STORYMIRROR

Anup kumar

Drama Classics Others

4  

Anup kumar

Drama Classics Others

ସ୍ୱାମୀ

ସ୍ୱାମୀ

2 mins
10

||ସ୍ବାମୀ||
    ସେଦିନ ସୀମା ର ଜେଜେମା କଣ ବସି ଚଉରା ପାଖରେ ଗୁଣୁ ଗୁଣୁ ହେଉଥାଏ..
ସୀମା ଆଲୋ ମା କଣ ଗପୁଚୁ ମନକୁ ମନ
ଜେଜେମା ଟିକେ ହସି ଆଲୋ ନାଇଲୋ ତୋରି ଜେଜେ ବାପା ଙ୍କ କଥା ମନେ ପଡିଗଲା କିଛି ପୁରୁଣା କଥା ଭାବି ଭାବି ଏମିତି ଗପୁଥିଲି.
      ସୀମା କହିଲା କହୁନୁ ଜେଜେବାପା ଙ୍କ କଥା ସେ କେମିତି ଥିଲେ ତାଙ୍କ ବିଷୟରେ ଶୁଣିବାକୁ ଭାରି ଇଚ୍ଛା ହଉଚି.
      ଜେଜେମା ଆରମ୍ଭ କଲା ସେ ଯୁଗର କଥା ମୁଁ ବାହା ହେଇ ଶାଶୁ ଘରକୁ ଆସିଥାଏ ନୁଆ ଜାଗା କୁ ନୁଆ ଲୋକ ବୟସ ବି ବେଶି ନୁହଁ ମନରେ ଗୋଟେ ଅଜଣା ଡର ବସା ବାନ୍ଧି ବସିଥାଏ.
        ହେଲେ ଧୀରେ ଧୀରେ ସେ ଡର କୁଆଡେ଼ ଉଭେଇ ଗଲା ତୋ ଜେଜେବାପା ଙ୍କ ପାଇଁ ସେ ମୋତେ ଭାରି ଭଲ ପାଆନ୍ତି ମୋର ସବୁ କଥା ବୁଝନ୍ତି କିଛି ଗାଁ ମାଇପେ ତ ଦେଖେଇ ଶିଖେଇ ବହୁତ୍ କଥା କୁହନ୍ତି...
      ହେଲେ ସେ କାହା କଥା ଶୁଣନ୍ତିନି ଆଜି ଯଦି ଦି ଅକ୍ଷର ପଢା ଶିଖିଛି କେବଳ ତାଙ୍କରି ପାଇଁ.
ଆମ ସଂସାର ଭାରି ହସ ଖୁସୀ ରେ ଚାଳିଥାଏ ଦିନେ ତୋ ଜେଜେବାପା ଙ୍କ ମୁଣ୍ଡ ବୁଲେଇଲା ବାନ୍ତି ବି ହେଇଗଲା ସେ ଅଚେତ୍ ହେଇ ପଡିଗଲେ. ବଇଦ ଙ୍କୁ ଡକା ଗଲା ସେ କଣ ପୁଳାଏ ଚେର ମୂଳି ବାଟି ପିଆଇଲେ...
    ଏମିତି କିଛି ଦିନ ଚାଲିଲା ହେଲେ ସେ ଆଉ ଭଲ ହେଲେନି ମୋତେ ଦିନେ ପାଖକୁ ଡାକି କହିଲେ... ମାଳତୀ ମୁଁ ଆଉ ବଞ୍ଚିବିନି ମୋତେ ଯମ ର ଡାକରା ଆସିଲାଣି.
    ମୁଁ କୋଳରେ ମୋର ୭ ମାସ ପୁଅ କୁ ଧରି ଥାଏ ଆକ୍ଷିରୁ ଧାର ଧାର ଲୁହ ବୋହି ଯାଉଥାଏ.
ତୋ ଜେଜେ ବାପା କହିଲେ ଯେତେ ଦୁଃଖ କଷ୍ଟ ଆସୁ ଏ ଘର ର ଏରୁଣ୍ଡି ବନ୍ଧ ଡେଇଁ କେବେ ଜୀବନୀ ଭାବି ନିଅ ଏ ମୋର ଶେଷ ଇଚ୍ଛା.
      ଆଉ ଏତିକି କହି ସବୁଦିନ ପାଇଁ ତୋ ଜେଜେବାପା ମୋ ହାତ ଛାଡି ଏକା କରି ସେପାରି କୁ ଚାଲିଗଲେ...
   ସେ ଗଲା ପରେ ମୁଁ ଜାଣିଲି ସ୍ଵାମୀ ର ମହତ୍ତ୍ଵ କଣ ଶାଶୁ ଘରେ ବହୁତ୍ ଦୁଃଖ କଷ୍ଟ ସହି ତୋ ବାପା କୁ ମଣିଷ କଲି.
   ମନେରଖ ସ୍ବାମୀ ଯାହାର ନାହିଁ ଶାଶୁଘରେ ଆହା ପଦେ କହିବାକୁ ବି କେହି ନାହିଁ.
      ନିଜ ସ୍ବାମୀ ଙ୍କୁ ସମ୍ମାନ କର ଭଲ ପାଅ ସାଙ୍ଗ ପରି ସବୁ କଥା କୁହ ବାହାର ଲୋକ ଙ୍କ କଥା ଶୁଣନି ଏଠି ଲୋକେ ଘର ଯୋଡି ବା ନୁହଁ ଭାଙ୍ଗିବାକୁ ଭଲ ପାଆନ୍ତି.
   ସୀମା ସବୁ କଥା ଶୁଣି ଆଖି ଛଳ ଛଳ କରି ପଚାରିଲା.... ତୋର ଜେଜେବାପା ଙ୍କ କଥା ମନେ ପଡୁନି.
  ଜେଜେମା ହସି କି ଆଲୋ ମରିବାକୁ ତ ବସିଲିନି ତାଙ୍କୁ ଦେଇଥିବା କଥା କୁ ତ ଭୁଲିନି ତାଙ୍କୁ କେମିତି ବା ଭୁଲିବି ପ୍ରତି ମୁହୂର୍ତ୍ତରେ ସେ ମୋର ବହୁତ୍ ମନେ ପଡନ୍ତି ମଲା ପରେ ସେ ମୋତେ ସେ ପାରି ରେ ଅପେକ୍ଷା ନିଶ୍ଚିନ୍ତ କରିଥିବେ ସେଠି ଗଲେ ଆଉ କୁଆଡେ ଯିବାକୁ ଦେବିନି ତାଙ୍କୁ.
        ସୀମା ଭାବୁଥାଏ ସତରେ କେତେ ପବିତ୍ର ଏ ଭଲ ପାଇବା ରେ ଅଛି ଏମିତି ଭାବୁ ଭାବୁ ଜେଜେମା ବାକ୍ସ ଭିତରୁ ସେ ସମୟର ଗୋଟେ ହାର କାଢି ନେଲୋ ଏଇଟା ତୋ ବାହାଘର ରେ ପିନ୍ଧିବୁ ଏଇଟା ତୋ ଜେଜେବାପା ମୋତେ ପ୍ରଥମ ଦେଖା ରେ ଉପହାର ଦେଇଥିଲେ. 
     ଆକୁ କହିବା ଜୀବନ୍ତ ଭଲ ପାଇବା
            


Rate this content
Log in

Similar oriya story from Drama