STORYMIRROR

Jyotsna Acharya

Drama Horror Fantasy

3  

Jyotsna Acharya

Drama Horror Fantasy

ସଫେଦ ବୃଦ୍ଧ

ସଫେଦ ବୃଦ୍ଧ

1 min
222

ଏକ ଚମକ ଆଖିରେ ହସି ହସି କେହି ଜଣେ ଯେପରି ଖୁବ ଜୋରରେ ଉଡି ଆସୁଥିଲା କେବଳ ମୁହଁ ଦେହର ସଫେଦ ଧଳା ଅଂଶ ଦେଖାଯାଉଥାଏ।

ଝରକାର ଢୋ-ଢୋ ଶବ୍ଦରେ ହଠାତ୍ ବର୍ଷର ନିଦ ଭାଙ୍ଗିଗଲା। ଦେଖେ ତ ତା ସୋଇଥିବା ଖଟ ଟି ଯେମିତି ଆପେ ଆପେ ଉପରକୁ ଉଠି ଯାଉଛି। ଘରର ଚୌକି ଟେବୁଲ ସବୁ ମନକୁ ଉପର ତଳ ହେଉଛି। ଲାଇଟର କଲର୍ ସବୁ ବ୍ଲୁ ଲାଲ ରଙ୍ଗ ମନକୁ ମନ ବଦଳି ଯାଉଛି। ଘରର ଫ୍ୟାନ ଉଲଟା ବୁଲୁଛି। 

ଏ ସବୁ ଦୃଶ୍ୟ ବର୍ଷା କୁ ସ୍ବପ୍ନ ପରି ଲାଗୁଥିଲା, କିନ୍ତୁ ଆଖି ମିଟି ମିଟି କରି ଖୋଲି ଦେଖେ ତ ସାମ୍ନାରେ ଦେଖୁଥିବା ଦୃଶ୍ୟ ସବୁ ସତ, ଭୟରେ ଜୋରରେ ଚିକ୍ତାର କରିବାକୁ ଲାଗିଲା। 

କିଛି ସମୟ ପରେ ଆଖି ଖୋଲି ଦେଖେ ତ ତା ପାଖରେ ଏକ ବୃଦ୍ଧ ବସିଛନ୍ତି, ହସ ହସ ମୁହରେ ସେ ଯେପରି କିଛି କହିବାକୁ ଚାହୁଛନ୍ତି। ଆଉ ଯେପରି କିଛି ତଥ୍ୟ ସେ ଖୋଜୁଛନ୍ତି। ସେତେ ବେଳେ କୁ ଫ୍ୟାନ ଲାଇଟ ଘରର ସମସ୍ତ ଜିନିଷ ପ୍ରକୃସ୍ଥିତ ହୋଇ ଯାଇ ଥାଏ। ମାତ୍ର ବର୍ଷା ସବୁ ଦେଖିବା ପରେ ଭି ସେ ବାସ୍ତବିକ ପରି ସ୍ଥିତି କୁ ଆଉ ଫେରି ପାରୁ ନଥିଲା। 

ବୃଦ୍ଧ ଜଣକ ପୂର୍ବ ଭଳି ସେମିତି ପ୍ରଖର ବେଗରେ ଅନ୍ତଧ୍ୟାନ ହୋଇ ଗଲେ। 

ଆଉ ବର୍ଷା ସେମିତି ନିର୍ବାକ୍ ଅବସ୍ଥାରେ ଚାହିଁ ଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama