Purnima Prusty

Others

5.0  

Purnima Prusty

Others

ସାଙ୍ଗଟିଏ

ସାଙ୍ଗଟିଏ

2 mins
486


ଯିଏ ବିପଦ ସମୟରେ ଭରସା ଦିଏ,ଦୁଃଖ ସମୟରେ ସାହାରା ହୁଏ, ସବୁ ସମସ୍ୟା ର ସମାଧାନ ଯାହା ପାଖରେ ଥାଏ, ସବୁ ଭୁଲକୁ କ୍ଷମା କରି ଯିଏ ଜୀବନର ପ୍ରତି ମୁହୂର୍ତ୍ତରେ ହସିବା ଶିଖାଏ, ସେଇ ଏକା "ସାଙ୍ଗଟିଏ "...।

ଆରମ୍ଭ...

ଜାନି ଆଉ ସୋନି ଦୁଇ ସାଙ୍ଗ । ଯିଏ ଭେଟ ହୋଇ ଥିଲେ ପ୍ରଥମକରି college ର ପ୍ରଥମ ଦିନରେ । ଜାନି ଥିଲା ଆଧୁନିକ ଯୁଗର ଝିଅ (ବହୁତ ସ୍ମାର୍ଟ)ଯୋଉଠି ସୋନି ଗାଁ ରେ ବଢ଼ିଥିବା ଶାନ୍ତ ସରଳ ନିରୀହ ଝିଅଟେ । ଦୁଇ ଜଣ କିନ୍ତୁ ସଂସ୍କାରରେ କେହି କାହାଠାରୁ କମ୍ ନୁହନ୍ତି ।ଗୁରୁଜନ ତଥା ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ସମ୍ମାନ ରେ ସାଙ୍ଗସାଥି ଙ୍କୁ ଭଲ ପାଇବା ରେ ଅବହେଳା କରନ୍ତି ନାହିଁ ।

ଜାନି ଆଉ ସୋନି ଜୀବନରେ ସେଇଦିନ ପରିବର୍ତ୍ତନ ଆସିଲା ଯୋଉଦିନ ସେଇ କଲେଜରେ ପଢୁଥିବା ତାଙ୍କ ଉପର ବ୍ୟାଚ୍ ର ପିଲା ସେମାନଙ୍କ ଜୀବନକୁ ଆସିଲା ନାମ "ସ୍ୱରୂପ " ।

ସ୍ୱରୂପର ସୁନ୍ଦରତା ଯେତିକି ଅନ୍ୟର ମନକୁ କିଣିନିଏ ତାର ଚାଲିଚଳନ ବ୍ୟବହାର ମଧ୍ୟ ସେତିକି ହୃଦୟକୁ ଜିଣିଥାଏ । ଏଇ ସବୁ ଭିତରେ ଦୁଇ ସାଙ୍ଗ ପଡ଼ିଥିଲେ ସ୍ୱରୂପର ପ୍ରେମରେ । ଜାନି ଆଉ ସୋନି ପରସ୍ପରକୁ ନିଜ ନିଜର ଜୀବନଠୁ ଅଧିକା ଭଲ ପାଆନ୍ତି ।

ଯେହେତୁ ଜାନି ଥିଲା ସ୍ମାର୍ଟ ସେ ନିଜ ମନକଥାକୁ ବେଶୀ ଦିନ ଲୁଚେଇ ପାରିଲା ନାହିଁ । ସୋନି ଲାଜକୁଳୀ ଟିଏ ତେଣୁ ମନକଥା ମନରେ ରଖି ନିରବ ଥାଏ । ସମୟକୁ ଅପେକ୍ଷା ନ କରି ଜାନି ଯାଇ ସ୍ୱରୂପକୁ ନିଜର ମନକଥା କହି ପକେଇଲା । ଜାନି ଆଶା କରିନଥିଲା ସ୍ୱରୂପ ର ଉତ୍ତର ଏପରି ଆସିବ ବୋଲି । ସ୍ୱରୂପ! ଦେଖ ତୁମେ ବହୁତ ଭଲ ଝିଅ କିନ୍ତୁ ମୁଁ ତୁମକୁ ଭଲ ପାଏ ନାହିଁ । ଭଲ ସାଙ୍ଗଟିଏ ହୋଇ । ରୁହ ତୁମ ଜୀବନରେ କେବେ କଷ୍ଟ ଆସିବାକୁ ଦେବି ନାହିଁ ।

(ଆଜି ଯାଏ ଜାନି ପାଇଁ ପୁଅମାନେ ପାଗଳ ଥିଲେ ଆଜି ଜାନି ଯାହା ପାଇଁ ପାଗଳ ସେ ଏପରି କହୁଛି )

ଜାନି ନିଜକୁ ବହୁତ ସମ୍ଭାଳି ନେଲା ଆଉ କହିଲା । ଜାନି! ଯଦି ମୋ ବନ୍ଧୁତାରେ ତୁମେ ଖୁସି ତେବେ ତୁମ ଖୁସିରେ ହିଁ ମୋର ସବୁଠୁ ବଡ଼ ଖୁସି । ସ୍ୱରୂପ କଥା ଏତିକିରେ ଶେଷ ନ ଥିଲା । ସ୍ୱରୂପ! ମୋ ଖୁସିରେ ଯଦି ତୁମେ ସତରେ ଖୁସି ତେବେ ନିଜ ସାଙ୍ଗ ସୋନିକୁ ଯାଇ କୁହ ମୁଁ ତାକୁ ଭଲ ପାଏ ।

(ଜାନିର କଳ୍ପନା ବାହାରେ ଥିଲା ଏସବୁ )

ହୃଦୟର ସ୍ପନ୍ଦନକୁ ସମ୍ଭାଳି କହିଲା । ଓଃ । ସୋନି ପାଇଁ ମତେ ପ୍ରତ୍ୟାଖାନ କରୁଛ । ଠିକ୍ ଅଛି । ସେ ମୋର ଜୀବନ,ହୃଦୟରୁ ତୁମ ପ୍ରେମକୁ ଜିତିବାରେ ଲାଗିଯିବି । ସେଠାରୁ ନୀରବରେ ଚାଲିଆସିଲା ଜାନି । ସେ ଜାଣି ନଥିଲା ସୋନି ମଧ୍ୟ ସ୍ୱରୂପକୁ ନିଜ ସ୍ବପ୍ନର

ରାଜକୁମାର ମାନୁଥିଲା । ହଠାତ ତାର ନଜର ପଡିଲା ସୋନିର chemistry ଖାତା ଉପରେ । ଯୋଉଠି chemical reaction ଥିଲା, ସ୍ୱରୂପ ସୋନି । ଯାନୀ ସୋନି କୁ ସ୍ୱରୂପ ବିଷୟରେ ସବୁ କହିଦେଲା କିଛି ବି ନ ଲୁଚେଇ । ତା ପରେ ସୋନି ଘରେ ମଧ୍ୟ ଜଣେଇ ଦେଲା ସବୁ କିଛି ।

ଅପେକ୍ଷାରେ ରହିଲେ ଉଭୟ ପରିବାର( ସ୍ୱରୂପ ଆଉସୋନି ର ) ସ୍ୱରୂପ ର job ହେଇଗଲେ ବାହାଘର ହେବ । ତା ପରଠୁ ସୋନିର ଆଉ ଦେଖା ନାହିଁ । ସମସ୍ତେ କହୁଛନ୍ତି ସେ ଉଚ୍ଚ ଶିକ୍ଷା ପାଇଁ ବାହାରକୁ ଯାଇଛି । କିନ୍ତୁ ସତ ତ ଏହା ସେ ନିଜକୁ ଦୂରେଇ ରଖିଛି ନିଜ ସାଙ୍ଗ ସୋନି ଜୀବନରୁ ।

....The end


Rate this content
Log in