STORYMIRROR

Seetaram Dash

Abstract

3  

Seetaram Dash

Abstract

ଅନ୍ଧ ଶ୍ରଦ୍ଧା

ଅନ୍ଧ ଶ୍ରଦ୍ଧା

2 mins
405


ତ୍ରିପାଠୀ ବାବୁ ଅପରାହ୍ନରେ ନିଜ ଆଗଣାରେ ଖବରକାଗଜ ପଢୁ ପଢୁ ଜୋରେ ପାଟି କରି କହି ଉଠିଲେ, ଶୁଣୁଛ(ନିଜ ସ୍ତ୍ରୀ ଙ୍କ ଉଦ୍ୟଶରେ) ଆଜିକାଲି ଯୁଗ କେତେ ବଦଳିଲାଣି। ଲୋକମାନେ ଏତେ ତଳେ ଅଛନ୍ତି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଏତେ ଉନ୍ନତି ପରେ ବି ଭୂତ, ପ୍ରେତ, ଡାହାଣୀ ଓ ଗୁଣୀ ଗାରେଡିର ଅନ୍ଧବିଶ୍ୱାସ ଏବେ ବି କବଳିତ କରି ରଖିଛି ଲୋକମାନଙ୍କୁ। ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ,ଦେଶ ଦୁନିଆର ଖବର ହାତ ମୁଠାରେ। ହେଲେ ଏମାନେ କେବେ ବଦଳିବେ? ଆଦିବାସୀ ଅଂଚଳରେ ଡାହାଣୀ ସନ୍ଦେହରେ ଏକ ସ୍ତ୍ରୀ ଲୋକକୁ ଅତ୍ୟାଚାର କରିଥିବା ଖବରକୁ ପଢି ତ୍ରିପାଠୀ ବାବୁଙ୍କ ମୁଣ୍ଡ ପୁରା ଟିଣ।


ତ୍ରିପାଠୀ ବାବୁ ଜଣେ ଅବସରପାପ୍ତ ସରକାରୀ କର୍ମଚାରୀ।ଏବେ ପୁଅ ବି ଗାଁ ସ୍କୁଲର ଶିକ୍ଷକ। ତେଣୁ ଗାଁରେ ଭାରି ଖାତିରି। ଆପଣ ତ୍ରିପାଠୀ ବାବୁଙ୍କୁ ସଦାବେଳେ ଗାଁ ଛକ, କିମ୍ୱା ହାଟ ବଜାରରେ ପାଇବେ। ଯେଉଁଠି ବି ଥିବେ ବାକ୍ୟ ବାଣ ବର୍ଷା କରୁଥିବେ। ଚଣ୍ଡୀପାଠ ଠୁ ଆରମ୍ଭ କରି ମଙ୍ଗଳ ଯାନର ଗୂଢ଼ ରହସ୍ୟ ତାଙ୍କୁ ଜଣା। ଗାଁ ଗଣ୍ଡାରେ ଗୋଟେ ଢେଗ ଅଛି "ଅଳପ ଜାଣେ ବେଶୀ ବଖାଣେ"। କିନ୍ତୁ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ହୋଇଥିବାରୁ ଗାଁରେ କେହି କିଛି ମୁହଁ ଖୋଲି କୁହନ୍ତିନି।


 ଆଜି ପୁଅ ବୋହୂ ଦୁଇ ବର୍ଷର ନାତିକୁ ନେଇ ବାହାରକୁ ବୁଲିବାକୁ ଯାଇଛନ୍ତି, ତେଣୁ ତ୍ରିପାଠୀ ବାବୁ ଘରେ ଅଛନ୍ତି। ସନ୍ଦ୍ୟା ହେଲାଣି। ପିଲାମାନେ ନ ଆସିବାରୁ ବ୍ୟସ୍ତ ହୋଇଗଲେଣି ତ୍ରିପାଠୀ ବାବୁ ଏବଂ ତାଙ୍କ ସ୍ତ୍ରୀ। ତ୍ରିପାଠୀ ବାବୁ ଚଢା ଗଳାରେ କହୁଛନ୍ତି ଏମାନଙ୍କର ବୁଦ୍ଧି ଶୁଦ୍ଧି ଟିକେ ନାହିଁ। ଛୋଟ ପିଲାକୁ ନେଇ ଯାଇଛନ୍ତି ଯେ ରାତି ଅଧ ହେଲାଣି।

 

ସବୁ ଅପେକ୍ଷାର ଅନ୍ତ ଘଟାଇ କିଛି ସମୟ ପରେ ପିଲାମାନେ ଫେରିଲେ। ତ୍ରିପାଠୀ ବାବୁ ପୁଅ ଉପରେ ଭୀଷଣ ରାଗି କହିଛନ୍ତି, ସନ୍ଦ୍ୟା ବେଳ କେତେବେଳେ କେଉଁ କଥା। ଗାଁ ଆଗରେ ପୁଣି ମଶାଣୀ। ପିଲାଟିକୁ ଏତେ ରାତିରେ ସାଙ୍ଗରେ ଧରି ଫେରୁଛ। ଏତକ କହି ନିଜେ ଯାଇ ବାରିପଟୁ ସଜନା ପତ୍ର କିଛି ଆଣି ନାତିକୁ ଝାଡ଼ି ଦେଲେ। ତା ସହିତ କହିଲେ "ସଲିମ୍ ମିଆଁ ପାଖରୁ ଯେଉଁ କାଟପାଣି(ଗୁଣୀ ଗାରେଡି ବା ମନ୍ତ୍ର ଦ୍ଵାରା ଅଭିଷିକ୍ତ) ଆଣିଥିଲି ନାତିର ପାଟିରେ ଟିକେ ପିଇବାକୁ ଦିଅ, ଆଉ ଟିକେ ଶୋଇବା ଶେଯରେ ଛିଞ୍ଚି ଦିଅ"।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract