Er. Suchismita Satpathy

Romance Action Inspirational

4.5  

Er. Suchismita Satpathy

Romance Action Inspirational

ଅବୋଲକରାର ପୁନଃଉଦ୍ଧାର

ଅବୋଲକରାର ପୁନଃଉଦ୍ଧାର

3 mins
221



ଅନେକ ଦିନ ହେବ ଉପରିସ୍ଥ ଅଫିସକୁ ଦୌଡି ଦୌଡି ଚପଲ ଛିଡି ଗଲାଣି ରାଜେଶର।ପ୍ରତ୍ୟେକ ଦିନ ଅଫିସରୁ ଶିଘ୍ର ବାହାରି ଯାଏ ଉପରିସ୍ଥ ଅଫିସର ଙ୍କୁ ଦେଖାକରିବାକୁ।ଅନେକ ସମୟ ଅପେକ୍ଷା କରେ ମାତ୍ର ଦେଖା ହୋଇପାରେନି।ପୁଣି ଫେରିଆସେ ମନ ଦୁଃଖରେ।ରାତିରେ ଶୋଇ ଅନେକ କଥା ଭାବେ।ବିରହ ବେଦନାରେ ଛଟପଟ ହୁଏ।ସକାଳୁ ପୁଣି ମନ ଦୃଢକରେ ଆଜି ବି ଅଫିସ ସାରି ଯିବି।

ପ୍ରକୃତ କଥାଟା ହେଲା ରାଜେଶର ଏଇ କିଛି ଦିନ ହେବ ରୋଜି ସହ ବାହାଘର ହୋଇଛି।ବାହାଘର ପୂର୍ବରୁ ଏକ କର୍ମଶାଳା ରେ ଉଭୟଙ୍କ ର ଭେଟଘାଟ ହୋଇଥିଲା। ପ୍ରଥମ ଦେଖାରେ ସେ ରୋଜିକୁ ପସନ୍ଦ କରି ବାପାମାଆ ଙ୍କୁ କହି ପ୍ରସ୍ତାବ ପଠେଇ ଥିଲା।କିଛି ଦିନ ଭିତରେ ବାହାଘର ହୋଇଗଲା।କଥାଥିଲା ରୋଜିକୁ ବଦଳି କରି ତା ନିଜ କିମ୍ବା ପାଖ ଅଫିସ କୁ ନେଇ ଆସିବ।ସ୍ୱାମୀ ସ୍ତ୍ରୀ ଏକାଠି ରହିବେ।

ନୂଆ ବାହାଘର । ପ୍ରେମର ଅଢେଇ ଅକ୍ଷରରୁ ପ୍ରଥମ ଅକ୍ଷରର ଆରମ୍ଭ ହୋଇନାହିଁ।ପନ୍ଦରଦିନ ମଧ୍ୟରେ ଦେଖା ଓ ବାହାଘର ତାପରେ ସାତ ଦିନ ।ମାସେ ବି ପୁରି ନାହିଁ ଦେଖାହେବାର।ତେଣୁ ରାଜେଶର ମନଟା ଖାଲି ଆଉଟୁ ପାଉଟୁ ହେଉଛି କେମିତି ରୋଜିକୁ ପାଖକୁ ଆଣିବ।ବିବାହ ପରେ ବିରହ ବେଦନା ଯେ କେତେ କଷ୍ଟଦାୟକ ସେ ଶୁଣିଥିଲା ଓ ଏବେ ଅନୁଭବ କରୁଛି।କଣ ବା କରିବ।ଉପରିସ୍ଥ ଅଫିସରଙ୍କୁ ଦେଖା କରିବାକୁ ବି ସୁଯୋଗ ହେଉନି।ଗୁହାରୀ ଜଣେଇବା ତ ବହୁତ ଦୂରର କଥା।

ଏପରି କିଛି ଦିନ ଗଲା।ଏକ ଚିଠି ଲେଖି ଡାକରେ ଦେଇଆସିଲା।ଭାବିଲା ଏମିତି କଲେ ଡାକଟି ଅଫିସର ଙ୍କ ଦୃଷ୍ଟିଗୋଚର ହେବ।ଏହା ଭାବି କିଛି ଦିନ ଛୁଟି ନେଇ ରୋଜି ପାଖକୁ ଗଲା।ନୂତନ ପ୍ରେମୀ ଯୁଗଳ।ଫୁଲ ଚାରିପଟେ ଭ୍ରମର ଘୁରି ବୁଲିବା ପରି ରୋଜିର ପାଖାପାଖି ସବୁବେଳେ ଥାଏ ରାଜେଶ।ତାକୁ ଅଫିସ ରେ ଛାଡିବା,ଆଣିବା।ସନ୍ଧ୍ୟା ସମୟରେ ବୁଲେଇନେବା।ଗାଡିରଖି ରାସ୍ତାକଡରେ ଗୁପଚୁପ ଓ ଚାଟ ଖାଇବା ଇତ୍ୟାଦି ଚାଲିଲା ।ମାତ୍ର ଯେତେବେଳେ ପ୍ରକୃତରେ ମିଳନସମୟ ଆସେ ସେତେବେଳେ ରୋଜିକୁହେ ଯେବେ ବଦଳିକରି ପାଖକୁ ନେବ ସେବେ ପାଖକୁ ଆସିବ।ବାସ ସେତିକିରେ ରାସ୍ତା ସରିଯାଏ ।ଆଉ ଆଗେଇ ପାରେନି ରାଜେଶର ବିବାହ ଗାଡି ଠିକ ଯେମିତି ପଣ୍ଡିତ ଅବୋଲକରାର ପ୍ରଶ୍ନର ଉତ୍ତର ନଦେବା ଯାଏଁ ଅବୋଲକରାର ବାକି କାମ ବନ୍ଦ।

ପଣ୍ଡିତ ଆଜ୍ଞା ଆରମ୍ଭ କରିବେ ,"ପକା କମ୍ବଳ ପୋତ ଛତା,ବସ ଅବୋଲକରା କହୁଛି କଥା" 

ଠିକ ସେମିତି ରାଜେଶ ଆରମ୍ଭକରେ ତାର ବଦଳି ପାଇଁ ନେଇଥିବା ପ୍ରସ୍ତୁତିର ଗାଥା। ସବୁଥିରେ ବିଫଳ ହେବା ଶୁଣି ରୋଜି କହିଲା ,ଆମ ଗାଁ ର ହରିବାବୁ ବୋଲି ଜଣେ କିରାଣୀ ଅଛନ୍ତି ଶୁଣିଛି ତାଙ୍କର ଲମ୍ବା ହାତ ଅଛି ,ତାଙ୍କ ପାଖକୁ ଗଲେ ,ତାଙ୍କୁ ମୋର ବଦଳି ବାବଦରେ ପରାମର୍ଶ କଲେ କିପରି ହୁଅନ୍ତା।

ଲମ୍ବା ହାତ କଥା ଶୁଣି ରାଜେଶ ବୁଝିଗଲା ଯେ ସେ ନିଶ୍ଚୟ ଏକ ଦଲାଲ ହୋଇଥିବେ।ସବୁ କାର୍ଯ୍ୟ ପାଇଁ ଅର୍ଥ ଦରକାର କରୁଥିବେ।ତେଣୁ ସେ କହିଲା, ନା ଆମେ ଠିକ ବାଟରେ ଯାଇ କାମ କରିବା ।ଅଚିହ୍ନା ଲୋକଙ୍କ କଥାରେ ପଡିଲେ ହଇରାଣ ହେବା ।ରାଜେଶର କଥା ଶୁଣି ରୋଜି ମୁହଁ ଫୁଲେଇ କହିଲା,ପ୍ରକୃତ କଥା ହେଲା ତୁମେ ମତେ ତୁମ ପାଖକୁ ନେବାକୁ ଚାହୁନାହଁ।ତେଣୁ ଏପରି ଚୁପ ବସିଛ ନହେଲେ କେତେ ସେ ଅନେକ କର୍ମଚାରୀ ଙ୍କର ବଦଳି କରୁଛନ୍ତି, ଆମର କରିବେନି କାହିଁକି।

ଏପରି କହି ମୁହଁକୁ ବୁଲେଇ ଶୋଇଗଲା ରୋଜି।

ରାଜେଶ ମନେ ମନେ ଭାବିଲା,ଏ କି ରୂପରେ ବାବା,ରୋଜିକଥା ଶୁଣିବାକୁ ପଡିବ ନହେଲେ ସଂସାର ନାଆ ଚାଲିବା ଆଗରୁ ଡୁବିଯିବ।ଏମିତି ଭାବି ଭାବି ରାତିଟା କଟିଗଲା।ସକାଳୁ ଉଠି ରାଜେଶ କହିଲା ହଉ ତେବେ ତୁମର ସେ ହରିବାବୁଙ୍କର କେତେ ଲମ୍ବାହାତ ଚାଲ ଆଜି ଦେଖିଆସିବା।ଏକଥା ଶୁଣି ଖୁସିରେ ରୋଜି ରାଜେଶକୁ କୁଣ୍ଢେଇ ପକେଇଲା।ରାଜେଶ ଖୁସି ହୋଇ ମନେ ମନେ ଭାବିଲା ଏତିକିରେ ଏତେ ଆହୁରି ବଦଳି ହୋଇ ପାଖକୁ ଗଲେ ଆହୁରି କେତେ ଭାବି କୁରୁଳି ଉଠିଲା।

କାମ ସାରି ଉଭୟେ ବାହାରିଲେ ଯିବାକୁ।ସେଠାରେ ପହଞ୍ଚି ଲା ବେଳକୁ କିଛି ଲୋକ ବସିଥିଲେ।ଅଧଘଣ୍ଟା ପରେ ରାଜେଶ ଓ ରୋଜି ଗଲେ।ପରିଚୟ ଦେଇ କଥାଟା ରଖିଲେ।ହରିବାବୁ ଦେଖିଲେ ନୂତନ ହଂସ ଯୋଡି।ଯୁଗଳବନ୍ଦୀର ଅପେକ୍ଷା ରେ।ତେଣୁ ଆଦାୟ କିଛି ଅଧିକ ହେବ।ଏହା ଭାବି କହିଲେ ହେଇଯିବ ମାତ୍ର ଟିକେ ଅଧିକ ଖର୍ଚ୍ଚ ହେବ।କେତେ ବୋଲି ପଚାରନ୍ତେ କହିଲେ ପଚାଶ ହଜାର, ଯେବେ ଦେବ ସେବେ ହେବ।।ଏହା ଶୁଣି ମୁହଁ ଶୁଖିଗଲା ଦୁଇଜଣଙ୍କ ର।ଧିର ହୋଇ ଘରକୁ ଫେରିଲେ। ତା ପରେ ଚିନ୍ତା କଲେ ହଉପଛେ ପଇସା ଦେଇ ବଦଳି କରେଇବେ। କିଛି ଦିନ ଭିତରେ ଅର୍ଥ ଯୋଗାଡ କରି ହରିବାବୁଙ୍କ ପାଖକୁ ଗଲେ।ମାତ୍ର ରାଜେଶ ପଇସା ନଦେଇ କହିଲା ଆଗେ ଆପଣ କରାନ୍ତୁ ତାପରେ ପ ଇସା ଦେବି।ଏବେ କିଛି ରଖନ୍ତୁ କହି ଦୁଇ ହଜାର ଟଙ୍କା ଦେଲା।ହରିବାବୁ କହିଲେ ସେମିତି ତ ମୁଁ କରେନି ମାତ୍ର ଆପଣମାନେ ଭଲ ଜଣାପଡୁଛନ୍ତି ତେଣୁ ମୁଁ କାମଟା ଆଗେ କରିବି।

କିଛି ଦିନ ଗଲା ରାଜେଶ ଦେଇଥିବା ଚିଠି ଉପରେ ଉପର ଅଫିସରୁ ଡକରା ଆସିଲା।ତୁରନ୍ତ ଯାଇ ଦେଖାକଲା ଓ ଅଫିସର ଙ୍କ ଆଗରେ ନିଜର ମତ ଓ ଆବଶ୍ୟକତା ରଖିଲା ।ତା କଥାର ମର୍ମ ବୁଝିପାରି ଉପରିସ୍ଥ ଅଫିସର ବଦଳି ନିମନ୍ତେ ହଁ ଭରିଲେ।ଖୁସି ହୋଇ ରାଜେଶ ଆସିଲା ମାତ୍ର ରୋଜିକୁ କହିଲା।ସେହିଦିନ ହରିବାରୁ ଫୋନକଲେ ସେ ଚେଷ୍ଟା କରୁଛନ୍ତି ମାତ୍ର କିଛି ଅର୍ଥ ର ଆବଶ୍ୟକତା ପଡୁଛି ଯଦି ଦିଅନ୍ତେ ଭଲ ହୁଅନ୍ତା। ରାଜେଶ ଓ ରୋଜି ଶୁଣି ହଁ ଭରିଲେ ମାତ୍ର କିଛି ସମୟ ଲାଗିବ ବୋଲି କହି ଫୋନ ରଖିଲେ।

ରାଜେଶ କହିଲା ଦେଖିଲ ତୁମ ଲମ୍ବା ହାତ ବାଲାର କରାମତି ।ଏହା ଶୁଣି ରୋଜି କିଛି ନକହି ଚୁପ ରହିଲା।ତା ପରଦିନ ସକାଳେ ଦେଖିଲାବେଳକୁ ବଦଳି ଅର୍ଡର ହୋଇଯାଇଛି।ଓ ତା ସହ ହରିବାବୁଙ୍କର ଲମ୍ବାହାତ ପୋଲିସ ହାତରେ ଧରାପଡିଛି କେଉଁ ଏକ କାଣ୍ଡପାଇଁ।

ଏହା ଶୁଣି ରୋଜି ଖୁସି ହେବା ସହ ରାଜେଶ ଆଗରେ ତାର କଟୁ କଥା ପାଇଁ ନିଜକୁ ଲଜ୍ଜିତ ମନେକଲା।ହରିବାବୁଙ୍କର ଲମ୍ବାହାତ ଯେ ଅବୋଲକରାର ନର୍ତ୍ତକୀ ପରି ସବୁ ଦର୍ଶନାର୍ଥୀ ଙ୍କ ନିମନ୍ତେ କାଚ ଘର ଭିତରେ ରହିବା ପରି ଜେଲର କଳକୋଠରୀ ଭିତରେ ରହିଲେ।

ଶେଷରେ ଦୁଇ ନୂତନ ନବବିବାହିତ ଯୋଡି ଅନେକ ଦିନପରେ ନିକଟବର୍ତ୍ତୀ ହେବାର ସୁଯୋଗ ପାଇଲେ।


Rate this content
Log in

Similar oriya story from Romance