Priyaranjan Biswal

Abstract Tragedy Others

4.0  

Priyaranjan Biswal

Abstract Tragedy Others

ଅଭୁଲା ସେ ଗୋଟିଏ ଦିନ

ଅଭୁଲା ସେ ଗୋଟିଏ ଦିନ

5 mins
11.9K



  ପ୍ରତିଦିନ ପରି ଦିନେ ସକାଳୁ ଉଠି ମୁଁ ମୋ ନିତ୍ଯକର୍ମ ସାରି ଘରେ ବସନ ମୋବାଇଲ୍ କେଞ୍ଚିବାରେ ବ୍ଯସ୍ତ ଥାଏ। ହଠାତ୍ ମୋବାଇଲ୍ କୁ ଆସିଲା ଗୋଟିଏ କଲ। କଲ୍ ଟନ ଥିଲା ମୋର ଅତି ପ୍ରିୟ ଆଚାର୍ଯ୍ଯ ସାରଙ୍କର। ଏତେ ସକାଳୁ ସାର୍ ମତେ କାହିଁକି କଲ୍ କରିଥାଇ ପାରନ୍ତି ବୋଲି ଭାବି କଲଟିକୁ ରିସିଭ୍ କଲି। ସାର କହିଲେ ଶୀଘ୍ର ବାହାରିକି ତୁମ ଛକ ପାଖକୁ ଆସ୍। ପ୍ରଥମେ ମୁଁ କିଛି ବୁଝିପାରିନି, କିନ୍ତୁ ଅନେକ ସମୟରେ ସାର୍ ମତେ ଏମିତି ସରପ୍ରାଇଜ୍ ଦେଇଥାନ୍ତି। ତେଣୁ ଏହା ନିଶ୍ଚିତ ଏକ ଭ୍ରମଣ କାର୍ଯ୍ଯକ୍ରମ ହୋଇଥିବ ବୋଲି ବେଶୀ ବିଳମ୍ବ ବି ହେଲାନାହିଁ ବୁଝିବାକୁ। ତଥାବି ମନର ସନ୍ଦେହ ଦୂର କରିବା ଆଶାରେ ପଚାରିଲି ସାର୍ କୁଆଡେ? ସାର୍ କହିଲେ ଆରେ ଆସ୍ ସ୍ୱାମପାଟଣା ଶିବ ମନ୍ଦିର ଯିବା। ଆମ ରାଜନୀତି ସମ୍ମାନ ବିଭାଗର ଶେଷ ବର୍ଷ ପିଲାମାନଙ୍କର ବିଦାୟ କାଳୀନ ସଭା ସେଇଠାରେ ହେବ। କିନ୍ତୁ ଯେହେତୁ ଅନେକ ଦିନ ପୂର୍ବରୁ ମୋର କଲେଜ ପଢା ସରିଥାଏ ତେଣୁ ଏମିତି ଏକ କାର୍ଯ୍ଯକ୍ରମରେ ଯିବାକୁ ପ୍ରଥମେ ଟିକେ କୁଣ୍ଠା ପ୍ରକାଶ କଲି। ହେଲେ ସାର୍ କଉ ଛାଡିବା ଲୋକ? ରାଗ ଭରା କଣ୍ଠରେ କହିଲେ ତତେ ମୁଁ କହିଲି ତୁ ଆସିବୁ, ତେର ଏତେ ପ୍ରଶ୍ନ କଣ? ଶେଷରେ ସାରଙ୍କ କଥା କାଟି ନପାରି ବାହାରି ଗାଁ ଛକ ନିକଟରେ ପହଞ୍ଚିଲି। ମୁଁ ପହଞ୍ଚିବା ପୂର୍ବରୁ ବସଟି ଛକରେ ପହଞ୍ଚି ମତେ ଅପେକ୍ଷା କରିଥାଏ।


   ଆଶା ଆଶଙ୍କା ଭିତରେ ବସନ ଭିତରକୁ ପ୍ରବେଶ କଲି। ବସନ ଭିତରେ ମୋର ଆଉ ଜଣେ ପ୍ରିୟ ଭବାନୀ ସାର ଓ ତପନ ଭାଇ ବି ବସିଥିବାର ଦେଖି ମନଟା ଟିକିଏ ହାଲକା ଲାଗିଲା। କାରଣ ରାଜନୀତି ବିଭାଗରେ ସବୁ ବର୍ଷ ଅଧିକ ଝିଅ ମାନେ ଛାତ୍ରୀ ଥାଆନ୍ତି। ଆଉ କୌଣସି ଝିଅ ସହ କଥା ହେବାପାଇଁ କିମ୍ବା ପ୍ରଥମେ ମିଶିବା ପାଇଁ ମୁଁ ବହୁତ ଅସହଜ ମନେକରେ। ଆଉ ପୁଣି ସେଠି ଯେତେ ଛାତ୍ରଛାତ୍ରୀ ଥିଲେ ସବୁ ବୟସରେ ମୋ ଠାରୁ ସାନ, ତେଣୁ ସେମାନଙ୍କ ସହ କେମିତି ମିଶିବି? ଯଦି ଆଚାର୍ଯ୍ଯ ସାର ଓ ଭବାନୀ ସାର ନଥାନ୍ତେ ତେବେ ମତେ ଏମିତି ଅନୁଭବ ବୋଧହୁଏ ହୋଇଥାନ୍ତା କି ମୁଁ କୌଣସି ଅଜଣା ଦୀପରେ ବାଟବଣା ହୋଇ ଫଶି ଯାଇଛି।ଅବଶ୍ଯ ସେଠି ପ୍ରଦୀପ ଓ ଚିଣ୍ଟୁ ଥିଲେ, ଉଭୟ ମୋ ସାନ ଭାଇ ଭଳି। ସେମାନେ ମୋର ଚିନ୍ତାକୁ କିଛି ମାତ୍ରାରେ କମ୍ କରିବାରେ ସହାୟକ ହେଲେ।


   ଦୃତଗତିରେ ଗାଡି ଯାଇ ପହଞ୍ଚିଲା ଲକ୍ଷ ସ୍ଥଳରେ। ଭୋଜିର ଆୟୋଜନ ଯେହେତୁ ହୋଇଥାଏ , ସେହି କାର୍ଯ୍ଯକ୍ରମକୁ ସମସ୍ତେ ମିଶି ଆରମ୍ଭ କରିଦେଲେ। ଏହି ସମୟରେ ଜଣେ ବୃଦ୍ଧ ବ୍ଯକ୍ତି ସେଠାରେ ପହଞ୍ଚିଲେ। ଯାହାଙ୍କ ନାଁ ଥିଲା ବିଦ୍ଯାଧର ମହାନ୍ତ। ମନ୍ଦିର ନିର୍ମାଣ ସମୟରେ ଦେଖାସୁଣାର ସମସ୍ତ ଦାୟୀତ୍ୱ ତାଙ୍କ ଉପରେ ନିହିତ ଥିଲା । ଆଉ ସ୍ୱାମ ପାଟ୍ଟଣା ଆଞ୍ଚଳିକ ମହାବିଦ୍ଯାଳୟରେଏକ NSS CAMPରେ ଯୋଗଦେବା ଅବସରରେ ତାଙ୍କ ସହ ମୁଁ ପରିଚିତ ହୋଇଥିଲି। ମନ୍ଦିର ପ୍ରତିଷ୍ଟା ବେଳେ ବି ସେ ମୁଁ ଓ ମୋର ଆଉ ଚାରିଜଣ ସାଥୀଙ୍କୁ ନିମନ୍ତ୍ରଣ କରିଥିଲେ। ଆଉ ଆମେ ସେତେବେଳେ ସେଠି ସାତଦିନ ରହିଥିଲୁ। ତେଣୁ ଏତେଦିନ ପରେ କିନ୍ତୁ ସେ ଦେଖି ମତେ ଚିହ୍ନି ପାରିବା ସହ କିଛି ଅସୁବିଧା ହେଲେ ଚିନ୍ତା ନକରିବା ପାଇଁ କହି ସେଠାରୁ ଚାଲିଗଲେ। 


     ଭୋଜିର ରୋଷେଇ ଆରମ୍ଭ ହେବା ପରେ ମୁଁ ଓ ଭବାନୀ ସାର ବସନ ବହୁତ କଥା ହେଲୁ। କିନ୍ତୁ କିଛି ସମୟ ପରେ ଆଚାର୍ଯ୍ଯ ସାର କହିଲେ ରଞ୍ଜନ ଛୁଆଙ୍କୁ ନେଇଯା, ମନ୍ଦିର ବୁଲେଇ ଆଣିବ। ମୋ ସହିତ ଭବାନୀ ସାର ଆଉ ତପନ ଭାଇବି ଗଲେ। ହେଲେ ମନେ ମନେ ଭାବୁଥାଏ ଏ ଛୁଆ କଣ ମୋ କଥା ଶୁଣିବେ? କିଏ ଯଦି ମୁଁ କିଛି କହିଲା ପରମ ମତେ ଖରାପ ଭାବିବ ତାହେଲେ? ହେଲେ ଯେହେତୁ କଲେଜ ପଢା ସରିବା ପରେ ମଧ୍ଯ ଅନେକ କାର୍ଯ୍ଯକ୍ରମରେ ମୁଁ ଯୋଗ ଦେବାର ସୁଯୋଗ ପାଇଥିଲି, ଆଉ ତେଣୁ ପ୍ରାୟେ ମତେ ସେମାନେ ଜାଣିଥିଲେ। ତେଣୁ କେହି ମୋ କଥାକୁ କାଟି ନଥିଲେ। ତେଣୁ ସେମାନଙ୍କ ସହ ବୁଲିବା ବେଳେ ମତେ ବହୁତ ଖୁସି ଲାଗିଥିଲା। ହେଲେ ସବୁଠୁ ଅଧିକ ଖୁସି ସେତେବେଳେ ଲାଗିଲା ଯେତେବେଳେ ସମସ୍ତେ ଫୋଟୋ ଉଠେଇବାରେ ବ୍ଯସ୍ତ ଥିଲେ ମାତ୍ର ମୁଁ ଏକୁଟିଆ ଠିଆ ହୋଇଥିଲି, ସେହି ସମୟରେ ଜଣେ ଝିଅ ମତେ ତାର ଫୋଟୋ ଉଠାଇବା ପାଇଁ ଡାକିଲା।  ମୁଁ ତାର ଫୋଟୋ ଉଠେଇ ଦେଲି, ତାପରେ ମତେ ତା ସହ ଫୋଟୋ ଉଠେଇବାକୁ ଡାକିଲା। ଏମିତି ଅଳ୍ପ ପରିଚିତ ଝିଅ କେହି ତା ସହ ଫୋଟୋ ଉଠାଇବାକୁ ମତେ ଡାକିବା ମୋ ପାଇଁ ପ୍ରଥମ ଥିଲା। ତେଣୁ ଅତି ସନ୍ତର୍ପଣର ସହ ମୁଁ ଆଗକୁ ବଢିଲି। ଫେଟୋ ଉଠେଇବା ପାଇଁ ଠିଆ ହେଲି, ହେଲେ ଟିକିଏ ଦୂରତା ରକ୍ଷା କରି। ଏହା ଦେଖି ଝିଅ ଜଣଙ୍କ କହିଲା କଣ ଭାଇ ଏତେ ଲାଜ କାହିଁକି? ବଡଭାଇ ହୋଇ ସାନ ଭଉଣୀକୁ ଏତେ ଲାଜ କରିବା କଣ ଠିକ୍? ଆଉ ଏହା କହିବା ପରେ କେତୋଟି କ୍ଲୋଜ୍ଅପ୍ ଫୋଟୋ ଉଠାଇ ନେଲା ମୋ ଫୋନ୍ ରେ। ତାପରେ ଫେରିଲୁ ଭୋଜି ସ୍ଥଳକୁ। ସେଠାରେ ଆରମ୍ଭ ହୋଇଗଲା ବିଦାୟକାଳୀନ ସଭା। ଦେଖୁ ଦେଖୁ ସମସ୍ତଙ୍କ ଆଖିରେ ଭରିଗଲା ସ୍ନେହ ଓ ଭଲପାଇବାର ଲୁହ । ତାପରେ ସମସ୍ତେ ମିଶି ଭୋଜନ କରି ଫେରିବା ଆରମ୍ଭ କଲୁ। ଫେରିବା ବେଳେ ଘଟଗାଁରେ ମାଆ ତାରିଣୀଙ୍କୁ ଦର୍ଶନ କଲୁ। ଝିଅମାନେ ବଜାରରୁ ବିଭିନ୍ନ ଜିନିଷ କିଣିବାରେ ଲାଗି ପଡିଲେ। ବିଳମ୍ବ ହେବାରୁ ଆଚାର୍ଯ୍ଯ ସାର ବହୁତ ବିରକ୍ତ ହେଲେ, ପରମ ମୁଁ ସମସ୍ତଙ୍କୁ ବସକୁ ଫେରାଇ ଆଣିବା ପରେ କଲେଜ୍ ଅଭିମୁଖେ ଯାତ୍ରା ଆରମ୍ଭ କଲୁ। ହେଲେ ମୁଁ କିନ୍ତୁ ଭାବୁଥାଏ ସେହି ଝିଅଟି କଥା ସତରେ କଣ ଆଜି ଭଳି ଦୁନିଆରେ ଏତେ ସରଳ, ଶାନ୍ତ ଆଉ ଖୋଲା ହୃଦୟର ଝଅ ଅଛନ୍ତି? ମୁଁ ଏମିତି ଭାବିବା ପଛରେ ଏହା କାରଣ ଥିଲା, ଯେ ଏହା ପୂର୍ବରୁ କୌଣସି ଝିଅ ମୋ ସହ ଏତେ ଶୀଘ୍ର ଓ ଏମିତି ଫ୍ରି ରେ ମିଶି ନଥିଲେ। ମନେ ମନେ ଖୁସିବି ଲାଗୁଥାଏ ଯେ ଏତେ ଭଲ ଝିଅ ସହ ଦେଖା ହେଲା, ଆଉ ଯାହା ହେଉ କମ୍ ସେ କମ୍ ସେ ମୋ ଭଉଣୀ ବୋଲି ନିଜକୁ ଭାବିପାରିଲା, ସେତିକି ମୋ ପାଇଁ ବଡ କଥା। ତାପରେ ଫେରିବା ବେଳେ ତା ଫୋନ୍ ନମ୍ବର ମୁଁ ଆଣିବାରେ ସମର୍ଥ ହେଲି। ସମସ୍ତେ ନିଜ ନିଜ ଘରକୁ ଫେରିଗଲେ। 


    କିଛି ଦିନ ପରେ ମୁଁ ତାକୁ ତା ଫୋଟୋ ଯାହା ମୋ ମୋବାଇଲରେ ଉଠେଇଥିଲି, ପଠେଇଦେଲି। ପରମ ମଝିରେ ମଝିରେ ମୁଁ ତାକୁ କିମ୍ବା ସିଏ ମତେ କଲ୍ କରଥିଲୁ। ଏମିତି ଏମିତିରେ ଆମ ଭିତରେ ଏକ ଭାଇ ଭଉଣୀର ନିବିଡ ସମ୍ପର୍କ ଗଢିଉଠିଲା। ଅନେକ ଥର ସିଏ ମତେ ତାଙ୍କ ଘରକୁ ଡାକେ କିନ୍ତୁ ବ୍ଯସ୍ତତା କାରଣରୁ ମୁଁ ଯାଇପାରେନି। ଦିନେ ମୋର ବନ୍ଧୁ ବାପି ଓ ମୁଁ କିଛି କାମରେ ତାଙ୍କ ଗାଁ ବାଟ ଦେଇ ଯାଉଥାଉ, ସନ୍ଧ୍ଯା ସମୟ। ମୁଁ ତାକୁ ଫୋନ୍ କରି କହିଲି ଆରେ ମୁଁ ତୁମ ଗାଁ ବାଟେ ଯାଉଛି। ଏହା ଶୁଣି ସେ କହିଲା ଭାଇ ଆମ ଘରକୁ ଆସ ନହେଲେ ସମ୍ପର୍କ କଟିଲା ଜାଣ। ଘର ତ ଦେଖି ନଥିଲି, ପଚାରି ପଚାରି ବହୁ କଷ୍ଟରେ ତାଙ୍କ ଘରେ ପହଞ୍ଚିଲି, ବହୁତ ଆଦର ସତ୍କାର କଲେ ତାଙ୍କ ଘରେ। ତାପରେ କିଛି ଦିନ ପରେ ମୋର ସିଟି ବାଜିଗଲା। ତାଲିମ୍ ନେବାପାଇଁ ମୁଁ ଫକୀରପୁର ଚାଲିଗଲି। ଆଉ ବାଲେଶ୍ୱର ବୁଲିବା ବେଳେ ମୋ ଫୋନଟି ହଜିଗଲା। ମୋ ପାଖରେ ଥିବା ତାର ସେଦିନର ଫୋଟୋ ଓ ତା ଫୋନ୍ ନମ୍ବର ବି ଚାଲିଗଲା। ହେଲେ ଅନେକ ଦିନ ବ୍ଯବଧାନ ପରେ ଭଗବାନଙ୍କ କୃପାରୁ ମୁଁ ପୁଣିଥରେ ତା ସହ ଯୋଗାଯୋଗ କରିବାରେ ସମର୍ଥ ହେଲି। ଆଉ ଏହା କେବଳ ସମ୍ଭବ ହେଲା ଫେସ୍ ବୁକ୍ ପାଇଁ। 


    ଉପରେ ଦେଇଥିବା ଫୋଟୋ ସେଦିନ ଉଠେଇଥିବା ଫୋଟୋ ମଧ୍ଯରୁ ଗୋଟିଏ, ଯାହା ମୁଁ ଫେସବୁକ୍ ରେ ଅପଲୋଡ କରିଥିଲି। ଆଜିର କାହାଣୀରେ ମୁଁ ତାର ନାଁ ଲେଖିନି କାରଣ ମୁଁ ଜାଣିନି ତାର ଏସବୁ କଥା ଏବେ ମନେ ଅଛି କି ନାହିଁ। ଯେହେତୁ ସମୟ ଅନୁସାରେ ବଦଳିବା ମଣିଷର ଗୋଟିଏ ସହଯାତ ପ୍ରବୃତି ତେଣୁ ସେ ଆଗଭଳି ଅଛି କି ବଦଳି ଗଲାଣି ସେକଥା ବି ମୁଁ କହିପାରିବିନି। କିନ୍ତୁ ସେଦିନଟି ମୋର ଚିରଦିନ ପାଇଁ ଅଭୁଲା ଅତୀତର ଗୋଟିଏ ଦିନ ହୋଇ ରହିବ। ଧନ୍ଯବାଦ।



Rate this content
Log in

Similar oriya story from Abstract