ବିଲାତି କୁକୁର...
ବିଲାତି କୁକୁର...
ବାସୁ ବାବୁ ଜଣେ retired professor, ଭାରି ବଡ଼ ଲୋକ ସେ, ଧନ ସମ୍ପତିରେ ଉଣା ନାହିଁ, ଗାଁରେ ତାଙ୍କର ଭାରି ନାଁ, ଯାହାର ଯାହା ବି କିଛି ସମସ୍ୟା ହଉନା କାଇଁକି ସେ ହିଁ ସବୁ ସମାଧାନ କରିଦିଅନ୍ତି, ତାଙ୍କର ପ୍ରତି କଥା ଲୋକଙ୍କ ପାଇଁ ବେଦର ଗାର ପରିକା, ଗାଁର କୌଣସି ବି ସମସ୍ୟା ଦିନେ ହେଲେ ଗାଁ ଡେଇଁ କଚେରୀ ଯାଏ ଯିବାକୁ ସେ କେବେ ଦେଇ ନାହାନ୍ତି, ସେଥିପାଇଁ ସମସ୍ତେ ତାଙ୍କୁ ଭାରି ଭଲ ପାଆନ୍ତି,
ଦୁଇ ପୁଅ ବଡ଼ ବଡ଼ companyରେ engineer ଅଛନ୍ତି, ସେମାନେ ତାଙ୍କ ତାଙ୍କ ସଂସାର ଧରି ଯିଏ ଯାହା ବାଟରେ ହସ ଖୁସିରେ ରହନ୍ତି, ଝୁଅ ଟିକ ବାହା ଦେଇ ବାସୁ ବାବୁ ବି ଭାରି ଆନନ୍ଦରେ ରହିଥାନ୍ତି ନିଜ ଧର୍ମପତ୍ନୀ ପ୍ରଭାତୀ ସହ, ତାଙ୍କ ପତ୍ନୀ ଜଣଙ୍କ ବି ଭାରି ସରଳ ସ୍ୱଭାବର, ଦୁଇ ଜଣଙ୍କ ଭିତରେ ଭାରି ଭଲ ବୁଝାମଣା ରହି ଆସିଛି, ବୈବାହିକ ଜୀବନର ଆରମ୍ଭ କାଳରୁ ନେଇ ଆଜି ଯାଏ, ବାର୍ଦ୍ଧକ୍ୟର ଶେଷ ସୋପନରେ ବାସୁ ବାବୁ ଚିନ୍ତା କଲେ ଗୋଟେ ବିଲାତି କୁକୁର ଆଣି ଘରେ ରଖିବେ, ଏକୁଟିଆ ରହି ଭାରି ବିରକ୍ତ ଲାଗୁଥିଲା କୁକୁରଟେ ରହିଲେ ତା ସହ ଖେଳି ଟିକିଏ ସମୟ ଅତିବାହିତ ହବ, ତାର ଭୋ ଭୋ ରାବରେ ଘରର ଶୂନଶାନ ପରିବେଶ ବି ଗହଳ ଚହଳରେ ଭରି ଯିବ,
ଶେଷରେ ଗୋଟେ ବିଲାତି କୁକୁର ଛୁଆଟେ କିଣି ଆଣିଲେ ବାସୁ ବାବୁ ୫୦୦୦ ଟଙ୍କା ମୁଲ୍ୟରେ, କୁକୁରଟି ବେସ୍ ମନ ଲୋଭା, ଦେଖିଲେ ହିଁ ମନ ଖୁସି ହେଇଯିବ ଭାରି କଉତୁକିଆ କୁକୁରଟେ ଆଣିଥିଲେ ବାସୁ ବାବୁ,
ସକାଳୁ ଉଠି କୁକୁରକୁ ଧରି ବାହାରି ଗଲେ morning workରେ ବାସୁ ବାବୁ,
କୁକୁରଟି ଆଗେ ଆଗେ ଦୌଡ଼ି ଯାଉଥାଏ ବାସୁ ବାବୁଙ୍କ ହାତରୁ chairnଟି ଖସି ଯିବା ଭୟରେ ବାସୁ ବାବୁ ବି ଦୌଡ଼ି ଯାଉ ଥାନ୍ତି କୁକୁର ପଛରେ, କୁକୁର ଭାବୁ ଥାଏ କାଳେ ତାର ପୁରୁଣା ମାଲିକ ମିଳିଯିବ, କାଳେ ତାର ମା ସହ ଦେଖା ହେଇଯିବ, କାଳେ ତାର ସାଙ୍ଗ କେହି ମିଳିଯିବ,
ଏୟା ଭାବି ଦୌଡ଼ି ଯାଉଥାଏ କିନ୍ତୁ କେହି ମିଳିଳେନି ଶେଷରେ ଭୁକି ଭୁକି ଫେରି ଆସୁଥାଏ ବାସୁ ବାବୁଙ୍କ ପାଖକୁ, ବାସୁ ବାବୁ ଭାବିଲେ ବୋଧେ କୁକୁରକୁ ଭୋକ ଲାଗିଲାଣି ତାକୁ ଖାଇବା ଦରକାର, ଘରକୁ ଆଣି ଦମିକିଆ ବିସ୍କୁଟ ଖାଇବାକୁ ଦେଲେ, କିନ୍ତୁ କୁକୁରଟି ସେମିତି ଭୁକି ଚାଲିଲା, ସେ ମାଗୁଥାଏ ତା ମାକୁ କାରଣ ସେ ସକାଳୁ ତାର ମାଆର କ୍ଷୀର ହିଁ ଖାଏ ପ୍ରତିଦିନ, ବାସୁ ବାବୁ ମାଂସ କିଣି ଆଣି ଦେଲେ ତଥାପି ଖାଇଲାନି ସେ କୁକୁର ଛୁଆଟି, ବାସୁ ବାବୁ ବହୁତ ଉପାୟ କଲେ କୁକୁରକୁ ଶାନ୍ତ କରିବାକୁ ହେଲେ କୁକୁର ଭୁକିବା ବନ୍ଦ୍ କଲାନି ଜମା ବି,
ବାସୁ ବାବୁ ବହୁତ ଦୁଃଖ କଲେ କିନ୍ତୁ କୁକୁରର ଭାଷା ବୁଝି ପାରିଲେନି,
କୁକୁରଟି ଭୁକି ଭୁକି ଖୋଜି ଚାଲିଥିଲା ତାର ମାଆକୁ, ପୁରୁଣା ମାଲିକକୁ ସେ ମାଲିକର ପିଲାମାନଙ୍କୁ ଆଉ ତାର ସାଙ୍ଗ ସାଥିମାନଙ୍କୁ, ଭୁକି ଭୁକି ତାର ଦେହ ଅସୁସ୍ଥ ହେଇଗଲା ତଥାପି ବାସୁ ବାବୁ ଅଜଣା ରହିଲେ କାଇଁ ଭୁକୁଛି ଛୁଆ କୁକୁରଟି, doctor ଡାକି ସୁସ୍ଥ କରିଲେ କୁକୁର ଛୁଆକୁ, ସୁସ୍ଥ ହେଲା ପରେ ଛୁଆ କୁକୁରଟି ଆଉ ଭୁକିଲା ନାହିଁ, ବାସୁ ବାବୁ ଯାହା ଦେଲେ ଖାଇଲା ବିଲକୁଲ୍ ପୋଷା ମନିଗଲା ବାସୁ ବାବୁଙ୍କର, ବାସୁ ବାବୁ ବି ଭାରି ଖୁସି ହେଇଗଲେ, ତାଙ୍କୁ ଗୋଟେ ସାଙ୍ଗ ମିଳିଲା ବୁଢା ବୟସ ରେ, ପ୍ରଭାତୀ ଦେବି ଆସି କହିଲେ, ହେଇ ଦେଖିଲ ତମେ ଜାଣିଲ ନା ନାହିଁ ସେ ଛୁଆ କୁକୁରର ପେଟ କାଟୁଥିଲା କି କଣ ଆଉ, ସେଥିପାଇଁ ସେ ଭୁକି ହଉଥିଲା, ତମେ ତ ତାକୁ ଏମିତି ଗରିଷ୍ଠ ଖାଇବା ଦବ ସେ ଛୁଆ କୁକୁରଟା କଣ ହଜମ କରିପାରିବ ହାଁ, କହିଲ ଦେଖି, ଅତି ଗୋଟେ ଉଁ, କହିକି ନାକ ଲମ୍ବେଇ ଚାଲି ଗଲେ ରୋଷେଇ ଘରକୁ, ବାସୁ ବାବୁ ସବୁ ଶୁଣି ହସିଦେଲେ ଆଉ କୁକୁର ସହ ଖେଳରେ ମଜିଗଲେ, ବାସ୍ତବତା କିଛି ଭୁର୍ନ ଏଠି, କୁକୁର ଦେଖିଲା ତାର ପୁରୁଣା ମାଲିକ ମିଳୁନି ମା ମିଳୁନି କି ସାଙ୍ଗ ସାଥି କେହି ମିଳୁନାହାଁନ୍ତି, କେତେ ଭୁକିବ ଆଉ, କିଏ ବା ବୁଝିବ ତାର ଭାଷାକୁ, ସେ ନିରବ ହେଇ ନିଜ ଭାଗ୍ୟକୁ ମାନି ନେଲା ବାସୁ ବାବୁ ଙ୍କୁ ନିଜ ମାଲିକ ଭାବି ପରିବେଶକୁ ନିଜର ମାନିନେଲା,
ଏମିତି ହିଁ ହୁଏ ଗୋଟେ ନିରୀହ ଝିଅ ଜୀବନ, ବିବାହ ପରେ ନିଜର ଦୁଃଖ କହି ନ ପାରି କାନ୍ଦେ, କେହି ବୁଝନ୍ତିନି ସେ ଲୁହ ପଛର ଦରଦୀ କଷ୍ଟକୁ, କାନ୍ଦି କାନ୍ଦି ଶେଷରେ ଏଇ ବିଲାତି କୁକୁର ପରି ଚୁପଚାପ୍ ସହି ଯାଏ ସବୁ ପରିସ୍ତିକି କି ସାମ୍ନା କରିବା ଶିଖି ଯାଏ, ଧୀରେ ଧୀରେ ଶାଶୁ ଘରର ପୋଷା ମାନି ଯାଏ, କାହାରି ମନରେ କଷ୍ଟ ଦେବାର ଉଦ୍ଦେଶ୍ୟ ଏ କାହାଣୀର ନୁହେଁ,ଗୋଟେ ତୁଳନାତ୍ମକ କାହାଣୀ ଯାହା ମନକୁ ଆସିଲା, କୁକୁର ଆଉ ଝିଅ ଜୀବନକୁ ନେଇ, କ୍ଷମା କରିଦେବେ ଯଦି କିଛି ଆଘାତ ଲାଗିଥାଏ କାହାରି ମନରେ ଏ କାହାଣୀକୁ ନେଇ,