Purnima Prusty

Inspirational Others Children

4  

Purnima Prusty

Inspirational Others Children

ସମ୍ପର୍କର ହାତ ଧରି

ସମ୍ପର୍କର ହାତ ଧରି

3 mins
293


ସେଦିନ ମୁଁ ନୂଆ କରି ଗୋଟେ ଜୀବନ ପାଇଲି ଯାହା ମତେ ଏକ ଭିନ୍ନ ପରିଚୟ ଦେଇଥିଲା ଗୋଟେ ନିଷ୍ପାପ ନିରୀହ ଆତ୍ମା କୁ ଦୁନିଆ ଦେଖେଇବାର ବିରାଟ ସୌଭାଗ୍ୟ ଦେଇଥିଲା ମତେ ଏଇ ମୋ ଭାଗ୍ୟ ଝିଅ ଟିଏ ଜନ୍ମର ପୂର୍ଣ୍ଣ ସାର୍ଥକତା ପାଇଥିଲି ଧରଣୀ ଠାରୁ ବି ଭାରି ହେଇଥିଲି ଗୋଟେ ଶିଶୁ କନ୍ୟା ର ମା' ସାଜିଥିଲି ସେଦିନ ହଠାତ ଡାକ୍ତରଖାନାରେ ପହଂଚି ultrasound କରି ଦେଖେ ତ ମୋ ଛୁଆ ପେଟ ଭିତରେ ପାଣି ବିହୀନ ମାଛ ପରି ଛଟପଟ ହଉଥାଏ ବାହାର ଦୁନିଆ ଦେଖିବା ଆଶାରେ ସ୍ୱାମୀଙ୍କ ଠାରୁ ବହୁତ ଦୂରରେ ଥାଏ ନିଜ ବାପା, ବୋଉ ସହ ଆସିଥାଏ ଡାକ୍ତରଖାନା ଡାକ୍ତର କହିଲେ ଯଥାଶୀଘ୍ର operation କରିବାକୁ ହବ ନଚେତ ପିଲା କୁ ବଞ୍ଚେଇବା ଅସମ୍ଭବ ହେଇ ପଡିବ ମୋ ବାପା, ବୋଉ କାନ୍ଦି ଅଥୟ ହେଇ ଯାଉଥାନ୍ତି ମୋ ପରିସ୍ଥିତି ନକହିଲେ ଭଲ ମୁଁ କାନ୍ଦି ବି ପାରୁ ନଥାଏ ତଥାପି ମନରେ ସାହସ ବାନ୍ଧି ରଖିଥାଏ ଆଉ ମନକୁ ବୁଝାଉ ଥାଏ ପିଲା ମୋର ଭଲ ଅଛି କିଛି ବି ହେଇନି ତାର ସ୍ୱାମୀ ଙ୍କର ପଦିଏ କଥା ମନକୁ ଆସୁଥାଏ "ମୁଁ କାହାର ଅନିଷ୍ଟ କରିନି ଯେ ମୋ ସ୍ତ୍ରୀ ଆଉ ପିଲା ର କିଛି ଅନିଷ୍ଟ ହେବ " ନିଜର କର୍ମ ଫଳ ଉପରେ ସେତିକି ଭରଷା ନ ଥାଏ ଯେତିକି ମୋ ସ୍ୱାମୀ ଙ୍କ ଏଇ କଥା ପଦେ ରେ ଭରଷା ଥାଏ

ବାପା ମୋ ସ୍ୱାମୀ ଙ୍କୁ ଖବର ଦେଲେ ଯଥାଶୀଘ୍ର ଡାକ୍ତରଖାନା ଆସ ଆମେ ଝିଅ କୁ ଆମର admit କରି ଦେଇଚୁ ମୋ ସ୍ୱାମୀ ମତେ phone ରେ କଥା ହେଇ କହିଲେ ତମେ ଯାଅ O.T. କୁ ତମର କିଛି ବି ହବନି ସବୁ ଭଲ ହିଁ ହବ ମନରେ ବହୁତ ଆଶା ଅଭିଳାଷ ଥାଏ ଯାହା ମାଟିରେ ମିଶିଯାଉଥାଏ ନିମିଷକ ଭିତରେ କେତେ କଣ ଭାବି ନ ଥାଏ ଝିଅ ଟିଏ ଏଇ ମା ହେବାର ଅଭିଜ୍ଞାତାକୁ ନେଇ O. T. କୁ ଯିବା ଆଗରୁ ଭାବିଥିଲି ସ୍ୱାମୀ ଙ୍କୁ ଟିକିଏ ଦେଖିକି ଯିବି ଛୋଟ ଖୁସି ଟିଏ ଥିଲା ଏଇଥିରେ କିନ୍ତୁ ସେଇଟା ବି ସମ୍ଭବ ହେଲାନି ମୁଁ ଗର୍ଭ ଧାରଣ କରିବାର ଜଣା ପଡିବା ମାସ ଟେ ବି ହେଇ ନ ଥାଏ ମୋ ସ୍ୱାମୀ ତାଙ୍କ କର୍ତ୍ତବ୍ୟ ସ୍ଥଳକୁ ଚାଲିଗଲେ ପେଟରେ ପିଲାର ଭାର ଧରି ଦେହର ପୀଡା ସହି ମନର ମାନସିକ ଯନ୍ତ୍ରଣା ସହି ସାତ ମାସ ଅପେକ୍ଷା କରିଥାଏ ସ୍ୱାମୀ ଙ୍କ ଆସିବା ବାଟକୁ ଛୋଟ ଅନୁରୋଧ ଟେ କରିଥିଲି ମୋ ସ୍ୱାମୀ ଙ୍କୁ ମୁଁ ଯେବେ O. T କୁ ଯିବି ତାଙ୍କୁ ଟିକିଏ ଦେଖିକି ଯିବି ଭାଗ୍ୟର ବିଡମ୍ବନା ହେଉ ବା ଭଗବାନ ଙ୍କ ପରୀକ୍ଷା ହେଉ ସେଇ ଟିକେ ଖୁସି ବି ମିଳିଲା ନାହିଁ । ଏବେ ଏତେ କଷ୍ଟ ସହିଲା ପରେ ପୁଣି ମୋ ଛୁଆ ବିପଦରେ ପଡିଛି ଭଗବାନ ଙ୍କୁ ଆକୁଳ ପ୍ରାର୍ଥନା କରୁଥାଏ ମୋ ପିଲାଟିକୁ ଭଲରେ ଭଲରେ ଦୁନିଆକୁ ଆଣିଦିଅ ଶାଶୁ ଘରେ ସମସ୍ତେ ଆଶା ବାନ୍ଧି ଥାନ୍ତି ପୁଅ ଟିଏ ହବ ଗୋଟେ ନାରୀ ଭାବରେ ମୋର ମଧ୍ୟ ଇଛା ଥାଏ ପୁଅ ଟିଏ ହଉ ଯେତେବେଳେ ଡାକ୍ତର ଙ୍କର ଏମିତି କଥା ସବୁ ଶୁଣିଲି ମୁଁ ପୁଅ କଣ ଝିଅ 

କଣ ବାସ୍ ଛୁଆ ଟି ସୁସ୍ଥ ରେ ଦୁନିଆକୁ ଆସିଯାଉ ହୃଦୟରୁ ପ୍ରାର୍ଥନା କରୁଥିଲି ପାଖରେ ବାପା, ବୋଉ ମତେ ସାନ୍ତ୍ୱନା ଦେଇ O. T କୁ ବିଦାୟ ଦେଲେ ମୋର କନ୍ୟା ସନ୍ତାନ ଟେ ଜନ୍ମ ନେଲା ଡାକ୍ତର ମତେ କହିଲେ ଝିଅ ଟେ ହେଇଚି ମୁଁ ନିର୍ବାକ ହେଇ ପଡିଥାଏ Operation bed ଉପରେ ଆଉ ଭାବୁଥାଏ, ଦଶ ମାସର ଅପେକ୍ଷା ପରେ ମୁଁ ମା ହେଇପାରିଛି ବହୁତ କଷ୍ଟ ସହିଛି ସେଇ ସନ୍ତାନ ପାଇଁ ସେ ପୁଅ ହଉ କି ଝିଅ ମୋ ପାଇଁ ସେ ମୋ ପ୍ରାଣ ଠାରୁ ବି ପ୍ରିୟ ମୋ ହୃଦୟର ସ୍ପନ୍ଦନ ବାସ୍ । ଯିଏ ମୋ ହାତ ଧରି ବାଟ ଚାଲିବ ଆଉ ମୋର ବୟସର ଅପରାହ୍ନରେ ମୋର ଆଶା ବାଡ଼ି ସାଜିବ ମୁଁ ତାର ସାହାରାରେ ବାଟ ଚାଲିବି ।


Rate this content
Log in

Similar oriya story from Inspirational