Purnima Prusty

Tragedy Inspirational Others

3.4  

Purnima Prusty

Tragedy Inspirational Others

ସମ୍ପର୍କ ଠୁ ବହୁତ ଦୂରେ

ସମ୍ପର୍କ ଠୁ ବହୁତ ଦୂରେ

3 mins
157



ମନେ ମନେ ଭାରି ହସୁଥାଏ ଵୃଦ୍ଧାଶ୍ରମର ବୃଦ୍ଧ ବର ଗଛ ମୂଳେ ବସି କେତେ କେତେ ଅନାବନା ଭାବନା ସବୁ ଆସୁଥାଏ ।କେତେବେଳେ କୋଉ ଭାବନାର ଆରମ୍ଭ ହଉଥାଏ ଆଉ କେତେବେଳେ ତାର ଇତି ହେଇ ପୁଣି ଗୋଟେ ନୂତନ ଭାବନାର ସୃଷ୍ଟି ହଉଥାଏ ନିଜକୁ ବି ଜଣା ପଡ଼ୁ ନ ଥାଏ ।କେତେବେଳେ କେତେବେଳେ ଆଖି ଚଷମାର ବନ୍ଧ ଅତିକ୍ରମ କରି ଅମାନିଆ ଲୁହ ସବୁ ଗଡିଯାଉଥାଏ କିଛି ହେଲେ ଜଣା ପଡୁ ନ ଥାଏ ।ମୋ ନାତୁଣୀ ଆସିଥାଏ ମତେ ଦେଖା କରିବାକୁ କେମିତି ଅଛି ମୁଁ ଏଠି ମୋ ପାଇଁ ଆଣିଥାଏ ମୋ ପସନ୍ଦର ପାନ ପୁଡିଆ sugar free ବିସ୍କୁଟ ଆଉ ପୁଣି ଖାଇ ସାରି ମୁଁ ଟିକିଏ ଜୁଆଣି ଖାଇବାକୁ ଭଲ ପାଏ ବୋଲି ଲୁଣିଆ ମସଲା ଵାଲା ଜୁଆଣି ।


ଚାରି ଚାରିଟା ପୁଅ କୁ ମଣିଷ କରି ବାହା ସାହା କରି ନିଜ ନିଜ ଲକ୍ଷ ସ୍ଥଳରେ ଛାଡିଲି । ଝିଅ ଦି ଟା ଙ୍କୁ ଭଲ ଘର ଯୋଗ୍ୟ ବର ଦେଖି ହାତକୁ ଦି ହାତ କରି ସାରିଲା ପରେ ଭାବିଥିଲି ବାକି ଜୀବନ ମୋ ପତ୍ନୀ (ଆରତୀ )ସହ ଭାରି ଆନନ୍ଦରେ କାଟିବି । ନାତି ନାତୁଣୀ ପୁଅ ବୋହୁ ସାଙ୍ଗରେ ହେଲେ ମୋ ଅର୍ଦ୍ଧାଙ୍ଗିନୀ ତ ମତେ ଅଧା କରି ଚାଲିଗଲା ଜୀବନର ଅଧା ରାସ୍ତାରେ ଏକୁଟିଆ କରି ଏକୁଟିଆ ବି ଲାଗିବନି ଭାବିଥିଲି କାଇଁ ନା ମୋ ପୁରା ଭରା ପୁରା ପରିବାର ମୋ ସାଙ୍ଗରେ ଥିଲା

ଆରତୀ ଚାଲିଯିବା ସାଙ୍ଗେ ସାଙ୍ଗେ ମୋର ସବୁ ଇଛା ସବୁ ଭାବନା ଯେ ତା ସହିତ ଚାଲିଯିବ ମୁଁ କେବେ ଭାବି ନ ଥିଲି ।ଆରତୀ ଚାଲିଯିବା ପରେ ମୁଁ ଯେ ଗୋଟେ ଅବାଧ୍ୟ ବୋଝ ପାଲଟିଯିବି ମୋ ପୁଅ ବୋହୁ ମାନଙ୍କ ପାଇଁ ସେଇଟା ସ୍ୱପ୍ନ ରେ ବି କଳ୍ପନା କରି ନ ଥିଲି ।


ଆରତୀ ଥରେ କହିଥିଲା ମଜାରେ ମଜାରେ ଆଜି ମୁଁ କିନ୍ତୁ ସମୟ ନାହିଁ ବସିକି ପଦେ କଥା ହବାକୁ କିନ୍ତୁ ଏମିତି ସମୟ ଆସି ନ ଯାଉ ତମ ପାଖରେ ସମୟ ଥିବ ବାକି ମୁଁ ହିଁ ସ୍ୱୟଂ ମା ସରସ୍ବତୀ ବିଜେ କରିଗଲେ ବୋଧେ ଆରତୀ କଣ୍ଠରେତାର ସବୁ କଥା ସତ ହେଇଗଲା ।


ଆଜି ସମୟ ହିଁ ସମୟ ଅଛି କିନ୍ତୁ ମୋ ପାଖରେ କେହି ନାହାନ୍ତି ।ଚାକିରୀରୁ ଅବସର ନେଲି ବେସ୍ ସମ୍ମାନ ଆଉ ଖାତିରଦାରି ବି ପାଇଲି ଏବେ pension ରେ ଯେତିକି ପାଉଛି ସେଥିରେ ପୁରା ପରିବାର ବସିକି ଖାଇଲେ ବି ଅଭାବ ହବନି ତଥାପି କାଇଁକି ମୁଁ ବୋଝ ହେଇଗଲି ନିଜ ଜନ୍ମ କଲା ସନ୍ତାନ ମାନଙ୍କ ପାଖରେ ଆରତୀ ହିଁ ଏକୁଟିଆ ମତେ ସମ୍ଭାଳି ନେଇଥାନ୍ତା କିନ୍ତୁ ଚାରି ଚାରିଟା ପୁଅ ଚାରି ଚାରିଟା ବୋହୁ ଥାଇ ବି ମୋ ଦାୟିତ୍ୱ ନେବାକୁ ଅସମର୍ଥ କାଇଁକି କଣ ମୁଁ ଏତେ ଅଲୋଡ଼ା ହେଇଯାଇଛି ଆଜି ବୁଢା ହେଇଗଲା ପରେ ମତେ ଆଣି ଏଇ ଵୃଦ୍ଧାଶ୍ରମ ରେ ଛାଡି ଦେଇ ଗଲେ ଆଉ କହି ଦେଇ ଗଲେ ଯେତେବେଳେ କିଛି ଆବଶ୍ୟକ ହବ ଆମକୁ ଡକେଇ ପଠେଇବ ଆମେ ତୁରନ୍ତ ଆସିଯିବୁ ଆରେ ମୋର କଣ ବା ଆବଶ୍ୟକ ଆଉ ତମ ମାନଙ୍କ ଠାରୁ ଅଧିକ ଅଛି ଯେ କିଛି ବି କହିପାରିଲିନି ।


ବୋହୁ ମାନଙ୍କୁ କଣ ବା ଦୋଷୀ କରିବି ନିଜ ପୁଅ ମାନେ ତ ମୋ ମନ ଟିକିଏ ବୁଝିଲେନି ।


ଏବେ ଆଉ କିଛି ବି ଚିନ୍ତା ନାହିଁ ସବୁ ମୋହ ମାୟା ଏଠି କେହି କାହାର ନୁହଁ ସବୁ ସ୍ୱାର୍ଥରେ ବନ୍ଧା ସବୁ ସମ୍ପର୍କ କ୍ଷଣକ ପାଇଁ ଖାଲି ଯାହା ।


ଭଗବାନଙ୍କ ଭାଗବତ ଶ୍ରଵଣ କରୁଛି ଏଠି ପ୍ରତେକ ଦିନ ସନ୍ଧ୍ୟା ରେ ଗୀତା ପାଠ ବି ହଉଚି ତାକୁ ଶୁଣୁଛି ସବୁବେଳେ ଈଶ୍ୱର ଆରାଧନାରେ ଏବେ ସମୟ ଯାଉଛି କୌଣସି ସମ୍ପର୍କର ଡୋର ଆଉ ମତେ ବାନ୍ଧି ରଖିନି ଏବେ ତ ଏଇ ଜୀବନ ବି ଖୁସି ଦଉଚି ମତେ ଯାହା ବାକି ଆୟୁଷ କୁ କାଟି ଦେବାରେ ସାହାଯ୍ୟ କରିବ ।


ସବୁ ସମ୍ପର୍କରୁ ବହୁତ ଦୂରରେ ଆଜି ମୁଁ.. ଏକୁଟିଆ ମୋ ସାଥି କେବଳ ଈଶ୍ୱର ଆଉ ମୋ ଆରତୀର ସ୍ମୃତି ।


Rate this content
Log in

Similar oriya story from Tragedy