Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF
Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF

Kanan Bala Nayak

Abstract


2  

Kanan Bala Nayak

Abstract


~~~ ଅହଂକାର~~~

~~~ ଅହଂକାର~~~

5 mins 461 5 mins 461

ନିଜ ବୃଦ୍ଧାଶ୍ରମର ଆପ୍ଲିକେସନ୍ ରେଜିଷ୍ଟର୍ ଚେକ୍ କରୁଥିବା ସମୟରେ ପରମାନନ୍ଦ ମହାପାତ୍ର ଙ୍କ ନାମ ଓ ଠିକଣା ଟା ଦେଖି ନିଜ ଆଖିକୁ ବିଶ୍ବାସ କରି ପାରିନଥିଲା ସ୍ବୟଂପ୍ରଭା ଓରଫ୍ ସାରା. ଏତେ ବଡ଼ ଘର ଜମି ବାଡି , ମାଉସୀ ଓ ବିଦେଶରେ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥିବା‌ ଦୁଇ ପୁଅ ଥାଉ ଥାଉ, ମଉସା ପୁଣି ବୃଦ୍ଧାଶ୍ରମରେ ରହିବା ପାଇଁ ଆବେଦନ କାହିଁକି କରିଛନ୍ତି? ତାଙ୍କ ପିଲା ମାନେ କ'ଣ ତାଙ୍କ କଥା ବୁଝୁ ନାହାଁନ୍ତି ? ଆଉ ମାଉସୀ ? କାହିଁ ତାଙ୍କ ନାଁ ‌ତ ଆପ୍ଲିକେସନ୍ ରେ ନାହିଁ.ଏମିତି ଅନେକ କଥା ସାରା ମନ ମଧ୍ୟରେ ଉଙ୍କି ମାରିଲା.ତେଣୁ ସେ ପରମାନନ୍ଦ ବାବୁଙ୍କୁ ଭିତରକୁ ଆସିବା ପାଇଁ ପିଅନ୍ ହାତରେ ଖବର ଦେଲା.


     ପରମାନନ୍ଦ ମହାପାତ୍ର ହେଉଛନ୍ତି ତାଙ୍କ ପଡୋଶୀ ଓ ପେଶାରେ ଜଣେ ଶିକ୍ଷକ. ଭାରି କଡା ମିଜାଜ ର ଲୋକ.ନିଜ ପିଲା ମାନଙ୍କୁ ସବୁ ବେଳେ କଡା ଅନୁ ଶାସନ ଭିତରେ ରଖିବାକୁ ଭଲ ପାଆନ୍ତି. ସେ କ୍ଲାସ୍ ରେ ପାଠ ପଢ଼ାଉଥିବା ସମୟରେ ଯଦି ଭୁଲ୍ ରେ ବି କାହା ପାଟିରୁ ପଦଟେ କଥା ବାହାରି ଗଲା, ତେବେ ସେ ଦିନ ସେ ପିଲା ଉପରେ ଗୋଟେ ବେତ ଭାଙ୍ଗି ଯାଏ.ଆଉ କଥାକେ କଥାକେ ନିଜ ପିଲାଙ୍କ ଉଦାହରଣ ଦେଇ କହନ୍ତି ଯଦି କିଛି ଶିଖିବାର ଅଛି ତେବେ ମୋ ପିଲାମାନଙ୍କଠୁ ଶିଖ.ପାଠ ରେ ଯେମିତି ଶାଠ ରେ ସେମିତି.   ପୁଅଟିଏ ନାହିଁ ବୋଲି ମଉସା‌ ଓ ମାଉସୀ ତା ବାପା ମାଆଙ୍କୁ ଦେଖାଇ ‌ଶିଖାଇ ଅନେକ କଥା କହନ୍ତି.କହନ୍ତି ଆରେ ମହେଶ ତୁ ତ କିଛି ବୁଝିଲୁ ନାହିଁ.ପୁଅ ଗୋଟେ କୁ ଅପେକ୍ଷା ନ‌ କରି,ଦୁଇଟି ଝିଅ ପରେ ଭାଉଜ ଙ୍କର ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରିଦେଲୁ.


     ଝିଅ ମାନଙ୍କୁ ଯେତେ ପାଠ ଶାଠ ପଢ଼ାଇ ମଣିଷ କଲେ କଣ‌ ହେବ ? ସେମାନେ ତ ପର ଘରକୁ ପଳାଇ ଯିବେ.ଆଉ ବୃଦ୍ଧାବସ୍ଥା ରେ ତୁମକୁ ପାଣି ଟୋପାଏ ଦେବା ପାଇଁ ପାଖରେ କେହି ନଥିବେ.ମଲା ପରେ ମୁହଁ ରେ ନିଆଁ କିଏ ଦେବ ସେ କଥା ବି ଚିନ୍ତା କଲୁନି କି‌ ପୂର୍ବ ପୁରୁଷ ଙ୍କୁ ଶ୍ରାଦ୍ଧ ପିଣ୍ଡ ଟେ ଦେବା କଥା ମଧ୍ୟ ଭାବିଲୁ ନାହିଁ.ପୁତ୍ ରୂପକ ନର୍କ ରୁ ଉଦ୍ଧାର କରିବା ପାଇଁ ପରା ପୁଅଟେ ନିହାତି ଆବଶ୍ୟକ. ସାରା ର ବାପା ମହେଶ୍ ବାବୁ ତାଙ୍କ କଥା ଶୁଣି ହସି ଦେଇ କହନ୍ତି, ପରମା ଭାଇ ତୁମେ ପରା ଶିକ୍ଷକତା କରୁଛ.ତଥାପି ପୁଅ ଝିଅ ଙ୍କ ଭିତରେ ପାର୍ଥକ୍ୟ ଦେଖୁଛ? ଆଜି କାଲି ଝିଅ ମାନେ ପରା ଚନ୍ଦ୍ର ପୃଷ୍ଠରେ ପାଦ ଦେଲେଣି? ମୋ‌ ଝିଅ ‌ମାନଙ୍କୁ ଯଦି ମୁଁ ପାଠ ଶାଠ ପଢାଇ ଯୋଗ୍ୟ କରି ପାରିବି, ତେବେ ସେମାନେ ମଧ୍ୟ ଶହ ଶହ ପୁଅ ଙ୍କ କାନ କାଟିଦେଵେ. ଆଉ ବାକି ରହିଲା ରହିଲା ମଲା ପରେ ସ୍ବର୍ଗକୁ ଯିବା କଥା? ମଲା ପରେ କଣ ହେବ ସେକଥା କିଏ ଜାଣେ. 


     ମୁଁ ଖାଲି ଏତିକି ଜାଣେ ମଣିଷ କୁ ନିଜର କର୍ମ ଅନୁସାରେ ଫଳ ବଞ୍ଚି ଥାଉ ଥାଉ ହିଁ ଭୋଗିବାକୁ ପଡ଼େ.ଆଉ ସ୍ବର୍ଗ କି ନର୍କ ସତରେ ଅଛି ନାଁ ନାହିଁ ସେକଥା କିଏ ଜାଣେ? 

ପରମାନନ୍ଦ ବାବୁ ମହେଶ ବାବୁଙ୍କ ଉତ୍ତର ଶୁଣି ମୁହଁ ମୋଡ଼ି ଦେଇ କହନ୍ତି ତୁ ଏବେ ମୋ କଥା ଶୁଣୁନୁ.ମଲା ପରେ ଯେତେବେଳେ ନର୍କ ରେ ଘାଣ୍ଟି ହେବୁ ସେତେବେଳେ ବୁଝିବୁ.ସମୟ ଗଡ଼ି ଚାଲିଲା ପରମାନନ୍ଦ ବାବୁ ଙ୍କ ପିଲା ମାନେ ବଡ଼ ହୋଇ ବିଦେଶରେ ଉଚ୍ଚ ପଦବୀରେ ଅଧିଷ୍ଠିତ ହେଲେ.ଅନେକ ଅର୍ଥ ମଧ୍ୟ ଉପାର୍ଜନ କଲେ. ପରମାନନ୍ଦ ବାବୁ ଟାଇଲ୍ ଘର ଭାଙ୍ଗି କୋଠା ଘର ତୋଳିଲେ.ଗୁଡାଏ ଜମି ଜାଗାର ଅଧିକାରୀ ମଧ୍ୟ ହେଲେ. ଦିନ କୁ ଦିନ ତାଙ୍କର ଅହଂକାର ଏତେ ବଢି ଗଲା ଯେ ଗାଁ, ସାହି ପଡିଶା ଲୋକ ଙ୍କୁ ଆଡ ଆଖି ରେ ଚାହିଁ ଗଲେନି.


    ଆଉ ସବୁବେଳେ ମହେଶ ବାବୁ ଓ ତାଙ୍କ ସ୍ତ୍ରୀ ଙ୍କୁ ଦେଖାଇ ଶିଖାଇ ଅନେକ କଥା କହିବାକୁ ଲାଗିଲେ.ହେଲେ ମହେଶ଼ ବାବୁ ଓ ତାଙ୍କ ସ୍ତ୍ରୀ‌ ତାଙ୍କ କଥାକୁ ଏ କାନରେ ପୁରାଇ ସେ କାନରେ ବାହାର କରି ଦିଅନ୍ତି.କାରଣ ସେମାନେ ଭଲ ଭାବରେ ଜାଣି ଥାଆନ୍ତି ପର କଥା ଶୁଣିଲେ ନିଜ ଘର ହିଁ ଭାଙ୍ଗେ.ମହେଶ ବାବୁ ଓ ତାଙ୍କ ସ୍ତ୍ରୀ ଙ୍କ ନିଷ୍ଠା ପର ଉଦ୍ୟମ ଯୋଗୁଁ ତାଙ୍କ ର ଦୁଇ ଝିଅ ମେଡିକାଲ ଏନଟ୍ରାନ୍ସ ରେ କୃତକାର୍ଯ୍ୟ ହୋଇ କଟକ ବଡ଼ ଡାକ୍ତର ଖାନାରେ ନିଯୁକ୍ତି ପାଇଲେ ଓ ଦୁଇ ଜଣ ଡକ୍ଟର ଙ୍କୁ ବିବାହ କରି ଘର ସଂସାର ମଧ୍ୟ ‌ କଲେ. ଏବେ ଦୁଇ ଝିଅ ଓ ଦୁଇ ଜ୍ବାଇଁ ମିଶି ଅସହାୟ ବୃଦ୍ଧ ବୃଦ୍ଧା ଙ୍କ ପାଇଁ ଏଇ ବୃଦ୍ଧାଶ୍ରମ ଟି କରିଛନ୍ତି.ଝିଅ ଜ୍ବାଇଁ ମାନେ ତ ବ୍ୟସ୍ତ ଲୋକ. ତେଣୁ ମହେଶ ବାବୁ ଓ ତାଙ୍କ ସ୍ତ୍ରୀ ବଡ଼ ଝିଅ ପାଖରେ ରହି ବୃଦ୍ଧାଶ୍ରମ ର ତତ୍ବାବଧାନ କରୁଛନ୍ତିି. 


      ପରମାନନ୍ଦ ବାବୁ ସାରା ର ରୁମ୍ ଭିତରକୁ ଆସନ୍ତେ, ସାରା ଚେୟାର୍ ରୁ ଉଠି ଯାଇ ତାକୁ ପ୍ରଣାମ୍ କରି କହିଲା ମଉସା ମୋତେ ‌ଚିହ୍ନି ପାରୁନ. ପରମାନନ୍ଦ ‌ବାବୁ କିଛି ସମୟ ତା ମୁହଁକୁ ଅନାଇ କହିଲେ ‌ତୁ ଆମ ମହେଶ ଝିଅ ସାରା ନାଁ? ତୁ ଏଇଠି କଣ କରୁଛୁ? ତୁ ପରା ଡାକ୍ତରାଣୀ ଅଛୁ? ମହେଶ ଆଉ ତୋ ବୋଉ କେମିତି ଅଛନ୍ତି? ସାରା କହିଲା ମଉସା ସବୁ କଥା କ'ଣ ଏଇଠି ହେବେ? ଘରକୁ ଚାଲନ୍ତୁ ନାଁ.ବାପା ବୋଉ ଆପଣଙ୍କୁ ଦେଖି ବହୁତ ଖୁସି ହେବେ.ଅନେକ ଦିନ ପରେ ଦେଖା ହେବ. ପରମାନନ୍ଦ ବାବୁ ଙ୍କୁ ଦେଖି ମହେଶ ବାବୁ କୁଣ୍ଢାଇ ପକାଇଲେ ଓ ସାରା କୁ ପଚାରିଲେ ମଉସାଙ୍କୁ କେଉଁଠୁ ପାଇଲୁ.ସାରା କହିଲା ବାପା,ମଉସା ଆମ ବୃଦ୍ଧାଶ୍ରମ ରେ ରହିବା ପାଇଁ ଆବେଦନ କରିବା ପାଇଁ ଆସିଥିଲେ. ସେଇଠି ତାଙ୍କୁ ଦେଖି ମୁଁ ମୋ ସହ ନେଇ ଆସିଛି.


      ମହେଶ ବାବୁ କହିଲେ ପରମା ଭାଇ, ନୂଆଉ ଓ ତୋର ଦୁଇ ପୁଅ ଥାଉ ଥାଉ ତୁ ପୁଣି ବୃଦ୍ଧାଶ୍ରମରେ ରହିବୁ. ପରମାନନ୍ଦ ବାବୁ କହିଲେ ତୁ ତ ଝିଅ ପାଖରେ ଆସି ରହିବା ପର ଠାରୁ ଆଉ ଗାଁ କୁ ଯାଇନୁ.ମୋ କଥା ଜାଣିବୁ କିପରି.ତୋ ନୂଆଉ ପରା ତିନି ବର୍ଷ ତଳେ ମୋତେ ଏକା ଛାଡ଼ି ଚାଲି ଗଲାଣି.ଆଉ ମୋ ପିଲାମାନେ ବିଦେଶରେ ନାଗରିକତା ନେଇ ବିଦେଶୀ ହୋଇ ଗଲେଣି.ମାଆକୁ ମୁଖାଗ୍ନି ଟିକେ ଦେଇ ପାରିଲେ ନାହିଁ. ବଡ଼ ପୁଅ ତ ଶୁଦ୍ଧି କ୍ରିୟା ପାଇଁ ମଧ୍ୟ ଆସିଲା ନାହିଁ.ସାନ ପୁଅ ମାଆ ଯିବାର ଚାରି ଦିନ ପରେ ଆସି ପହଞ୍ଚିଲା.ଆଉ ଶୁଦ୍ଧି କ୍ରିୟା ସରିବା ପରେ ସଙ୍ଗେ ସଙ୍ଗେ ଫେରିଗଲା.ମୋତେ ସାଙ୍ଗ ରେ ନେବା କଥା ଥରେ ତୁଣ୍ଡ ରେ ବି ଧରିଲା ନାହିଁ.ଏଇ ବୃଦ୍ଧାବସ୍ଥା ରେ ମୁଁ ଏକୁଟିଆ କେମିତି ରହିବି ଦୁଇ ଜଣ ସାରା କେହି ଚିନ୍ତା କଲେନି.


     ଯେତେ ପର୍ଯ୍ୟନ୍ତ ନିଜେ ପାରୁଥିଲି ମୁଁ ମଧ୍ୟ ତାଙ୍କୁ କିଛି କହୁ ନ ଥିଲି.କିନ୍ତୁ ଏବେ ଆଉ ପାରୁନି. ଦୁଇପୁଅ ଙ୍କୁ ଖବର ଦେଲି ମୋତେ ଆସି ତାଙ୍କ ସହ ନେଇ ଯିବା ପାଇଁ.ହେଲେ ବିଭିନ୍ନ ପ୍ରକାର ବାହାନା ଦେଖାଇ ସେମାନେ ମନା କରିଦେଲେ.ତେଣୁ ମୁଁ ମୋର ସବୁ ସମ୍ପତ୍ତି ବାଡ଼ି କୁ ବିକ୍ରି କରିଦେଇ ବୃଦ୍ଧାଶ୍ରମରେ ରହିବାକୁ ସ୍ଥିର କରିଛି.କିଛି ନହେଲେ ମୋ ବୟସର ଲୋକ ଙ୍କ ସହ‌ ନିଜ ଭାବନାକୁ ତ ବାଣ୍ଟି ପାରିବି. ଆମେ ବାପା ମାଆ ମାନେ ଆମ ସମ୍ପୁର୍ଣ୍ଣ ଜୀବନର ପ୍ରତ୍ୟେକ ନିଃଶ୍ବାସ ପ୍ରଶ୍ବାସ ଆମ ପିଲାମାନଙ୍କ ସୁଖ ଶାନ୍ତି ପାଇଁ ବଳି ଦେଇଥାଉ କିନ୍ତୁ ବଡ଼ ହେଲା ପରେ ସେଇ ପିଲା ମାନଙ୍କ ଭିତରୁ କେତେକ ଏମିତି ରୁକ୍ଷ ବ୍ୟବହାର କରନ୍ତି ଯେ ବାପା ମାଆ ମାନେ କେବେ ନିଃଶ୍ବାସ ପ୍ରଶ୍ବାସ ବନ୍ଦ ହେବ ତାକୁ ଅପେକ୍ଷା କରନ୍ତି. 


    ଜାଣିଲୁ ମହେଶ ଜୀବନ ସାରା ଶିକ୍ଷକତା କରି ସର୍ବଶ୍ରେଷ୍ଠ ଶିକ୍ଷକ ପୁରସ୍କାର ମଧ୍ୟ ପାଇଛି .ମୋ ଛାତ୍ର ଛାତ୍ରୀ ମାନେ ଅନେକ ବଡ଼ ବଡ଼ ପଦବୀ ରେ ଅଛନ୍ତି.ମୋ ପିଲା ମାନେ ମଧ୍ୟ ବିଦେଶରେ ବଡ଼ ପଦବୀ ରେ ଅଧିଷ୍ଠିତ ଅଛନ୍ତି.ହେଲେ ଜୀବନ ରୂପି ବିଦ୍ୟାଳୟରେ ମୁଁ ନିଜେ ଫେଲ୍ ହୋଇ ଯାଇଛି.ମୋ ପୁଅ ମାନେ ବିଦେଶ ରେ ଚାକିରୀ ପାଇଲେ ବୋଲି ଅହଂକାର ର ବଶବର୍ତ୍ତୀ ହୋଇ ମୁଁ ଭୁଲି ଯାଇଥିଲି ଯେ ବୃଦ୍ଧାବସ୍ଥା ରେ ଟଙ୍କା ପଇସା ନୁହେଁ ନିଜ ପିଲାଙ୍କର ସ୍ନେହ ପ୍ରେମ ହିଁ ସବୁଠାରୁ ବଡ଼ ସମ୍ବଳ.ପୁତ୍ ରୂପକ ନର୍କ ରୁ ଉଦ୍ଧାର କରିବା ପାଇଁ ପୁଅଟେ ନିହାତି ଆବଶ୍ୟକ ବୋଲି ମୁଁ ତୋତେ ଅନେକ ଥର କହିଛି. ଆଉ ତୋର ପୁଅଟେ ନାହିଁ ବୋଲି ଅନେକ କଥା କହିଛି.ଜାଣିଛୁ ମୁଁ ମଧ୍ୟ ଜାଣେନି ମଲା ପରେ ମୁଁ ସ୍ବର୍ଗ କୁ ଯିବି କି ନର୍କ କୁ ଯିବି. କିନ୍ତୁ ଏତିକି ଜାଣିଛି ଯେଉଁ ପୁଅ ମାନଙ୍କୁ ନେଇ ମୁଁ ଏତେ ଅହଂକାର କରୁଥିଲି, ସେଇ ପୁଅ ମାନେ ତାଙ୍କ ବ୍ୟବହାର ଦ୍ଵାରା ମୋତେ ଯେଉଁ ନର୍କ ଦେଖାଇଛନ୍ତି ସତର ନର୍କ କେବେ ତାଠାରୁ ବେଶୀ ଖରାପ ହୋଇ ନଥିବ.


   ତୁ‌ ଠିକ୍ କହୁଥିଲୁ ରେ ମହେଶ୍ ଯଦି ଝିଅ ମାନଙ୍କୁ ପାଠ ଶାଠ ପଢାଇ ଆମେ ମାନେ ଭଲ ମଣିଷ କରିପାରିବୁ ତେବେ ସେମାନେ ଶହେ ପୁଅଙ୍କ କାନ କାଟିଦେବେ.ଯାହା ତୋ ଝିଅ ମାନେ ପ୍ରମାଣ କରିଦେଇଛନ୍ତି.ପୁଅ ଜନ୍ମ କରିଛି ବୋଲି ଅହଂକାର ର ବଶବର୍ତ୍ତୀ ହୋଇ ତୋତେ ଓ ଭାଉଜ ଙ୍କୁ ଅନେକ କଥା କହିଛି. ସେଥିପାଇଁ ମୁଁ ତୁମ ଦୁଇ ଜଣଙ୍କ‌ ପାଖରେ କ୍ଷମାପ୍ରାର୍ଥନା କରୁଛି . ଭାବୁଛି ତୁମେ ଦୁଇଜଣ ତୁମର ଏଇ ଅହଂକାରୀ ପଡୋଶୀ ଟିକୁ କ୍ଷମା କରି ଦେଵ .


Rate this content
Log in

More oriya story from Kanan Bala Nayak

Similar oriya story from Abstract