STORYMIRROR

Jyotsna Acharya

Classics Inspirational Others

3  

Jyotsna Acharya

Classics Inspirational Others

ସେ ଦିନର ସଂଧ୍ୟା

ସେ ଦିନର ସଂଧ୍ୟା

2 mins
232


ପ୍ରାୟ ଚାରିଟା

ଶୀତ ଦିନ ଚାରିଟା ସମୟ ,ରାତ୍ରର ପ୍ରଥମ ପ୍ରହର ପରି ଲାଗୁଥାଏ। ମାଇନସ ଟେମ୍ପ୍ରେଚର୍ ଦିଲ୍ଲୀକୁ କୁହୁଡି ଘେରରେ ଆଚ୍ଛାଦିତ କରିଥାଏ। ତା ସଂଗକୁ ପ୍ରବଳ ଶୀତ ର ଲହରି ଯେମିତି କେହି ସିଧା ଭାବରେ ଠିଆ ବି ହୋଇବା କଷ୍ଟ। କିନ୍ତୁ ମନର ଖୁସି ଆଗରେ ଶୀତ ର ପ୍ରକୋପ କିଛି ଲାଗୁ ନ ଥାଏ।


ଆମେ ବାହାରି ଥାଉ ମାର୍କେଟିଙ୍ଗ୍ କରିବା ପାଇଁ। ଆଗକୁ କେବଳ ଦୁଇ ହାତ ରାସ୍ତା ଦେଖା ଯାଉଥାଏ। ଆଗରେ କିଏ ଯାଉଛି କି ଆସୁଛି କେବଳ ଗାଡିର ହର୍ଣ୍ଣ୍ ବା ଲାଇଟ୍ ର ରାସ୍ତା ଜଣା ଯାଉ ଥାଏ।


ପ୍ରଥମ ଥର ପାଇଁ ସେ ବର୍ଷ ଆମେ ଦିଲ୍ଲୀ ଯାଇଥିଲୁ। ଶୀତର ଅନୁଭୂତି କେମିତି ସେଠାରେ ଜଣା ନ ଥିଲା। 


ରାସ୍ତାର କଡେ କଡେ କିଛି ନିଆଁ ର ଧ୍ଵନି କିମ୍ବା ଅଣ୍ଡା ସିଝା ବାଦାମ ଭଜା ପାଖରେ ଠିଆ ହୋଇ ଟିକେ ନିଆଁ ର ଉଷୁମ୍ ନେଇ ପୁଣି ଚାଲୁ ଥିଲୁ। କ୍ବାଟର୍ ଠାରୁ ମାର୍କେଟ୍ ପ୍ରାୟ ଏକ କିଲୋମିଟିର ଦୂରତା। ତା ଭିତରେ ଶୀତ ର ବେଶ୍ ମଜା ନେଉଥିଲୁ। ଆଉ ମୁଁ କବି ର ଦୃଷ୍ଟିରେ କିଛି ଦେଖିବାକୁ ଚେଷ୍ଟା କରୁଥିଲି-

"କୁହୁଡି ସୁରଙ୍ଗ କରିଛି କି ଅବା,

ବରଫ ଚଦର ଦେଇଛି ବିଞ୍ଚି..

ଶୀତ ଓହ୍ଲେଇ ଧରାପୃଷ୍ଠ ରେ 

କାକର ଛିଟା କୁ ଛିଞ୍ଚି...

ଆକାଶ ଲାଗିଛି ଭୂଇଁ ର ସ୍ପର୍ଶରେ

ସୂରୁଜ ଯାଇଛି ଲୁଚି...

ସତେ କି ଚକ୍ଷୁ ଦେଖୁ ଅଛି ଅବା

ଗୋଲକ ପୃଥିବୀ ଆଜି......."


ହଁ ଆଜ୍ଞା ! କବିର ଚକ୍ଷୁ ସବୁବେଳେ ନିଆରା ! ତା ଦୂନିଆ ଟିକେ ଅଲଗା। କିଛି ମୁହୂର୍ତ୍ତ କୁ ସେ ମନ ଭିତରେ ତୁରନ୍ତ ତୋଳି ନେଇ ଥାଏ। ହଁ ପୁଣି ବାସ୍ତବତା କୁ ଫେରି ଆସେ ଦେଖେ ତ, ଆମେ ମାର୍କେଟ୍ ପାଖେ ପହଞ୍ଚି ଯାଇଛୁ। ଅନେକ ରଂଗ ଆଲୋକରେ, ଜନ ଗହଳି ଭିତରେ, କିଛି ସପିଙ୍ଗ୍ କରି ସାରି ପ୍ରାୟ ରାତି ୯ ଟାରେ ଫେରିଲୁ। ସେତେ ବେଳକୁ ବରଫ ଖଣ୍ଡ ବର୍ଷା ହୋଇ ପଡୁଥାଏ ଓ ଆହୁରି ଅଧିକ ଶୀତର ପ୍ରକୋପ ଲାଗୁଥାଏ। ଗୋଟିଏ ଜ୍ୟାକେଟ୍ ପିନ୍ଧି ଯିବା ସମ୍ଭବ ହେଉ ନ ଥାଏ। ଦେହ ରେ ଦୁଇ ଦୁଇଟା ଜ୍ୟାକେଟ୍ ଗଳାଇ, କାନରେ, ହାତରେ, ଗୋଡରେ ଶୀତ ପୋଷାକ ପିନ୍ଧି ଘର ଆଡକୁ ମୁଁହାଇଲୁ।


ଜୀବନର ଏହି କିଛି ମୂହୁର୍ତ୍ତ ଅନେକ ବର୍ଷ ପାଇଁ ବଞ୍ଚିବାର ସ୍ପୃହା, ପ୍ରେରଣା ଦେଇଥିଲା। ଏବଂ ଅନୁଭବର ଅନୁଭୂତି କୁ ସାଇତି ରଖିଥିଲା ହୃଦୟ ଆଲବମ୍ ରେ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics