STORYMIRROR

Purnima Prusty

Tragedy Inspirational

5.0  

Purnima Prusty

Tragedy Inspirational

ଜୀବନର କେତେ ରଙ୍ଗ

ଜୀବନର କେତେ ରଙ୍ଗ

4 mins
306


ସେଦିନ ସନ୍ଧ୍ୟାରେ ସାହୁ ବାବୁ ପୁରା ନିରବ ନିସ୍ତବ୍ଦ ହେଇ ଦାଣ୍ଡ ବାରଣ୍ଡାରେ ବସିଥିଲେ ତାଙ୍କର ପୁରୁଣା ଛାତ୍ର ଜଣେ ଆସି କହିଲା…


Sir, ଆପଣଙ୍କର ସବୁବେଳେ ହସୁଥିବା ମୁହଁଟି ଆଜି ଏମିତି ଭାବରେ ଶୁଖି ଯାଇଛି । ଅସୁବିଧା କଣ ଆଉ ଆପଣଙ୍କର ଏବେ ତ ପୁଅର ବିବାହ ହେଇଗଲା ବୋହୁ ପରସାରେ ବାକି ଜୀବନ ବିତିଯିବ...ଆଉ ପୁଣି ଝିଅ କୁ IAS କରିବାର ସ୍ବପ୍ନ ବି ସଫଳ ହେଇ ସାରିଛି ତେବେ ଦୁଃଖ କଣ ଆଉ ଆପଣଙ୍କର।


ଟିକେ ନଜର ସାହୁ ବାବୁଙ୍କ ଅତୀତ ଉପରେ।


ସାହୁ ବାବୁଙ୍କ ପରିଚୟ.. ଗୋଟେ ବେସରକାରୀ ପ୍ରାଥମିକ ବିଦ୍ୟାଳୟର କର୍ମଚାରୀଟିଏ । ଦରମା କେତେ ବା ମାତ୍ର । ସେତିକିରେ ବି ନିଜ ପାରିବାରକୁ କେବେ ଦୁଃଖର ଛାଇ ପଡ଼ିବାକୁ ଦେଇ ନାହାନ୍ତି ସେ । ବାପା, ମା ଙ୍କ ସୁଯୋଗ୍ୟ ସନ୍ତାନ ହେଇ ତାଙ୍କ ପ୍ରତି ଯଥାଯଥ କର୍ତ୍ତବ୍ୟରେ କେବେ ଅବହେଳା କରିନାହାନ୍ତି ସାହୁ ବାବୁ। ସାନ ଭାଇକୁ ପାଠ ପଢ଼େଇ ମଣିଷ କରିବାରେ ତଥା ସାନ ଭଉଣୀର ବିବାହରେ ଦରକାର ଠାରୁ ମଧ୍ୟ ଅଧିକ କର୍ତବ୍ୟ କରିଛନ୍ତି। କୋଉଥିରେ କାହାକୁ ଅଭିଯୋଗ କରିବାର ମଉକା ଦେଇ ନାହାନ୍ତି ସେ। ଭାଇ ଆଜି ପ୍ରତିଷ୍ଠିତ ସରକାରୀ କର୍ମଚାରୀ। ବିବାହ କରି ବେଶ୍ ଖୁସିରେ ନିଜ ପତ୍ନୀ ଆଉ ପିଲାଙ୍କ ସହିତ। ବୃଦ୍ଧ ବାପା,ମା ଙ୍କୁ ବୋଝ ଆଉ ବଡ଼ ଭାଇର କର୍ତ୍ତବ୍ୟ ସବୁ ଫିକା ଆଉ ସରକାରୀ ଚାକିରୀର ଲୋଭ ଆଉ ପତ୍ନୀର ଛଳନା ଭରା ପ୍ରେମ ଆଗରେ।

ସେଥିରେ ବି ସାହୁ ବାବୁ ଭାଙ୍ଗି ଯାଇ ନାହାନ୍ତି ତିଳେ ହେଲେ।

କୁହନ୍ତି ବାପା,ମା ଙ୍କ ସେବା କେତେଜଣଙ୍କ ଭାଗ୍ୟରେ ମିଳେ। ବାପା, ମା ଙ୍କୁ ଜୀବନ ଠାରୁ ଅଧିକ ଭଲ ପାଆନ୍ତି ସାହୁ ବାବୁ।କହିବାକୁ ଗଲେ ପିତୃଭକ୍ତ ରାମଚନ୍ଦ୍ରଙ୍କ ତୁଳନାରେ କିଛି ନୁହନ୍ତି ସେ।.


ଏମିତି ଦିନ ଗଡି ଚାଲିଥାଏ ବୃଦ୍ଧ ବାପା, ମା ଆଖି ବୁଜି ଆର ପାରିକୁ ଚାଲିଗଲେ।


ସାହୁ ବାବୁ କିଛିଟା ଘରୋଇ ଟ୍ୟୁସନ କରି ତା ସହ ସେଇ ବେସରକାରୀ ବିଦ୍ୟାଳୟରେ ରହି ପରିବାରକୁ ଚଳେଇ ଥାନ୍ତି। ପୁଅକୁ ଡ଼କ୍ଟର ଆଉ ଝିଅ କୁ IAS କରିବାର ସ୍ବପ୍ନ ନେଇ ନିଜ ପିଲାଙ୍କ ପଢିବାରେ କେବେ ଅବହେଳା କରି ନାହାନ୍ତି। ନିଜକୁ ବିକି ଦେଇ ପିଲା ମାନଙ୍କ ଆବଶ୍ୟକତା ପୁରୁଣ କରିଛନ୍ତି।


ଶେଷରେ ପୂରଣ ହେଇଛି ସାହୁ ବାବୁଙ୍କ ସ୍ୱପ୍ନ ପୁଅ ଆଜି ବିଖ୍ୟାତ ଡ଼କ୍ଟର ନାମରେ ବେଶ୍ ସୁନାମ ଅର୍ଜନ କରିଛି।ବିବାହ କରେଇ ଦେଇଛନ୍ତି ପୁଅଟିକୁ ସାହୁ ବାବୁ।  ପୁଅ ତାର ପତ୍ନୀକୁ ନେଇ ବହୁ ଖୁସିରେ ଅଛି ବିଦେଶରେ।


ବେଇମାନ ଦୁନିଆ କେବେ ମନେ ରଖିଛି କାହାର ବଳିଦାନ ଯେ ଏମାନେ ମନେ ରଖିବେ।ବରଂ କହିବେ ଏ ସବୁ ତ ତାଙ୍କ କର୍ତ୍ତବ୍ୟ ଥିଲା ଯାହା କରିଲେ ଆମ ପାଇଁ। ଭୁଲି ଯାଆନ୍ତି ତାଙ୍କର ମଧ୍ୟ କିଛି କର୍ତ୍ତବ୍ୟ ରହିଛି ସେ ବଳିଦାନକୁ ମୂଲ୍ୟ ଦେବା ଲାଗି। 


ଛାଡ଼, କାହାଣୀ ଉପରେ ନଜର ଦେବା... 


ସେଦିନ ଝିଅ IAS entrance ରେ qualify କରିଛି ବୋଲି ବହୁ ଖୁସିରେ ସାହୁ ବାବୁ ମନ୍ଦିର ଯାଇ ପ୍ରସାଦ ଆଣିଥିଲେ।ଆଉ ପ୍ରଥମ କରି ଝିଅ office ଯିବ ସେଥିପାଇଁ ତାଙ୍କ ପାଦ ତଳେ ଲାଗୁନଥିଲା।ସାହୁ ବାବୁ ଝିଅ ସହିତ ତାର office ଯିବେ ସେଥିପାଇଁ ତାଙ୍କ ଆନନ୍ଦ କହିଲେ ନ ସରେ। କିନ୍ତୁ car ରେ ଯିବା ପାଇଁ ସେତିକି ସାମର୍ଥ୍ୟ ନାହିଁ ଆଜି ତାଙ୍କର। 

ଅଟୋ କରି ଯିବେ.. ହଉ ସେ

ଥିରେ କଣ ଅଛି ଦିନେ ତାଙ୍କର ନିଜର ବି car ହବ ଯେ।

ଏହି କଥା ଭାବି ତାଙ୍କ ମନ ଆନନ୍ଦରେ ଗଦଗଦ।


ବହୁତ କିଛି ଶୁଣିବାକୁ ପଡିଛି ସାହୁ ବାବୁଙ୍କୁ ବହୁତ କିଛି ସହିଛନ୍ତି ତାଙ୍କ ଜୀବନରେ ସେ। କେବେ କାହାର କଟୁ କଥା ତ କେବେ କାହାର ଅବହେଳା ଭରା ବ୍ୟବହାର।ସେଦିନ କିନ୍ତୁ କିଛି ଭିନ୍ନ ଥିଲା ତାଙ୍କ ପାଇଁ... ନିଜ ରକ୍ତ ଠାରୁ ପାଇଥିବା ଶକ୍ତ ଆଘାତ ଯାହା ତାଙ୍କୁ ପୁରା ମର୍ମାହତ କରିଦେଇଥିଲା। 


ଅଟୋରେ ଗଲେ ସାହୁ ବାବୁ ଆଉ ତାଙ୍କ ଝିଅ...office... ବାସ୍ କିଛି ବାଟ ଥାଏ ହଠାତ ଝିଅ କହିଲା...ବାପା, ତୁମେ ଅଟୋକୁ ଏହି ଯାଗାରେ ରଖ। ଗାଡିରୁ ବାହାରକୁ ବାହାରିବନି, ଯଦି କିଏ କିଛି ପଚାରେ କୌଣସି ଉତ୍ତର ଦେବନି। ଆଜି ଅଫିସ୍ ରେ ମୋର ପ୍ରଥମଦିନ। ମୋ ସହ ବହୁତ ବଡବଡିଆ ଲୋକଙ୍କ ପିଲା ଏ ଯାଗାରେ ନିଯୁକ୍ତି ପାଇଛନ୍ତି। ସେ ପିଲାମାନେ ଦାମୀକାରରେ ନିଜ ବାପାମାଆଙ୍କ ସହ ଆସିଥିବେ ନିହାତି । ପରିଚୟ ସମାରୋହ ଧୂମଧାମରେ ହେବ ବୋଲି ଚିଠିରେ ଲେଖାଥିଲା। ସବୁ ସରିଲେ ମୁଁ ଫୋନ୍ କରିଦେବି। ଭୋକ ଲାଗିଲେ କଣ ଟିକେ ଖାଇଦେଇ ଅଟୋରେ ବସିଥିବ।

ପକେଟରୁ ମଳିଛିଆ ରୁମାଲ କାଢି ମୁହଁ ପୋଛି ଝିଅ ଆଡକୁ ଚାହିଁଲେ ବୃଦ୍ଧ ସାହୁ ବାବୁ ..


- ତୁ ଜମା ବ୍ଯସ୍ତ ହେବୁନିରେ ମାଆ, ତୋ ବୁଢାବାପା ଏଇ ଯାଗାରେ ଅପେକ୍ଷା କରିଥିବ। ମୋର ଏତେ ବର୍ଷର ତପସ୍ଯା ଆଜି ସଫଳ ହୋଇଛି, ତୋ ମାଆ ବଞ୍ଚିଥିଲେ ଆଜି କେତେ ଖୁସି ହୋଇଥାଆନ୍ତା ନା ! 


ସେତିକି ବେଳକୁ ଝିଅ ନିତା ସାହୁ ବାବୁଙ୍କ ଆଖି ସାମ୍ନାରୁ ଅଦୃଶ୍ଯ ହୋଇସାରିଥିଲା।ଖୁବ୍ ବ୍ୟସ୍ତ ହେଇ ଚାଲିଯାଇଥିଲା office କୁ।


ଠିକ୍ ସେତିକି ବେଳେ ଛାତ୍ର ଜଣକ ସାହୁ ବାବୁ ଙ୍କୁ ହଲେଇଦେଇ କହିଲା କଣ ହେଲା sir କଣ ଭାବୁଛନ୍ତି।


ସାହୁ ବାବୁ ନିଜ ଅତୀତରେ ବୁଡି ଯାଇଥିଲେ ପୁରା ବାସ୍ତବ ଦୁନିଆକୁ ଫେରି ହସି ଦେଇ କହିଲେ କିରେ ମନୋଜ କେତେବେଳେ ଆସିଲୁ ତୁ। ମନୋଜ ସାହୁ ବାବୁଙ୍କ ପାଦ ଧରି କହିଲା ଆପଣ ଯଦି ମତେ ବିନା ମୂଲ୍ୟରେ ଟ୍ୟୁସନ ଟିକେ ଦେଇ ନଥାନ୍ତେ ମୁଁ ଆଜି ମଣିଷ ଟେ ହେଇ ପାରିନଥାନ୍ତି...


ଆପଣଙ୍କ ଆଶୀର୍ବାଦ ପାଇଁ ମୁଁ ଆଜି ଜଣେ ବିଶିଷ୍ଟ ସାମ୍ବାଦିକ ଆଉ ସମାଜର କଲ୍ୟାଣ ଦିଗରେ ନିଜକୁ ନିୟୋଜିତ କରିଛି। 


ତା ସହ ଗୋଟେ ଵୃଦ୍ଧାଶ୍ରମ ମଧ୍ୟ କରିଛି କାରଣ ଆପଣ ତ ଜାଣନ୍ତି ମୁଁ ଅନାଥ ପିଲା ଟିଏ ।

ଗୁରୁଜନ ମାନଙ୍କ ଆଶୀର୍ବାଦ ଟିକେ ପାଇଁ ଏ ଦିଗ କୁ ମୁଁ ଆପଣେଇ ନେଇଛି... ଆଉ ଆପଣଙ୍କ ବିଷୟରେ ମତେ ସବୁ କିଛି ଜଣା ଅଛି... ଆପଣଙ୍କର କିଛି କହିବା ଜରୁରୀ ନାହିଁ ।ମୁଁ ଆପଣଙ୍କୁ ମୋ ସହ ନେଇ ଯିବାକୁ ଆସିଛି ।


ଆପଣ ଯଦି ମତେ ନିଜ ପୁଅ ମାନୁଥିବେ ନିଶ୍ଚୟ ମୋ ସହିତ ଯିବେ।


ସାହୁ ବାବୁ ଙ୍କ ଆଖିରୁ ବୋହି ଚାଲିଥାଏ ଅସରନ୍ତି ଅଶ୍ରୁଧାର। ମନୋଜ କୁ ଜୋର କରି ଟାଣି ଆଣି ଭିଡି ଧରିଲେ ନିଜ ଛାତିରେ।


ଅରବିନ୍ଦ ରଥ ଙ୍କ ଗଳ୍ପ ର କିଛି ଅଂଶ କୁ ମୋ ଭାବନାର ଗଳ୍ପ ରେ ସ୍ଥାନ ଦେଇଛି...

କାରଣ ଆଜି କାଲି ର ପିଲା ଭୁଲି ଯାଉଛନ୍ତି ବାପା, ମା ଙ୍କୁ ନିଜ ଲକ୍ଷ୍ୟସ୍ଥଳରେ ପାଇଗଲା ପରେ.. ଭୁଲି ଯାଉଛନ୍ତି କେତେ ତପସ୍ୟା କେତେ ତ୍ୟାଗ କେତେ କଷ୍ଟ କରିଛନ୍ତି ବାପା, ମା ପିଲା କୁ ନିଜ ଗୋଡ଼ରେ ଠିଆ କରିବା ଲାଗି ।


Rate this content
Log in

Similar oriya story from Tragedy