STORYMIRROR

Anup kumar

Drama Classics Others

4  

Anup kumar

Drama Classics Others

କାଳୀ ଝିଅ

କାଳୀ ଝିଅ

2 mins
389


ବାପା ମାଆଙ୍କର ଗୋଟେ ଝିଅ ମୁଁ ରଙ୍ଗ ଟିକେ କଳା ମୋର

ରଙ୍ଗ ମୋର ଟିକେ କଳା ହେଲା ବୋଲି ଆଜି କେହି ନାହିଁ ମୋ ନିଜର।

ଶୁଣ ସବୁ ଆଜି ମନ ଧ୍ୟାନ ଦେଇ କାହାଣୀ ମୁଁ ବଖାଣୁଛି 

ମୋ କାହାଣୀ ଶୁଣିଲା ପରେ କହିବ ମୁଁ ଠିକ୍ କି ଭୁଲ କହୁଚି... 


ମନ ନ ଦେଖିକି ଆଜିର ମଣିଷ ଦେହର ରଙ୍ଗ ଖାଲି ଦେଖୁଚି 

ଦେହର ରଙ୍ଗ କଳା ହେଲା ବୋଲି ଆଜି ଏ ସମାଜ ମତେ କାଳି କହି ଚିଡ଼ାଉଛି। 

କେମିତି ବଖାଣିବି ମୋର ଜୀବନେ କେତେ ଯେ ଦୁଃଖ କଷ୍ଟ ମୁଁ ସହିଛି

ସହିଛି ବୋଲି ତ' ଦୀର୍ଘ ଏତେ କାଳ ଏକା ଏକା ମୁଁ କାଟିଛି। 

ଅନେକବାର ମୁଁ ମୋ ମାଆକୁ ମୋ ରଙ୍ଗ ବିଷୟରେ ପଚାରିଛି

ମାଆର ଉତ୍ତର ଗୋଟିଏ କେବଳ ତୋ ବାପା ରଙ୍ଗ ତୋ ଦେହେ ଲାଗିଛି। 

ଯୋଉ ସମାଜ ସବୁ ବେଳେ କୁହେ 

ବାପା ମୁହଁ ଆଣିଲେ ଝିଅ ସାରା ଜୀବନ ଖୁସି ରହେ। 

କିନ୍ତୁ ମୁଁ ବାପା ରଙ୍ଗ ଆଉ ମୁହଁ ଦି'ଟା ଯାକ ଆଣିକି ବି ଖୁସି ପାଇଁ ଆଜି ମୁଁ ଦରାଣ୍ଡି ହଉଚି। 

ମୋ ରଙ୍ଗ କଳା ବୋଲି ମୋ ନାଁ ବି ମତେ ଆଜି ଅଟ୍ଟହାସ୍ୟ କରୁଛି 

ମୋ ନାଁ ସୌନ୍ଦର୍ଯ୍ୟା ହେଲେ ବି ଆଜି ଗୋରା ହେବା ପାଇଁ ମୁଁ ଲଢୁଛି। 

ଟିଭିରେ ଗୋରା ହେବା ପାଇଁ କ୍ରିମ ଆଡ୍ ଦେଖିକି ମୋ ରୂପ କଥା ମୁଁ ଭାବିଛି 

ପିଲା ବେଳେ ଭବିଷ୍ୟତ କଥା ଭାବିକି ସେହି ନାମୀ ବ୍ରାଣ୍ଡର କ୍ରିମ ଆଣିବାକୁ ବାପାଙ୍କୁ ମୁଁ ମନାଇଛି। 

କେତେ ଯେ ବ୍ରାଣ୍ଡେଡ୍ କ୍ରିମ ଆଣିକି ବାପା ଦେଇଛନ୍ତି ମତେ 

ତାକୁ ଲଗାଇଲେ ମୁଁ ଅଳପ ଦିନରେ ଗୋରା ହେଇଯିବି କି ସତେ। 

ଗୋରା ତକତକ ହେଲି ନାହିଁ ମୁଁ ବ୍ରଣ ମେଞ୍ଚାଏ ବାହାରିଲା 

ବ୍ରଣ ମେଞ୍ଚାଏ ବାହାରିକି ମୋହରି ମୁହଁକୁ ଆହୁରି କଦର୍ଯ୍ୟ କଲା। 

ଛୋଟ ବେଳେ ସିନା ମୋ ଦେହ ରଙ୍ଗର ମାଇନା ଆଦୌ ରହୁ ନଥିଲା 

ବଡ଼ ହେଲା ପରେ ବାହା ବୟସ ଆସିଲେ ଗୋରା ରଙ୍ଗ ଲୋଡ଼ା ହେଲା। 

ବାହା ବୟସ ଡେଇଁକି ଆଜି ମତେ ଅଣତିରିଶ ବରଷ ହେଲା 

କିନ୍ତୁ ବାହାଘର ପାଇଁ ବର ମିଳୁନି କାରଣ ମୋ ରଙ୍ଗ ବା ଦାଉ ସାଜିଲା। 

ଯିଏ ବା ଆସୁଛି ପାଖରେ ବସୁଛି ଆଶ୍ୱାସନା ମତେ ଦଉଛି 

ତୁ ଏକା କାଳି ଝିଅ ନୁହେଁ ଲୋ ମା ପୁରୀରେ ବା କାଳିଆ ଠାକୁର ବସିଛି। 

ମୁଁ ବି ଭାବିଲି ସତ କଥା ଏଇଟା ଜଗତର ନାଥ କଳା ଅଟନ୍ତି 

କିନ୍ତୁ ଆଉ ଗୋଟେ କଥା ଭାବି ଦୁଃଖ ହୁଏ ତାଙ୍କ ପତ୍ନୀ ଲକ୍ଷ୍ମୀ ତ' କାଳି ନୁହଁନ୍ତି। 

ସେକଥା ଭାବିକି ମୁଁ ସବୁ କଥା ବୁଝିଯାଏ 

କାହିଁକି ନା ବାହା ହେବା ପାଇଁ କେବଳ ପୁରାଣରେ ନୁହେଁ ବରଂ ଆଜି ଦୁନିଆରେ ବି କେବଳ ଗୋରା ଝିଅ ହିଁ ଦରକାର ହୁଏ। 

ଯଦି ସତରେ କୋଉ ନାମୀ ଠାକୁରଙ୍କ କାଳି ପତ୍ନୀ ଗୋଟେ ଥାନ୍ତା 

ତେବେ ସେହି ଠାକୁରଙ୍କ ଆଶୀର୍ବାଦରୁ ମତେ ବି ଗୋଟେ ବର ଆଜି ମିଳିଥାନ୍ତା। 

ସେଥିପାଇଁ ତ' କହୁଚି ଯଦି ଇନ୍ଦ୍ରପୁରୀରେ ଉର୍ବଶୀ ରମ୍ଭାଙ୍କ ରଙ୍ଗ କାଳି ଯଦି ହୋଇଯିବ

ତାହେଲେ ଆଜି ଏ ସଂସାରେ ଗୋରୀ ଝିଅଙ୍କ ପରି ଆମ କାଳି ଝିଅଙ୍କ ପାଇଁ ବି ବର ପାତ୍ର ମିଳିଯିବ।



Rate this content
Log in

Similar oriya story from Drama