Purnima Prusty

Romance

3  

Purnima Prusty

Romance

ସମ୍ପର୍କର ନୂଆ ମୁଁହ

ସମ୍ପର୍କର ନୂଆ ମୁଁହ

2 mins
196



ପ୍ରଥମ କରି କଥା ହଉ ଥାଏ ଜଣେ ଅଜଣା ମଣିଷ ସହ...


ଯାହାକୁ ଥରେ ମାତ୍ର ଦେଖିଥାଏ ସେ ବି ଅସ୍ପଷ୍ଟ ଭାବରେ... ଚରିତ୍ର ପସନ୍ଦ ଆସିଥିଲା ପ୍ରଥମ ନଜରରୁ ତଥାପି ମନ ଆଉ ହୃଦୟରୁ ଗ୍ରହଣ କରିବାକୁ କୁଣ୍ଠାବୋଧ ହଉଥାଏ,,,ସେ ମୋ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହବାକୁ ଯାଉଛନ୍ତି...ଯାହାକୁ ଜୀବନସାଥିର ଆଖ୍ୟା ଦେଇ ମୁଁ ପିନ୍ଧିବି ମଥାରେ ଟୋପାଏ ସିନ୍ଦୁର ଆଉ ହାତରେ ଦୁଇ ପଟ ନାଲି ଶଙ୍ଖା...


ସବୁ କିଛି ଅନିଶ୍ଚିନ୍ତତା ଭିତରେ ବହୁତ କିଛି ଘଟି ଚାଲିଥାଏ ମନ ଆକାଶରେ... କଥା କଥାରେ ବିତିଯାଇଥାଏ ପ୍ରାୟ ଦୁଇ ତିନି ଘଣ୍ଟା... ରାତି ଅନେକ ହେଲାଣି ତଥାପି କଥାବାର୍ତ୍ତାର ଅନ୍ତ କରିବାର ପ୍ରଶ୍ନ ଉଠୁ ନ ଥାଏ.. ନା ମୋ ତରଫରୁ ନା ତାଙ୍କ ତରଫରୁ...ତାପରେ କାଲି କଥା ହେବା କହି ସେ msg କରିବା ବନ୍ଦ କରି good night କହି ଇତି କରିଦେଲେ ସେ ଦିନର କଥାବାର୍ତ୍ତାକୁ...


ୟା ଭିତରେ ଚାରି ଦିନ ବିତି ଯାଇଥାଏ ଏମିତି କଥା ଚାଲି ଥାଏ.. କଣ କରୁଛ.. କଣ ଖାଇଛ... କେମିତି ଅଛ... ଘରେ ସବୁ କଣ କରୁଛନ୍ତି... ଇତ୍ୟାଦି ଇତ୍ୟାଦି....


ଅତ୍ୟଧିକ ଭାବ ପ୍ରବଣତା ପାଇଁ ମୁଁ ନିଜକୁ ଆୟତ୍ତ କରିବା ଉଦ୍ଦେଶ୍ୟରେ ତାଙ୍କୁ କହି ଦେଲି ଆଉ ତମ ସହ କଥା ହେବିନି... ସେ ପଚାରିଲେ କଣ ହେଲା.. କାଇଁ କଥା ହବନି... ମୁଁ କହିଲି କଥା ହେବିନି ବାସ୍ କଥା... ହେବି ହିଁ ନାହିଁ...ଏତିକି କହି phone କୁ ନିଜ ଠାରୁ ଦୂରେଇ ଦେଇ ଶୋଇ ଗଲି ଅଚିନ୍ତା ନିଦରେ...


ନିଦ ଭାଙ୍ଗିଲା ପ୍ରାୟ ରାତି ଦୁଇଟା ବେଳକୁ... ଦେଖେ ତ phone ରେ ତାଙ୍କ msg ଆସିଛି... ସେଇ ରାତିରେ ହିଁ ତାର reply ଦେଇ ପକେଇଲି ଅପେକ୍ଷା ନ କରି ସକାଳକୁ....


ହୃଦୟ କାନ୍ଦି ପକେଇଲା ଯେତେବେଳେ ସେ reply ପାଇ ସାଙ୍ଗେ ସାଙ୍ଗେ msg କରି କହିଲେ... ଶୋଇବା ଆଗରୁ କହିକି ତ ଶୋଇବାର ଥିଲା ନା... ମୁଁ Wait କରିଥିଲି ତମ msgର.. ଆଉ ତମେ....


ମୁଁ ନିଜକୁ କ୍ଷମା କରି ପାରୁ ନଥାଏ... କଣ ଆମର ସମ୍ପର୍କ.. ଏବେ ଯାଏ ମୁଁ କଣ ହେଇ ପାରିଛି ଯେ ତାଙ୍କର... ମତେ ଭଲରେ ଚିହ୍ନି ବି ନାହାନ୍ତି... ତଥାପି ଅପେକ୍ଷା କରିଛନ୍ତି ଏତେ ରାତି ଯାଏ ମୋ msg ଟିକିଏ ପାଇଁ...


ସତରେ କଣ ମୋ ପ୍ରତି ଏତେ ଭଲ ପାଇବା ଅଛି ତାଙ୍କ ମନରେ... ଥରେ ମାତ୍ର ଦେଖା ଆଉ କେଇ ପଦ କଥା ସେ ପୁଣି phone ଆଉ msgରେ... ଏଥିରେ କଣ ଜଣେ ଏତେ ନିଜର ହେଇ ପାରେ...


ରାତି ସାରା ଆଖି ଖୋଲା ରଖି ଭାବୁଥାଏ ତାଙ୍କ ବିଷୟରେ...ପ୍ରଶ୍ନ କରୁଥାଏ ମନେ ମନେ ଏଇ କଣ ଭଲ ପାଇବା....



Rate this content
Log in

Similar oriya story from Romance