ଅକଳ୍ପନୀୟ (ଅବିଶ୍ୱସନୀୟ)
ଅକଳ୍ପନୀୟ (ଅବିଶ୍ୱସନୀୟ)
ସେଦିନ ଅଫିସରେ ପାଦ ଦେଉ ଦେଉ ଭିତରୁ ମୋର ଜଣେ ସହକର୍ମୀଙ୍କର କଥା ମୋ କାନରେ ପଡ଼ିଲା ,,,। (ବେଉଡ଼ା କୋ ଭେଜଦୋ ଉସ୍କେଲିୟେ ୱ ଜଗହ ସହି ରହେଗା ) ଯାହା ମୋ ଉଦ୍ଦେଶ୍ୟରେ ଥିଲା । ସେ କଥାକୁ ଧ୍ୟାନ ନଦେଇ ,,, ସହକର୍ମୀ ମାନକୁ ସକାଳର ନିୟମିତ ଅଭିବାଦନ କରି ,, ବସିଗଲି ନିଜର ଚୌକି ଉପରେ ,,। ମୁମ୍ବାଇ ର ଲୋକାଲ ଟ୍ରେନରେ ଯାତ୍ରା କରି ଠିକ ସମୟରେ ଅଫିସ ପହଞ୍ଚିବା ଅର୍ଥ ଜୀବନ ସଂଘର୍ଷରେ ଅଧା ବିଜୟ ପ୍ରାପ୍ତ ହେଇଯିବା ,,।
.......... ପାଞ୍ଚ/ଦଶ ମିନିଟ ପରେ ଭିତରୁ ଡାକରା ଆସିଲା ଉପରିସ୍ଥ ଅଧିକାରୀଙ୍କର ,,। ଅନୁମତି ନେଇ ବସିଗଲି ,,। ବୟସର ତାରତମ୍ୟ ସତ୍ତ୍ୱେ ଆମ ଦୁହିଁଙ୍କର ସମ୍ପର୍କ ଅଧିକାରୀ ଆଉ କର୍ମଚାରୀ ଅପେକ୍ଷା ବେଶି ବନ୍ଧୁତ୍ୱର ,,। କିଛି ସମୟ ଉଭୟ ଉଭୟଙ୍କର ଭଲମନ୍ଦ ବୁଝି ସାରିବା ପରେ ,,,। ମୋର ଅଧିକାରୀ ଜଣକ ମତେ କହିଲେ ,,, ତମକୁ ଉତ୍ତର ଭାରତରେ ଆସିଥିବା ଏକ ପ୍ରୋଜେକ୍ଟ ଲାଗି ଯିବାକୁ ପଡ଼ିବ ।
ନାଇଁ ନାଇଁ ସାର ମୁଁ ଯିବିନି ,, ଆପଣ ଅନ୍ୟ କାହାକୁ ପଠେଇଦିଅନ୍ତୁ ।
ମୋ କଥାରେ ଅଧିକାରୀ ଜଣକ ଟିକେ ତେଲ ମାରିବା ଉଦ୍ଦେଶ୍ୟରେ କହିଲେ ,,, ପ୍ରୋଜେକ୍ଟ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଶେଷ କରିବାକୁ ପଡ଼ିବ ,, ଆଉ ସମସ୍ତେ ତମ ବିଷୟରେ କୁହନ୍ତି ( କୁଛ ଭି ହୋ ବନ୍ଦା କାମ କା ହେ ) । ଆଉ ତମର ଦରମା ବି ବଢ଼େଇ ଦିଆଯିବ । ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ବି ତମକୁ ଅଲଗା ଅର୍ଥ ମିଳିବ । ସବୁଠୁ ବଡ଼ କଥା ହେଲା ,, ମଦ ପାଇଁ ବି ତମକୁ ପଇସା ଖର୍ଚ୍ଚ କରିବାକୁ ପଡ଼ିବନି ,, ମାଗଣାରେ ମିଳିଯିବ ସେଠି ,,।
..............ନାଇଁ ସାର ମୁମ୍ବାଇ ଛାଡ଼ି ଯିବିନି ,,, ଏତେ ଥଣ୍ଡା ଏରିଆକୁ କାହିଁକି ବା ଯିବି ?
.............................ମୋ କଥା ଶୁଣି ଅଧିକାରୀ ଜଣକ କହିଲେ ,,, ଲୋକମାନେ ପଇସା ଖର୍ଚ୍ଚ କରି ସେ ଜାଗାକୁ ବୁଲିବାକୁ ଯାଉଛନ୍ତି ଆଉ ତମକୁ ମାଗଣାରେ ସେ ସୁଯୋଗ ଜୁଟୁଛି ତମେ ମନାକରୁଛ ! ଏତିକି କହି ତାଙ୍କ କମ୍ପ୍ୟୁଟରରେ ଥିବା କିଛି ଫଟ ମତେ ଦେଖେଇଲେ ,, ଯେଉଁ ଫଟ ସବୁ ସେ ସେଠାକୁ ବୁଲିଯାଇଥିବା ସମୟରେ ଉଠେଇଥିଲେ ,,।
.........ମନ ଟିକେ ଟାଣିଲା ମୋର ସେ ଫଟ ଦେଖିଲା ପରେ ,,। ଠିକ ଅଛି ସାର ମୁଁ ଆପଣଙ୍କୁ କାଲି କହିବି ,,। ସାର ନୀରବ ରହିଲେ ,,। ମୁଁ ଦିନସାରା ଭାବି ହେଉଥାଏ ,, କଣ କରିବି ? ଭାରତୀୟ ସହର ଭିତରେ ମାୟାନଗରୀ ମୁମ୍ବାଇର ମାୟା ବଡ଼ ଶକ୍ତ ,,। ସହଜରେ କାଟି ହୁଏନି ,,। କୌଣସି ସିଦ୍ଧାନ୍ତ ରେ ନ ପହଞ୍ଚି ଦିନଟି ବିତିଗଲା ,,। ତା ପରଦିନ ଅଫିସରେ ଅଧିକାରୀ ଜଣକ ଡାକି ଆଦେଶ ଦେବା ଭାବରେ ପଚାରିଲେ ଟିକେଟ କେଉଁ ଦିନକୁ କରିବି ? ଟିକେ ନା ନୁକର କରି ଦୁଇ ସପ୍ତାହ ପରର ଯାତ୍ରାକୁ ସ୍ୱୀକୃତି ଦେଇ ଛୁଟିରେ ଓଡ଼ିଶା ଆସିଲି ,,। ଦୁଇସପ୍ତାହ ଘରେ ବୁଲାବୁଲି କରି ସିଧା ଚାଲିଲି ମୋର ନୂଆ କର୍ମ କ୍ଷେତ୍ରକୁ ।
.................ପହଞ୍ଚିଲା ପରେ ସବୁ ବ୍ୟବସ୍ଥା ହେଇ ଯାଇଥିଲା ,,, କିଛି ଅସୁବିଧା ହେଲାନି ,,। ଆଉ ସତରେ ଅଧିକାରୀଙ୍କ କହିବାର ଢେର ଗୁଣରେ ସୁନ୍ଦର ଥିଲା ସେ ପରିବେଶ ,,। ହେଲେ ଗ୍ରୀଷ୍ମ ପ୍ରଧାନ ଅଞ୍ଚଳର ଲୋକଙ୍କୁ ସେ ପରିବେଶରେ ଖାପ ଖୁଆଇ ଚଳିବା ନିହାତି କଷ୍ଟକର ,,। ଆଉ ଆମ ରହିବା ଓ କାର୍ଯ୍ୟକ୍ଷେତ୍ର ଜାଗାଠାରୁ ସେ ଅଞ୍ଚଳର ମୁଖ୍ୟ ସହର ପାଖାପାଖି ତିରିଶ କିଲୋମିଟର ହେବ । ମୁମ୍ବାଇର କୋଳାହଳରୁ ବାହାରି ଏ ସ୍ଥାନର ନୀରବତା ମାନସିକ ଶାନ୍ତି ଦେଉଥିଲେହେଁ ମନର କେଉଁ ଏକ କୋଣ ବାରମ୍ବାର ମୁମ୍ବାଇର ଭିଡ଼ ଭିତରେ ହିଁ ବୁଲୁଥିଲା । ଏମିତିରେ ଛ ମାସ ବିତିଗଲା ,,।
................................ଆଖପାଖ ଅଞ୍ଚଳର ଲୋକମାନଙ୍କ ସହିତ ମେଳମେଳାପୀ ହେଇଗଲାଣି କିଛି ଅଂଶରେ ,,। ବହୁତ ସରଳ ଓ ବିଶ୍ୱାସୀ ଲୋକମାନେ । ଗୋଟି ଗୋଟିକିଆ ଗାଁ ସବୁ ,,। ବହୁ ପୁରାତନ ଗାଁ । ବରଫାବୃତ ପାହାଡ଼ ର ପାଦରେ ଅବସ୍ଥିତ ଗାଁ ଗୁଡ଼ିକ ଆକର୍ଷିତ କରେ ପ୍ରକୃତି ପ୍ରେମୀ ମାନଙ୍କୁ ,,, ପ୍ରକୃତି ପ୍ରେମୀମାନେ ଅନାୟାସରେ ସେ ଗାଁ ଗୁଡ଼ିକର ପ୍ରେମରେ ପଡ଼ିଯାନ୍ତି ,,। ମୁଁ ବା କେମିତି ବାଦ ପଡ଼ିଥାନ୍ତି ,,।
.......ସେଠି ଥିବା ମୋର ସହକର୍ମୀ ମାନଙ୍କ ଭିତରୁ ଜଣେ ସମବୟସ୍କ ବଙ୍ଗାଳୀ ସହକର୍ମୀ ଙ୍କ ସହିତ ମୋର ଘନିଷ୍ଠତା ହେଇସାରିଥାଏ ,,। ଥରେ ଦୁହେଁ ନିଷ୍ପତ୍ତି ନେଲୁ ଆସନ୍ତା ରବିବାର ଦିନ ଦୂରରେ ଦେଖାଯାଉଥିବା ମୁଣ୍ଡିଆ ପର୍ଯ୍ୟନ୍ତ ଯାଇ ବୁଲି ଆସିବାକୁ ,,। କଥା ଅନୁସାରେ ରବିବାର ସକାଳୁ ଜଳଖିଆ ଖାଇ ,,, ବୋତଲ ଆଉ ଗ୍ଲାସ ସାଙ୍ଗରେ ଧରି ,,, ଶୀତବସ୍ତ୍ରରେ ଆଚ୍ଛାଦିତ ହେଇ ବାହାରିଲୁ ଦୁହେଁ ,,,। ଯେତେଦୂର ଆଖି ଯାଉଥିଲା ଖାଲି ବରଫ ଆଉ ବରଫ ,,। ଶ୍ୱେତ ବସ୍ତ୍ରରେ ଆଚ୍ଛାଦିତ ଧରିତ୍ରୀ ର ସେ ବେଶ ଏବେବି ଆଖି ଆଗରେ ନାଚି ଯାଉଛି ,,, ମନ ବିନା ନିମନ୍ତ୍ରଣରେ ବୁଲି ଆସୁଛି ଯାଇ ସେ ପ୍ରଦେଶ ,,। ସିଗାରେଟ ପିଆ ଚାଲିଥାଏ ,,, ହସ ମସ୍ତିରେ ଉଭୟେ ଉଭୟଙ୍କୁ ଆକ୍ଷେପ କରି ନାନା କଥା କହି ଆମ ଲକ୍ଷ୍ୟ ସେ ମୁଣ୍ଡିଆ ପାହାଡ଼ ଦିଗରେ ଆଗେଇ ଚାଲିଥାଉ ।
......ସବୁଜ ବନାନୀ ଉପରେ ବରଫର ଆଚ୍ଛାଦନ ,,,ଆହାଃ କି ସୁନ୍ଦର ସେ ଦୃଶ୍ୟ ,,!! କେବଳ ସ୍ରଷ୍ଟାଙ୍କ ଉଦ୍ଦେଶ୍ୟରେ ମନରୁ ବାରମ୍ବାର ଧନ୍ୟବାଦ ବାହାରି ପଡ଼ୁଥାଏ ,,। ବନ୍ଧୁର ପଥୁରିଆ ରାସ୍ତାରେ ମଝିରେ ମଝିରେ ବରଫର ଆବରଣ ତ କେଉଁଠି ପୁଣି କେଉଁ ପଥର ଖଣ୍ଡ ବିନା ବରଫରେ ମୁଣ୍ଡ ଟେକି ଅଭିମାନ କରିଛି ବରଫ ଉପରେ ,,, କଣ ପାଇଁ ମତେ ଆଚ୍ଛାଦିତ ନ କରିଛୁ ,,,। ମଝିରେ ଗୋଟେ ଗୋଟେ ପେଗ ଢୋକି ,, ସିଗାରେଟ ଜଳେଇ ଆମେ ଆଗକୁ ବଢ଼ି ଚାଲିଥାଉ ,,।
.................... ମଝିରେ ମଝିରେ ସେ ଅଞ୍ଚଳର ଜଣେ ଜଣେ ଲୋକ ଦେଖା ହେଇଯାଉଥିଲେ ,, ଆମର ପରିଚୟ ଜାଣିଲା ପରେ ଆମକୁ ଗନ୍ତବ୍ୟରେ ସୁହାଇଲା ଭଳି ନାନା ଉପଦେଶ ମଧ୍ୟ ଦେଉଥିଲେ ,,। ଏମିତିରେ ଘଣ୍ଟାଏ ପାଖାପାଖି ଚାଲିଲା ପରେ ବି ଆମକୁ ଲାଗୁଥିଲା ସେ ମୁଣ୍ଡିଆ ପାହାଡ଼ ପଛକୁ ପଛକୁ ଘୁଞ୍ଚି ଚାଲିଛି ,,,। ସେ ଯେମିତି ଆମ ସହିତ ଦେଖା କରିବାକୁ ଅରାଜି ଅଛି ,,,!!! କିଛି ସମୟ ବିଶ୍ରାମ ନେଇ ପୁଣି ଆମେ ଆମ ଲକ୍ଷ୍ୟରେ ବାହାରି ପଡ଼ିଲୁ ,,,।
......ସେ ମୁଣ୍ଡିଆରେ ସତେ ଯେମିତି କିଛି କିମିଆ ଥିଲା ଯାହା ଆମକୁ ବାରମ୍ବାର ଆକର୍ଷିତ କରୁଥିଲା ,,। ପଛକୁ ଫେରିଯିବାର ଭାବନା ଆମ ଦୁହିଁଙ୍କ ମନରେ ତିଳେ ମାତ୍ର ବି ଆସୁନଥିଲା ,,,। କଥାବାର୍ତ୍ତା ହେଇ ଚାଲିଥାଉ ଦୁହେଁ । ହଠାତ କିଛି ଦୂରରେ ଅସ୍ପଷ୍ଟ ଭାବେ ଆମ ଆଖିରେ କିଛି ଅଦ୍ଭୁତ ଦୃଶ୍ୟ ଦେଖାଗଲା । ଦୁହେଁ ଦୁହିଁଙ୍କୁ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲୁ ,,। ଏ କଣ ଆଉ କିଏ ବୋଲି ଉଭୟେ ଉଭୟଙ୍କୁ ମୌନ ରେ ପ୍ରଶ୍ନ ବି କଲୁ ? କିଛି କ୍ଷଣ ପାଇଁ ମନରେ ଭୟ ବି ଜାତ ହେଲା । କେତେ କଣ ଭାବନା ମନରେ ଆସିଲା । ହେଲେ ଦୃଶ୍ୟମାନ ପରିସ୍ଥିତି ଆମକୁ ବେଶି ଦ୍ଵନ୍ଦରେ ପକାଉଥିଲା ,,। ମନରେ ଏଇ ମୁହୂର୍ତ୍ତକୁ ଆମର ଶେଷ ମୁହୂର୍ତ୍ତ ବୋଲି ଭାବି ଆମେ ବି ଆଗକୁ ଆଗକୁ ବଢ଼ିବାରେ ଲାଗିଲୁ । ଉଭୟେ ଉଭୟଙ୍କ ଆଡ଼କୁ ଅଗ୍ରସର ହେବାରୁ ଆମକୁ ଦିଶୁଥିବା ସେ ଅଦ୍ଭୁତ ଦୃଶ୍ୟ ଆହୁରି ନିକଟତ୍ତର ଓ ସ୍ପଷ୍ଟ ହେବାରେ ଲାଗିଲା ,,। ଆମ ଦୁହିଁଙ୍କ ପାଇଁ ସେ ଦୃଶ୍ୟ ନବଗୁଞ୍ଜର ଦେଖିଲା ଠାରୁ ବି କମ ଆଶ୍ଚର୍ଯ୍ୟ ନଥିଲା !! ତଥାପି ମନରେ ଭୟ ରଖି ଆମେ ଆଗେଇ ଚାଲିଲୁ ,,।
.........ସାମ୍ନାସାମ୍ନି ହେଇଗଲୁ ସେ ଆଶ୍ଚର୍ଯ୍ୟଜନକ ଲାଗୁଥିବା ମଣିଷଙ୍କୁ ଦେଖି ,,। ସାମାନ୍ୟରୁ ନିମ୍ନରେ ସେଠାର ତାପମାତ୍ରା ,, । ତା ସାଙ୍ଗକୁ ସୁଲୁସୁଲିଆ ପବନ । ୨୨/୨୩ ବର୍ଷର ଯୁଆନ ପିଲା ଆମେ ,,, ତା ଉପରେ ଶୀତ ବସ୍ତ୍ରରେ ପୁରା ଶରୀର ଢାଙ୍କିଛୁ ,,, ସାଙ୍ଗରେ ମଦ ଆଉ ସିଗାରେଟର ଅଭାବ ନାହିଁ ,, ସାଙ୍ଗରେ କିଛି ଖାଇବା ବି ରଖିଛୁ ,,। ଏସବୁ ଭିତରେ ବି ଆମେ ସେ ପରିବେଶରେ ଖାପ ଖୁଆଇ ପାରୁନୁ ନିଜକୁ କିନ୍ତୁ ଆମ ସମ୍ମୁଖରେ ଆମେ ଯାହାଙ୍କୁ ଦେଖୁଛୁ ସେ କେବଳ ଖଣ୍ଡେ ଧୋତି ପିନ୍ଧିଛନ୍ତି ,,, କାନ୍ଧରେ ପଇତା ଖଣ୍ଡେ ,,। ଏମିତିକା ପରିବେଶରେ ସେ ଶାନ୍ତ ଆଉ ସ୍ଥିର କେମିତି !!? ମୁଖମଣ୍ଡଳରେ ସୂର୍ଯ୍ୟର ଆଭା ,,, ଶୁଭ୍ର ଦାଢ଼ି ଲମ୍ବିଯାଇଛି ପେଟ ପର୍ଯ୍ୟନ୍ତ ,,, ଧଳା କେଶ କୁ ମୁଣ୍ଡରେ ବାନ୍ଧି ଦେଇଛନ୍ତି ,,,। ସେ ମୁଖମଣ୍ଡଳରୁ ତୃପ୍ତତା ଅଚିରେ ବାରି ହେଇଯାଉଥାଏ ,,।
.......ଆମ ଦୁହିଁଙ୍କ ହୃଦୟର ବେଗ ଯଥେଷ୍ଟ ବଢ଼ି ଯାଇଥାଏ ,,। ଦୁହେଁ ଦୁହିଁଙ୍କ ହାତ ଧରିଥାଉ ,,, କିଛି ପଚାରିବାର ସାହାସ ନଥାଏ ଆମର !! ଭାସି ଆସିଲା ଏକ କୋମଳ କଣ୍ଠସ୍ୱର ,, ( କ୍ୟା ନାମ ହେ ଆପକା )? ମୋ ଉଦେଶ୍ୟରେ ତାଙ୍କର ସେ ପ୍ରଶ୍ନ ଥିଲା ? ଡରି ଡରି ତାଙ୍କୁ ମୋର ନାଁ କହିଲି । ସ୍ମିତ ହସି ସେ ବ୍ୟକ୍ତି ଜଣକ କହିଲେ ,,
କାହାକୁ ଖୋଜୁଛ ?
.............ତାଙ୍କ ପ୍ରଶ୍ନର ଉତ୍ତର ନଦେଇ ମୁଁ ତାଙ୍କୁ ପ୍ରଶ୍ନ କରିଦେଲି ,,, ଆପଣଙ୍କୁ ଥଣ୍ଡା ଲାଗୁନି ? ଏମିତି ଫୁଙ୍ଗୁଳାରେ ବୁଲୁଛନ୍ତି ଆପଣ ,,,? ଏତିକି ପଚାରିଲା ବେଳେ ଭଲକରି ସେ ବ୍ୟକ୍ତି ଜଣଙ୍କର ମୁଖମଣ୍ଡଳକୁ ଦେଖିଲି ,,,। ସେ ମୁଖ ମଣ୍ଡଳରେ ବିନ୍ଦୁ ବିନ୍ଦୁ ହେଇ କେଇବୁନ୍ଦା ଜଳବିନ୍ଦୁ ଲାଗିଛି ,,,। ତାଙ୍କ କହିବା ପୂର୍ବରୁ ସେ ଜଳବିନ୍ଦୁ ଦେଖି ମୁଁ ମୋ ପ୍ରଶ୍ନର ଉତ୍ତର ପାଇ ସାରିଥିଲି । ତଥାପି ସେ ବ୍ୟକ୍ତି ଜଣକ ଅଳ୍ପ ହସି କେବଳ ନା ରେ ଜବାବ ଦେଇଦେଲେ ,,।
.......ମୁଁ ପୁଣି ପଚାରିଲି ଆପଣ କିଏ ? ଆପଣଙ୍କୁ ମୁଁ ଏ ପାଖ ଗାଁରେ ତ କେବେବି ଦେଖିନି ?
...........ହସ ହସ ମୁହଁରେ କହିଲେ ,, ଆମେ ସେଇ ମୁଣ୍ଡିଆ ପାହାଡ଼ ଆରପାଖରେ ରହୁଛୁ ,,। ଏଇଟା କେଉଁ ମସିହା ବୋଲି ସେ ବ୍ୟକ୍ତି ଜଣକ ଆମକୁ ପାଲାଟା ପ୍ରଶ୍ନ କଲେ ? ଆଶ୍ଚର୍ଯ୍ୟ ଆମେ ,,, ଉତ୍ତରରେ ଏଇଟା ୨୦୦୩ ମସିହା ବୋଲି କହିଲୁ । କିଛି ଚିନ୍ତା କରି ସେ ବ୍ୟକ୍ତି ଜଣକ କହିଲେ ସିରାଜ ଉଦୌଲାଙ୍କ ବିଷୟରେ ପଚାରିଲେ ? ତାଙ୍କ କଥା ଶୁଣି ଦେହ ଥରି ଉଠିଲା ଭୟରେ ,,,। ଏ ନିଶ୍ଚିତ କୌଣସି ଏକ ଆତ୍ମା ହେଇଥିବେ ,,, । ସିରାଜ ଉଦୌଲା ଯାଇ ବ୍ରିଟିଶ ଶାସନ ଯାଇ ଭାରତ ସ୍ୱାଧୀନ ହେଇସାରିଲାଣି । ଆମକୁ ଏ ସେ ବିଷୟରେ କାଇଁ କହୁଛନ୍ତି ? ଆଜି ଆମେ ମରିବା ନିଶ୍ଚିତ ,,।
..........................ଏମିତି ଭାବୁଥିବା ଭିତରେ ସେ ବ୍ୟକ୍ତି ଜଣକ ମୁଁ ଧରିଥିବା ବୋତଲ କୁ ଇଙ୍ଗିତ କରି ପଚାରିଲେ ଏ କଣ ? ଟିକେ ଶଙ୍କି ଯାଇ କହିଲି ଏ ହେଉଛି ମଦ ,,। ସେ ବ୍ୟକ୍ତି ଜଣକ ଆମକୁ ମଦ ନ ପିଇବାକୁ କହିଲେ ,,। ତତସଙ୍ଗେସଙ୍ଗେ ତାଙ୍କୁ ଅନେକ ଦୂର ଯାଇ ଫେରିବାକୁ ପଡ଼ିବ ବୋଲି କହି ,,, ଚାଲିବାକୁ ଆରମ୍ଭ କଲେ ,,। ଅତି କ୍ଷୀପ୍ରବେଗରେ ସେ ଚାଲି ଯାଉଥାନ୍ତି ,,। ଆମେ ଅପଲକେ ଏକ ଲୟରେ ତାଙ୍କ ଚାଲିଯିବାକୁ ଚାହିଁ ରହିଥାଉ ,,। ଏକ ମୁଣ୍ଡିଆ ସେପାଖରେ ସେ ଆମ ଆଖିରୁ ଉଭାନ ହେଇଗଲେ ,,। ଆମେ ଦୁହେଁ ଅବାକ ,,,। ମଦପିଆରେ ହେଇଥିବା ନିଶା ସମ୍ପୂର୍ଣ୍ଣ ରୂପେ ଛାଡ଼ି ଯାଇଥିଲା ,,,। ବିନା ପ୍ରଶ୍ନୋତ୍ତର ରେ ଆମେ ଦୁହେଁ ଆଗକୁ ନଯାଇ ପଛକୁ ଆମର ଠିକଣାକୁ ଫେରିଲୁ ,,। ସବୁ ଠିକଠାକ ଚାଲିଥାଏ ,,। ହେଲେ ମନରୁ ସେ ବ୍ୟକ୍ତି ଜଣଙ୍କର ରୂପ ଆଉ ତାଙ୍କ କଥା ଗୋଟିଏ ମୁହୂର୍ତ୍ତ ବି ଅପସରୁ ନଥାଏ ।
................ପାଖ ଗାଁର ଜଣେ ବୃଦ୍ଧ ଲୋକଙ୍କ ଚା ଦୋକାନରେ ପ୍ରାୟ ନାଲି ଚା ର ଆସର ଜମେ ,,। ଦିନେ ସମୟ ଦେଖି ସେ ବୃଦ୍ଧଙ୍କୁ ଆମ ସହିତ ଘଟିଥିବା ଘଟଣାକ୍ରମ ବିଷୟରେ ସବୁ କହିଲି ,,,। ମୋ କଥାଶୁଣି ବୃଦ୍ଧ ଜଣକ ଗମ୍ଭୀର ହେଇଗଲେ ,,।
......... ଦେଖ ପୁଅ ଏ ଭାରତ କେବଳ ଏକ ଭୂଖଣ୍ଡ ନୁହେଁ ,,, ଏ ମୁନି ୠଷି ମାନଙ୍କର ଉପାସନା ସ୍ଥଳୀ ,,। ରାମ କୃଷ୍ଣଙ୍କର ଆବିର୍ଭାବର ପବିତ୍ର ଦେଶ ,,। ପୁଅରେ ଗୋଟେ କଥା ଜାଣିରଖ ,,, ଶରୀର ମୃତ୍ୟକୁ ପ୍ରାପ୍ତ ହୁଏ ,,, କିନ୍ତୁ ଆତ୍ମା ନୁହେଁ ,,। ତପସ୍ୱୀ ମାନେ ନିଜର ତପ ବଳରେ ମୃତ୍ୟୁକୁ ମଧ୍ୟ ଜୟ କରିପାରନ୍ତି ,,। ତପ ରତ ଥିବା ସମୟରେ ସେମାନଙ୍କର ଶରୀର ବାରମ୍ବାର ନଷ୍ଟ ହେଇ ପୁନଃ ନୂତନ ଶରୀର ଧାରଣ ହୁଏ ,,। ତମେ ଯାହା ଦେଖିଲ ବା ଯାହାଙ୍କ ସହିତ ତମର ଭେଟ ହେଇଥିଲା ସେ ନିଶ୍ଚିନ୍ତ ଜଣେ ତପସ୍ୱୀ ଏଥିରେ ସନ୍ଦେହ ନାହିଁ ,,। ସେ କୌଣସି ଆତ୍ମା କି ଭୁତପ୍ରେତ ନୁହଁନ୍ତି ,,। ଏ ଅଞ୍ଚଳରେ ଏ କଥାକୁ ସମସ୍ତେ ଜାଣନ୍ତି ଆଉ ଅନେକ ଲୋକ ଏମିତି ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ସହିତ ସାମ୍ନାସାମ୍ନି ହେଇଛନ୍ତି ,,। କିନ୍ତୁ ତମ ପରି ଅନ୍ୟ ପ୍ରାନ୍ତର ଲୋକମାନେ ଏସବୁକୁ ବିଶ୍ୱାସ କରିପାରନ୍ତି ନାହିଁ । ତମେ ଯଦି ତମସହିତ ଘଟିଥିବା ଘଟଣାକୁ ତମର ସହକର୍ମୀ ମାନଙ୍କ ଆଗରେ ପ୍ରକାଶ ନକରନ୍ତ ଭଲ ହୁଅନ୍ତା ,,,। ସେମାନେ ଏସବୁ ଶୁଣିଲେ ତମକୁ ନିଶ୍ଚିନ୍ତ ଉପହାସ କରିବେ ,,। ଆଉ ଗୋଟେ କଥା ତମେ ଭେଟିଥିବା ସେ ଅଦ୍ଭୁତ ମଣିଷ ତମକୁ ଯେଉଁ ଠିକଣା ଦେଇଛନ୍ତି ,, ସେ ମୁଣ୍ଡିଆ ପାହାଡ଼ ଆରପଟେ ସେମିତି କିଛି ନାହିଁ । ଘଞ୍ଚ ଜଙ୍ଗଲ ଆଉ ଏକ ଉପତ୍ୟକା ଅଛି ଯାହା । ହେଲେ ତମକୁ ସେ ତାଙ୍କର ଠିକଣା କହିଛନ୍ତି ମାନେ ତମେ ତାଙ୍କୁ ପୁନଃ ଭେଟିବାକୁ ପ୍ରୟାସ କର ,,।
........ସେ ବୃଦ୍ଧ ଚା ଦୋକାନୀ ଯାହା କହିଥିଲେ ସେଇଆହିଁ ହେଲା ,,। ମୁଁ ମୋର ଜଣେ ଉପରିସ୍ଥ ଅଧିକାରୀଙ୍କୁ ମୋର ଅନୁଭୂତି ବିଷୟରେ କହିଲାରୁ ,,, ତାଙ୍କ ନିକଟରେ ଉପହାସର ପାତ୍ର ହେଲି ,,। ସମୟ ବିତିଚାଳିଲା ,,,। ପ୍ରାୟ ପ୍ରତ୍ୟେକ ଛୁଟିରେ ମୋର ସେ ବଙ୍ଗାଳୀ ସହକର୍ମୀଙ୍କ ସହିତ ସେ ମୁଣ୍ଡିଆ ପାହାଡ଼ ଆଡ଼େ ଯାଇଛୁ ,,। ହେଲେ ସେ ଅଦ୍ଭୁତ ମଣିଷଙ୍କର ଦେଖାପାଇନୁ ,, । ଆଠ/ ଦଶ ଥର ଯିବା ପରେ ଥରେ ହଠାତ ସେ ଅଦ୍ଭୁତ ମାନବଙ୍କ ସହିତ ଆମର ପୁନଃ ସାକ୍ଷାତ ହେଲା ,,।
..................ସେ ଆମର ପ୍ରତ୍ୟେକ ପ୍ରଶ୍ନକୁ ଏଡ଼ାଇ ଯାଇ ,,। ଆମକୁ ପ୍ରଶ୍ନ ପରେ ପ୍ରଶ୍ନ କରିଚାଲୁଥାନ୍ତି ,,। ଆପଣ ଏଠି ଏକାନ୍ତରେ କାହିଁକି ଏମିତି ରହୁଛନ୍ତି ବୋଲି ମୁଁ ଜାଣିବା ପାଇଁ ଏକପ୍ରକାରର ଜିଦି କଲି ତାଙ୍କ ପାଖରେ ,,। ହସିହସି କହିଲେ ,, ପୁଅରେ ତୁ ବଡ଼ ଜିଦିଆ ହେଲେ ମୁଁ ଏଠି ଏକା ନୁହେଁ ,,, ମୋ ପରି ଅନେକ ଅଛନ୍ତି ,,। ଏଇଟା ବୃନ୍ଦାବନ ।
........ନାଇଁ ଆଜ୍ଞା ,,, ବୃନ୍ଦାବନ ତ ଉତ୍ତରପ୍ରଦେଶରେ !!!! ଖରସ୍ରୋତା ଯମୁନା ବହୁଛି ସେଠି ,,। ଏଠିତ ଝରଣା ଆଉ ଜଙ୍ଗଲ ଜନବସତି ନାହିଁ ,,। ପୁଣି ହସିଲେ ସେ ବ୍ୟକ୍ତି ଜଣକ ,,, ଆଉ କହିଲେ ପୁଅରେ ତୁମେ ଠିକ କହୁଛ ,,, ତମର ସେ ବୃନ୍ଦାବନ କୁ ମୁଁ ବି ଦେଖିଛି । ହେଲେ ବୃନ୍ଦାବନ ଗୋପୀ ,, ଆଉ ରାଧାକୃଷ୍ଣ ଏସବୁ ସୀମିତ ନୁହଁନ୍ତି ।
ତା'ହେଲେ ଏଠି ବି କ'ଣ ରାଧାକୃଷ୍ଣ ଅଛନ୍ତି ?
..... ହଁ ଅଛନ୍ତି ,,,
..............ହେଲେ ଆପଣଙ୍କ ବ୍ୟତୀତ ଏଠିତ ଆଉ କାହାକୁ ଆମେ ଦେଖିପାରୁନୁ ? ଗୋପୀପରା ଷୋଳ ହଜାର ? କାଇଁ ଏଠିତ ଆପଣଙ୍କ ବ୍ୟତୀତ ଆଉ କେହି ଦେଖାଯାଉ ନାହାଁନ୍ତି ?
............. ଦେଖ ପୁଅ ,, ତମେ ସୀମିତ ସମୟର ଏକ ରାହାସ ଆଉ ଲୀଳା ବିଷୟରେ ଜାଣିଛ ,,, ହେଲେ ଏ ବ୍ରହ୍ମାଣ୍ଡରେ ସବୁ ସମୟରେ କେଉଁଠିନା କେଉଁଠି ରାହାସ ଚାଲିଛି ,,। ହେଲେ ସମସ୍ତେ ସେ ରାହାସ ପର୍ବରେ ଭାଗ ନେଇ ପାରନ୍ତିନି ,,।
ଆଜ୍ଞା ଆପଣଙ୍କ କଥା ମୋ ମୁଣ୍ଡରେ କିଛି ପଶୁନି ,,!!? ସାରା ସଂସାର କହୁଛି ଗୋଟିଏ ବୃନ୍ଦାବନ ଆଉ ଆପଣ କହୁଛନ୍ତି ଅନେକ ,,,।
.....................ସେ ଅସାଧାରଣ ବ୍ୟକ୍ତି ଜଣକ କହିଲେ ରାଧା ଆଉ କୃଷ୍ଣ ତୋ ଶରୀରରେ ଅଛନ୍ତି ,,,। ସବୁଦିନ ରାହାସ ଚାଲିଛି ,,।
........ଆଜ୍ଞା ଆପଣ ଏମିତି ଡରଉଛନ୍ତି କାହିଁକି ? ସମସ୍ତଙ୍କ ଦେହରେ ଭଗବାନ ଅଛନ୍ତି ,,, ହେଲେ ରାଧାକୃଷ୍ଣ !!?
................... ହଁ ପୁଅ ତୁ ଯଦି ସାମାନ୍ୟ ଚେଷ୍ଟା କରି ତୋ ଦେହର ରାଧାରାଣୀଙ୍କୁ ସାଙ୍ଗରେ ନେଇ କୃଷ୍ଣଙ୍କ ଅନ୍ବେଷଣ ରେ ବାହାରିବୁ ତୁ ବି ନୂଆ ଏକ ବୃନ୍ଦାବନରେ ନିଜକୁ ପାଇବୁ ,,।
ଆଜ୍ଞା କେମିତି ସମ୍ଭବ ହେବ ଏସବୁ ?
.............ଯେ ପର୍ଯ୍ୟନ୍ତ ତୁ ରାଧା ଆଉ କୃଷ୍ଣଙ୍କୁ କୌଣସି ଲିଙ୍ଗ ଭିତ୍ତିକ ସରାଂଚନାରେ ଖୋଜିବୁ ସେ ପର୍ଯ୍ୟନ୍ତ ତୋର ବୃନ୍ଦାବନରେ ପ୍ରବେଶ ନାହିଁ ,,। ଗୋଟେ କଥା କହୁଛି ଶୁଣ ,,,, ବିଷ୍ଣୁ ହେଲେ ପାଳନ କର୍ତ୍ତା ,,, ତମ ଘରେ ପିଲାମାନଙ୍କର ଲାଳନପାଳନ ଦାୟିତ୍ୱ କାହାର ? ମା ଙ୍କର ,,। ଆଉ କୃଷ୍ଣ ହେଲେ ବିଷ୍ଣୁଙ୍କ ଅବତାର ,,।
ଆଜ୍ଞା ମୁଁ ଆପଣଙ୍କ କଥା କିଛିବି ବୁଝିପାରୁନାହିଁ ,,,।
........ଦେଖ ପୁଅ ,, ଏସବୁ ବୁଝିବା କଥା ନୁହେଁ ,,, ଏ କୌଣସି ବିଦ୍ୟା ନୁହେଁ ,,, ଏ ସବୁ ଅବିଦ୍ୟା ।
ଅବିଦ୍ୟା କ'ଣ ଆଜ୍ଞା ?
.................ସତରେ ପିଲା ତୁ ବଡ଼ ଅବୁଝା ,,। ଯେଉଁଠି ଶବ୍ଦ ନାହିଁ ,, ଯେଉଁଠି ଅସ୍ତିସ୍ତ୍ବ ନାହିଁ ,, ଯେଉଁଠି କିଛି ଭାବନା ନାହିଁ ,,, ଯେଉଁଠି କିଛି ସାଧନା ନାହିଁ ,, ସେଇ ଅବିଦ୍ୟା ,,। ଅବିଦ୍ୟା କେବଳ ଅଭ୍ୟାସ କରାଯାଏ ,,,।
..........ଆପଣ କଣ ମତେ ଆପଣଙ୍କ ସାଥୀମାନଙ୍କ ସହିତ ଆପଣଙ୍କ ଆରାଧ୍ୟ ରାଧା ଆଉ କୃଷ୍ଣଙ୍କ ସହିତ ଭେଟ କରେଇଦେଇ ପାରିବେ ? ମୁଁ କାହିଁକି ଗ୍ରହଣ କରିବି ଆପଣ ସତ କହୁଛନ୍ତି ?
.................. ଏଥର ଟିକେ ଜୋରରେ ହସିଲେ ସେ ବ୍ୟକ୍ତି ଜଣକ ,,, ଆରେ ପୁଅ ମୁଁ କଣ ତତେ କହୁଛି ,, ତୁ ମୋର ସମସ୍ତ କଥାକୁ ବିଶ୍ୱାସ କର ବୋଲି ,,,। ଆଉ ମୁଁ ତମକୁ ପ୍ରମାଣ କଣ ପାଇଁ ଦେବି ? ତମେ ମୋର କୌଣସି କଥାକୁ ବିଶ୍ୱାସ ନକରି ନିଜକୁ ଚିହ୍ନିବାର ପ୍ରୟାସ କର । ରାଧା କୃଷ୍ଣଙ୍କ ସହିତ ତମ ଭିତରେ ବିଦ୍ୟମାନ ,,। ଯଦି ତମେ ଖୋଜିବାରେ ଏକ ନିର୍ଦିଷ୍ଟ ଦୂରତା ମାପି ମାରିବ ,,,,। ତାହେଲେ ତମକୁ କୌଣସି କଥାର ପ୍ରମାଣ ଆବଶ୍ୟକ ପଡ଼ିବ ନାହିଁ ,,। ହଁ କିନ୍ତୁ ଅଭ୍ୟାସରୁ ବିରତ ହେବନାହିଁ ,,,। ଏତିକି କହି ସେ ବ୍ୟକ୍ତି ଜଣକ ନୀରବ ରହିଲେ ,,।
......................କେଇକ୍ଷଣ ପରେ ପୁଣି କହିଲେ ,,, ଦିନ ସରିଆସୁଛି ତମେମାନେ ଯାଅ ,,। ତମ ଠିକଣାରେ ପହଞ୍ଚିବାକୁ ସମୟ ଲାଗିବ ତମକୁ ,,,।
ଆଜ୍ଞା ଆପଣଙ୍କ ସହିତ ପୁଣି କେବେ ଦେଖା ହବ ?
ସେ ସମୟ ଆସିଲେ ନିଶ୍ଚିନ୍ତ ଦେଖାହବ ,,।
.... ଆମେ ଦୁଇଜଣ ତାଙ୍କୁ ମୁଣ୍ଡିଆ ମାରି ବିଦାୟ ନେଲୁ । ଆଉ ତାଙ୍କ ସହିତ ଭେଟ ହବାର ସୁସମୟ କେବେ ଆସିନି ,,।
......ଏହା ଗପ ନୁହେଁ କି କୌଣସି ଶାସ୍ତ୍ରରୁ ଉଦ୍ଧାର କରାଯାଇନାହିଁ ,,,। ଏହା ମୋର ନିଜସ୍ୱ ଅନୁଭୂତି ,,। ଏଥିରେ କୌଣସି କାଳ୍ପନିକ କି ନାଟକୀୟ ବର୍ଣ୍ଣନା କରାଯାଇନାହିଁ ,,। ଏଥିରେ ବର୍ଣ୍ଣିତ ଘଟଣା କ୍ରମ ଆଉ ଅବିଦ୍ୟା ବିଷୟରେ ଅନେକଙ୍କର ମତ ପାର୍ଥକ୍ୟ ହେଇପାରେ ସେମାନଙ୍କ ମତକୁ ବି ସମ୍ମାନ । ସେ ନିଆରା ଅନୁଭୂତିକୁ ବର୍ଣ୍ଣିବା ସମ୍ଭବ ନୁହେଁ ,,। ତଥାପି ଯେତିକି ସମ୍ଭବ ହେଇପାରିଲା ।
।।ଶରଣ ମାତେ।।