Amita Dash

Abstract

3  

Amita Dash

Abstract

ଅଜଣା ଅତିଥି-୨

ଅଜଣା ଅତିଥି-୨

2 mins
174



ମୁଁ ଶୈଳବାଳା କଲେଜରେ ପ୍ରଥମ ବର୍ଷର ବିଜ୍ଞାନ ଛାତ୍ରୀ ଥାଏ।ଆମ ଘର ଗାଁ ରେ ହୋଇଥିବାରୁ ସହର ଚଳଣି ଏତେଟା ଜଣା ନ ଥାଏ। ବାପା ଜଣେ ସାଧାରଣ ଶିକ୍ଷକ। ତାଙ୍କୁ ବି କଟକ ସହର ବିଷୟରେ ବେଶୀ ଜଣାନାହିଁ। ଗାଁ ରେ ମାଁ ରୋଗୀଣା, ଛୋଟ ଭାଇଭଉଣୀ ତେଣୁ ବାପା ଖାଲି ଆଡ଼ମିଶନ ସାରି ପଳାଇ ଆସିଥିଲେ।ଦୁଇ ମାସ ପରେ ହଷ୍ଟେଲ ହେବ। ତେଣୁ ମାଉସୀ ଘରେ ରହି ଯିବା ଆସିବା କରୁଥିଲି।ମାଉସୀ ଘରଠୁ କଲେଜ ଦୂର। ସଂଧ୍ୟାରେ ପ୍ରାକ୍ଟିକାଲ ସାରି ଗଲା ବେଳକୁ ବହୁତ ଡେରି ହେବାରୁ ମୁଁ ପାଖରେ ଥିବା କଳାବିକାଶ କେନ୍ଦ୍ର ହଷ୍ଟେଲରେ ରହିଲି ଯାଇ।ସେଠି ବାପାଙ୍କର ହାଇସ୍କୁଲ ର ଗୋଟେ,ଦୁଇଟା ଛାତ୍ରୀ ରହୁଥିଲେ।ଏକା କ୍ଲାସ ହେତୁ ଚିହ୍ନା ପରିଚୟ ହୋଇଗଲା। ସେମାନେ ବି ଗାଁ ର ଥିଲେ ।ମୋର ସିନା ମାଉସୀ ଘରେ ବାପା ମୋତେ ଛାଡ଼ି ଆସିଥିଲେ ।ସେମାନେ ଦୁଇ ମାସ ହଷ୍ଟେଲ ହେବା ପାଇଁ କୋଉଠି ରହି କ୍ଲାସ କରିବେ ।ତେଣୁ କଳାବିକାଶ କେନ୍ଦ୍ରରେ ରହୁଥିଲେ। ମୁଁ ବି ତାଙ୍କ ସହ ରହିଗଲି।ଥରେ ସଂଧ୍ୟା ରେ ପ୍ରାକ୍ଟିକାଲ୍ ସାରି ଫେରୁଚି ଜଣେ ତିରିଶ, ପଇଁତିରିଶ ବର୍ଷର ଭଦ୍ର ମହିଳା ପଚାରିଲେ ଏଠି ରହିବା ସୁବିଧା କୋଉଠି ହବ। ମୁଁ କହିଲି ମୁଁ ତ ବେଶୀ କିଛି ଜାଣିନି ଏଠିକାର ବିଷୟରେ । କହିପାରିବିନି।ତାଙ୍କ କହିବା କଥା ହେଲା ସିଏ ଶୈଳ ବାଳା କଲେଜ ପାଖରେ ଥିବା ବକ୍ଲି ହାଇସ୍କୁଲରେ ସିଟି କରୁଥିଲେ। ପୁରୀ ତାଙ୍କ ଘର ଥିଲା।ସେ ବିଜ୍ଞାନ ଶିକ୍ଷୟିତ୍ରୀ ଥିଲେ ସିଟି ପରୀକ୍ଷା ର ପ୍ରାକଟିକାଲ୍ ପାଇଁ ଆସିଥିଲେ। ପୁରୀ କୋଉ ଗାଁ ରେ ତାଙ୍କ ଘରଥିଲା ଯେ ସଂଧ୍ୟା ରେ ବସ୍ ମିଳିବା କଷ୍ଟ।ତା ସାଙ୍ଗକୁ ଛକ ପାଖରୁ ଭିତରକୁ ହୋଇଥିଲେ ରିକ୍ସା ଘରିକା ମିଳିବ କି ନାହିଁ।ରିକ୍ସା ଥିବ କି ନାହିଁ। ଆମ ବେଳେ ରିକ୍ସା ବେଶୀ ନ ଥିଲା। ଫୋନ୍ ସୁବିଧା କୋଉ ଥିଲାଯେ ଘରକୁ ଫୋନ୍ କରିଦେବ।କିଏ ଆସି ଛକରୁ ନେଇ ଯିବ।ସେ କହିଲେ ରାତିକି ପାଇଁ କୋଉଠି ରହିବା ସୁବିଧା ହୋଇ ଯାଇଥିଲେ ସେ ସକାଳୁ ପଳାଇ ଯାଇଥାନ୍ତେ। ମୁଁ ତାଙ୍କୁ ଚିହ୍ନି ନି ଜାଣିନି। ତଥାପି ରାତିଟା କୋଉଠି ରହିବେ କଟକ ବିଷୟରେ କିଛି ଜାଣନ୍ତିନି।ତେଣୁ ସାଥିରେ ଆମ ହଷ୍ଟେଲ ନେଇ ଆସିଲି।ଆମର ନିଜ ର ମହିଳା ସଦସ୍ୟ ସଦସ୍ୟା କେହି ହଷ୍ଟେଲ ଆସିଲେ, ଯଦି ରାତିରେ ଘର ନ ଯାଇ ପାରିବେ ତେବେ ସୁପରିଟେଣ୍ଡେଟ୍ ଙ୍କୁ କହି ରହିବାର ସୁବିଧା ଥିଲା। ମାଁ ଭଉଣୀ କେହିବି ଆସିଲେ,ଲୋକାଲ ଗାର୍ଡିଆନ୍ ବି ରହିବା ଚାହିଁଲେ ରହି ପାରିବେ।

ମୁଁ ଆମ ସୁପରିଟେଣ୍ଡେଟ୍ ଙ୍କୁ କହିଲି ସେ ଭଦ୍ର ମହିଳା ମୋର ଲୋକାଲ ଗାର୍ଡିଆନ୍।ସୁପରିଟେଣ୍ଡେଟ୍ ତ ରାଜି ହୋଇଗଲେ।ହେଲେ ଆମ ରୁମ୍ ସାଙ୍ଗମାନେ ରାଜି ନଥିଲେ।କହିଲେ ତୋର ଚିହ୍ନା ନାହିଁ ଜଣା ନାହିଁ ରଖିଦେଉଚୁ ଯଦି ରାତିରେ ଚୋରି ହେଲା ତୁ ଦାଇ ରହିବୁ କାହା ଚେହେରାରୁ କ'ଣ ଜଣା ପଡ଼ିବ କିଏ ଭଲ କିଏ ଖରାପ। ମୁଁ ବି ଡରିଗଲି।ଆମ ରୁମ୍ ରେ ପ୍ରାୟ ପନ୍ଦର ଜଣ ଥିଲୁ। ମୁଁ ରାତିସାରା ଶୋଇ ପାରିନି।ସେ ମ୍ୟାଡାମ୍ ବି ପିଲାଙ୍କ କଥା ଶୁଣି ଥିଲେ।ତାଙ୍କୁ ଖରାପ ଲିଗିଲେବି ସେ ଉପାୟ ଶୂନ୍ୟ ଥିଲେ।ରାତିଟା ଅନିଦ୍ରା ରେ ପାହିଲା।ତା ପର ଦିନକୁ ଛାନିଆରେ ମୋତେ ଅଛାଡ଼ ଜର।ସେ ସକାଳୁ ଉଠି ବଜାର ଯାଇ ସମସ୍ତଙ୍କ ପାଇଁ ଚକ୍ ଲେଟ୍ , ମୋ ପାଇଁ ସେଓ, କଦଳୀ ଆଣିକି ଆସିଲେ। ତାପରେ ସବୁ ରାତି ଘଟଣା ଜାଣିଚନ୍ତି ବୋଲି କହିଲେ।କହିଲେ ତୁମେ ଯୋଉଟା ସହାୟତା କଲ ଜୀବନ ସାରା ମୁଁ ଋଣୀ ରହିବି। ସେତିକି ଦୃଢ ମନ ଦରକାର ଅଜଣା,ଅଶୁଣା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ।ତୁମ ସାଙ୍ଗମାନେ ବି ଭୁଲ୍ କହି ନାହାନ୍ତି। ଭଗବାନ ନ କରନ୍ତୁ କାହା ମୁହଁରେ ଲେଖା ହୋଇନି କିଏ କ'ଣ କିନ୍ତୁ ଅଘଟଣ ଘଟିଥିଲେ କ'ଣ ସବୁ କରିଥାନ୍ତ।

ମୁଁ ତାଙ୍କ କଥା,ସାଙ୍କମାନଙ୍କ କଥାର ନିଷ୍କର୍ଷ କାଢିପାରୁ ନ ଥିଲି ଠିକ୍ କରିଛି ନା ଭୁଲ୍।



Rate this content
Log in

Similar oriya story from Abstract