STORYMIRROR

Jyotsna Acharya

Classics Inspirational Children

3  

Jyotsna Acharya

Classics Inspirational Children

ଅନୁଭୂତି

ଅନୁଭୂତି

1 min
190

ଜୀବନ ବଞ୍ଚିବାକୁ ହେଲେ, ଦୃଢ ମନୋବଳ, ସାହାସ ଏବଂ ନିର୍ଭିକତାର ସହ ସମସ୍ତ କାର୍ଯ୍ୟ କୁ ନିର୍ବାହ କରିବାକୁ ପଡିଥାଏ। ଯେହେତୁ ଆଜିକାଲି ସମସ୍ତଙ୍କର ପ୍ରାୟ ଛୋଟ ପରିବାର, ସମସ୍ତେ ମିଶି ସବୁ କାର୍ଯ୍ୟ କରିବାକୁ ପଡେ।

ସେଥି ପାଇଁ ନିଜ ପରିବାର ଭିତରେ ସ୍ନେହ, ଉତ୍ତମ ବୁଝମଣା ର ଞାନ ରହିବା ଆବଶ୍ୟକ ଇଶ୍ବରଙ୍କ ପ୍ରତି ଭକ୍ତି ଏବଂ ନିଜ କର୍ମ ପ୍ରତି ଧ୍ୟାନ ରଖି ମଣିଷ ତା କର୍ମ ପଥରେ ଆଗେଇ ଥାଏ।

ମଣିଷ ଯେହେତୁ ସାମାଜିକ ପ୍ରାଣୀ ସେ ନିଜେ ଯଥା ସମ୍ଭବ ସମସ୍ତଙ୍କ ଭଲ ଚିନ୍ତା କରି ଆଗକୁ ବଢିବାକୁ ପ୍ରୟାସ କରେ।

ପିଲାଦିନେ ସ୍କୁଲରେ ପଡୁଥିବା ବେଳେ ଗୋଟିଏ କବିତା ମନେ ପଡେ "ତୁମ ପରି ଛୋଟ ପିଲାଟିଏ, 

ଗାଁ ଚାହାଳୀର ଚାଟ ସିଏ

ଚେହେରା ଟି ତା'ର ଡଉଲ ଡାଉଲ, 

ପାଠରେ ତା'ର ସରି କିଏ"

ଏହାକୁ ମନେ ରଖି କ୍ଲାସରେ ବୋଲିବାକୁ ପଡୁଥିଲା, ନଚେତ ମାଡ଼ ଖାଇବାକୁ ପଡେ। ଗୀତ ଘୋଷିବାକୁ ଗୋଟିଏ ଦିନ ବା ଦୁଇଦିନ ଲାଗିଥାଏ। ଯେତେ ଥର ଘୋଷୁଥାଏ ତାଙ୍କର ବ୍ୟକ୍ତିତ୍ବ ମନକୁ ଆନ୍ଦୋଳିତ କରୁଥାଏ। ତାଙ୍କ ସାହାସ, ଦୃଢ ମନୋବଳ, ସେହି ପିଲାଦିନ କବିତାରୁ ଜଣା ପଡୁଥିଲା। ଆଉ ସେହି ଛୋଟ ବୟସରେ ତାଙ୍କ ବାପା ମା କେତେ ମହାନ- ମୁଁ ପଦ୍ୟ ଘୋଷିବା ବେଳେ ଭାବୁଥିଲି। 

ସେହି ପିଲାଦିନର ଅନୁଭୁତି ମନକୁ କିଛି ନା କିଛି କାମରେ ବଳଦିଏ, ସାହାସ ଦିଏ । ଯେକୌଣସି ଛୋଟ ବା ବଡ କାମ ହେଉ, ମନରେ ଆଗ୍ରହ ଆସେ।

ପରବର୍ତ୍ତ ସମୟରେ ସେ ଦେଶ ପ୍ରାଣ, ଜାତି ପ୍ରାଣ, ସାହାସୀ, ସତ୍ୟ ନିଷ୍ଠ ତଥା ଉକ୍ତଳ ଜନନୀ ର ସ୍ନେହ ସାନ୍ନିଧ୍ୟ ସର୍ବୋପରି ସଂକୀର୍ଣ୍ଣତା ଠାରୁ ଦୂର । ଏକ ସୁଯୋଗ୍ୟ ସନ୍ତାନ ରୂପେ ସମସ୍ତେ ପ୍ରାଣେ ଆଦୃତ- ମଧୂସୂଧନ ଦାସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics