STORYMIRROR

Jyotsna Acharya

Abstract Classics Inspirational

3  

Jyotsna Acharya

Abstract Classics Inspirational

ମେଜିକ ଶୋ

ମେଜିକ ଶୋ

2 mins
148


ପିଲା ଦିନ ହେଉ ଅବା ବଡ଼ ହେବା ପରେ, ମେଜିକ ଦେଖିବାକୁ ବହୁତ ଭଲ ଲାଗେ। କାରଣ କିଛି ମୂହୁର୍ତ୍ତ୍ବର ଅନୁଭବ ଆମକୁ ଖୁସି ଦେଇପାରେ, ଏବଂ କାଳ୍ପନିକ ଦୁନିଆର ପଛରେ ଥିବା ପ୍ରକୃତ ସତ୍ୟ କୁ ବୁଝିପାରେ। 

ଆଜି କାଲି ବ୍ୟସ୍ତ ବହୁଳ ଜୀବନରେ ଆନନ୍ଦ ପାଇବା ବହୁତ କଷ୍ଟ। ତା ଭିତରେ ନିଜକୁ ଚଳ ଚଞ୍ଚଳ କରି ରଖିବା ପାଇଁ ଖୁସିର ଶବ୍ଦଟି ନିହାତି ଆବଶ୍ୟକ।

ଆଉ ଆମ ବିଜ୍ଞାନ ଗୋଟିଏ ପାଦ ଆଗରେ। ଗୋଟିଏ ମଣିଷ ବସି ତାସ ଖେଳୁଥିଲା ବେଳେ,ପାଞ୍ଚଟି ମଣିଷ ଖେଳିବା ଭଳିଆ ଦିଶେ, ଅବା ଗୋଟିଏ ବା ଦୁଇଜଣ ସିଧା ହୋଇ ଶୋଇବା ଛବି କାନ୍ଥରେ ଲାଗି ତଳକୁ ଗୋଡ ଲମ୍ବାଇ ବସିଥିବାର ଦୃଶ୍ୟ ଦେଖା ଯାଏ। ଏହାର ପଛର କାରଣ, ଦର୍ପଣ ମାନଙ୍କ ଆରେଞ୍ଜମେଣ୍ଟ୍ କରା ଯାଇ ଥାଏ, ଯାହାକି ଆମକୁ ଏଭଳି ଦୃଶିତ ହୁଏ।

ଏମିତି ଏକ ଘଟଣା, ବାପା, ମା, ଝିଅ, ପୁଅ କୁ ନେଇ ଏକ ଛୋଟ ପରିବାର। ପିଲା ଦିନୁ ବାପାଙ୍କ ଅଭାବ, ଝିଅ "ତିତିଲି" ମନକୁ ବହୁତ ଭାରାକ୍ରାନ୍ତ କରୁଥାଏ। ଆଉ ଭାଇକୁ ମଣିଷ କରିବା ପାଇଁ, ସେ ଉପାୟ ଖୋଜୁଥାଏ।

ଏମିତି ତିତିଲି ରୋଜଗାର ନିଶା

ରେ, ଗୋଟିଏ ଉଡିଯାଉଥିବା କାଗଜ ଟଙ୍କାର ପଛରେ ଧାଇଁ ଧାଇଁ, ଏକ ମୈଜିକ ଶୋରେ ପହଞ୍ଚିଲା। ସେଠାରେ ପହଞ୍ଚି ଦେଖେ ତ, ସେହି ଟଙ୍କାଟି ଅଦୃଶ୍ୟ ହୋଇ ଯାଇଛି। ଆଉ ଜଣେ ମେଜିକ ଶୋ' କରୁଥିବାର ଦେଖୁଛି। ଠେକୁଆଟି ଶୁଆ ହେଯାଉଛି ତ, କେବେ ଖାଲି କାଗଜ, ଟଙ୍କା ହେଯାଉଛି। ହେଲେ ତା' ର କେବଳ ଟଙ୍କା ପାଖରେ ମନଟି ଥାଏ, ଆଉ ସେ ଶୋ'ରେ ଆଦୌ ମନ ଲାଗୁ ନ ଥାଏ। ଏମିତି ସେ, ସେ ଦିନ ସେଠାରୁ ଫେରି ଆସିଲା । 

ସବୁ ଦିନ ଭଳି ସେ ତା କର୍ମରେ ଲାଗିଥାଏ କିନ୍ତୁ ତା'ର କଷ୍ଟ ସମୟରେ ମେଜିକ ଶୋ କଥା ମନେ ପଡୁଥାଏ। ତେଣୁ ପ୍ରାୟ ସେ ଯେତେ ବେଳେ ସମୟ ପାଉଥିଲା,ସେ ମେଜିକ ମଣିଷ ପାଖକୁ ଯାଉଥିଲା ଏବଂ ବହୁତ ଆନନ୍ଦ ପାଉଥିଲା। 

ଶେଷରେ ତିତିଲି ଚିନ୍ତାକଲା, ଯଦି ମୋତେ ଏ ଶୋ'କୁ ଦେଖି ଆନନ୍ଦ ମିଳୁଛି, ତେବେ ଏହି ଶୋ ଶିଖି ଅନ୍ୟ ମାନଙ୍କୁ ଆନନ୍ଦ ଦେବା ସହିତ, ସେ ରୋଜଗାର ମଧ୍ୟ କରି ପାରିବ।

ତା ପରଠୁ ତିତିଲି ମେଜିକ ଶୋ କରି ଟଙ୍କା ଉପାର୍ଜନ କରିଲା। ଏବଂ ସେ ନିଜକୁ ଅନ୍ୟ ମାନଙ୍କୁ ଖୁସି ଦେଇ ପାରିଲା। ସର୍ବ ଶେଷରେ ତା ସ୍ବପ୍ନ ଟି ସାକାର ହେଲା।


Rate this content
Log in

Similar oriya story from Abstract