାଗୁଛି ସେ ପକା ପାଇଥିବ , ତା ଭଳି ବ୍ରିଲିଆଣ୍ଟ ପିଲା ଆଉ କିଏ ଅଛି ? 


ଏତିକି ବେଳେ ବାଇକ୍ ରେ ବସି ଗୋଡ଼କୁ ବଙ୍କା କରି ଚଲେଇ ଚଲେଇ ଦୋକାନ ପାଖରେ କ୍ୟାପ୍ଟେନ ପହଞ୍ଚିଲା । ତା ନାଁ କ୍ୟାପ୍ଟେନ ଏଇଥି ପାଇଁ ସେ ସବୁବେଳେ ଗାଁ ର ପ୍ରତ୍ୟେକ କଥାରେ ଆଗ ଧାଡିରେ ଥାଏ। 

ଆରେ କ୍ୟାପ୍ଟେନ , ତୁ ପରା ବଟୁକୁ ନେଇ ପରୀକ୍ଷା ଦବାକୁ ଯାଇଥିଲୁ । କ'ଣ ହେଲା, ପାଇଲା ଟି । ସେ କୁଆଡେ ଗଲା ? ତୁ ପଳେଇ ଆସିଲୁ ?


ଷ୍ଟାଣ୍ଡ ମାରି ବଟୁ କହିଲା, ହେଇ ଯାଇଚି। ସେ ଆସିଲେ ସବୁ ମିଠା ଖାଇବ । ଶ୍ରୀଧର ଭାଇ ସ୍ତ୍ରୀ ପ୍ରେଗନାଂଟ ଅଛି, ସେ କହିଲା ଟିକେ ଚେକ୍ ଅପ୍ କରେଇବାକୁ । ଆସିଛି ଭାଉଜକୁ ହସ୍ ପିଟାଲ ନେଇ ଯିବି ।

ହେଇରେ....... ବଟୁ ଆଉ ଆମକୁ ପଚାରିବଟି । ଚାକିରୀ ପାଇଲା ପରେ ଖାଲି ଗୋଲାପୀ ଗୋଲାପୀ ନୋଟ୍ କୁ ଦେଖିଲେ କିଏ ସମ୍ଭାଳି ହବ । ହ‌ଉ ଦେଖାଯାଉ ? କ'ଣ ହ‌ଉଛି ।


ଆ ଭିତରେ ଦୁଇଘଣ୍ଟା ବିତିଗଲା ଖଟି ସରିନି । ଚାଲିବ ଆହୁରି ଚାଲିବ ଭୋକ ଲାଗିବା ପର୍ଯ୍ୟନ୍ତ ଚାଲିବ । ଏ ଭିତରେ କେତେ ସଂପାଦକ, ସଭାପତି, ଉପସ୍ଥାପକ,ଗାୟକ,ବାୟକ,ପାଳିଆ ସବୁ ଆସି ନିଜ ନିଜ ଚରିତ୍ରକୁ ନିଖୁଣ ଭାବେ ଚିତ୍ରଣ କରିବେ,ତା ପରେ ଯେଝା ଘରକୁ ଯେଝା ଯିବେ ସେତେବେଳେ ଯାଇ ସଭା ଭଙ୍ଗ ହେବ ।


ବଟୁ ଭାଇ ଶାନ୍ତ ସରଳ ଭାବେ ମୁହଁରେ ମୁଚୁକୁନ୍ଦିଆ ହସ ଦେଇ ଆଗମନ କଲେ ।ବଟୁ ଭାଇକୁ ଦେଖି ସମସ୍ତେ ଏକ ସ୍ଵରରେ କହି ଉଠିଲେ କଂଗ୍ରାଜୁଲେସନ୍ ଭାଇ, ପାର୍ଟି ଟା କେବେ ଦ‌ଉଛ ?

ବଟୁ ସେମିତି ହସି ହସି କହିଲା, ଆରେ ମୁଁ ପାର୍ଟି ତ ଦେବି ତା ପୂର୍ବରୁ ମୋ କଥା ଟିକିଏ ଶୁଣ । ମୁଚୁକୁନ୍ଦିଆ ହସର ପ୍ରଭାବ ସମସ୍ତଙ୍କୁ ଆନ୍ଦୋଳିତ କରୁଥାଏ । ଆଉ ଏହାର ଝଲକ ସମସ୍ତଙ୍କ ଓଠରେ ପ୍ରକାଶ ହେଉଥାଏ। ତାଳଗଛ ମହାନ୍ତି ଆରମ୍ଭ କଲେ, ହ‌ଉ ଭାଇ ଏଥର ଶୁଣେଇବା ହେଉ ଶ୍ରୋତା ମଣ୍ଡଳୀ ବହୁତ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଆପଣଙ୍କର ମୁଖ ନିଶୃତ ବାଣୀକୁ ହୃଦୟଙ୍ଗମ କରିବା ପାଇଁ । ଆଜିଠାରୁ ଆପଣ ଆମ ଅଞ୍ଚଳ ପାଇଁ ପ୍ରେରଣାର ସ୍ରୋତ ପାଲଟି ଯିବେ ଆଉ ମୋ ଭଳି କେତେ ଜଣ ନିଜ ଘରୁ ଆପଣଙ୍କ ଉଦାହରଣ ପାଇ ତାଡନା ର ଶିକାର ହେବେ ।


ନା ନା ସେମିତି କିଛି ହବନି । ଶୁଣ.......


ଆଜି ଭାଇବା ଦବାକୁ ଅଫିସରେ ପହଁଚିଲି। ସେଠାରେ କ୍ୱଆଲିଫାଏ କରିଥିବାର ପିଲା ସଂଖ୍ୟା କମ୍ ଥିଲା, ଖୁସି ବି ହେଇଗଲି । ଜଣଙ୍କ ପରେ ଜଣେ  ପରୀକ୍ଷା ଦେଇ ଯାଉଥାନ୍ତି । ମୋ ପାଳି ବି ଆସିଲା ଭାଇବା ପରୀକ୍ଷା ନେବାକୁ ଜଣେ ଦକ୍ଷିଣ ଭାରତୀୟ ଥିଲେ। ମୋତେ ଦେଖି କହିଲେ, ଆସନ୍ଟୁ,ବସନ୍ଟୁ । ମୋତେ ତାଜୁବ୍ ଲାଗୁଥିଲା, ଜଣେ ନନ୍ ଓଡ଼ିଆ ତାମିଲନାଡୁର ବ୍ୟକ୍ତି ଏଭଳି ସୁନ୍ଦର ଓଡ଼ିଆ କହୁଛନ୍ତି । ମୁଁ ଭାବୁଥିଲି ମୋତେ ଇଂରାଜୀରେ ପଚାରିବେ ବୋଲି।


ପୁଣି କହିଲେ, "ଆପଣଙ୍କର ପିଟା କେମିଟି ଅଛନ୍ତି ? କହିଲି ବର୍ଷେ ହବ ଗଲେଣି । ମୋ ଉତ୍ତର କୁ ଅପେକ୍ଷା ନ କରି ନନ୍ ଷ୍ଟପ୍ କହି ଚାଲିଲେ, ମୁଁ ଟାଙ୍କୁ ଜାନେ । ସେ ଖୁବ୍ ଭଡ୍ର ଲୋକ । ଟୁମେ ଟାଙ୍କର ଉଟ୍ଟମ ସଣ୍ଟାନ, ଆପଣଙ୍କୁ ନିଯୁକ୍ତ କଡିବି ବୋଲି ମନେ ମନେ ସ୍ଥିର କରିଛି ‌ ଆପଣ କାର୍ଯ୍ୟରେ ଯୋଗ ଡେବାକୁ ପ୍ରସ୍ଟୁଟ କି ନାହିଁ ? ମୁଁ କାଲି ନିଯୁକ୍ଟି ପଟ୍ର ଦେବାକୁ ପ୍ରସ୍ଟୁଟ ।"


ଯେମିତି ପ୍ରଚାର ଗାଡ଼ି ନନ୍ ଷ୍ଟପ୍ କହି ଚାଲିଥାଏ କାହାକୁ ଭୃକ୍ଷେପ ନକରି, ସେମିତି ସେ ମୋ ଆଗରେ ମାଡିଗଲେ ଚାରି ନମ୍ବର ଗିଅର ପକେଇ। ମୁଁ ଶେଷ କଷ୍ଟମର ଥିଲି , ଗଲା ବେଳେ ଲମ୍ବା ହସଟିଏ ଦେଇ ହାଣ୍ଡସେକ କରି ବାହାରିଗଲେ । ଏତେଦିନ ଧରି ଚାପି ରଖିଥିବା କୋହ ମୋ ଆଖିରୁ ଦୁଇ ଧାର ହୋଇ ଲୁହ ବହିଗଲା । ଭଗବାନଙ୍କୁ ଅଜସ୍ର ଧନ୍ୟବାଦ ଦେଲି ଭାବିଲି, କିଏ ଜଣେ କହିଛନ୍ତି ଅପେକ୍ଷାର ଫଳ ମିଠା ମିଠା । ଉପସ୍ଥିତ ଶ୍ରୋତା ମଣ୍ଡଳୀ ସମସ୍ତେ ଫ୍ଲାସବ୍ୟାକ୍ ରେ ବିଚରଣ କରୁଥାନ୍ତି । ତାଳଗଛ ମହାନ୍ତି ଆରମ୍ଭ କଲେ, ପରେ କ'ଣ ହେଲା ଭାଇ ?


ବଟୁ ଭାଇ କହିଲେ, ସେ ଗଲାପରେ ତାଙ୍କ ଟେବୁଲ୍ ଉପରେ ଥିବା ନାଲି ରଙ୍ଗର କାଗଜଟି ଉପରେ ନଜର ପଡିଲା, ତାକୁ ଆଣି ଦେଖିଲି........ ଇଂରାଜୀ ରେ ଲେଖା ହେଇଛି, ଆସନ୍ଟୁ, ବସନ୍ଟୁ, । ଆପଣଙ୍କ ପିଟା ଜଣେ ଭଡ୍ର ଲୋକ, ମୁଁ ଟାଙ୍କୁ ଜାନେ । ମୁଁ ଟୁମକୁ ନିଯୁକ୍ଟି ଡେବି........ ଇତ୍ୟାଦି ଇତ୍ୟାଦି । ଏଗୁଡିକ ପଢିଲା ପରେ ମୋ ମୁଣ୍ଡ ଝାଇଁ ଝାଇଁ ହେଇଗଲା ସେତିକିବେଳେ ସେ ରୁମ୍ କୁ ପଶିଆସିଲେ ଷ୍ଟେନୋ ବାବୁ । ମୋ ହାତରେ କାଗଜଟି ଦେଖି ସାମାନ୍ୟ ହସି କହିଲେ, ଏଇଟିକୁ ମୁଁ ଲେଖିଥିଲି ଉପରୁ ଅର୍ଡର ଥିଲା । ମୋତେ ଆଉ ବୁଝିବାକୁ ବାକି ନ ଥିଲା ଯେ ସମାନ ଉତ୍ତର ସବୁ ପରୀକ୍ଷାର୍ଥୀଙ୍କୁ ମିଳିଥିବ । ପୁଣି କହିଲେ ଯିଏ ପାଇବା କଥା ସେ କେବେଠୁ ପାଇଗଲେଣି । ଏଇଟା ଗୋଟେ ଏକ୍ଜାମ୍ ଫରମାଲିଟି ସମସ୍ତଙ୍କ ଗୋଚରରେ କରାଗଲା ।


ସେଠୁ ଫେରି ନିଷ୍ପତ୍ତି ନେଲି ଚାକିରୀ ବିନା କ'ଣ ଜୀବନ ନାହିଁ । ଇଜ୍ଜତ ନାହିଁ । ହଁ ମୁଁ କରିବି । ଚାଷ କରିବି ଆରେ ମୋ ବାପା ର ଜମି ଥାଉ ଥାଉ ତାକୁ ପଡିଆ ପକେଇବି ନା... କରିବି ମୁଁ ଚାଷ କରିବି । ଆଜିର ସମାଜକୁ ଜଣେଇ ଦେବି ଚାଷ କରି ଜୀବନ ନିର୍ବାହ କରିବା ସହ ପାଞ୍ଚ ଜଣଙ୍କ ପରିବାରକୁ ପୋଷି ହେବ। ଯେତିକି ପାଠ ପଢିଥିଲି ଚାକିରୀ ପଛରେ ଦୌଡିଲି, ଏବେ ସେଇବୁଦ୍ଧିକୁ ଚାଷରେ ଲଗେଇବି । ଶ୍ରୋତା ମଣ୍ଡଳୀର ଅର୍ଦ୍ଧାଧିକ ଶ୍ରୋତା ଆମେ ବି କରିବୁ "ଚାଷ" ନାରା ଦେଇ ସେଦିନରର ସଭାକୁ ଭଙ୍ଗ କଲେ ।


Rate this content
Log in

Similar oriya story from Inspirational