Purnima Prusty

Others

5.0  

Purnima Prusty

Others

ବିରହ

ବିରହ

2 mins
540


ଜୀବନ ଗୋଟେ ବିଚିତ୍ର ପୁଅ ର ଯିଏ କେବେବି କିଛି ହାସଲ ପାଇଁ ଚେଷ୍ଟା କରେନି ଚାହିଁ ବସିଥାଏ ଭାଗ୍ୟ ଆଉ ଭଗବାନଙ୍କ ବିଚାର କୁ ସଦା ସର୍ବଦା.... ତା ଜୀବନରେ ପ୍ରେମ କହିଲେ .....ପ୍ରକୃତିର ସୁନ୍ଦରତା , ଜୀବଜନ୍ତୁ ଙ୍କ ପ୍ରତି ଦୟା , ଜୀବନରେ ଛୋଟ ଛୋଟ ମୁହୂର୍ତରେ ବିତାଉ ଥିବା ସ୍ମୃତି ସବୁ କୁ diary ରେ ଲେଖୁଥିବା diary ରେ ସୀମିତ... ସ୍ୱାଭିମାନ କୁ ଅସ୍ତ୍ର କରି ବଞ୍ଚୁଥିବା ବ୍ୟକ୍ତି... ନାମ ସ୍ଵପ୍ନେଶ୍...

ଆରମ୍ଭ....

ସ୍ବପ୍ନ ଦୁନିଆ ରେ ସବୁବେଳେ ନା କାହାର ରାଗର ପ୍ରଭାବ ପଡେ ନା କାହାର ଅଭିମାନ କୁ ଖାତିର ତାଙ୍କର... ତା ର ଅର୍ଥ ନୁହେଁ ସେ ମଣିଷକୁ ଭଲ ପାଆନ୍ତି ନାହିଁ... ମଣିଷ କୁ କିପରି ଆପଣାର କରିବାକୁ ହୁଏ ତାଙ୍କଠୁ କେହି ଅଧିକ ଜାଣନ୍ତି ନାହିଁ...ସେ କାହାର (କୋଉ ଝିଅର )ପ୍ରେମରେ ପଡି ଜୀବନକୁ କଷ୍ଟ କି ବିରହ ରେ ବିତାଇବାକୁ ପସନ୍ଦ କରନ୍ତି ନାହିଁ... ଯିଏ ତାଙ୍କ ନିକଟରେ ପ୍ରେମର ପ୍ରଶଂସା କରେ ସେଠାରୁ ନିଜକୁ ଦୂରେଇ ରଖନ୍ତି ସ୍ଵପ୍ନେଶ୍....ଶାନ୍ତ ସରଳ ଭାବରେ ପ୍ରେମ ପାଇଁ ଉତ୍ତର ଥାଏ ପ୍ରେମ ଗୋଟିଏ ଅଢେଇ ଅକ୍ଷର ଶବ୍ଦ ନୁହେଁ ଖାଲି କି ଯାହା ସହିତ ବୋଲି ତା ସହିତ ହେଇ ଯିବ... ପ୍ରେମ ତ ଶାଶ୍ୱତ, ସତ୍ୟ, ଚିରନ୍ତନ, ଅମର, ଅବିନାଶ, ଇତ୍ୟାଦି... ଇତ୍ୟାଦି...

କିନ୍ତୁ ପ୍ରେମ ଗୋଟେ ଏଭଳି ରୋଗ ଯାହା କାହାକୁ ଛାଡ଼ିଛି କି ସ୍ଵପ୍ନେଶ୍ ଙ୍କୁ ଛାଡ଼ିଦେବ....????

ଶେଷରେ ସେ ବି ପଡିଗଲେ ପ୍ରେମର ଜ୍ୱଳନ୍ତ ଯଂଜ୍ଞ କୁଣ୍ଡରେ ଗୋଟେ ସ୍ୱାର୍ଥପର ଝିଅ ସହିତ... ଯିଏ ପ୍ରେମ କହିଲେ ବୁଝେ ଖାଲି ଖେଳ... ସମୟ ବିତାଇବା ର ମାଧ୍ୟମ ମାତ୍ର...ଏଇ ସବୁ ବିଷୟରେ ଜାଣିବା ପୂର୍ବରୁ ହିଁ ସେ ପଡ଼ିଥିଲେ ସେ ଝିଅର ପ୍ରେମରେ...।

ସେଦିନ ଥାଏ ପବିତ୍ର କୁମାରପୁର୍ଣିମା ସେ ଉତ୍ସବ ରେ ପ୍ରଥମେ ଦେଖିଥିଲେ ସ୍ଵପ୍ନେଶ୍ ପ୍ରୀତି କୁ...ନାମ "ପ୍ରୀତି " ଭଲ ପୀରତି ଜଣା ତାକୁ ।

ହା ହା ହା...

ଏଇ ଭିତରେ ସ୍ଵପ୍ନେଶ୍, ପ୍ରୀତି ର ପ୍ରେମରେ ପାଗଳ ପାଲଟି ସାରିଥିଲେ... ତାର ସମସ୍ତ ଗୁଣ ଗାରିମା ଜାଣି ମଧ୍ୟ ଟିକେ ହେଲେ ଅବଶୋଷ ନାହିଁ ମନରେ... ଏଇ କଷ୍ଟ, ଯନ୍ତ୍ରଣା ତାଙ୍କୁ ସଜେଇ ଦେଲା ବିରହୀ କବି... କବିତା ଲେଖି ଚାଲିଲେ ବିରହର... ଯାହା ଟିକେ ବି ସ୍ପର୍ଶ କରି ପାରିଲା ନାହିଁ ପ୍ରୀତି ର କଠୋର ହୃଦୟକୁ...

ସେ ସେଥିପାଇଁ ବି ଖୁସି କାରଣ ସେ ଚାଁହୁଥିଲେ କାହା ପ୍ରେମରେ ନ ଫସିବା ପାଇଁ କେବେ... କିନ୍ତୁ ଭାଗ୍ୟରେ ଥିଲା ଫସିଗଲେ... ନୂଆ ଏକ ପରିଚୟ ମିଳିଲା ଗୋଟେ "ବିରହୀ କବି".....

ସ୍ଵପ୍ନେଶ୍ ଙ୍କ ପ୍ରେମ ଥିଲା ସଚୋଟ, ନିସ୍ଵାର୍ଥପର, ଟିକେ ହେଲେ ଛଳନା ନାହିଁ କି ନାହିଁ ଟିକେ ହେଲେ ଆବିଳତା....

ସେ ଝିଅ ପ୍ରୀତି କିପରି ନିଜ ଜୀବନକୁ ଖୁସିରେ ବିତାଇ ପାରିବ???....

କଥାରେ ଅଛି କ୍ଷୀର ଉତୁରିଲେ ଚୁଲିକୁ ଯାଏ ମଣିଷ ଉତୁରିଲେ... ପ୍ରତେକ ଜାଣନ୍ତି.....

ଗୋଟେ ବଦମାସ ହାବୁଡରେ ପଡି ନିଜ ଇଯତ ସହିତ ଜୀବନ ମଧ୍ୟ ହରେଇ ବସିଲା ପ୍ରୀତି...

ବିରହୀ ସବୁବେଳେ ବିରହୀ... ବିରହୀ ର ଜୀବନରେ ଖୁସି କୋଉଠି ଅଛି.....???

ସେମିତି ବିରହରେ ଲେଖିଚାଲିଲେ କବିତା ଆଉ କାହାଣୀ.... ପ୍ରତିଷ୍ଠିତ ଆଜି ସେ କେବଳ ପ୍ରୀତି ର ବିରହ ପ୍ରେମ ପାଇଁ.।

TRUE LOVE NEVER BE END

HOW CAN BE ITS HAPPY END?????....

......The end.....


Rate this content
Log in