Siddhartha Tripathy

Abstract Romance Inspirational

3  

Siddhartha Tripathy

Abstract Romance Inspirational

ଅନାମିକା ନାୟିକା ଓ ମୁଁ

ଅନାମିକା ନାୟିକା ଓ ମୁଁ

4 mins
140



ଚଳଚ୍ଚିତ୍ରରେ, ଯାତ୍ରାରେ ନାୟିକା ପାଇଁ ଚଳଚ୍ଚିତ୍ର,ଯାତ୍ରା ସଫଳ ହୁଏ।


କିନ୍ତୁ


ଗଳ୍ପରେ


କିଛିଟା ପରିବର୍ତ୍ତନ ପାଇଁ ଗଳ୍ପ ସଫଳ ହୁଏ । ନାୟିକା ତାପୁଣି ଅନାମିକା ??

କାହାଣୀ ଭିତରକୁ ପ୍ରବେଶ କରିବା।


ଏମିତି ହୋଇପାରେ କି କାହାଣୀର ମୋଡ ? ଏଇ ଯେମିତି ବାବୁଲ ସୁପ୍ରିୟୋଙ୍କ କଣ୍ଠରେ :

ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା ।

ଚୁନାଚୁନା ସପନରେ, ଅନାବନା ଭାବନାରେ, 

ନିତି ଆସି ବଜାଏ ସେ ପାଦର ପାଉଁଜି ଆଉ କାନର ଝୁମୁକା ।

ବାଦାମବାଡି ବସଷ୍ଟାଣ୍ଡ ।ଏଇଠି ବେଙ୍ଗ ପରିସ୍ରା କଲେ କୃତ୍ରିମ ବନ୍ୟା। ମୁଁ ଯନ୍ତ୍ରୀ, ମୁଁ ଗର୍ବିତ । ଲେଖାରେ ସୁନ୍ଦର। 

ପ୍ରକୃତରେ ?


ଦୁର୍ନୀତିର ଚେର ଏତେ ଲମ୍ବା ହୁଏତ ତାର ଉତ୍ପାଟନ ମର୍ଯ୍ୟାଦାପୁରୁଷୋତ୍ତମ ବି କରିପାରିବେ ନାହିଁ। ମୁଁ ବି ଅସହାୟ ହୋଇ ଦେଖୁଥିଲି। କିଛି ଯାତ୍ରୀ କଥା ହେଉଥିଲେ ଶଳା ଇଞ୍ଜିନିୟର ଗୁଡାକ ପଇସା ଖାଇ କାଗଜ କଲମରେ କାମ କରୁଛନ୍ତି। ମୁଣ୍ଡ ତଳକୁ କରି ବସିଥିଲି ମୁଁ। 


ବର୍ଷାର ପ୍ରାବଲ୍ୟ। ଧଡ୍ ଶବ୍ଦ ଶୁଣି ଚମକିଉଠିଲି ମୁଁ । ଯୁବତୀଟିଏ ବର୍ଷାରେ ସାଇକେଲରୁ ନର୍ଦମାରେ ଗଳିପଡି ଚିତ୍କାର କରୁଥିଲା। ଆଜିକାଲିର ଫ୍ୟାସନ ଅଣ୍ଟା ତଳକୁ ଜିନପ୍ୟାଣ୍ଟ ସାଙ୍ଗକୁ ପତଳା ଗଞ୍ଜିଟିଏ।


ଅନେଇ ରହିଥିଲି ମୁଁ । କିଛି କିମ୍ଭୁତକିମାକାର ଯୁବକ ଯୁବତୀଟିକୁ ଜୋରଜବରଦସ୍ତ ବସଷ୍ଟାଣ୍ଡର ପୁତିଗନ୍ଧମୟ ଶୌଚାଳୟ ଆଡକୁ ନେବାକୁ ଲାଗିଲେ। ଟଣା ଓଟରା ଭିତରେ ଅଣ୍ଟାତଳକୁ ପିନ୍ଧିଥିବା ଜିନପ୍ୟାଣ୍ଟ ତଳକୁ ଖସିଯାଇ ଯୁବତୀଟିର ସମ୍ବେଦନଶୀଳ ଅଙ୍ଗ ଦୃଶ୍ୟମାନ ହେଉଥିଲା। 



ଆଧୁନିକତାର ବେଶଭୂଷା, ପରିପାଟିର ରଚୈତା କିଏ ? ଆମେ ଆଧୁନିକ, ଆମେ ଗର୍ବିତ ଗର୍ଜନ କରି ନିର୍ଜନ ସ୍ଥାନରେ ନିଜକୁ ସମର୍ପଣ କରିବାରେ କୁଣ୍ଠାବୋଧ କରୁନା । ପୁର୍ବ ସମୟରେ ଆମ ମାଆ, ଆଈ ମୁଣ୍ଡରୁ ଓଢଣା ତଳକୁ ଖସୁନଥିଲା। ଭଉଣୀ ସରଳ, ମାର୍ଜିତ ପୋଷାକ ପରିଧାନ କରୁଥିଲା ।କ'ଣ ସେମାନେ ସୁନ୍ଦର ନଥିଲେ ? ସୌନ୍ଦର୍ଯ୍ୟର ସଂଜ୍ଞା କ'ଣ ଅଙ୍ଗ ପ୍ରଦର୍ଶନ ? ଆମେ ଆଧୁନିକ ଯୁଗରେ ବି ଦେବଦେବୀଙ୍କ ପୂଜା କରୁ। ସେମାନଙ୍କ ଶରୀର କ'ଣ ଅନାବୃତ ?

ଯଦି ନା ! ତାହେଲେ ଆମେ ଆଧୁନିକତାର ଡେଙ୍ଗୁରା ପିଟି ଏସବୁ କରି ସମାଜକୁ ବିପଥଗାମୀ କରୁ କାହିଁକି ?




ମୋର ବର୍ଷାତି ଭୁଲିଯାଇଥିଲି, ତାଛଡା ବସଷ୍ଟାଣ୍ଡର ନିରିକ୍ଷଣ କରିବାପାଇଁ ଆସିଥିଲି ମୁଁ ।ଯୁବତୀଟିର ଅବସ୍ଥା ଦେଖି ସେହି ଯୁବକମାନଙ୍କ ପଛରେ ଦୌଡିଗଲି ମୁଁ । 


ସେମାନଙ୍କ ହାତରେ ଛୁରୀ ଦେଖି ଭୟ ପାଇଗଲି ମୁଁ ।

କଥାରେ ଅଛି ମନୁଷ୍ଯ ପଥରରେ ସିନ୍ଦୁରବୋଳା ଦେଇ ରାସ୍ତାକଡରେ ପ୍ରତ୍ୟକ୍ଷ ଦେବତା ସୃଷ୍ଟି କରେ। ତେଣୁ ତ ବିଶ୍ବାସ ମୂଳେ ଭଗବାନ୍। 

ଠିକ୍ ସେମିତି ଭୟରେ ପଛେଇବା ସମୟରେ ମୋ ବେକରେ ଥିବା ହନୁମାନ ଲକେଟଟା ନାକରେ ବାଜିଲା। ମୋତେ ଲାଗିଲା ସତେ ଯେମିତି ମୋ ଦେହରେ ହନୁମାନ ସବାର ହୋଇଗଲେ। 


ଭିଡିଗଲି ଗୁଣ୍ଡାମାନଙ୍କ ସହ। ଦୁଇଚାରିଟା ଉତ୍ତମ ମଧ୍ୟମ ଦେଇ ଯୁବତୀଟିକୁ ଛାଡିଚାଲିଗଲେ ସେମାନେ। ଯୁବତୀଟିର ନାଆଁ ପଚାରିଲି ଓ ଜାମା ସଜାଡିବାକୁ କହିଲି। ଯୁବତୀଟି ଧନ୍ୟବାଦ ଜଣାଇବା ସହ ନିଜ ନାଆଁ ଅରୁଣିତା କହିଲା ।


ଦୁହେଁ ଦୁହିଁଙ୍କର ଫୋନ ନମ୍ବର ରଖିବା ସହ ତା ସାଇକେଲ ଗଡେଇ ଗଡେଇ ନେଲି ମୁଁ । କୌଣସି ବେସରକାରୀ ଅନୁଷ୍ଠାନର ଛାତ୍ରୀ ଥିଲା ସେ ।


ଅତିଶୟତା ! 


ହଁ ଅତିଶୟତା ।

ଅତିଃ ସର୍ବତ୍ର ଗର୍ହିତମ୍। 


ସବୁ କ୍ଷେତ୍ରରେ ଅତିଶୟତା ହିଁ ମୋର ଅସୁବିଧାର ମୁଖ୍ୟ କାରଣ। ସତେ ଯେମିତି ମୁଁ ହିଁ ସମାଜର ସବୁ ଅସୁବିଧାର ନିରାକରଣ କରିବାର ଠିକା ନେଇଛି । ଅରୁଣିତାକୁ ଉଦ୍ଧାର କରିବା ଠିକ୍ ଥିଲା। ତାର ସାଇକେଲ ଠିକ୍ କରିବା, ତା ହଷ୍ଟେଲରେ ଛାଡିବା, ତା ମୋବାଇଲ ନମ୍ବର ରଖିବା ଥିଲା ମୋର ଅତିଶୟତା । ବୟସର ତାରତମ୍ୟ ଭୁଲିଯିବା ମୋର ଅତିଶୟତା। ପ୍ରତିଲିପିରେ ମୋ ଲେଖା ପ୍ରକାଶିତ ହୁଏ କହିବା ଥିଲା ମୋର ଅତିଶୟତା। 


ଧିରେଧିରେ ଗପସପ ବଢିଲା। ପରିଚୟ ବଢିଲା। ଅରୁଣିତା ବି ମୋ ଗଳ୍ପର ପ୍ରଶଂସାରେ ଶତମୂଖ ଥିଲା। ଗର୍ବରେ ମୋ ଛାତି ଫୁଲିଉଠୁଥିଲା। 




ଏତେ ବର୍ଷ ଏକା ରହି ବି କାମଦେବତାଙ୍କ ତୀର ମୋ ଶରୀର ସ୍ପର୍ଶ କରିବାର ସାହସ କରିନଥିଲା। ସଞ୍ଜମତାର ମୂର୍ତ୍ତି ଥିଲି ମୁଁ। 


କିନ୍ତୁ.

ମହର୍ଷି ବିଶ୍ୱାମିତ୍ର ବି ମେନକା ପ୍ରେମରେ, ଆଉ ସିଦ୍ଧାର୍ଥ ତ ସାମାନ୍ଯ ମନୁଷ୍ଯଟିଏ। 


ତାଛଡା ପ୍ରେମ

ମାନେନାହିଁ ବୟସର ତାରତମ୍ୟର ଗଣିତ । 




ଧିରେ ଧିରେ ସମ୍ପର୍କ ବଢିବାରେ ଲାଗିଲା। ଅରୁଣିତାର ବେଶପୋଷାକରେ ପରିବର୍ତ୍ତନ ହୋଇସାରିଥିଲା। ସେଦିନର ଅରୁଣିତାକୁ ମୋର ବୁଝିବା ଭୁଲ୍ ଥିଲା। ସେ ଥିଲା ସରଳ, ନିଷ୍କପଟ। 


ସେଦିନ

ମୁଁ ଅନୁରୋଧ କଲି ମୁଁ ଏକା ରହେ। ଜୀବନ ବହୁତ କଷ୍ଟ ଦେଇଛି। ତମେ କିଛିସମୟ ମୋ ସହ ବିତେଇ ପାରିବ ? ହଁ ଭରିଲା ଅରୁଣିତା। 


ପଚାରିବସିଲା, ସାର୍ ଆପଣଙ୍କ ଯୋଜନା କ'ଣ ? ସୁନ୍ଦରୀ ଯୁବତୀ ମୋହରେ ବୋଧହୁଏ ମୋ ମନରେ କିଛିଟା ଆବିଳତା ଥିଲା । ଅରୁଣିତା ବାରମ୍ବାର ପଚାରୁଥିଲା ଆପଣଙ୍କ ଯୋଜନା କ'ଣ ?

ହସିଦେଇ ମୁଁ କହୁଥିଲି ମୁଁ ବହୁତ ଉସ୍ଛାହିତ, ଉତଫୁଲ୍ଲିତ, ଉତପ୍ରେରିତ। 


ତଥାପି 

କିଛି ତ ଭାବିଥିବେ କହୁଥିଲା ଅରୁଣିତା ।

ମୁଁ କହିଲି, ହଁ ମୁଁ ସବୁ ସୀମା ପାର କରିଯିବାକୁ ଚାହେଁ। 


ସବୁ ସୀମା ମାନେ ?

ହସିଦେଇ ସଙ୍କୋଚରେ ମୁଁ କହିଦେଲି ଦୁଇଟି ଶରୀରର ମିଳନ। ମନରେ ଭୟ, କାଳେ ଅରୁଣିତା କ'ଣ ଭାବିବ ।


କିନ୍ତୁ


ଅରୁଣିତା ହଁ ଭରିଲା ।

ମନରେ ଅସୁମାରୀ ସ୍ୱପ୍ନ ମୋର । ଏକା ଜୀବନର କଷ୍ଟ କିଛିକ୍ଷଣ ପାଇଁ ଲାଘବ ହେବ। ଅରୁଣିତାକୁ ମୋର ବାରମ୍ବାର ପ୍ରଶ୍ନ ଥିଲା ତା ' ମନରେ କ'ଣ ଅଛି ।ସେ ହସିଦେଇ କହେ, ସାର୍ ! ଆପଣ ମୋ ଜୀବନଦାତା। ଯେମିତି କହିବେ ସେମିତି ହେବ, ହଁ ଦୁଇ ଶରୀରର ମିଳନ ହେବ। 


ମୋର ନିଦ ହଜିଯାଇଥିଲା। ଅରଣଣିତା ହସିହସି ପଚାରୁଥିଲା, ସାର୍ ଆପଣଙ୍କ କାହାଣୀରେ ଲେଖନ୍ତି ନାୟକ, ନାୟିକାର ସମ୍ଭୋଗ ସମୟରେ ଚୁଡି ଭାଙ୍ଗିଯାଏ। ହେଲେ ମୁଁ ତ ଚୁଡି ପିନ୍ଧେନାହିଁ, ଭାଙ୍ଗିବ କେମିତି ?ତାଛଡା ମୁଁ ତ *ଅନାମିକା ନାୟିକା* ଆପଣଙ୍କ ଜୀବନାକାଶରେ। ହସିଦିଏ ମୁଁ କିନ୍ତୁ ଏଇ ପଦିଏ କଥାରେ ଶରୀରରେ ଅଦ୍ଭୁତ ଶିହରଣ, ଅସମ୍ଭବ ଉନ୍ମାଦନା। 


ସଠିକ୍ ସମୟ ଉପନୀତ ହେଲା। ହଷ୍ଟେଲରୁ ମୁଁ ନେଇଆସିଲି ସରକାରୀ ବାସଭବନକୁ। ଅରୁଣିତା ମନରେ ଭୟ ଓ ଲଜ୍ଜା ଲକ୍ଷ୍ୟ କରୁଥିଲି ମୁଁ। 


ତଥାପି.

ମୋ ଭିତରର ରାକ୍ଷସ !

ମୋ କାମୋଦ୍ଦିପନା !

ବିବଶ ଥିଲି ମୁଁ ।

ପ୍ରେମର ଶତୃ କାମ, କାମର ପ୍ରବେଶରେ ପ୍ରେମର ଅନ୍ତ ଇତ୍ୟାଦି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇପାରେ। 

କିନ୍ତୁ

ଆମେ ପରା ମନୁଷ୍ଯ ।

ମୋ କ୍ଷେତ୍ରରେ ବି ସେଇଆ ଘଟିଗଲା ।



      ଅଜବ, ଅଦ୍ଭୁତ ସାକ୍ଷାତ।ଅଜବ ସହର ଇଏ।ଶୋଇଥାଏ।କଡଲେଉଟାଏ। ଅଲୋଡା ଯୁବତୀ ପରି ଆଖିଖୋଲି ସ୍ୱପ୍ନ ଦେଖୁଥାଏ।ନିଶାର୍ଦ୍ଧରେ ବିବେକକୁ ହତ୍ୟାକରି,ନାରୀଟିକୁ ଭୁଲୁଣ୍ଠିତାକରି ସକାଳୁ ସକାଳୁ ସୂର୍ଯ୍ୟ ସ୍ନାନ ସାରି ସଜାଡ଼ି ନିଏ ନିଜକୁ। କଇଁଛ ଖୋଳପା ଭିତରେ ପଶିଲା ପରି ପଶିଯାଏ ଭଦ୍ର ଖୋଳପାରେ। 


    ମନ ଜାଣେ ସ୍ୱ।ଦ କେତେ ନିଶାର୍ଦ୍ଧରେ ପକ୍ଷୀ ଶୀକାର ର!! ବିବେକର ବିଶୁଦ୍ଧ ଶରୀର ଜଳିଗଲାପରେ ବାରି ହୂଏ କ୍ଷତି କ'ଣ ?



    

ଅରୁଣିତା ପ୍ରଥମ ସାକ୍ଷାତ ସମୟର ସେହି ଗଞ୍ଜି ଓ ଜିନପ୍ୟାଣ୍ଟ ପିନ୍ଧି ଆସିଥିଲା । ପାଖରେ ବସିଲା ପରେ ତାକୁ କୋଳେଇନେଲି। ଜମା ପ୍ରତିବାଦ କରିପାରିଲା ନାହିଁ ସେ। 


ମନେମନେ ଖୁସିହୋଇ ଗୋଟିଏ ପରେ ଗୋଟିଏ ବସ୍ତ୍ର ଖୋଲିବାରେ ଲାଗିଲି ମୁଁ। ଶାରିରୀକ ମିଳନ ଆଶାରେ ଆଗକୁ ବଢିବା ସମୟରେ ଅନ୍ଧକାରରେ ତା ମୁହଁରୁ କେବଳ ଗୋଟିଏ ଶବ୍ଦ ଶୁଣିବାକୁ ପାଇଲି, ଓଃ ମାମା କ୍ଷମା କରିଦେବ। 

ଅଟକିଗଲି ମୁଁ। କୋଠରୀଟିକୁ ଆଲୋକିତ କଲି ମୁଁ । ଅରୁଣିତାର ଆଖିରେ ଅଶୃର ପ୍ଳାବନ। ଚମକିଉଠିଲି ମୁଁ ଦୋହଲିଗଲା ଅନ୍ତରାତ୍ମା। ଭିତରର ଦୁଃଶାସନ ଅଦୃଶ୍ଯ ହୋଇଗଲା। ଅରୁଣିତା କହିଉଠିଲା, ସାର୍ ! ଅଟକିଗଲେ କାହିଁକି ?

ମୁଁ ପଚାରିଲି ତମେ ମାମା କ୍ଷମାକର କାହିଁକି କହିଲ ? ଅରୁଣିତା କହିଲା, ସାର୍ କୁମାରୀଲଜ୍ଜା ସମର୍ପଣ କରିବା ସମୟରେ ମୋତେ କଷ୍ଟ ହେଲା, ତେଣୁ।


ଅରୁଣିତାର କପଡା ସଜାଡିନେବାକୁ କହିଲି ମୁଁ। ତାପରେ କହିଲି ସେଦିନର ସେହି ଗୁଣ୍ଡା ଓ ମୋ ଭିତରେ ଫରକ କ'ଣ ? କିଛିକ୍ଷଣର ଖୁସିପରେ ହୁଏତ ମୁଁ ଜୀବନସାରା ଅନୁତାପର ଅଗ୍ନିରେ ଜଳିଜଳି ମରିଥାନ୍ତି ।


ଜାଣିଛ ଅରୁଣିତା, ମୋ ପରିଚୟ କ'ଣ ?


    ମୁଁ

କ୍ରିଡନକଟିଏ ପରମେଶ୍ଵରଙ୍କ, 

ମୁଁ

ସର୍ବଶ୍ରେଷ୍ଠ ରଚନା ପରମେଶ୍ଵରଙ୍କ ,

ମୁଁ

ଅନବଦ୍ୟ ସର୍ଜନା ପରମେଶ୍ଵରଙ୍କ। 

କିନ୍ତୁ

ମୁଁ

ବ୍ୟଭିଚାରର ସ୍ରଷ୍ଟା

ମୁଁ

ଅସତ୍ୟର ପୁରୋଧା

ମୁଁ

ଅନିତିର ଗନ୍ତାଘର। 


ତେଣୁ

ମହାମାରୀର ପ୍ରବେଶ,

ତେଣୁ

ରାହାଜାନୀ,ଲୁଣ୍ଠନ, 


ମୋତେ କ୍ଷମା କରିଦିଅ ଅରୁଣିତା କହି ମୁଁ ତା ପାଦଧରି ଛୁଆଙ୍କ ପରି ଭୋ ଭୋ କାନ୍ଦୁଥିଲି। ଅରୁଣିତା ମୋତେ କୋଳରେ ଶୁଆଇଦେଇ କହିଲା, ସାର୍ ! କାନ୍ଦ ଆପଣଙ୍କୁ ଶୋଭା ପାଏନାହିଁ। ଟିକେ ହସିଦିଅନ୍ତୁ। ଆପଣଙ୍କ ପରି ଚିନ୍ତାଶୀଳ ବ୍ୟକ୍ତିତ୍ବମାନଙ୍କ ଯୋଗୁ ତ ସଂସାର ତିଷ୍ଠିରହିଛି। ଆପଣ ମହାନ୍। ଏମିତି ଓଃ, ଆଃ କହିଦେଲେ କେଉଁ ପୁରୁଷ ନିର୍ବସ୍ତ୍ର ଯୁବତୀକୁ ଛାଡିଦେବ। 

ଆଜିଠୁ ମୁଁ ତମର ମାଆ ।

ହସୁଥିଲା ଅରୁଣିତା, ହସୁଥିଲି ।




    



  


Rate this content
Log in

Similar oriya story from Abstract