Kalpana Pradhan

Abstract Children Stories Fantasy

4.8  

Kalpana Pradhan

Abstract Children Stories Fantasy

ଅଭିଶାପ ନା ବରଦାନ

ଅଭିଶାପ ନା ବରଦାନ

2 mins
319


ଘଞ୍ଚ ଅରଣ୍ୟ ଭିତରେ ଶିବ ମନ୍ଦିର ଟି, କାହିଁ କେଉଁ ଅଜଣା କାଳରୁ ସେଠାରେ ପୂଜିତ ହେଉଛନ୍ତି ମହାଦେବ l କଡ଼ରେ ତାର କଳ କଳ କରି ବହିଯାଉଥାଏ ଝରଣାଟିଏ l ପ୍ରତି ପୂର୍ଣ୍ଣିମା ରାତ୍ରିରେ ତାରି ଅଗଣାରେ ଆସର ଘଟେ ପରୀ କନ୍ୟାମାନଙ୍କ ନାଚ ଗୀତର l ସେଇଦିନ ହିଁ ଅନୁମତି ପାଇଥାନ୍ତି ସେମାନେ ଭୂଲୋକରେ ସ୍ଵଛନ୍ଦରେ ବିଚରଣ ତଥା ପ୍ରକୃତିକୁ ଉପଭୋଗ କରିବାପାଇଁ l

   ସେଦିନ ବି ଥିଲା ପୂର୍ଣ୍ଣିମା, ନାଚ  ଗୀତରେ ମଜ୍ଜି ଥାନ୍ତି ପରୀ କନ୍ୟାମାନେ l ତାଙ୍କ ଭିତରେ ଥିଲା ବୁଲବୁଲ ପରୀ ତାକୁ ଏ ସବୁ ଭଲ ଲାଗେନି l ସିଏ ଯେବେ ବି ଅରଣ୍ୟକୁ ଆସିବାର ସୁଯୋଗ ପାଏ ଅରଣ୍ୟ ଥିବା ପଶୁ ପକ୍ଷୀଙ୍କ ସହ ବିତେଇ ଦିଏ ସମୟ l ବୁଲବୁଲର ଆଖି ପଡିଲା ସେଦିନ ଏକ ଧଳା ଫର ଫର ଠେକୁଆ ଉପରେ ଯିଏ କି ଭୁଲ ବଶତଃ ପଡିଯାଇଥିଲା ଏକ ଜଳ ପୂର୍ଣ୍ଣ ଗର୍ତ୍ତରେ l ସିଏ ତାକୁ ଉଦ୍ଧାର କରି କୋଳରେ ଧରେ, ତା କୋମଳ ହାତର ସ୍ପର୍ଶରେ ତାର ସବୁ କ୍ଷତ ଉଭାନ ହଇଯାଏ l  କୃତଜ୍ଞତା ନୟନରେ ଚାହୁଁଥିଲା ଠେକୁଆଟି ପରୀକୁ l

ସେ ଏହି କାର୍ଯ୍ୟରେ ଏତେ ବ୍ୟସ୍ତ ଥିଲା ଯେ ରଜନୀ ରାଣୀ କେବେ ଧରଣୀ ଛାଡ଼ିଲାଣି ଜଣା ନାହିଁ ତାକୁ l ସୂର୍ଯ୍ୟଙ୍କ କଅଁଳିଆ ଖରାରେ ତାର ଲୁହ ଚିକ ମିକ କରୁଥିଲା ସେ ଆଉ ଫେରି ପାରିବନି ପରୀ ରାଇଜକୁ ଅରଣ୍ୟର ଅଧିକାଂଶ ପଶୁ ପକ୍ଷୀ ସର୍ବୋପରି ଠେକୁଆ ସମସ୍ତେ ତାକୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଥାନ୍ତି ସେମାନଙ୍କ ଭାଷାରେ l ମାଙ୍କଡ଼ ଭଳି ଭଳି ଫଳ ଆଣି ଖୁଆଇ ଦେଉ ଥାଏ l ହାତୀ ଝରଣାରୁ ପାଣି ତାକୁ ପିଆଇ ଦିଏ l ସମସ୍ତେ ଲାଗିଥାନ୍ତିଟି କେ ଖୁସି କରିବାକୁ କାରଣ ସେମାନେ ବି ଦିନେ ତା ଠାରୁ ଅସରନ୍ତି ସ୍ନେହ ପାଇଥିଲେ l

ଠେକୁଆ ପତ୍ରଟିଏ ମୁଣ୍ଡ ଉପରେ ଧରି ଡେଇଁବାକୁ ଲାଗିଲା l ଖିଲି ଖିଲି ହୋଇ ହସି ଉଠିଲା ବୁଲବୁଲ l ସେଇ ଦିନଠୁଁ ସେମାନେ ହିଁ ତା ପରିବାର l କାହିଁକି କି କେଜାଣି ସେଇ ଧବଳ ବର୍ଣ୍ଣ ଠେକୁଆଟି ଅତି ଆପଣାର ଲାଗୁଥିଲା l ତାକୁ ତା କଳ୍ପନାରେ ଏକ ସୁନ୍ଦର ଯୁବକ ସଜେଇ ପଡ଼ିଯାଏ ତା ପ୍ରେମରେ l

ସକାଳୁ ସକାଳୁ ଭାଳେଣି ପଡିଗଲା ଚାରି ଆଡେ ବୁଲବୁଲ କୁଆଡେ ଚାଲି ଯାଇଛି l ସମସ୍ତେ ଲାଗିପଡ଼ନ୍ତି ଖୋଜିବାରେ l ଠେକୁଆଟିର ଅଶ୍ରୁଧାରା ସ୍ପଷ୍ଟ ବାରି ହେଉଥିଲା l

   ବହୁଦିନରୁ ପ୍ରତୀକ୍ଷାରତ ଅଘୋରୀ ହାତରେ ପଡିଯାଇଥିଲାସେ l ଯାହାକୁ ବଳି ଦେଇ ପାଇବାକୁ ଚାହୁଁ ଥିଲା ସାଧନାରେ ସିଦ୍ଧି l ପରୀକୁ ବନ୍ଦୀ କରି ରଖିଥାଏ ଏକ ଗୁମ୍ଫାରେ l ଯଜ୍ଞ ଵିଧି ପାଇଁ ସକଳ ସରଞ୍ଜାମ ଯୋଗାଡ଼ କରି ଆରମ୍ଭ କରିଥାଏ ଜପ l ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଉଥାଏ ଗୁମ୍ଫା l ସେଇ ସ୍ୱରକୁ ବାରି ଧୀରେ ଧୀରେ ଯାଇ ପହଁଚିଲା ଏବଂ ଦୃଶ୍ୟ ଦେଖି ସ୍ତବ୍ଧ ହୋଇଥିଲା l ପରୀକୁ ବେହୋସ କରି ଏକ ସୁଦୀର୍ଘ ତଲଵାର ଧରି ତା ଆଡ଼କୁ ଅଗ୍ରସର ହୋଉଥାଏ ଅଘୋରୀ l କିଛି ନଭାବି ଡିଆଁ ମାରିଥିଲା ଠେକୁଆ l ହାତରୁ ଖସି ପଡିଥିଲା ତଲଵାର ତା ଗୋଡ଼ ହେଇଗଲା ଦି ଗଡ଼ l କିନ୍ତୁ ଅବଶୋଷ ଠେକୁଆଟି ପଡିଯାଇଥିଲା ଅଗ୍ନି କୁଣ୍ଡରେ l ଏ କଣ କି ଆଶ୍ଚର୍ଯ୍ୟ କୁଣ୍ଡରୁ ପ୍ରକଟ ହେଲା ନିଲଭ ଆଲୋକ, ଏକ ସୁନ୍ଦର ନବ ଯୁବକ ଆବିର୍ଭାବ ହେଲା l ଅଘୋରୀ ଖଣ୍ଡାକୁ ସଙ୍ଗେ ସଙ୍ଗେ ଉଠେଇ ନିକ୍ଷେପ କଲା ବକ୍ଷ ଦେଶରେ l କଷ୍ଟରେ ଛଟ ପଟ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲା ଅଘୋରୀ l

  ହୋସକୁ ଆସିଲା ପରେ ଏକ ଦୀପ୍ତିମନ୍ତ ପୁରୁଷକୁ ପାଖରେ ପାଇ ଚମକି ପଡିଲା ବୁଲବୁଲ l ତା ଠାରୁ ସବୁ ଶୁଣି ଉଲ୍ଲାସର ସୀମା ନଥିଲା ତାର l ଯାହାକୁ ସେ କଳ୍ପନାରେ ଭଲପାଇ ବସି ଥିଲା ଆଜି ତାହା ସତ୍ୟରେ ପରିଣତ ହୋଇଛି l ଦୁହେଁ କୋଳାଗ୍ରତ ହୋଇ ହଜିଗଲେ ଅଜଣା ରାଇଜରେ l


କିଛି ସମୟ ପରେ ଯୁବକଟି  କହିଲା :-ମୁଁ  ଜଣେ ଦିବ୍ୟ ପୁରୁଷ ନା ମୋର ସୋମଦତ୍ତ l ମୋର ଅହଂକାର  ଯୋଗୁଁ ଜଣେ ଋଷିଙ୍କ ଦ୍ୱାରା ଶାପିତ ହୋଇ ଠେକୁଆ ରୂପେ ଘୁରି ବୁଲୁଛି ଏଇ ଅରଣ୍ୟରେ l ତାଙ୍କୁ କ୍ଷମା ଯାଚନା କଲା ପରେ ସେ ମୋତେ କହିଲେ, ଯେଉଁ ଦିନ ତୁ ଏକ ନିରୀହ ଜନର ପ୍ରାଣ ଉଦ୍ଧାର କରିବୁ ନିଜ ଜୀବନର ଜଳାଞ୍ଜଳି ଦେଇ ସେ ଦିନ ତୁ ମୁକ୍ତି ପାଇବୁ ଠେକୁଆ ଶରୀରରୁ l

ମୁଁ ଭାବୁଛି ସେ ଅଭିଶାପ ମୋ ପାଇଁ ବରଦାନ ସାଜିଛି ଯାହା ପାଇଁ ମୁଁ ପାଇ ପାରିଛି ତୁମ ପରି ଅପରୂପା ଓ ସ୍ନେହୀ ପରୀକୁ ମୋ ହୃଦୟର ନାୟିକା ରୂପେ l

ସେହିଦିନ ଠାରୁ ବୁଲବୁଲ ପରୀ ଆଉ ଫେରିବାକୁ ଚାହିଁନି ପରୀ ରାଇଜକୁ l ସୋମଦତ୍ତ ସହ ପଶୁପକ୍ଷୀଙ୍କ ମେଳରେ ଅତିବାହିତ କରିଥିଲା ତା ଜୀବନ ମହାଆନନ୍ଦରେ ସେଇ ଅରଣ୍ୟର ଶୋଭା ରାଜି ମଧ୍ୟରେ l


Rate this content
Log in

Similar oriya story from Abstract