STORYMIRROR

ଅନିଲ କୁମାର ଲେଙ୍କା

Romance Tragedy

3  

ଅନିଲ କୁମାର ଲେଙ୍କା

Romance Tragedy

ଅଧୁରା ପ୍ରେମ

ଅଧୁରା ପ୍ରେମ

2 mins
245


--ପାଷାଣକୁ ଜୀବନ୍ତ, ମୂକକୁ ବାଚାଳ, ଚକ୍ଷୁହୀନକୁ ଚକ୍ଷୁଷ୍ମାନ୍ ଏବଂ କଳାଧଳାର ଏ ଦୁନିଆକୁ ରଙ୍ଗୀନ୍ କରିପାରୁଥିବା ଦୁନିଆର ଅଷ୍ଟମ ଆଶ୍ଚର୍ଯ୍ୟ “ପ୍ରେମ”। ଏ ସପ୍ତମଋତୁରେ ପାଦ ଥାପିଲା ପରେ ନିଜ ଅସ୍ତିତ୍ଵକୁ ହରେଇ ପ୍ରେମିକ ପ୍ରବେଶ କରେ କାମନାର ଜ୍ଵାଳା ମଧ୍ୟକୁ। ଆଉ କାମନାର ଦହନରେ ଦଗ୍ଧିଭୂତ ହେଇ ପ୍ରାପ୍ତ କରେ ପ୍ରେମର ଅଦ୍ୱିତୀୟ ଆନନ୍ଦକୁ।


 --ଠିକ୍ ସେମିତି କିଛି ଘଟିଥିଲା ମେଧାବୀ ତଥା ଉଚ୍ଚ କୂଳରେ ଜନ୍ମ ବିଶିଷ୍ଟ ୩୦ ବର୍ଷୀୟ ଯୁବକ ସ୍ବଦେଶ ଜୀବନରେ। ସେ ଯେ କେତବେଳେ ସୀମା ପ୍ରେମର ନଈରେ ନୌକା ପରି ଭାସିଚାଲୁଥାଏ ସେ ସମ୍ପର୍କରେ ନିଜେ ମଧ୍ୟ ଅଜ୍ଞାତ ଥାଏ।


-- ସୀମା ଓଠର ଭାଷାକୁ ଆଖିରେ ପ୍ରତିବିମ୍ବିତ କରି ଅପରିଚିତକୁ ଖୁବ୍ ସହଜରେ ଆକର୍ଷିତ କରିପାରୁଥିବା ଅନନ୍ୟ ସୌନ୍ଦର୍ଯ୍ୟର ଅଧିକାରିଣୀ । ବୟସ ୨୭ ହେଲେବି ଲାଗେ ଯେମିତି ସଦ୍ୟ ଯୌବନରେ ପଦାର୍ପଣ କରିଥିବା ୧୬ ବର୍ଷର ଝିଅଟି।


--ସୀମା ସହ ସ୍ଵଦେଶର ପ୍ରଥମ ଦେଖା ଜୟଦେବ ଭବନରେ ଏକ ସରକାରୀ କାର୍ଯ୍ୟକ୍ରମ ଅବସରରେ । ପ୍ରଥମ ଦେଖାରେ ସୀମାର ସ୍ମିତହାସ୍ୟ ସାଙ୍ଗକୁ କଥା କୁହା ଦୁଇ ଆଖି ସ୍ଵଦେଶ ମନରେ ପ୍ରଥମ ପ୍ରେମର ପ୍ରଥମ କବିତା ଲେଖିବା ଆରମ୍ଭ କରିସାରିଥିଲା। ଆଉ ସୀମା ବି ଯେ ସ୍ଵରାଜକୁ ପସନ୍ଦ କରେ ସେକଥା ଜାଣିବାକୁ ତାକୁ ବେଶି ସମୟ ଲାଗି ନ ଥିଲା। 


--କ୍ରମେ ସୀମାର ସ୍ଵୀକୃତି କ୍ରମେ ଦୁଇ ପ୍ରେମ ପକ୍ଷୀ ପ୍ରେମର ଉଡାଣ ଭରିବାକୁ ପ୍ରସ୍ତୁତ ହୁଅନ୍ତି। ନୂଆ ନୂଆ ପ୍ରେମର ଅନୁଭୂତି ସାଙ୍ଗକୁ ଘଣ୍ଟା ଘଣ୍ଟା ଫୋନ୍ କଲ୍ ର ବ୍ୟସ୍ତତା, କାର୍ଡ, ଗିଫ୍ଟ୍, ଚକୋଲେଟ ଆହୁରି କେତେ କଣ ଚାଲିଥାଏ। ଆଉ ପୁଣି ଆଜିର ଏକବିଂଶ ଶତାବ୍ଦୀର WhatsApp, Facebook ଦୁନିଆରେ ଉଭୟଙ୍କ ମଧ୍ୟରେ ପୁରୁଣା କାଳିଆ ଚିଠି ଦିଆ ନିଆ ପ୍ରେମ ଦୁଇ ଦୁର୍ବଳ ହୃଦୟକୁ ଆହୁରି ଦୁର୍ବଳତର କରିଦେଉଥାଏ।


--ଦୁଇ ପ୍ରେମ ପକ୍ଷୀ ପ୍ରେମ ଆକାଶରେ ନିର୍ଭୀକ ଭାବେ ଉଡୁଥିବା ବେଳେ ହଠାତ୍ ଆସି ପହଁଚିଲା ସେଇ ଅଶୁଭ ଦିନ। କୋରାପୁଟରେ ରହୁଥିବା ସାଙ୍ଗର ବାହାଘର ଆଟେଣ୍ଡ କରିବା ପାଇଁ ସୀମାକୁ ଯିବାକୁ ପଡିଲା ଗୋଟେ ସପ୍ତାହ ପାଇଁ କୋରାପୁଟ। ଦୁର୍ଭାଗ୍ୟ ବଶତଃ ସମସ୍ତ ପ୍ରକାର ଯୋଗାଯୋଗ ବିଚ୍ଛିନ୍ନ ହେଲା ସ୍ବଦେଶ ସହିତ।  


--ସପ୍ତାହକ ପରେ ସୀମା ଫେରିଲା ସତ, ହେଲେ ସ୍ଵଦେଶ ବାରିପାରିଲା ତା’ ପ୍ରତି ଘଟୁ ଥିବା ସୀମାର ବ୍ୟବହାରରେ ପରିବର୍ତ୍ତନର ଗନ୍ଧକୁ। ନା ପୂର୍ବ ପରି ଥିଲା ପ୍ରେମ ଭରା ବାର୍ତ୍ତାଳାପ ନା ଅଭିମାନ ଆଉ ନା ହିଁ ପ୍ରେମ।


 --ହଠାତ୍ ଦିନେ ବିଚଳିତ ହେଇ ପଚାରିଦେଲା ସ୍ବଦେଶ- କ’ଣ ହେଇଛି ସୀମା ? କାହିଁକି ତମେ ମୋତେ ଏମିତି ପ୍ରତ୍ୟାଖ୍ୟାନ କରୁଛ? ନା ଫୋନ କଲେ ରିସିଭ୍ କରୁଛ ନା ମେସେଜର ରିପ୍ଲାଏ, ଆଉ ସପ୍ତାହେ ହେଲାଣି ଚିଠି ବି ତ ନାହିଁ। କ’ଣ ହେଇଛି ତମର??  


--ଆଉ ସୀମାରର ସେ ଇଂରାଜୀ ଧାଡ଼ିର ଉତ୍ତର ସ୍ଵଦେଶ ପାଦ ତଳୁ ସତେ ଯେପରି ମାଟି ଖସେଇଦେଇଥିଲା । “sorry , I am in love with someone else”. ମୁହୂର୍ତ୍ତକ ପାଇଁ ପୃଥିବୀର ଘୁର୍ଣ୍ଣନ ପ୍ରକ୍ରିୟା ଅଟକି ଗଲା ପରି ଲାଗିଲା। ସତେ ଯେମିତି କେହି ଜଣେ ସ୍ବଦେଶ ଛାତିରେ ଅବିରତ ଭାବେ କଣ୍ଟା ପିଟି ଚାଲିଛି, ହେଲେ ସେ ଖାଲି ନିର୍ବିକାର ଭାବେ ଦେଖୁଚି ସିନା ହେଲେ କିଛି କରିପାରୁନି। 


-- ସୀମାର ଅପ୍ରତ୍ୟାଶିତ ଉତ୍ତରରେ ପଥର ପାଲଟି ଯାଇଥିଲା ସ୍ବଦେଶ। ଆଖି ଲୁହ ଝରି କ୍ରମଶଃ ଓଠକୁ ଚୁମି ପିନ୍ଧିଥିବା ଧଳା ଶାର୍ଟ୍ ଟିକୁ ଓଦା କରିଚାଲିଥାଏ। ମୁହୂର୍ତ୍ତକ ପାଇଁ ପାଷାଣ ପାଲଟି ଯାଇଥିଲା ସ୍ବଦେଶ, ହେଲେ ସୀମାର ଏ ଉତ୍ତରରେ କୌଣସି ପ୍ରତିକ୍ରିୟା ରଖିବାକୁ ଚାହିଲାନି ସେ । ସ୍ଵାଧୀନ କରିଦେଇଥିଲା ସୀମାକୁ ଆଜୀବନ ପାଇଁ !


*****


 --ୟା ଭିତରେ ସୀମା ସହ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିବାର ୧୦ ବର୍ଷ ବିତି ଗଲାଣି। ଆଜି ବି ବାଲକୋନୀରୁ ମେଘ ଆଢ଼ୁଆଳରେ ଢାଙ୍କି ହେଇଥିବା ଜହ୍ନର ଝାପସା ଆଲୋକରେ ସମସ୍ତଙ୍କ ନଜରରୁ ଲୁଚେଇ ରଖିଥିବା ୧୦ ବର୍ଷ ତଳର ସୀମାର ହାତ ଲେଖା ପ୍ରଥମ ପ୍ରେମର ସେ ପୁରୁଣା ଚିଠିକୁ ପଢୁ ପଢ଼ୁ ହୃଦୟରେ କେଉଁ ଏକ ଅଜଣା କୋଣରେ ସୀମା ଜୀବନ୍ତ ହେଇ ଉଠେ।ଆଉ ଅଜାଣତରେ ସ୍ବଦେଶ ଓଠରୁ ସୀମା ଉଦ୍ଦେଶ୍ୟରେ ଝରି ପଡେ….. 


ପ୍ରଥମ ପ୍ରେମର ପ୍ରଥମ ଚିଠି, 

ଲେଖୁଛି ଅଳପ ଭାବୁଛି ବେଶୀ !

ନୂଆ ଚଢେଇର କଅଁଳ ଡେଣା,

 ଉଡୁଛି ଅଳପ ପଡୁଛି ବେଶୀ !! 

     

      (କ୍ରମଶଃ)…………..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance