STORYMIRROR

Purnima Prusty

Tragedy

0.2  

Purnima Prusty

Tragedy

ଚାନ୍ଦ

ଚାନ୍ଦ

2 mins
854


ଝିଅ ଟିଏ ସବୁବେଳେ ଅନ୍ୟ ଉପରେ ନିର୍ଭର କରି ବଞ୍ଚି ରହିଥଏ... ଜନ୍ମ ରୁ ବଡ଼ ହେବା ଯାଏ ବାପା, ଭାଇ ଉପରେ ନିର୍ଭର... ବିବାହ ପରେ ସ୍ୱାମୀ ଉପରେ ନିର୍ଭର... ଏଇଥିରେ ହିଁ ଝିଅ ର ଖୁସି.. କିନ୍ତୁ କେହି କେବେ ଝିଅ ର ମନର ନିବୁଜ କୋଠରୀ ଖୋଲି ଦେଖିବାକୁ ଚାହେଁ ନାହିଁ କଣ ଅଛି ସେ ଅନ୍ଧାର କୋଠରୀରେ...।

କାହାଣୀ ଗୋଟେ ଅଧା ପଢା ଝିଅ ର ।

ଆରମ୍ଭ -

ଜୀବନର ମାନେ ବୁଝିବା ଆଗରୁ ମୋ କାହାଣୀ ର ନାୟିକା ସାଜିଥିଲା ବାଳବ୍ରହ୍ମଚାରୀ... ନାମ "ଚାନ୍ଦ "। ତାର ଜାତକ ଦୋଷ ଥିଲା କେହି ଜଣେ ଜ୍ୟୋତିଷ ତା ଭବିଷ୍ୟତ ଗଣନା କରି କହିଥିଲେ ସେ ପ୍ରେମ ବିବାହ କରିବ । ଯୋଉଟା ଦେଇଥିଲା ଚାନ୍ଦର ବାପାଙ୍କ ମନରେ କଠୋର ଆଘାତ ସେ ପ୍ରେମକୁ କେତେ ଯେ ଘୃଣା କରନ୍ତି କହିଲେ ନ ସରେ । ଶେଷରେ ତାକୁ ଛାଡି ଦେଲେ ଭଗବାନଙ୍କ ଚରଣେ ଜପ,ଧ୍ୟାନ, ଭଜନ ପାଇଁ । ଏଇଟା କୋଉ ବୟସ ସେ ଏପରି ଏକ ଜୀବନ ବିତାଇବ ।ବହୁତ ବୁଝୁବା ଶୁଝିବା ପିଲା ଟିଏ ଚାନ୍ଦ । ମନକୁ ବୁଝଇ ନେଲା.... ଯୋଉ ପ୍ରେମ ପାଇଁ ତାକୁ ମଜାମସ୍ତି କରିବାର ବୟସରେ ଈଶ୍ୱର ଆରାଧନା କରିବା ପାଇଁ ପଡିଲା ସେ ପ୍ରେମକୁ ଘୃଣା କରିବାକୁ ଲାଗିଲା। ନା କାହାରି ସହିତ ସାଙ୍ଗ ନା କାହାକୁ ଜୀବନରେ ଗୁରୁତ୍ୱ ଦେଲା ଚାନ୍ଦ । ତା ବାପା ପ୍ରତି ବର୍ଷ ଆରମ୍ଭ ରେ ଗୋଟେ dairy ଧରେଇ ଦେଇ କୁହନ୍ତି ନେ ତୋର ଏକ ମାତ୍ର ସାଥୀ... ଏଇ ତୋର ସାଙ୍ଗ ଏଇ ତୋର ସାଥି .. ଚାନ୍ଦ ମଧ୍ୟ ଖୁସି କାରଣ ତା ବାପା ତା ପାଇଁ ତା ଜୀବନଠୁ ବଳି ପ୍ରିୟ. ।

ଚାନ୍ଦ ବି ସହଜରେ ମାନିନେଲା ବାପାଙ୍କ ନିଷ୍ପତିକୁ । ଜୀବନରେ ଶପଥ କରିନେଲା ଯୋଉ ପ୍ରେମ ପାଇଁ ସେ ଯୋଉ ପ୍ରେମ ପାଇଁ ସେ ଆଜି ନିସଙ୍ଗ ଜୀବନ ବିତାଉଛି ସେ ପ୍ରେମ ପାଇଁ ହିଁ ସେ ଜିତିବ । Diary କୁ ସଜେଇ ଦେଲା ତା ପ୍ରେମିକ.. ନିଜେ ପାଲଟିଲା ବିରହୀ ପ୍ରେମିକା ।

ଯୋଉଠି ଚାନ୍ଦ ପ୍ରେମର ଟିକେ ବି ପ୍ରଭାବ ପଡେ ନାହିଁ ହୃଦୟହୀନ diary ଉପରେ । ସେ କାହାରି (କୌଣସି ପୁଅର )ମୁହଁକୁ ମଧ୍ୟ ଚାହେଁ ନାହିଁ ।କାଳେ କେବେ ତା ଦ୍ୱରା କିଛି ଅପରାଧ ହେଇଯିବ..।

ସେମିତି ସମୟ ବିତିଚାଲିଛି ଆଗକୁ କଣ ହେବ ତା ଜୀବନରେ ସେ ନିର୍ଭର କରି ବସିଛି ଭାଗ୍ୟ ଆଉ ଭଗବାନଙ୍କ ଉପରେ ।ପ୍ରେମ ପାଇଁ ତା ଜୀବନରେ ସ୍ଥାନ ନାହିଁ । ଏପରିକି ବିବାହ ମଧ୍ୟ କରିବା ପାଇଁ ପ୍ରସ୍ତୁତ ନାହିଁ ଚାନ୍ଦ । ଜୀବନର ପ୍ରଥମ ପ୍ରେମ diary ପ୍ରଥମ ପ୍ରେମିକ ତା ସ୍ଥାନ କାହାକୁ ଦେଇବି ପାରିବ ନାହିଁ ।

ଆଜି ଯାଏ ସେ ନିରବ ଆଗକୁ ବି ନିରବ ରହିବ ବୋଧେ...ଜୀବନର ସବୁ ନିଷ୍ପତି ବାପା ନେବେ ତା ପାଇଁ.... ବାପାହିଁ ଏକ ମାତ୍ର ଆଦର୍ଶ ।

ଚାନ୍ଦ ଏକ ଅଧୁରା ସ୍ବପ୍ନର ଅବାସ୍ତବ ନାୟିକା.....।

The end.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy