Rekharani Sahu

Romance Tragedy

3  

Rekharani Sahu

Romance Tragedy

ଅଭିନୟ

ଅଭିନୟ

6 mins
185


 

  ଆରେ ଆଜି ଖବର କାଗଜ ଦେଖିଛୁ ମାହି ଖବର ପୁରା ଜବର ଅଛି । ନା ଶିବାନୀ କାଇଁ କ'ଣ ହେଲା କି? ତୁ ଜାଣିନୁ କି ଆଜି ତା ଫଟୋ ଖବର କାଗଜରେ ବାହାରି ଥିଲା। ଆରେ କାହା ଫଟୋ କଥା କହୁଛୁ। ସେଇ ନୀଳ ଆଖି ଥିବା ପିଲାର ମ, ଯିଏ ତୋର ଭାରି ପସନ୍ଦ ଥିଲା କଲେଜରେ ସେଇ ତା'ର । ହଁ ବାହାରୁ ମୋର କଣ ଗଲା। ସେତେବେଳେ ଛୋଟ ଥିଲି ସେଥିପାଇଁ ସେମିତି ଟିକେ ଭାବନା ଆସିଯାଇଥିଲା। ଆଉ କିଛି ନୁହଁ। ହଉ ଛାଡ ସେକଥା ଏଇ ଖବର କାଗଜ ଦେଖେ। ଜାଣିଛୁ ସେ ଏବେ ପୁରା ପ୍ରସିଦ୍ଧ ଲାଭ କରିଛି ସାମାଜିକ ଗଣମାଧ୍ୟମରେ। ତା ଫଟୋ ଆଉ ଭିଡିଓ ସବୁ ମାତିବାରେ ଲାଗୁଚି। ସେ ଏବେ ପୁରା ଉଚ୍ଚ ପଦର ଅଭିନେତା ହେଇଗଲା । କଲେଜ ସମୟରେ କେମିତି ଛୋଟ ଛୋଟ ଡ଼ାଇଲଗ୍ ମାରୁଥିଲା। ସମସ୍ତେ ତାକୁ ଲଫଙ୍ଗା ବୋଲି କହନ୍ତି। କିନ୍ତୁ ତତେ ସିଏ ଭାରି ଭଲ ଲାଗେ ନୁହଁ, ଯେମିତି ଆମ୍ବସରା... ଚାଟି ଚାଟି ଖାଇବ କିନ୍ତୁ ମନ ଭରି ବ ନାହିଁ। ହଉ ତୁ ଖବର କାଗଜ ଦେଖେ ମୁଁ ଟିକେ ଆସେ କହି ଶିବାନୀ ଚାଲିଯାଏ। କିନ୍ତୁ ପ୍ରକୃତରେ ମାହି ଭିତରେ ଲୁଚିଥିବା ଭାବନାକୁ ସେ ଜାଣିବା ପାଇଁ କାନ୍ଥ ସେପରିରେ ଲୁଚି ଦେଖେ।

   ମାହି ଖବର କାଗଜ ଧରି ମନ ଭରି ଦେଖେ, ଯେମିତି କାହିଁ କେତେ କାଳରୁ ଚାତକ ପକ୍ଷୀ ଚାହିଁ ରହିଥିଲା ଭଳି। ମନେ ମନେ ଏଇ କାଲି ପରି ଲାଗୁଚି। କେତେ ମଜା ମସ୍ତି, କେତେ ହସ ଖୁସି ଥିଲା ଜୀବନରେ। ଲୁଚି ଲୁଚି ଭଲ ପାଇବାର ମଜା କିଛି ଅଲଗା ଥିଲା। ଯେମିତି ଫାଲ୍ଗୁନର ରଙ୍ଗ ଭାରି ନିଜର ଲାଗେ ଆଉ ଶ୍ରାବଣ ଧାରାରେ ଧୋଇଲେ ରହିଯାଏ କିଛି ତ ଦାଗେ।

ଠିକ୍ ସେମିତି ତୁମେ ଆଉ ମୁଁ ମୁଦ୍ରାର ଦୁଇଟି ପାର୍ଶ୍ଵ ପରି ଦୁହେଁ ଦୁହିଁଙ୍କ ସାଥିରେ ଥିଲେ ସତ ହେଲେ କେବେ ଏକାଠି ହେଇ ପାରିଲେନି। ସମସ୍ତଙ୍କ ଅଜାଣତରେ ମୁଁ ଦିର୍ଘ ସାତ ବର୍ଷ ହେବ ଭଲ ପାଇ ଚାଲିଛି। କିନ୍ତୁ କେବେ ଆଶା ଛାଡିନି। ମୋର ବିଶ୍ବାସ ତୁମେ ଦିନେ ଠିକ୍ ସେ ବୁଝି ପାରିବ କି ମୁଁ ଦୋଷୀ ନଥିଲି। ସେଦିନର ମୁହୂର୍ତ୍ତ ସବୁ ମନେ ପଡେ ରାହୁଲ୍, ତୁମେ ସାମ୍ନାରେ ଡ଼ାଇଲଗ୍ କହୁଥିଲ

"ଦେଖିବ ଧନ ଚୋରେଇ ନେବି ତୁମ ତନ ମନ

ଦେଖାଇବି ତୁମକୁ ଦିବା ସ୍ୱପନ

କରିବ ଯେବେ ଅଭିମାନ

ଅଭିନୟରେ ହସାଇ ଦେବି ଦେଇ ମୋ ମନ"।

ଆଉ ମୁଁ ସେଦିନ କହିଥିଲି ଏମିତି କେବେ ଦିନ ଆସିବନି କି ମୁଁ ତୁମ ଠୁ ଦୂରରେ ରହିବି ଆଉ ଅଭିମାନ କରିବି। କିନ୍ତୁ ମୋ ପରିସ୍ଥିତି ମତେ ବାଧ୍ୟ କଲା। ମୁଁ ମୋ ବାପାଙ୍କ ପାଇଁ ସବୁ ସ୍ଵପ୍ନ ଛାଡି ହୃଦୟକୁ ବିଦାରି ରହିଚି। ବାପାଙ୍କ ଦେହ ବହୁତ୍ ଖରାପ। ମୁଁ ଯଦି କିଛି ରୋଜଗାର ନ କରିବି ତେବେ ମୋ ବାପାଙ୍କ ମେଡିସିନ ଖର୍ଚ୍ଚ କେମିତି ଉଠେଇ ଥାନ୍ତି। ଆଖିରେ ଲୁହ ଚାଲି ଆସେ ମାହିର ରାହୁଲ୍ ଫଟୋଟିକୁ ଖବର କାଗଜରୁ କାଟି ରଖେ ନିଜ ପାଖରେ। ଠିକ୍ ସେଇ ସମୟରେ ଶିବାନୀ କାନ୍ଥ ପାଖରୁ ଆସେ ଆରେ ମାହି ଖବର କାଗଜଟା ଟିକେ ଦେଲୁ ମୋର ଟିକେ କାମ ଅଛି। ମାହି ହଉ ନେ କହି ଖବର କାଗଜଟି ଦିଏ ଶିବାନୀ ହାତକୁ। ଆରେ ଏ ଖବର କାଗଜଟା ଚିରିଗଲା କେମିତି। ଆରେ ଶିବାନୀ ମୋ କାନ କୁଣ୍ଡେଇ ହଉଥିଲା ତ ଟିକେ ଚିରି ନେଇ ଗଲି। ହଉ ଛାଡ ମୁଁ ଯାଉଚି ମୋର କାମ ଅଛି କହି ଚାଲିଯାଏ। ଆଉ ଗଲା ବେଳେ ମନେ ମନେ ଭାବେ ମାହି ତୁ ନିଜକୁ ଭିତରେ ଭିତରେ ନିଜେ ମାରିଲେ ବି ମୁଁ ଜାଣିଛି ତୁ ରାହୁଲ୍ ପାଇଁ ଆଜି ଯାଏ ଚାହିଁ ବସିଛୁ। ଆଉ ମୋର ବିଶ୍ବାସ ସେ ନିଶ୍ଚେ ଆସିବ।

ଏପଟେ ମାହି ରାହୁଲ୍ ଫଟୋ ଧରି ଜୋର୍ ରେ କାନ୍ଦେ ଯେମିତି ସବୁ ଦୁଃଖକୁ ଭୁଲିଯିବ ଆଖିରୁ ଲୁହ ଗଡ଼ାଇ। ଅଭିମାନ କରି କହେ ତୁମେ ଆସିବ ବୋଲି ଭାବି ଚାହିଁ ବସିଛି। ତୁମକୁ କେତେ ଖୋଜିଛି। ଗାଁ ରେ କହିଲେ ତୁମେ ଘର ଛାଡି ପଳେଇ ଅଛ। ଶିବାନୀ ସିନା ମତେ ଖବର କାଗଜରେ ତୁମ ଫଟୋ ଦେଖାଇଲା, ହେଲେ ମୋ ହୃଦ ମନ୍ଦିରରେ ମୁଁ ତ ନିଇତି ତୁମକୁ ଦେଖେ।

ସେପଟେ ରାହୁଲ୍, ତା ମ୍ୟାନେଜର୍ କୁ କହେ ଆଜି ଆମକୁ ଭଦ୍ରକ ଯିବାର ଅଛି। ସେଠି ଗୋଟେ ସପିଂ ମଲ୍ ର ଆରମ୍ଭ ହେବାର ଅଛି... ଫିତା କଟା ପାଇଁ ଡାକିଛନ୍ତି ଆଉ ତା ସହ ତାଙ୍କ ଫଙ୍କସନ୍ ଅଛି ସରିଲେ ସେଠୁ ଆସିବା। ଜଲଦି ଗାଡି ବାହାର କର। ହଉ କହି ମ୍ୟାନେଜର୍ ଗାଡି ବାହାର କରେ। ଆଉ ଦୁହେଁ ଗାଡିରେ ବସି ଭୁବନେଶ୍ବରରୁ ଭଦ୍ରକ ଯାଆନ୍ତି। ଆଉ ସେଠି ଯୋଉ ସପିଙ୍ଗ ମଲ୍ ଖୋଲା ହେବ ସେଇ ପାଖରେ ମାହି ଗାଁ ରୁ ଆସି ରହୁଛି ଘର ଭଡା ନେଇ। ଯେବେ ସେ ଜାଣିଲା ତା ବାପାଙ୍କ ଦେହ ଗାଁ ରେ ରହି ଚିକିତ୍ସା କରି ହେବ ନି ସେଥିପାଇଁ ସେ ଗାଁ ଛାଡି ମାର୍କେଟ ଉପରେ ଘର ଭଡା ନେଇ ରହୁଛି। ଛୋଟ ଚାକିରିଟିଏ କରିଛି। ସେଇଥିରେ ବାପା ଝିଅ ଚଳି ଯାଆନ୍ତି। ମାହି ସେଦିନ ମାର୍କେଟକୁ ଜିନିଷ ନେବାକୁ ଆସିଥାଏ। ରାହୁଲ୍ ଗାଡି ସେପଟ ଦେଇ ଜୋର୍ ରେ ଗଲା। ରାସ୍ତାରେ ବର୍ଷା ହେତୁ ପାଣି ହେଇଯାଇଥିଲା। ଗାଡି ଚକରୁ ପାଣି ଛାଟି ହେଇ ମାହି ଦେହରେ ପଡେ। ମାହି ରାଗି ଯାଇ ବୁଲିକି ଗାଳି କରେ... କି ଲୋକ କେଜାଣି କ'ଣ ଗୋଟେ ଗାଡି ଚାହୁଁଛନ୍ତି ଯେ ଲୋକ ବାକ ମାନୁ ନାହାଁନ୍ତି। ରାହୁଲ୍ ମିରର ରେ ଦେଖେ ଆଉ ଗାଡି ହଠାତ୍ ଅଟକାଇ ଦିଏ ଆଉ ପାଟିରୁ ବାହାରେ ମାହି.... । ମାହି ଗରଗର ହୋଇ ମାର୍କେଟ ଚାଲିଯାଏ। ରାହୁଲ ମନରେ ମାହି ଚେହେରା ଆସୁଥାଏ। ଫିତା କଟା କାମ ସାରି ଆଉ ଯାବତୀୟ ଛିନ୍ ଛତର ଫଙ୍କସନ୍ ରେ ସାରି ବାହାରେ ଫେରି ବାକୁ। ଗାଡି ପାଖକୁ ଆସିଲା ପରେ ପାର୍କିଂରେ ଭାବେ ମାହି ଏଠି କଣ କରୁଛି। ସେ ତ ବାହା ହେଇଯିବ କହି ମୋ ସହ କଥା ବାର୍ତ୍ତା ବନ୍ଦ କରିଥିଲା। ଆଉ ତାକୁ ଦେଖିଲେ ତ ଲାଗୁନି ସେ ବାହା ହେଲା ପରି। ମ୍ୟାନେଜର୍ କୁ କହି ମାହି ଫଟୋ ମୋବାଇଲରେ ଦେଇ କହେ ବୁଝାବୁଝି କରି ମତେ ଜଲଦି ଖବର ଦିଅ ଏ ଝିଅ ଏଠି କୋଉଠି ରହୁଛି।

 ମ୍ୟାନେଜର୍ ନିଜ ଲୋକ ଚିହ୍ନାରୁ ମାହି ବିଷୟରେ ସବୁ ଜାଣିପାରେ ଆଉ ରାହୁଲ୍ କୁ ସବୁ ଜଣାଏ। ରାହୁଲ୍ କହେ ସେ ଠିକଣାରେ ମତେ ନେଇ ପହଞ୍ଚାଅ। ମ୍ୟାନେଜର୍ ରାହୁଲ୍ କହିବା ଅନୁସାରେ କରେ। ଆଉ ଠିକଣା ଜାଗାରେ ପହଞ୍ଚିଲା ବେଳକୁ ରାହୁଲ ଯାହା ଦେଖେ ନିଜକୁ ବିଶ୍ବାସ କରି ପାରେନି। ମାହି ଯେ କି ଏତେ ପାରଦର୍ଶିତା ହାସଲ କରିଥିଲା କଲେଜ ସମୟରେ ସେ ଏବେ କେଇ ଟଙ୍କାରେ ଛୋଟ କାମ କରି ଚଳୁଛି। ଆଜବେଷ୍ଟସ ଘର ଦୁଇ ବଖରା। ଆଉ ସେଇ ଥିରେ ବୁଢ଼ା ରୋଗୀଣା ବାପା ଆଉ ତା ସହ ତା ଜୀବନ ଚାଲିଛି ଦର ଭଙ୍ଗା ନଦୀଟିଏ ପରି। ନା କୂଳ ପାଉଛି ନା ଥଳ ପାଉଛି। ଖାଲି ଯାହା କୁଟା ଖିଅକୁ ଆଶାର କରି ବଞ୍ଚି ରହିଚି। ନିଜକୁ ବୁଝାଇ କବାଟ ଖଟ ଖଟ କରେ ମାହି ଆସି କବାଟ ଖୋଲେ ଆଖିକୁ ବିଶ୍ବାସ କରି ପାରେନି କି ତା ସାମ୍ନାରେ ରାହୁଲ୍ ଅଛି ଯାହା ପାଇଁ ଆଜି ଯାଏ ସେ ଅପେକ୍ଷାରତ ଆଉ ତା ଅପେକ୍ଷା ଆଜି ସାର୍ଥକ ହେଇଚି। ଆରେ ରାହୁଲ, ତୁମେ। ହଁ ମୁଁ। ଘରକୁ ଡାକିବ ନି। ଓଃ ହଁ ଆସ। ଏଇ ବାପା... ନମସ୍କାର ମଉସା। ବାପା ଏଇ ମୋ କଲେଜ ସାଙ୍ଗ ରାହୁଲ୍। ହଉ ବସ ବାପା। ରାହୁଲ୍ ପାଖରେ ଥିବା ଚୌକି ଉପରେ ବସେ। ମାହି କହେ ମୁଁ ବ୍ଲାକ୍ କଫି ଆଣୁଚି କହି ଚାଲିଯାଏ। ରାହୁଲ ଭାବେ ଆଜି ଯାଏ ତୁମର ମନେ ଅଛି ମାହି କି ମୁଁ ବ୍ଲାକ୍ କଫି ପିଏ। ମାହିର ବାପା ପଚାରନ୍ତି ବାବୁରେ ମୁଁ ତ ଆରପାରି ଚାଲି ଯାଆନ୍ତି, ଝିଅ ମୁହଁକୁ ଚାହିଁ ବଞ୍ଚି ରହିଚି। ଯେତେ କହିଲି ବାହା ହେଇଯା। ତା କଲେଜ ସରିଲା ପରେ ତା ମା ଚାଲିଗଲା। ଆଉ ତା ପରଠୁ ମୋ ଦେହ ଖରାପ। ସବୁ ସ୍ଵପ୍ନ ଆଉ ଆଶାକୁ ମାରି ଘରେ ପଡି ରହିଚି। ଆଉ ମୁଁ ହତଭାଗ୍ୟ ବାପଟେ ତା ପାଇଁ କିଛି କରିପାରୁନି। ରାହୁଲ୍ ଶୁଣି ଭାବେ ସେଦିନ ତେବେ ମାହିର ବ୍ୟବହାର ମୋ ପ୍ରତି ଖରାପ ଏଥିପାଇଁ ଥିଲା ଆଉ ମୁଁ ମୂର୍ଖ କିଛି ନବୁଝି ନ ସୁଝି ତାଙ୍କ ଉପରେ ରାଗି ଘର ଛାଡି ଚାଲିଗଲି। ଆଉ ସେ ଏତେ କଷ୍ଟ ସହିଲେ ନା ଆଉ ନୁହଁ। ମଉସା ଯଦି କିଛି ଖରାପ ନ ଭାବନ୍ତି ତେବେ ମୁଁ ଗୋଟେ କଥା କୁହନ୍ତି। ହଁ ରେ ବାବୁ କୁହ... ଆପଣ ଯଦି ଅନୁମତି ଦିଅନ୍ତେ ତେବେ ମୁଁ ମାହିକୁ ବିବାହ କରିବାକୁ ଚାହେଁ। ମୁଁ ତାକୁ ବହୁତ୍ ଭଲ ପାଏ ହେଲେ ସାହାସ କରି କହିନି କେବେ ଆଉ ଆଜି ଯେତେବେଳେ ସୁଯୋଗ ମିଳିଛି ମୁଁ ହାତ ଛଡା କରିବାକୁ ଚାହୁଁନି। ମୁଁ ତାକୁ ବହୁତ୍ ଖୁସିରେ ରଖିବି ମଉସା କଥା ଦଉଛି। ଆଛା ବାବୁ ତୁମେ କର କ'ଣ। ମଉସା ମୁଁ ଜଣେ କଳାକାର। ଅଭିନୟ କରିବା ମୋ ଧର୍ମ ଆଉ କର୍ମ। ଆଚ୍ଛା ତେବେ ଏ କଥା ସବୁ ତୁମ ଅଭିନୟ ନୁହଁ ତ...। ନା ମଉସା ମୁଁ କଲେଜ ସମୟରୁ ମାହିକୁ ଭଲ ପାଉଥିଲି ଆଉ ସେ ବି ମତେ ଭଲ ପାଆନ୍ତି କିନ୍ତୁ ଏ କଥା କେହି ଜାଣି ନଥିଲେ। ଏବେ ଯେବେ ନେଡି ଗୁଡ଼ କହୁଣୀକୁ ବୋହି ସାରିଲାଣି ଆଉ ଲୁଚେଇ ଲାଭ କ'ଣ। ମୁଁ ତାକୁ ନିଜର କରିବାକୁ ଚାହେଁ। ସେପଟେ ମାହି କଫି ଆଣିବା ସମୟରେ ଠିଆ ହୋଇ ସବୁ ଶୁଣୁଥାଏ। ଆଉ କିଛି ଦିନ ଭିତରେ ବାହାଘର ଧୁମ୍ ଧାମରେ ହୁଏ । ମାହି ତା ବାପା କହନ୍ତି ଏବେ ଶାନ୍ତିରେ ଆଖି ବୁଜି ପାରିବି ମାହିର ମା । ମୁଁ ତୁମ ପାଖକୁ ଜଲଦି ଯାଉଚି। ଶିବାନୀ କହେ ଆରେ ମାହି ସତରେ ସେ ଖବର କାଗଜ ରଙ୍ଗେଇ ଦେଲା ତୋ ପ୍ରେମର ବହି, ତୋ ହୃଦୟର ଅଭିନୟ ସାଥିକୁ ହାତରେ ସାଥି ଭାବେ ଦେଇ। ଦୁହେଁ ଠୋ ଠୋ କରି ହସି ଉଠନ୍ତି।।



Rate this content
Log in

Similar oriya story from Romance