ଅଭିନୟ
ଅଭିନୟ


ମୁଁ ଘର ଭିତରେ କାମ କରୁଥାଏ । ହଠାତ୍ ଡୋର୍ ବେଲ୍ ଟି ବାଜି ଉଠିଲା । ମୁଁ କବାଟ ପାଖକୁ ଯାଇ କବାଟ ଖୋଲିଲି। ସଞ୍ଜୀବକୁ ଘର ସାମ୍ନାରେ ଦେଖି କିଛି କ୍ଷଣ ପାଇଁ ମୁଁ ଯେପରି ସ୍ଥାଣୁ ପାଲଟି ଗଲି । ଭାବନା ଶକ୍ତି ମୋର ଲୋପ ପାଇଯାଇଥିଲା ଯେପରି । ତାର ଡାକରେ ମୁଁ ପୂର୍ବ ଅବସ୍ଥା କୁ ଫେରି ଆସିଲି ।
ସେ:- ଆରେ ଏମିତି ଆଶ୍ଚର୍ଯ୍ୟ ଭଳି ଚାହିଁଛୁ କ'ଣ ଘର ଭିତରକୁ ଡାକିବୁନି ।
ମୁଁ :-ହଁ ଆସ ।
ସେ:- କ'ଣ ଭୂତ ଦେଖିଲା ପରି ଆଶ୍ଚର୍ଯ୍ୟ ହେଇକି ଚାହିଁ ରହିଛୁ । ମୋତେ ଚିହ୍ନି ପାରୁନୁ କିଲୋ ।
ମୁଁ :-ହଁ, ହଁ ଚିହ୍ନି ପାରିବିନି କାହିଁକି ।
ସେ :-ଘରେ କେହି ନାହାନ୍ତି କି, କଣ ତୁ ଏକୁଟିଆ ରହୁଛୁ ନା କଣ? ହଉ ଛାଡେ ତୋତେ ଶିଷ୍ଟାଚାର ଟିକେ ଜଣା ନାହିଁ ।
ମୁଁ :-କାଇଁ କ'ଣ କଲି କି ମୁଁ?
ସେ :-ଆରେ ମୁଁ ଏତେ ବେଳୁ ଦୁଆର ମୁହଁ ରେ ଛିଡା ହେଇକି ଏମିତି ଗପି ଚାଲିଛି ହେଲେ ତୁ ଘର ଭିତରକୁ ଦକୁନୁ କି ବସିବାକୁ ବି ଟିକେ କହୁନୁ । ହଉ ନ କହ। ଏତିକି କହି ଘର ଭିତରକୁ ପଶି ଆସିଲା ଆଉ କହିଲା ତୋର ରାଗିବାର ଥିଲେ ରାଗେ । ମୋର କିଛି ଯାଏ ଆସେ ନାହିଁ ।
ମୁଁ :-ନାଇଁ ରାଗିବି କାହିଁକି? ବସେ ।
ସେ ସୋଫା କଡରେ ନିଜର ବ୍ୟାଗ କୁ ରଖି ଆରାମ ରେ ବସିପଡିଲା ।
ସେ :-କଣ କିଲୋ ତୁ ଏତେ ଶାନ୍ତ ହେଇଯାଇଛୁ ନା ମୋତେ ଦେଖେଇହଉଛୁ । ତୁ ତ ଆଗ ଅପେକ୍ଷା ଅଧିକ ସୁନ୍ଦର ଦେଖାଯାଉଛୁ । କିଛି କହିବୁନି? ଏତେ ବର୍ଷ ପରେ ମୋତେ ଦେଖିକି ତୁ ଖୁସି ନୁହଁ । ଏତେ କମ କଥା ହଉଛୁ । ଆଛା କହ ବାହାହେଲୁନି ନା ନାହିଁ?
ମୁଁ :-ନା...... ହଁ ହଁ
ସେ :-କ'ଣ ନା ହଁ । କଥା କ'ଣ । ହେଇଛୁ ନାଁ ନାହିଁ ।ଏତେ ବର୍ଷ ପରେ ତୋତେ ଦେଖି ମୁଁ ବହୁତ ଖୁସି । ହଉ ଛାଡେ ମୁଁ ଏତେ ବର୍ଷ ପରେ ଆସିଛି କିଛି କଥା ହେବୁନି ।
ମୁଁ :-ତୁ ଏତେ ବର୍ଷ ପରେ କେମିତି? ମାନେ ଓଡିଶା କେବେ ଆସିଲୁ? ଆଉ ଏଠିକି ମାନେ ମୋ ଘରକୁ?
ସେ :-ଆରେ ଓଡିଶା ଆଜି ଆସିଲି । ମୋ ବାହାଘର ଠିକ ହେଇଯାଇଛି ।
ମୁଁ :-ଓଃ
ସେ :-ତୁ ଖୁସି ନୁହଁ କି? ମୋ ବାହାଘର ରେ ଯିବୁ ନାଁ ନାହିଁ?
ମୁଁ :-ନାହିଁ, ମୋର ବହୁତ କାମ ଅଛି ।ପିଲାଙ୍କର ପରୀକ୍ଷା ।
ସେ :-ଓଃ ତୋ ପିଲା । ସେଇ ଟ୍ୟୁସନ ପିଲା ନାଁ ।
ମୁଁ :-ହଁ
ସେ:-ହଉ କିଛି ଖାଇବାକୁ ଦେ ମୋତେ ଭୋକ ଲାଗିଲାନି । ଷ୍ଟେସନରୁ ସିଧା ତୋ ଘରକୁ ଆସିଛି । ହେଲେ ମୋତେ ଲାଗୁଛି ମୋତେ ଦେଖି ତୁ ଖୁସି ନୁହଁ । ରାଗିଛୁ କି?
ମୁଁ :-ନାଁ ।
ସେ :-ମୁଁ ଜାଣିଛି ତୁ କେବେ ମୋ ଉପରେ ରାଗିପାରିବୁନି।
ମୁଁ :-ହଉ ତୁ ବସେ ମୁଁ କିଛି ଖାଇବା ନେଇ ଆସୁଛି ତୋ ପାଇଁ ।
ସେ :-ହଁ ହଁ ଶୀଘ୍ର ଆଣେ ।
ଛୋଟ ୮ ବର୍ଷ ର ପୁଅ ଟିଏ ମାମା ମାମା ଡାକି ଘର ଭିତରକୁ ପଶି ଆସିଲା ।
ମୁଁ:- ହଁ କୁନୁ କହ ।
କୁନୁ ତାକୁ ଦେଖି ଟିକେ ଡରି ଯାଇଥିଲା । ତେଣୁ ଧୀରେ ଧୀରେ ମୋ କଡ଼କୁ ଲାଗି ଆସିଲା ।
କୁନୁ :-ମାମା ଇଏ କିଏ?
ମୁଁ :-ତୁ ମୁଣ୍ଡିଆ ମାରିଲୁ?
କୁନୁ :-ନାଇଁ
ମୁଁ :-ଯା ମୁଣ୍ଡିଆ ମାରିକି ଆସେ ପରେ କହିବି ।
କୁନୁ ତାକୁ ମୁଣ୍ଡିଆ ମାରିବାକୁ ପାଖକୁ ଡରି ଡ଼ରିକି ଗଲା । କିଛି ସମୟ ଛିଡା ହେଇକି ଅନେଇଲା । ଆଉ କହିଲା ତୁମେ ସିଏ ନାଁ ମୋ ମାମା ଯାହାର ଫୋଟୋ ରାତିରେ ଧରିକି କାନ୍ଦୁଥାଏ । ମୁଁ ଦେଖିଛି ମାମା କୁ କାନ୍ଦୁଥିବାର । କୁନୁ ମୋ ଆଡକୁ ଅନେଇକି କହିଲା
ମାମା ଇଏ କିଏ କହ । ତୁ ୟାଙ୍କରି ପାଇଁ ସବୁବେଳେ କାନ୍ଦୁ ନା ।ମୁଁ ଜାଣିଛି ସବୁ ହେଲେ ତୋତେ କେବେ କିଛି କୁହେନି କାହିଁକି ନା ତୋ ମନରେ କଷ୍ଟ ହେବ।ତୋତେ କେବେ କିଛି ପଚାରିଲେ ତୁ ଉତ୍ତର ଦେଇନୁ ଜାଣିଛି ଆଜି ବି ଦେବୁନି । ମୋ ବାପା............
ମୁଁ :-କୁନୁ ତୁ ଖେଳିବୁ ଯା ପରେ କଥା ହେବା ।
କୁନୁ :-ନା ତୁ ଏବେ କହ । ଇଏ କିଏ?
ମୁଁ :- ତୁ ଯିବୁ ନାଁ ନାହିଁ ।
କୁନୁ :-ଜାଣିଛି ସବୁବେଳେ ତୁ ମୋତେ ୟାଡୁ ସ୍ୟାଡୁ କହିକି ଭୁଲେଇଦେଉ । ଆଜି ବି ସେଇୟା । ହେଲେ ମାମା ଦିନେ ନା ଦିନେ ତୋତେ ସତ କହିବାକୁ ହିଁ ପଡିବ। ଏତିକି କହି କୁନୁ ରାଗିକି ଘରୁ ବାହରିକି ପଳେଇଲା ।
ସଞ୍ଜୀବକିଛି ବୁଝିପାରୁନଥିଲା । ହତବାକ ଭଳି ଖାଲି ଚାହିଁ ରହିଥିଲା । କୁନୁ ବାହାରକୁ ଯିବା ପରେ ସଞ୍ଜୀବ କହିଲା :-
ସଞ୍ଜୀବ:- ରାଣୀ ତୁ ବାହା ହେଇସାରିଛୁ? ୟେ ତୋ ପୁଅ? ଆଉ ତୋ ପୁଅ କଣ କହିଲା କି ତୁ ରାତିରେ ମୋ ଫୋଟୋ ଧରି କାନ୍ଦୁଥିଲୁ? ମୁଁ କିଛି ବୁଝିପାରୁନି । ମୋ ମୁଣ୍ଡ ଘୁରେଇ ଦଉଛି । ତୋ ସ୍ୱାମୀ କାହିଁ? ମାନୁଛି ମୁଁ ଏତେ ବର୍ଷ ବାହାରେ ରହିଲି । ତୋ ସହ କେବେ କିଛି ଯୋଗାଯୋଗ କରିନି । ହେଲେ ତୁ ବାହା ହେଇଗଲୁ କିନ୍ତୁ ମୋତେ ଟିକେ ବି ଜଣେଇଲୁନି । ଦୀର୍ଘ ୮ ବର୍ଷ ଓଡିଶା ବାହାରେ ରହିଲି ।
ମୁଁ ଖାଲି ପଥର ର ମୂର୍ତ୍ତି ଭଳି ଛିଡା ହେଇକି ତା ପିଲାଳିଆମୀ ଦେଖୁଥିଲି ଆଉ ଭାବୁଥିଲି ସତରେ ସେ କିଛି ବୁଝିପାରୁନି ନା ସବୁ ବୁଝିକି ଏମିତି ଅଭିନୟ କରୁଛି ।