ଆଉ ଯିବିନି ଶ୍ୱଶୁର ଘର
ଆଉ ଯିବିନି ଶ୍ୱଶୁର ଘର
ସକାଳୁ ସକାଳୁ ଆମ ଘରେ ଚା' ପର୍ବ ଚାଲିଥିଲା ବେଳେ
ମୁଁ ମୋ ଅର୍ଦ୍ଧାଙ୍ଗିନୀ କୁ କହିଲି, ଚାଲୁନ ଟିକିଏ ତୁମ ଘର ଆଡ଼େ ବୁଲି ଆସିବା, ଶନିବାର, ରବିବାର ଦୁଇଦିନ ଛୁଟି,
କରୋନା ଯୋଗୁଁ କୁଆଡେ ଯିବା ହୋଇନି, ଆଜି କାହିଁକି ଭାରି ମନ ହେଉଛି ଶ୍ୱଶୁର ଘର ଯିବାକୁ l
ମୋ ପ୍ରସ୍ତାବ ଶୁଣି ସ୍ତ୍ରୀ ମୋତେ ହାଁ କରି ଚାହିଁ ରହିଲା, କହିଲା " କାହିଁ ଏତେ ଶ୍ୱଶୁର ଘର ସୁଆଙ୍ଗ ମ, ମୋର କୁଆଡେ ଯିବାକୁ ଇଚ୍ଛା ନାହିଁ, ମୋର ଘର ଭଲ ତ ମୁଁ ଭଲ"
ତାକୁ କହିଲି ତାହାହେଲେ ମୁଁ ଏକୁଟିଆ ଯାଉଛି, କାଲି ସକାଳେ ଫେରି ଆସିବି, ସ୍ତ୍ରୀ ମୋ କଥାରେ ସମ୍ମତି ଜଣାଇଲା l
ମୁଁ ଯାଉଛି ବୋଲି ଶଳା କୁ ଫୋନ୍ ରେ ଜଣାଇଦେଲି l
ଦୀର୍ଘ ଵର୍ଷେ ହେବ ଶ୍ୱଶୁର ଘର ଯାଇନି, ଭାବିଲି ଟିକିଏ
ସ୍ନେହ ଓ ମର୍ଯ୍ୟାଦା ମିଳିବ, ଆଉ ଜ୍ୱାଇଁ ଟିଏ କଣ ଆଶା
କରିଥାଏ ଯେ....?? କିନ୍ତୁ ଯେହେତୁ ସ୍ତ୍ରୀ କୁ ନେଇକି ଯାଉନି
କଣ ହେବ କେଜାଣି??... ମନରେ ଅନେକ୍ ଶଙ୍କା l
ଗାଧୋଇ ପାଧୋଇ ଗ୍ୟାରେଜ୍ ରୁ କାର୍ କାଢି ଶ୍ଵଶୁର ଘର ଅଭିମୁଖେ ପୁରୀ ବାହାରିଲି l ଗୋଟେ ଘଣ୍ଟା ପରେ ସେଠି ପହଞ୍ଚିଲି l ମୋତେ ଦେଖି ଶଳା ମୋର କେମିତି ଦାନ୍ତ
ନିକୁଟି ହସୁଥିବାର ଦେଖିଲି l ପଚାରିଲା କଣ ଏକୁଟିଆ ଭାଇନା, କାହିଁ ଜ୍ୟୋତି କୁ ଆଣିଲନି କି? ଜ୍ୟୋତି ମୋ ସ୍ତ୍ରୀ ର ନାମ....
ଜ୍ୟୋତି ନ ଆସିବାର କାରଣରେ କଣ ବା କହିବି, ସେତ ଇଚ୍ଛା କଲାନି l ଯେବେଠାରୁ ଶ୍ୱଶୁର ଶାଶୁ ଙ୍କ ସ୍ଵର୍ଗବାସ
ହେଲେଣି, ମୋ ସ୍ତ୍ରୀ ତା ବାପଘର କୁ ପୁରାପୁରି ଭୁଲି ଗଲେଣି କହିଲେ ଅତ୍ୟୁକ୍ତି ହେବନି l ଶଳା ତା ପରିବାରକୁ ନେଇ ବ୍ୟସ୍ତ ଆଉ ଆମେ ଆମ ପରିବାରକୁ ନେଇ ବ୍ୟସ୍ତ l
ଏମିତି ଦେଖିବାକୁ ଗଲେ ଶାଶୁ ଶ୍ୱଶୁର ନ ଥିଲେ, ଶ୍ୱଶୁର ଘର ମଜା କଣ ଯେ.???
ଶ୍ୱଶୁର ଘରେ ଗଣ୍ଡେ ଖାଇ, ଟିକିଏ ସମୁଦ୍ର କୂଳ ଆଡ଼େ ବାହାରିଲି l ସମୁଦ୍ର କୂଳେ ବସିଛି, ମୋର ଜଣେ ମହିଳାଙ୍କ ସହିତ ସାକ୍ଷାତ ହେଲା, ଚେହେରା ରେ କିଛି ଟା ପରିବର୍ତ୍ତନ ଯୋଗୁଁ ହଠାତ୍ ତାଙ୍କୁ ଚିହ୍ନି ହେଲାନି, କିନ୍ତୁ ମହିଳା ଜଣଙ୍କ ମୋତେ ଚିହ୍ନି ପକାଇଲେ ଆଉ ତାଙ୍କ ପରିଚୟ ଦେଲେ l
ମହିଳା ଜଣଙ୍କ ମୋ କଲେଜ ର ଅନ୍ତରଙ୍ଗ ବନ୍ଧୁ, ଆମେ ଗୋଟିଏ କ୍ଳାସ ରେ ପଢୁଥିଲୁ,, ଏଥର ତାଙ୍କୁ ଚିହ୍ନିବାରେ
ମୋର କିଛି ଅସୁବିଧା ରହିଲାନି, କାରଣ ସେ ମୋର ଅତି ପ୍ରିୟ ସାଙ୍ଗ ଥିଲେ l ତାଙ୍କୁ ପାଖରେ ବସିବାକୁ କହିଲାରୁ ସେ ବିନା ସଙ୍କୋଚ ରେ ବସିଲେ,, ଆଳାପ ରେ ମାତିଗଲୁ l
ମୋ ସ୍ତ୍ରୀ କୁ ସାଙ୍ଗରେ ନ ଆଣି ଏକୁଟିଆ ଆସିଛି ବୋଲି ଜାଣିଲା ପରେ ସେ ବହୁତ୍ ଖୁସି ଥିଲା ପରି ଲାଗୁଥିଲେ l
ଜାଣିଲି ତାଙ୍କର ଦୁଇ ପୁଅ ଏବେ ଚାକିରୀ ଯୋଗୁଁ ରାଜ୍ୟ ବାହାରେ, ଆଉ ଦୁଇ ଜଣ ଅବିବାହିତ l
ବହୁ ସମୟ ତାଙ୍କ ସହ ଗପସପ, ଥଟ୍ଟାମଜା ରେ କଟିଗଲା,
ସନ୍ଧ୍ୟା ହୋଇ ଆସୁଥିଲା, ଭୋକ ବି ଲାଗୁଥିଲା, ପ୍ରସ୍ତାବ ଦେଲି ପାଖ ରେଷ୍ଟୁରାଣ୍ଟ ରେ ଟିକିଏ କଣ ଖାଇ ନେବା ପାଇଁ,
ସେ ବି ବିନା ଦ୍ୱିଧା ରେ ମୋ କଥା ରେ ରାଜି ହୋଇଗଲେ, ଦୁହେଁ ପାଖ ରେଷ୍ଟୁରାଣ୍ଟ କୁ ଗଲୁ,କିଛି ଜଳଖିଆ ଖାଇ କଫି ପିଇ ନେଲୁ l ସବୁ ସରିଲା ପରେ ତାଙ୍କୁ ବିଦାୟ ଦେଇ ଶ୍ୱଶୁର ଘରକୁ ଫେରିଲି l
ଶ୍ୱଶୁର ଘରେ ପହଞ୍ଚି ଦେଖିଲି ଶଳା ମୋତେ କେମିତି ଗୋଟେ ପ୍ରଶ୍ନବାଚୀ ଦୃଷ୍ଟିରେ ଚାହିଁ ରହିଛି l ଥଟ୍ଟାରେ ଥଟ୍ଟାରେ କହିଲା.. "କଣ ଭାଇନା ସମୁଦ୍ରକୂଳ ମଜା ସରିଲା,
ଯେଉଁ ମହିଳା ସଙ୍ଗେ ବସି ଖାଇବା ପାଇଁ ରେଷ୍ଟୁରାଣ୍ଟ ଯାଇଥିଲ, ସେ ମହିଳା ଜଣଙ୍କ ସହିତ ବାଟରେ ମୋର ଦେଖା ହୋଇଥିଲା, ଆଉ ସେ ସବୁ କହିଛି........."
ମନ ଟା ଟିକିଏ ଦବିଗଲା, ଭାବିଲି ଶଳା ଆଉ ତା ନାନୀକୁ ସବୁ କଥା ଜଣେଇ ଦେଇନି ତ!!!! ଯାହା ହେଉ ରାତିଟା
ଶ୍ୱଶୁର ଘରେ କାଟି ପର ଦିନ ସକାଳୁ ସକାଳୁ ଘରକୁ ଫେରି ଆସିଲି l ଘରେ ପହଁଚି ଦେଖିଲି, ଘର ଦୁଆର ରେ
ଗୋଟେ ତାଲା ଝୁଲୁଛି ll. ଆଶ୍ଚର୍ଯ୍ୟ,, ମୋତେ ନ ଜଣାଇ
ମୋ ସ୍ତ୍ରୀ ଜ୍ୟୋତି କୁଆଡେ ଆଉ ଯାଇଥିବ ଯେ, ବୋଧହୁଏ
ବଜାର କୁ କିଛି କିଣିବାକୁ ଯାଇଥିବ l ଜ୍ୟୋତି କୁ ଫୋନ୍ ଲଗାଇଲି, ଫୋନ୍ କରି ଯାହା ବୁଝିଲି, ମୋ ମୁଣ୍ଡ ଘୂରିଗଲା l
ନିମକ ହାରାମ୍ ଶଳା ତା ନାନୀକୁ ମୋର ସେ ମହିଳାଙ୍କ ସହିତ କାଲି ର ଘଟଣାକୁ କେଉଁ ରଙ୍ଗରେ ଚିତ୍ରଣ କରିଛି କେଜାଣି, ଯାହାର ପ୍ରତିକ୍ରିୟା ସ୍ଵରୂପ ଇଏ ତା ବାପଘରକୁ ସକାଳୁ ସକାଳୁ ବସ୍ ଧରି ପହଞ୍ଚି ଯାଇଛି l
ଏବେ ମୁଁ କଣ କରିବି?? ଘର ଚାବି ମୋ ପାଖେ ନାହିଁ, ଚାବି ଭାଙ୍ଗିବା ଠିକ୍ ନୂହେଁ ଭାବି, ମୁଁ ପୁଣି ଶ୍ୱଶୁର ଘର ଅଭିମୁଖେ ବାହାରି ପଡ଼ିଲି l ସେଠି ପହଂଚି ଦେଖିଲି ନା ମୋ ସଙ୍ଗେ
ଶଳା କଥା ହେଉଛି ନା ମୋ ସ୍ତ୍ରୀ,,,, ସମସ୍ତଙ୍କ ରାଗ ତମ ତମ ମୁହଁ l
ବହୁତ୍ ଖୁସାମତ ପରେ ସ୍ତ୍ରୀ ପାଟି ଖୋଲିଲା, ଆଉ ତା ମୁଣ୍ଡ ଛୁଇଁ ମୋତେ ଶପଥ କରିବାକୁ ବାଧ୍ୟ କଲା ଯେ,, ଭବିଷ୍ୟତରେ ମୁଁ ଯେମିତି କେଉଁ ଝିଅ ବା ମହିଳାଙ୍କ ସହିତ ନ ମିଶେ.. ଇତ୍ୟାଦି ଇତ୍ୟାଦି...... ବାଧ୍ୟ ହୋଇ ତା କଥାରେ ରାଜି ହେଲି ଆଉ ମୋ ସ୍ତ୍ରୀ କୁ ଧରି
ଘରକୁ ଫେରିଲି,,, ସେହିଦିନୁ ମୋ ଶଳା ର ମୋର କଥାବାର୍ତ୍ତା ବନ୍ଦ.. I