STORYMIRROR

Purnima Prusty

Others

2.5  

Purnima Prusty

Others

ସେଇ ସକାଳ

ସେଇ ସକାଳ

1 min
662


ଆଜିବି ଅଭୁଲା ସେଇ ସକାଳ ର ଦୃଶ୍ୟ.. ଗୋଟେ ଅଭୁଲା ଆଉ ଚିର ସ୍ମରଣୀୟ ସକାଳ ର ଦୃଶ୍ୟ..

ଯୋଉ ଦିନ ଶିଳା ଗାଁ ଛାଡି ସହର ଆସିଗଲା ତା ବାପା ଙ୍କ ସହିତ... ଘରର ଅଯଥା ଅଶାନ୍ତି ଆଉ ଗଣ୍ଡଗୋଳ ପାଇଁ ଦୁରେଇ ବାକୁ ପଡିଲା ତା ଦେବତା ପରି ଜେଜେ ଆଉ ସ୍ନେହୀ ମା ନିକଟରୁ... ଅଧା ରାତିର ଟିକେ ଭୁଲ ବୁଝାମଣା ପାଇଁ ଘରେ ଆରମ୍ଭ ହୋଇଥିଲା ମହାଭାରତ... ସକାଳୁ ସକାଳୁ କିଛି ବୁଝିବା ଆଗରୁ ହିଁ ସ୍ଥିର ଥିଲା ସେମାନେ ଗାଁ ଛାଡି ଆସିବେ । ସହର କୁ ଯାହା ତା ବାପାଙ୍କ ନିଷ୍ପତ୍ତି ଥିଲା.... ବୋଉ ର ସହମତି ମଧ୍ୟ । କେତେ ବା ବୟସ ତାର 3/4ହେବ । ଜେଜେ କୁଆଡେ ପଳେଇ ଗଲେ ଦର୍ଶନ ଦେଲେ ନାହିଁ... ମା କଥା ଛାଡ଼ ।

ପୁଣି ଗୋଟେ ସକାଳୁ ସେ ସହର କୁ ଆସିବା ପରେ ପ୍ରଥମ କରି ଗାଁ କୁ ବୁଲିବାକୁ ଯାଇଥିଲା ବାପା ଙ୍କ ସହିତ । ଜେଜେ ତାକୁ କୋଳେଇ ନେଇ କେତେ କାନ୍ଦିଲେ... ଏଇ କାନ୍ଦିବା ଭିତରେ ସେ କାଶି କାଶି ବେଦମ ହେଇ ପଡିଲେ । ଆଉ କିଛି ଖଙ୍କାର ବାହାରି ପଡିଲା ଯାହା ଶିଳା ର ଗୋଡ଼ ଉପରେ ପଡିଗଲା.... ଶିଳା ରାଗିଗଲା ।

"ହେ ଛାଡ଼ ଜେଜେ..... ମୁଁ ମୋ ଗୋଡ଼ ସଫା କରିବି କଣ କଲ ତୁମେ... ଛି... "

ସବୁକିଛି ସ୍ମୃତି ଆଜି ଶିଳା ପାଇଁ...

ହୁଏତ ଜେଜେ... ମା... କାଶ୍ ଆଜି ତା ପାଖରେ ଥାନ୍ତେ କି.... ତା ଅବୁଝା ବୟସରେ ତାକୁ ଛାଡି ଚାଲିଗଲେ...

ଗୋଟେ ଶ୍ରେଷ୍ଠ ଉପହାର ଦେଇ....

..... "ବାପା "....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍