STORYMIRROR

Jyotsna Acharya

Inspirational Thriller Others

3  

Jyotsna Acharya

Inspirational Thriller Others

ଶହେ ବର୍ଷ ଆଗକୁ

ଶହେ ବର୍ଷ ଆଗକୁ

2 mins
175

ଶହେ ବର୍ଷ ଆଗକୁ ଫିଲିପ ଜଣେ ବୈଜ୍ଞାନିକ ଯିଏ ଦିନ ରାତି ଲାବ୍ରଟୋରୀରେ କଟେଇ ଦିଅନ୍ତି, ତାଙ୍କ ସ୍ବପ୍ନର ଗବେଷେଣାରେ। ମଣିଷ ଜାତିର କଲ୍ୟାଣ କରି ପାରୁଥିବା, ଏମିତି ଏକ ରୂଚି ରେ ସେ ମଜ୍ଜି ରହିଥାନ୍ତି। ତାଙ୍କ ଦିନ କେବେ ଆରମ୍ଭ ହୋଇ ଶେଷ ହୋଇଯାଏ ତାଙ୍କୁ ଜଣା ପଡେନି। ତାଙ୍କୁ ସାଙ୍ଗ ସାଥୀ ମେଳ କି ପରିବାରର ଖେୟାଲ ଭି ଆସେ ନାହିଁ।

ଏମିତି ଏକ ଦିନେ, ଫିଲିପ ସଫଳ ହୋଇ ଯାଇ ଛନ୍ତି ଏକ "ଟାଇମ ମେସିନ" ର ଉଦ୍ଭାବନରେ। ଏହି ମେସିନ ତାଙ୍କୁ ଭବିଷ୍ୟର ଘଟଣା ଗୁଡିକୁ ଦେଖେଇବାରେ ସମର୍ଥ ହୋଇଛି। ଫିଲିପ ଖୁସି ରେ ନାଚି ଉଠିଛନ୍ତି ଏବଂ ଭାବ ବିହୋଳ ମନରେ ତାଙ୍କ ସୁନାମ ଖ୍ୟାତି କଥା ଭାବୁଛନ୍ତି। ମେସିନ ଟିକୁ ଅନ କରି, ନାଲି ନେଳି ରଂଗ ଦେଖି ଅପେକ୍ଷା କରୁଛନ୍ତି ଭବିଷ୍ୟ ତାକୁଁ କେଉଁ କେଉଁ ଦୃଶ୍ୟ ଦେଖେଇବ। 

ସେ ତାଙ୍କ ଡାଏଲ କୁ 100 ବର୍ଷ ଆଗକୁ ରଖିଛନ୍ତି ଓ ମେସିନ ଦେଖାଉଥିବା ଦୂନିଆ କୁ ଦେଖୁଛନ୍ତି, ହେଲେ ସେ ଦୃଶ୍ୟ ଟି ଖାଲି ବାଲି ଘେରରେ ପୂର୍ଣ୍ଣ ଦିଶୁଛି। ନା ଆକାଶରେ ପକ୍ଷି ଦିଶୁଛନ୍ତି ନା ମଣିଷର ଶବ୍ଦ ଶୁଭୁଛି। ଆକାଶ ଧୁଳିଆ ଧୁଳିଆ ଦିଶୁଛି, ନିଶ୍ବାସ ନେବାକୁ ଭି ଅସୁବିଧା ହେଉ ଅଛି। ଏ ଦୃଶ୍ୟ ଦେଖି ସେ ଆଶ୍ଚର୍ଯ୍ୟ ହେଉଛନ୍ତି ଓ ଫେରି ଆସୁଛନ୍ତି ଲାବ କୁ , ଅର୍ଥାତ୍ ବର୍ତ୍ତମାନ କୁ। ସେ ବସି ମେସିନର ଡାଏଲ କୁ ଆଉ ଅନ୍ୟ ଯାଗା ଗୁଡିକୁ ବଦଳାଉଛନ୍ତି, ହେଲେ 100 ବର୍ଷ ଆଗର ସବୁ ଦୃଶ୍ୟ ତାଙ୍କୁ ନିରାସ କରୁ ଅଛି। କେଉଁଠି ସ୍ଥଳ, ଜଳ-ମଗ୍ନ ହୋଇ ଯାଇଛି , ତ ପୁଣି କେଉଁଠି ପାହାଡ଼ ଭାଙ୍ଗି ଯାଇଛି ଖଣ୍ଡ ଖଣ୍ଡ ହୋଇ। ବଡ଼ ବଡ଼ ବିଲଡିଙ୍ଗ ଭୁସୁଡି ପଡିଛି ଓ ବର୍ତ୍ତମାନର ଜଂଗଲ ବଞ୍ଜର ହୋଇ ଯାଇଛି। ନା ପିଇବାକୁ ପାଣି ଦିଶୁଛି, ନା ଛୋଟ ଛୂଆ ଙ୍କ ଶବ୍ଦ ଶୁଭୁଛି। କେଉଁଠି ପାହାଡ ଭିତରୁ ଲାଭା ବାହାରୁ ଅଛି, ତ କେଉଁଠି ଧୂଳିର କଳା ବାଦଲ ଚାରି ଆଡ ଘେରି ଦେଇଛି। ଫିଲିପ ଭାବିଥିଲେ, ଭବିଷ୍ୟର ଉଡୁଥିବା ଗାଡି ଦେଖିବେ ହେଲେ ତାଙ୍କୁ ମିଳିଲା ମଣିଷ ବିଲୁପ୍ତ ପୃଥିବୀ। ଏ ସମସ୍ତ କୁ ଦେଖି ସେ ଫେରି ଆସୁଛନ୍ତି ବର୍ତ୍ତମାନ କୁ ଓ ଗଭିର ଚିନ୍ତା ରେ ପଡି ନିଜ କୁ ପଚାରୁଛନ୍ତି - " ଭୂଲ ହେଲା ତ କେଉଁଠି?

ଶେଷରେ ସେ ତା ଉତ୍ତର ପାଉଛନ୍ତି ବିଶ୍ବ ତାପ ବୃଦ୍ଧିରେ (ଅର୍ଥାତ:ଗୋବାଲ ୱାର୍ମିଙ୍ଗ)। ଯେଉଁ ସବୁ ଗଛ ଗୁଡିକୁ କଟା ହୋଇ ଯାଉଅଛି, ଏବଂ ବଡ଼ ବଡ଼ କାରଖାନାରୁ ଆସୁ ଥିବା ଧୂଳି ଓ ଅଳିଆ ଅବର୍ଜନା ହେଉଛନ୍ତି ଆମ ଦୂଶିତ ଭବିଷ୍ୟର କାରଣ। ବର୍ତ୍ତମାନର ଡାଟା କୁ ମିସାଇ ସେ ଦେଖୁଛନ୍ତି ତ ଭବିଷ୍ୟର ସେହି ଦୃଶ୍ୟ ସବୁ ସମ୍ଭବ ପରି ଲାଗୁଅଛି। ସେହି ଦିନ ଠାରୁ ଫିଲିପ ତାଙ୍କ ସବୁ ଧ୍ୟାନ ପ୍ରକୃତ୍ତି ର ସଂରକ୍ଷଣରେ ଲଗାଇ ଦେଇଛନ୍ତି, ଯାହା ଫଳରେ କି ତାଙ୍କ ପିଢି ଓ ଆସୁଥିବା ପିଢି ମାନେ ଏକ ସବୁଜ ଧରା କୁ ପାଇପାରିବେ ଏବଂ ଶଶ୍ଟେନେବଲ ଲାଇଫସ୍ଟାଇଲ କୁ ଜିଇଁ ପାରିବେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational