Sagar Kumar Parida

Abstract Others

3  

Sagar Kumar Parida

Abstract Others

ଅଜାଙ୍କ ନଟିଆ ଦେଖା

ଅଜାଙ୍କ ନଟିଆ ଦେଖା

1 min
244


ସନ୍ଧ୍ୟା ହୋଇ ଆସୁଥାଏ, ଗାଁ ମଣ୍ଡପରେ ବୁଢ଼ା ଲୋକମାନେ ତାସ ଖେଳରେ ମାତିଥାଆନ୍ତି। କିଶୋର ବୟସର କିଛି ପିଲା ଆସି ସେହି ତାସ ଖେଳ ପାଖରେ ବସିଲେ । ଜଣେ ଆଉ ଜଣକୁ କହିଲା ଆରେ ୟୁ ଟ୍ୟୁବରେ ଯେଉଁ ନଟିଆ କମେଡି ଦେଉଛି ଦେଖିଲୁଣି, ଭାରି ବଢ଼ିଆ ହୋଇଛି। ଆଉ ଜଣେ କହିଲା ହଁ ହଁ ମୁଁ ଦେଖିଛି । ଭାରି ବଢ଼ିଆ କମେଡି, ବହୁତ ଭଲ ଲାଗୁଛି। ତାପରେ ଜଣେ ବୁଢା ଲୋକ ରଘୁଆ ଅଜା କହିଲେ ଆରେ ନାତିମାନେ ନଟିଆ କିଏ କିରେ ? ସେ ନଟିଆ ବିଷୟରେ ଟିକେ କହିଲ ସେ କଣ ଜଣେ ହିରୋ?

  

 ଗୋଟିଏ ବାଳୁଙ୍ଗା ପିଲା ତାଙ୍କ ଭିତରୁ କହିଲା ହଁ ଅଜା ନଟିଆ ଗୋଟିଏ ଗୋଟିଏ ଛୋଟ ପିଲା । ସିଏ ଏବେ ସ୍କୁଲରେ ପଢୁଛି, କେତେ ପ୍ରକାର ଅଭିନୟ କରୁଛି । ବହୁତ ଭଲ ଭଲ କଥା କହୁଛି । ତମେ ଦେଖିବ କି ? କେମିତି ସେ କହୁଛି, ରଘୁଆ ଅଜା କହିଲେ ହଉ ଦେଖା, ଦେଖିବା କେମିତି ନଟିଆ ଟୋକାଟା ? ତା ପରେ ପିଲା ମାନେ ଅଜାଙ୍କୁ ନଟିଆ କମେଡି ଦେଖେଇଦେଲେ ଅଜା ଆଁ ଟା କରି ଦେଖୁଥାନ୍ତି । ତାଙ୍କୁ ନଟିଆର କଥା ଗୁଡିକ ଭାରି ଭଲ ଲାଗୁଥାଏ । ଅଜା ଦେଖି ସାରି କହିଲେ କାଲିଠୁ ନଟିଆ କମେଡି ଦେଲେ ମୋତେ ଦେଖେଇବ। ପିଲାମାନେ କହିଲେ ଯାହା ହେଉ ନଟିଆ ଫ୍ୟାନ ଭିତରେ ଅଜା ମଧ୍ୟ ସାମିଲି ହେଲେ । 


  ଏହାପରେ ମଣ୍ଡପରେ ବାକି ଲୋକମାନେ ମଧ୍ୟ ନଟିଆ କମେଡି ଦେଖିଲେ । ଆଉ ଭାରି ଖୁସି ହେଲେ।

ଏବେ ନଟିଆ କମେଡି ଓଡିଶାର ଘରେ ଘରେ ପରିଚିତ।


Rate this content
Log in

Similar oriya story from Abstract