STORYMIRROR

Anup kumar

Drama Classics Others

4.2  

Anup kumar

Drama Classics Others

ଚିଠି

ଚିଠି

3 mins
41

ମହେଶ ବାବୁଙ୍କ ସ୍ତ୍ରୀଙ୍କ ମୃତ୍ୟୁକୁ ୧୫ ଦିନ ବିତିଗଲାଣି ଏବଂ ଲୋକମାନେ ଯିବା ଆସିବା ବନ୍ଦ କରିଦେଇଥିଲେ। ସେ ଏକା ବସି ପୁରୁଣା ସ୍ମୃତିରେ ହଜି ଯାଇଥିଲେ, ହଠାତ୍ ସେ ତାଙ୍କ ସ୍ତ୍ରୀଙ୍କ ଦ୍ୱାରା ଲିଖିତ ଏକ ଚିଠି ପାଇଲେ। ଚିଠିରେ ଲେଖାଥିଲା-

ପ୍ରିୟ ସ୍ୱାମୀ

ମୁଁ ଜାଣିପାରିଛି ଯେ ମୋତେ କର୍କଟ ରୋଗ ହୋଇଛି ଏବଂ ତାହା ମଧ୍ୟ ଶେଷ ପର୍ଯ୍ୟାୟରେ। ମୁଁ ଏହା ମଧ୍ୟ ଜାଣିଛି ଯେ ମୋର ଏବେ ବହୁତ କମ୍ ଦିନ ବାକି ଅଛି।

ମୁଁ ଏହା ମଧ୍ୟ ଜାଣିଛି ଯେ ତୁମେ ମୋର ଚିକିତ୍ସା ପାଇଁ ତୁମର ସମସ୍ତ ସଞ୍ଚୟ ଖର୍ଚ୍ଚ କରିଛ। ସମସ୍ତ ଅଳଙ୍କାର ବିକ୍ରି ହୋଇଗଲାଣି। ଏତେ ପରିଶ୍ରମ କରି ଆମେ ଯେଉଁ ଜମି କିଣିଥିଲୁ ତାହା ମଧ୍ୟ ମୋ ରୋଗ ପାଇଁ ବଳି ପଡ଼ିଛି।

ତୁମେ କ’ଣ ଭାବୁଥିଲ ଯେ ଯଦି ତୁମେ ଏସବୁ କଥା ମୋତେ ନ କୁହ, ତେବେ ମୁଁ ଜାଣିପାରିବି ନାହିଁ?

ମୁଁ ତୁମର ଅର୍ଦ୍ଧାଙ୍ଗିନୀ। ମୁଁ ମୋ ଜୀବନର ୧୨ ବର୍ଷ ତୁମ ସହିତ ବିତାଇଛି। ତୁମର ମୁହଁ ପଢି ମୁଁ ଜାଣିଛି ଯେ ତୁମେ କେଉଁ ଅବସ୍ଥାରେ ଅଛ, କିନ୍ତୁ ମୋର ଅସହାୟତା ଦେଖ ଯେ ମୁଁ ତୁମର ଲୁହ ପୋଛି ମଧ୍ୟ ପାରୁନାହିଁ । ଯେତେବେଳେ ତୁମେ ଏକା କାନ୍ଦୁଛ, ମୁଁ ତୁମକୁ ଲୁଚିକି ଦେଖୁଛି ଏବଂ ତା’ପରେ ମୁଁ ନିଜେ କାନ୍ଦୁଛି। ଜୀବନ ଆମକୁ କେଉଁ ସ୍ଥାନରେ ପହଞ୍ଚାଇ ଦେଇଛି ? ଆମେ ପରସ୍ପରର ଦୁଃଖ ବାଣ୍ଟି ପାରିବୁ ନାହିଁ। ଆମେ ପରସ୍ପରର ଲୁହ ପୋଛି ମଧ୍ୟ ପାରିବୁ ନାହିଁ।

ତୁମେ ଭାବୁଛ ଯେ ତୁମକୁ କାନ୍ଦିବା ଦେଖି ମୁଁ ଦୁର୍ବଳ ହୋଇଯିବି, କିନ୍ତୁ ମୁଁ ଚାହୁଁନାହିଁ ଯେ ତୁମେ ଦୁର୍ବଳ ହୁଅ। ମୁଁ ଏତେ ଅପରିଚିତ ହୋଇଗଲିଣି, ନୁହେଁ କି? ମୁଁ ତୁମର ଦୁଃଖର କାରଣ ପଚାରି ମଧ୍ୟ ପାରିବି ନାହିଁ ।

ଆଜିକାଲି ମୋର ସମସ୍ତ ପରିଚିତ ଲୋକ ମୋତେ ଭେଟିବାକୁ ଆସୁଛନ୍ତି। ହୁଏତ ଏବେ ମୁଁ ଗୋଟିଏ କିମ୍ବା ଦୁଇ ଦିନ ପାଇଁ ଅତିଥି। ହୁଏତ ମୋର ଯାତ୍ରା ସରିଯାଇଛି , ଆଉ ବହୁତ୍ ଶୀଘ୍ର ଡାକରା ଆସି ଯିବ ଯାହା ବିଷୟରେ ମୁଁ ପୂର୍ବରୁ ଜାଣିଛି?

ମୁଁ ମୃତ୍ୟୁକୁ ଭୟ କରେ ନାହିଁ। ମୁଁ ଡରୁଛି ଯେ ତୁମେ ମୋର ବିଚ୍ଛେଦକୁ କିପରି ସହ୍ୟ କରିପାରିବ? ସନ୍ଧ୍ୟାରେ ଘରକୁ ଫେରିବା ମାତ୍ରେ ତୁମେ ମୋତେ ଖୋଜ। କିନ୍ତୁ ଏବେ ତମେ ମତେ ଘରେ ପାଇବ ନାହିଁ।

ତୁମର ହୃଦୟକୁ ଦୃଢ଼ କର। ମୁଁ ଜାଣେ ମୋତେ ଭୁଲିଯିବା ତୁମ ପାଇଁ ବହୁତ କଷ୍ଟକର ହେବ। ଯଦି ମୁଁ ଦୁଇ ଦିନ ପାଇଁ ମୋ ବାପାମାଆଙ୍କ ଘରକୁ ଯାଏ, ତୁମେ ମୋ ପଛେ ପଛେ ଚାଲି ଆସୁଥିଲ। ଏବେ ମତେ ସବୁଦିନ ପାଇଁ ଉପରୁ ଡାକରା ଆସି ଯାଇଚି। ମୁଁ ତୁମର ହାତ ଏବଂ ତୁମର ସାଥ ଉଭୟ ଛାଡି ଯାଉଛି। କିନ୍ତୁ ସାହସ ହାର ନାହିଁ ତୁମେ । ପିଲାମାନେ ଏବେ ବହୁତ ଛୋଟ, ସେମାନଙ୍କୁ କୁହ ଯେ ମମି ଭଗବାନଙ୍କ ପାଖକୁ ଚାଲିଯାଇଛନ୍ତି। ସେ ଶୀଘ୍ର ଫେରି ଆସିବେ। ମୁଁ ଯିବା ପରେ ଆଦୌ କାନ୍ଦ ନାହିଁ। ତୁମର ହୃଦୟକୁ କଠିନ କର।

ତୁମେ ମୋତେ କହୁଥିଲ ଯେ ମୁଁ ବହୁତ ଡରକୁଳି ଏବଂ ପ୍ରତ୍ୟେକ ଛୋଟ ଛୋଟ କଥାରେ କାନ୍ଦି ପକାଏ। ଏବେ ଦେଖ ତୁମ ସ୍ତ୍ରୀ କେତେ ଶକ୍ତିଶାଳୀ ହୋଇଗଲାଣି , ସେ ଏହି ଦୁନିଆ ଛାଡିବାକୁ ଯାଉଛି ଏବଂ ଦିନରାତି ଯନ୍ତ୍ରଣା ସହ ବଞ୍ଚୁଛି। କିନ୍ତୁ ସେ ଥରେ ବି କାନ୍ଦିନି ।

ଆମର ଏକାଠି ଯାତ୍ରା ବହୁତ ଛୋଟ ଥିଲା, କିନ୍ତୁ ମୁଁ କ'ଣ କରିପାରିବି, ଏବେ ମୁଁ ତୁମକୁ ସମର୍ଥନ କରିପାରିବି ନାହିଁ। ମୋତେ ଏତେ ପ୍ରେମ ଦେବା ପାଇଁ ଧନ୍ୟବାଦ। ମୋର ସମସ୍ତ କ୍ରୋଧ ସହ୍ୟ କରିବା ପାଇଁ ଧନ୍ୟବାଦ। ମୋତେ ଏତେ ଭଲ ପାଇବା ପାଇଁ ଧନ୍ୟବାଦ। ମୁଁ ଜାଣେ ତୁମେ ମୋ ପ୍ରତି ଆକର୍ଷିତ, ତୁମକୁ ଭୁଲିଯିବା ବହୁତ କଷ୍ଟକର। କିନ୍ତୁ ତୁମକୁ ନିଜକୁ ନିୟନ୍ତ୍ରଣ କରିବାକୁ ପଡିବ। ମୁଁ ପ୍ରତିଦିନ ଆକାଶରୁ ତୁମକୁ ଦେଖିବି।

ତୁମେ ଠିକ୍ ସମୟରେ ଗାଧୋଇବ , ଠିକ୍ ସମୟରେ ଖାଇବା , କାରଣ ତୁମର ସ୍ତ୍ରୀ ଆଉ ଏସବୁ ମନେ ପକାଇବା ପାଇଁ ଏଠାରେ ରହିବ ନାହିଁ।

ଏବେ ମୁଁ ଏଠାରେ ରହିବି ନାହିଁ, ଏବେ ଅଳସୁଆ ହେବା ବନ୍ଦ କର। ଯେପର୍ଯ୍ୟନ୍ତ ମୁଁ ଏଠାରେ ଥିଲି, ତୁମେ ଘରର ସମସ୍ତ ଚିନ୍ତାରୁ ମୁକ୍ତ ଥିଲ। ମୋତେ ଦୁଇଟି ପିଲା ପରି ତୁମର ଯତ୍ନ ନେବାକୁ ପଡୁଥିଲା କିନ୍ତୁ ଏବେ ତୁମେ ପିଲା ହେବା ବନ୍ଦ କରିବା ଉଚିତ।
ତୁମ ସ୍ତ୍ରୀ ତୁମକୁ ସାନ୍ତ୍ୱନା ଦେବା ପାଇଁ ଏଠାରେ ରହିବ ନାହିଁ , ଏବେ ରାଗିବା ବନ୍ଦ କର। ତୁମ ସ୍ତ୍ରୀ ତୁମକୁ ମନେଇବା ପାଇଁ ଏଠାରେ ରହିବ ନାହିଁ ବୋଲି ଏବେ ଭାଙ୍ଗିପଡ଼ିବ ନାହିଁ ।

ହେ ଜୀବନ ତୁମ ଯାତ୍ରାରେ ଏତେ ଦୁଃଖ କାହିଁକି? 
ଯେଉଁମାନେ ବଞ୍ଚିବାକୁ ଚାହାଁନ୍ତି ନାହିଁ ସେମାନଙ୍କ ପାଇଁ ତୁମେ ବହୁତ ଲମ୍ବା କିନ୍ତୁ ଯେଉଁମାନେ ବଞ୍ଚିବାକୁ ଚାହାଁନ୍ତି ସେମାନଙ୍କର ନିଶ୍ୱାସ ଏତେ ଛୋଟ କାହିଁକି ? ହେ ଜୀବନ, ତୁମ ଯାତ୍ରାରେ...

ମୁଁ ଆଉ ଲେଖିପାରୁନାହିଁ। ମୋ ହାତରେ ଶକ୍ତି ନାହିଁ, ତଥାପି ମୁଁ ଲେଖୁଛି। ତୁମେ ଦୁଇ ଦିନ ଧରି ଶୋଇ ନଥିଲ, ତେଣୁ ଆଜି ତୁମେ ଗଭୀର ନିନ୍ଦ୍ରାରେ ଶୋଇଛ, ତେଣୁ ମୁଁ ଲେଖିବାକୁ ସମୟ ପାଇଛି। କିନ୍ତୁ ଏବେ ମୁଁ ଲେଖିବା ବନ୍ଦ କରି ତୁମକୁ କିଛି ସମୟ ପାଇଁ ଦେଖିବାକୁ ଚାହୁଁଛି। ମୁଁ ଜାଣିପାରୁନାହିଁ ମୁଁ ସକାଳେ ଉଠିବି କି ନାହିଁ? ଆଜି, ଶେଷ ଥର ପାଇଁ, ମୁଁ ତୁମ ହାତକୁ ମୋର ତକିଆ କରି ଶୋଇବାକୁ ଚାହୁଁଛି। ତୁମ ଛାତିରେ ମୋ କାନ ରଖି ତୁମ ହୃଦସ୍ପନ୍ଦନରେ ହଜିଯିବାକୁ ଚାହୁଁଛି.......

ମହେଶ ବାବୁ ଚିଠି ପଢିସାରି ଚିଠି ଟିକୁ ଛାତିରେ ଲଗାଇ ବହୁତ୍ କାନ୍ଦିବାକୁ ଲାଗିଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama