STORYMIRROR

Purnima Prusty

Tragedy Inspirational Others

3  

Purnima Prusty

Tragedy Inspirational Others

ହୁଗୁଳା ସମ୍ପର୍କ

ହୁଗୁଳା ସମ୍ପର୍କ

2 mins
174


ଉଜୁଡି ଯାଉଥାଏ ମୋର ସ୍ୱପ୍ନର ମହଲ ମୁଁ ଖାଲି ଯାହା ନୀରବ ଦର୍ଶକ ହେଇ ଦେଖୁଥାଏ କ'ଣ ବିତିଯାଉଛି ମୋ ସହିତ ହଜାର ପ୍ରଶ୍ନ ଆନ୍ଦୋଳିତ କରୁଥାଏ ମୋର ଛୋଟ ମସ୍ତିଷ୍କ ଟିକୁ ।


ନବ ବଧୂ ବେଶରେ ପ୍ରଥମ କରି ଯେବେ ସତ୍ୟ ଙ୍କ ଘରେ ପାଦ ଦେଇଥିଲି ମନରେ ଅସୁମାରୀ ସ୍ୱପ୍ନ ଆଖିରେ ଝଲସି ଯାଉଥିଲା ।ସେଇ ସତ୍ୟ ଯାହାକୁ ମୁଁ ଜୀବନ ସାଥି ଭାବରେ ପାଇବାକୁ ଅପେକ୍ଷା କରିଥିଲି ଦଶ ବର୍ଷ ହବ ତାଙ୍କୁ ମୁଁ ପାଇଛି ନିଜ ହାତ ପାପୁଲିରେ ମୋ ଜୀବନ ଆଶାକର ଚାନ୍ଦ ଦଶ ବର୍ଷର ସମ୍ପର୍କ ଆଜି ଏକ ନୂଆ ପରିଚୟ ପାଇଛି ସେ ମଧ୍ୟ ସେତିକି ଆନନ୍ଦ ଯେତିକି ମୁଁ ଥିଲି ।


ଏ କି ବିଡମ୍ବନା ଭାଗ୍ୟର କାଇଁକି ବଦଳି ଗଲେ ମୋ ସତ୍ୟ କି ଭୁଲ୍ ମୁଁ କରି ଦେଲି ତାଙ୍କ ପାଖରେ କାଇଁକି ପର କଥା ସବୁ ରେ ଆସି ମତେ କରିଦେଲେ ତାଙ୍କ ଠାରୁ ଦୂର ସତ୍ୟ ଏମିତି ନ ଥିଲେ । ଇୟେ କଣ ସେଇ ସତ୍ୟ ଯିଏ ମତେ କେବେ ଅଲଗା କରିବନି ବୋଲି କଥା ଦେଇଥିଲେ । ଯିଏ ଜୀବନ ରାସ୍ତାର ସବୁ କଣ୍ଟା ସଫା କରି ମୋ ବାଟରେ ଫୁଲ ବିଛେଇ ଦେବାକୁ ପ୍ରତିଶୃତି ଦେଇଥିଲେ । ନାଇଁ ଇୟେ ସେ ନୁହଁ. କେବେ ନୁହଁ ଅସମ୍ଭବ ଆଖି ଉଠେଇ ଅନେଇ ପାରୁନଥାଏ ନିଜ ମା ବାପାଙ୍କୁ ବାପା ମା ଙ୍କ ଅନିଚ୍ଛା ସତ୍ୱେ ମୁଁ ସତ୍ୟ ଙ୍କ ହାତ ଧରିଥିଲି । କିନ୍ତୁ ସେଇ ଆଜି ଜୀବନ ଆରମ୍ଭ ହେବା ଆଗରୁ ହିଁ ମତେ ଏକା କରିଦେଉଛନ୍ତି ।ତାଙ୍କ ମା,ବାପା,ଭାଇ, ଭଉଣୀ, ଭାଉଜ, ସମସ୍ତେ ତାଙ୍କ ମନରେ ମୋ ପାଇଁ ବିଷ ଭରିଦେଇ ମତେ ତାଙ୍କ ଠାରୁ ଅଲଗା କରି ଦେଉଛନ୍ତି ।


ଆଖି ବନ୍ଦ କରି କିଛି ସମୟ ବସି ପଡିଲି ସେଇ କୋର୍ଟ ର ଦୁଆର ଆଗରେ କଣ ନିଷ୍ପତି ହବ ଜର୍ଜ ସାହେବ ଙ୍କର କି ନ୍ୟାୟ ମିଳିବ ମତେ ।


ସତ୍ୟ ଥରଟିଏ ବି ମତେ ଚାହିଁଲେନି ଜାଣିନି କଣ ଚାଲିଥିଲା ତାଙ୍କ ମନ ଭିତରେ କୋର୍ଟ ର ନିଷ୍ପତି ଆସିଲା ଆମେ ଦୁହେଁ ଅଲଗା ହେଇଯିବୁ ।ତଥାପି ସତ୍ୟ ନୀରବ ପଦେ ଟିଏ ଅଭିଯୋଗ କରିଲେନି ।ହୃଦୟର କୋହ କୁ ଚାପି ଲୁହ ସବୁ ଅଟକେଇ ଦେଇଥିଲି ସେ ଆଖି ପଲକ ଭିତରେ ଆଉ ମୁଁମଧ୍ୟ କିଛି ନ କହି ପଳେଇ ଆସିଲି ମୋ ଭାଇ ସହ ଘରକୁ ଭାବିଥିଲି କେବେ ଅସୁବିଧା ନେଇ ଫେରିବିନି ସଵାରୀ ଘରୁ ଉଠିଲା ଆଉ କୋକେଇ ସତ୍ୟ ଙ୍କ ଅଗଣାରୁ ଉଠିବ ହେଲେ ସତ୍ୟ ମତେ ଜିଅନ୍ତା ଶବ କରିଦେଲେ ଜିଅନ୍ତା ଶବ ତରକାରୀ ରେ ଲୁଣ ସିନା କୌଣସି ରଙ୍ଗ ଦେଇ ପାରେନି କିନ୍ତୁ ତାକୁ ସ୍ୱାଦ ବିହୀନ କରିଦିଏ ଯେମିତି ସେମିତି ହିଁ ସତ୍ୟ ଙ୍କ ବିନା ମୋ ଜୀଵନ ସ୍ୱାଦ ବିହୀନ ପୁଣି ବିନା ହଦଳୀ ରେ ତରକାରୀ ଯେମିତି ରଙ୍ଗ ବିହୀନ ସେମିତି ହିଁ ମୋ ଜୀବନ ସତ୍ୟ ଙ୍କ ବିନା ରଙ୍ଗ ବିହୀନ ।



ସେଇଦିନ ମୁଁ ହାରିଗଲି ନିଜ ବାପା ମା ଙ୍କ ସ୍ନେହ ଆଗରେ ଯିଏ କୋଳେଇ ନେଲେ ପୁଣି ଥରେ ମତେ ଆଉ କେବେ ଅନୁଭବ ହେବାକୁ ଦେଲେନି ଯେ ମୋ ଜୀବନରେ ଏମିତି ଗୋଟେ ଝଡ଼ ଆସି ଚାଲିଗଲା । ସତରେ ବାପା ମା ସବୁବେଳେ ପିଲାର ହିତରେ ଥାଆନ୍ତି..ଯେତେବି ଭୁଲ୍ ଥାଉ ସବୁ କ୍ଷମା ଦେବାର ଧର୍ଯ୍ୟ କେବଳ ବାପା ମା ଙ୍କ ପାଖରେ ହିଁ ଥାଏ ।ଜୀବନକୁ ନୂଆ କରି ବଞ୍ଚିବାର ଚେଷ୍ଟାରେ ଆଜି ବି ମୁଁ ଚେଷ୍ଟିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy