Tosarani Mama

Romance Classics Fantasy

4.5  

Tosarani Mama

Romance Classics Fantasy

ଅଭୁଲା ମୁହୂର୍ତ୍ତ ମୋ ପ୍ରେମ ସହିତ

ଅଭୁଲା ମୁହୂର୍ତ୍ତ ମୋ ପ୍ରେମ ସହିତ

4 mins
351



ମନ ରେ ଖୁସି ନ ଥାଏ କିନ୍ତୁ ଜୀବନ ତ ବିତାଇବାକୁ ପଡିବ । ନୂଆ ନୂଆ ବିବାହ ତା ପୁଣି ଜଣେ ଅଜଣା ଲୋକ ସହିତ ନା କେବେ କଥା ହେଇଛି ନା ସେ କେବେ କଥା ହବାକୁ ଚେଷ୍ଟା କରିଛନ୍ତି , ବିବାହ ର ମାସେ ପରେ ଘର ଲୋକ କହିବାରୁ ଆଜି ସେ କହିଲେ ସନ୍ଧ୍ୟା ରେ ପ୍ରସ୍ତୁତ ହେଇକି ଥିବ ହନିମୁନ ରେ ଯିବା ,ଭାବିଲି ଏଇଟା ପୁଣି କଣ ଯେ, ଯେଉଁ ମଣିଷ ମୋ ସହିତ କଥା ହବାକୁ ସମୟ ପାଉନି ସେ ପୁଣି ମୋତେ ହନିମୁନ ରେ ନେବେ ।

କହିଲେ ଯେତେବେଳେ ଯିବାକୁ ପଡ଼ିବ , ସେ ଜାଣି ଥିଲେ କେବଳ ପଇସା କମେଇବା ତା ଛଡା ସେ କେବେ ତାଙ୍କ ବାପା ମା ଙ୍କ ସହିତ ମିଶିକି ବସିକି କଥା ହବାର ବି ଦେଖିନି । ବିବାହର ତିନି ଦିନ ରେ ହିଁ ଅଫିସ ଚାଲି ଯାଇଥିଲେ । ଆଜି ଯଦି କହିଛନ୍ତି । ଯିବାକୁ ପଡ଼ିବ ବାହାରିଲୁ ସନ୍ଧ୍ୟା ସାତ ଟା ରେ ବୁଲେଟ ମୋର ଭାରି ପସନ୍ଦ ମୋତେ ଲାଗୁଥିଲା ବୋଧେ ସେ ମୋ ପସନ୍ଦ ଜାଣିଛନ୍ତି । ସନ୍ଧ୍ୟା ସମୟ ରେ ବାଇକ ରେ ବସିକି ବୁଲିବା ମଜା କିଛି ଅଲଗା ଥାଏ , ମୋର ତ ବହୁତ ପସନ୍ଦ କିନ୍ତୁ କଣ ହବ ନା ପାଟି ରେ କଥା ଅଛି ନା ମନ ରେ ଖୁସି ମୋର ସବୁ ପ୍ରଶ୍ନ ର ଉତ୍ତର ତାଙ୍କର ହଁ ରେ ଶେଷ ହେଇ ଯାଉଥିଲା ।

ରାତି ପ୍ରାୟ ୯ ଟା କୁଆଡେ ନେଉଛନ୍ତି କେଜଣା , ମୁଁ ତ କେବଳ ପଛପଟେ ଭୁତ ପରି ବସିକି ଅଛି । ତଥାପି ଏହି ଶୀତଳିଆ ପବନ କୁ ଅନୁଭବ କରି ପାରୁଛି । ମନ ର ଖୁସିକୁ ଦେଖେଇ ପାରୁନି । ହଠାତ ଗାଡି ଟା ଅଟକି ଗଲା କଣ ବୋଧେ ଖରାପ ହେଇଗଲା । ରାସ୍ତାର ଚାରିପଟେ ଭରି ଭରି ଗଛ ଚାରିଆଡେ ଅନ୍ଧାର । ଟିକେ ଆଗକୁ ଆସିଲୁ ଗାଡି କୁ ଗଡେଇ ଗଡେଇ ଚାଲି ଚାଲି ଛୋଟ ଆଲୁଅ ଟେ ଦେଖା ଗଲା , ବାଇକ କୁ ରାସ୍ତା ର କଡ଼ରେ ରଖିଦେଇ ମୋ ହାତ ଧରି ଆଗକୁ ଚାଲିଲେ ।

କେବଳ ପାଞ୍ଚ କି ସାତ ଘର ଲୋକ ରହୁଥିବେ ସେଠି କିନ୍ତୁ ଅତିଥି ସେବା ଭଲ କରି ଜାଣିଛନ୍ତି । ପ୍ରଥମ ଘର କୁ ଠକ ଠକ କଲୁ କିଏ ଜଣେ ଆସିଲେ ପଚାରିଲେ କିଛି ଅସୁବିଧା ହେଇଛି କି ୟେ କହିଲେ ଗାଡି ଖରାପ ହେଇଗଲା ରାତି ରେ କୁଆଡେ ଯିବୁ ମୁଣ୍ଡ ରେ ବୁଦ୍ଧି ଆସୁନି ସେ କହିଲେ ହଉ ବାବୁ ଆସନ୍ତୁ ଆଜି ରାତି କ ପାଇଁ ଏଇଠି ରହି ଯାଆନ୍ତୁ । ଦେଖିବାକୁ ଟିକେ ଅଜବ କିନ୍ତୁ ଆମ ମଣିଷ ପରି କିନ୍ତୁ ବହୁତ ସେହ୍ନି ଅଟନ୍ତି । ସମସ୍ତେ ମିଶିକି ଖାଇ ବସିଲୁ ତାଙ୍କର ଦୁଇଟି ଛୁଆ ଦୁଇଟି ଝିଅ ଦେଖିବାକୁ ବହୁତ ସୁନ୍ଦର । ମନ ରେ ତାଙ୍କର ଟିକେ ଗର୍ବ ନାହିଁ । ଆମେ ଅଜଣା ଜାଣିକି ମଧ୍ୟ ଆମକୁ ରାତି କାଟିବାକୁ ସୁରକ୍ଷିତ ଜାଗା ଟିଏ ଦେଲେ ।

ସବୁ ଏକାଠି ମିଶି ଖାଇ ବସିଲୁ , ଲାଗିଲା ସତ ରେ ଯୋଉ ମଜା ତିନି ଚାରିଟା ଇଟମ ରେ ନ ଥାଏ ତାହା ଏହି ସେହ୍ନ ଆଉ ଦୁଇ ରୁଟି ରେ ଅଛି । ବହୁତ ଖୁସି ଲାଗୁଥାଏ ମିଶିକି ଖାଇ ବସିବା । ଲାଗିଲା ଏଇ ଟଙ୍କା ପଇସା ର ମୂଲ୍ୟ ଏହି ଲୋକ ଙ୍କ ଖୁସି ଆଗରେ ତୁଚ୍ଛ ।

ରାତି ରେ ଶୋଇବା ପାଇଁ ଆମ କୁ ଘର ଛାଡିଦେଲେ ସେ ବାରଣ୍ଡାରେ ଶୋଇଲେ କିନ୍ତୁ ଏ ସବୁ ୟାଙ୍କୁ( ସେହ୍ନ ରେ ପତି କୁ ୟାଙ୍କୁ ଡକାଯାଏ ) ଭଲ ଲାଗିଲାନି ସେ କହିଲେ ଝିଅ ମାନେ ଘର ଭିତରେ ଶୋଇଯିବେ ଆମେ ବାହାରେ ଶୋଇଯିବା , ଆମେ ଝିଅ ମାନେ ଘର ଭିତରେ ଶୋଇଲୁ ସେମାନେ ବାରଣ୍ଡାରେ ସୋଇଲେ , ସେଠିକାର ସ୍ତ୍ରୀ ଜଣକୁ ପଚାରିଲି କିଛି ଅସୁବିଧା ହଉନି ଏଠି!! ଏଠି ତ ଫେନ ନାହିଁ ଲାଇଟ ନାହିଁ , ସେ ହସିକରି କହିଲେ ଏଇ ଗଛ ପବନ ଏଇ ସୂର୍ଯ୍ୟ କିରଣ କୋଉ ବିଜୁଳି ଠୁ କମ ଆଉ ଖାଇବାରେ କେବେ ଅସୁବିଧା ହୁଏନି କି ?? ସେ କହିଲେ ଅସୁବିଧା କାହିଁକି ଯୋଉ ଦିନ ଖାଇବା ମିଳିବ ଖାଉଛୁ ଆଉ ଯୋଉଦିନ ନ ମିଳେ ଏଇ ଛୋଟ ପରିବାର ସହିତ ହସି ହସି ଶୋଇ ପଡୁଛୁ କେବେ ଜଣା ପଡିନି ଭୋକ ।

ଏଇ କଥା ପଦକ ସତ ରେ ବହୁତ ଦୁଃଖ ଦେଇଥିଲା କାହାକୁ ସେହ୍ନ ଅଭାବ ତ କାହାକୁ ପଇସା ଅଭାବ କିନ୍ତୁ ପଇସା ଦେଇ କଣ ସେହ୍ନ କିଣି ହବ ??

ଏମିତି କଥା ହଉ ହଉ କେତେବେଳେ ଆଖି ରେ ନିଦ ହେଇଯାଇଛି । ରାତି ପହିଲା ଉଠିକି ଦେଖିଲି ସବୁ ଉଠି ଗଲେଣି ୟେ ମଧ୍ୟ ଗାଡି ବନେଇକି ଆଣି ଦେଇଥିଲେ। ଆମେ ନିତ୍ୟକର୍ମ ସାରି ସେଠୁ ବାହାରି ପଡ଼ିଲୁ ଇଚ୍ଛା ହଉ ନ ଥାଏ ସେହି ଜାଗା ଛାଡିବାକୁ କିନ୍ତୁ ଯିବାକୁ ହବ । ଆସିଲା ବେଳେ ସବୁ ମିଶିକି ଗୋଟେ ଫୋଟ ଉଠେଇଲୁ ଆଉ ହାତ ହଲେଇ ବିଦାୟ ନେଇ ଚାଲି ଆସିଲୁ , ରାସ୍ତା ରେ ସେ କହିଲେ ଶୁଣ ମୁଁ ଧୀର ପାଟି ରେ ହଁ ମାରିଲି ସେ କହିଲେ ଡ଼ରୁଛ କି ମୋତେ ମୁଁ ନାଇଁ କରିଲି ସେ କହିଲେ ଡ଼ରୁନ ମୋତେ ମୁ କହିଲି ଡରୁଛି ।

କହିଲେ ଡରନି ମୁଁ ପଇସା ପାଇଁ ଏହି ଛୋଟ ଛୋଟ ଖୁସି କୁ କେବେ ଅଧ୍ୟ ଅନୁଭବ କରି ପାରୁନଥିଲି , କେତେ ସୁନ୍ଦର ନା ସେମାନଙ୍କ ପାଖରେ କିଛି ନ ଥାଇକି ବି ସେମାନେ ବହୁତ ଖୁସି ରେ ଅଛନ୍ତି , କିନ୍ତୁ ଆମ ପାଖରେ ସବୁ ଥାଇକି ମଧ୍ୟ ଆମ ସେ ସବୁ ଜାଣି ଜାଣି ହରେଇ ଦେଉଛୁ। ସତ ନା ... ଏଇ କଥା ଶୁଣିବା ପରେ ମୁଁ ବହୁତ ଖୁସି ହେଇ ଯାଇଥିଲି , ସେ ମୋ ହାତ ଦୁଇଟାକୁ ତାଙ୍କ ପେଟ ଉପରେ ଛନ୍ଦି ଦେଲେ କହିଲେ ଡରନି ବହୁତ ଖୁସି ଦେବି ମୁଁ ତୁମକୁ । ରାତିର ଲଙ୍ଗ୍ ଡ୍ରାଇଭ ବହୁତ ଆକର୍ଷଣୀୟ ଥିଲା ଆଉ ଅଭୁଲା ଥିଲା....,ଭାବିଲି ସତ ରେ ମଣିଷ କୁ ବଦଳେଇବା ପାଇଁ ରାଗ ରୁଷା ନାହିଁ ଏଇ ଛୋଟ ଛୋଟ ଖୁସି ହିଁ ଦରକାର । ମନ ରେ ଖୁସି ଥିଲେ ଅସୁନ୍ଦର ଜିନିଷ ମଧ୍ୟ ଅପୁର୍ବ ଲାଗିବ ।



Rate this content
Log in

Similar oriya story from Romance