ଭାଇ ଭଉଣୀ ର ସଂପର୍କ
ଭାଇ ଭଉଣୀ ର ସଂପର୍କ
ଅପା ଏ ରାକ୍ଷୀରେ ଆସିବ ନାହିଁ, ମୁଁ ଏବଂ ତୁମ ଭାଇ ବାହାରକୁ ଯିବୁ ବୋଲି ପ୍ଲାନ୍ କରିଛୁ ।
ଏହି କଥା ବିଜୟର ସ୍ତ୍ରୀ ମାୟାର, ଯାହାକୁ ସେ ହ୍ୱାଟସଆପରେ ଏକ ସରଳ ମେସେଜରେ ପଠାଇଥିଲେ। କିନ୍ତୁ ଏହି ମେସେଜ ପଛରେ ଲୁଚି ରହିଥିଲା ଏକ ତୀକ୍ଷ୍ଣ ଉପହାସ, ଏକ ବ୍ୟଙ୍ଗ ଏବଂ ଭଉଣୀର ହୃଦୟରେ ଏକ ଆଘାତ ଯାହା କେବେ ପୂରଣ ହୋଇପାରିବ ନାହିଁ।
ଶ୍ରାବଣୀ ଯିଏ ସବୁବେଳେ ତା ଭାଇ ବିଜୟକୁ ରାଖୀ ବାନ୍ଧିବା ପାଇଁ ପ୍ରଥମେ ପହଞ୍ଚୁଥିଲା, ସେଦିନ ଘଣ୍ଟା ଘଣ୍ଟା ଧରି ସ୍କ୍ରିନକୁ ଚାହିଁ ରହିଥିଲା। ସେହି ଛୋଟ ବାର୍ତ୍ତାଟି ତା ହୃଦୟକୁ ଚିରି ଦେଇଥିବା ପରି ମନେ ହେଉଥିଲା। ପିଲାଟି ଦିନରୁ ଏପର୍ଯ୍ୟନ୍ତ ସେ ତା ଭାଇ ସହିତ ପ୍ରତ୍ୟେକ ଖୁସି ବାଣ୍ଟୁ ଥିଲା। ତା ବାପାମାଆଙ୍କ ମୃତ୍ୟୁ ପରେ, ତା ଭାଇ ତା ପାଇଁ ସବୁକିଛି ଥିଲା।
ଶ୍ରାବଣୀ ଆଉ ବିଜୟର ବୟସରେ କେବଳ ଦୁଇ ବର୍ଷର ପାର୍ଥକ୍ୟ ଥିଲା। ଦୁହେଁ ତାଙ୍କ ମାଆଙ୍କ ଛାୟା ତଳେ ବଢ଼ିବା ଶିଖିଥିଲେ, କିନ୍ତୁ ଭାଗ୍ୟ ଖୁବ୍ ଶୀଘ୍ର ଉଭୟଙ୍କଠାରୁ ସେହି ଛାଇ ଛଡ଼ାଇ ନେଇଗଲା। ପ୍ରଥମେ ବାପା ଦେହାନ୍ତ ହୋଇଗଲେ ଏବଂ ମାଆ କର୍କଟ ରୋଗ ସହିତ ଲଢ଼ିବା ସମୟରେ ମଧ୍ୟ ପିଲାମାନଙ୍କ ବିଷୟରେ ଚିନ୍ତା କରି ସେ ମଧ୍ୟ ଆରପାରିକୁ ଚାଲି ଗଲେ । ଯେତେବେଳେ ତା ମାଆଙ୍କ ଦେହାନ୍ତ ହେଲା, ଶ୍ରାବଣୀ ୨୦ ବର୍ଷ ବୟସର ହୋଇ ଥିଲା ଆଉ ବିଜୟ ୧୮ ବର୍ଷ ବୟସର ଥିଲା। ଶ୍ରାବଣୀ ତା ପାଠପଢ଼ା ଛାଡ଼ି ଦେଇଥିଲା, ଛୋଟ ଛୋଟ ଟ୍ୟୁସନ୍ କରୁ ଥିଲା ଆଉ ତା ମାଆ ପରି ତା ଆଖିରେ ବିଜୟକୁ ଇଞ୍ଜିନିୟର କରିବାର ସ୍ୱପ୍ନ ଦେଖିଥିଲା। ସେ ତାର ସମସ୍ତ ସ୍ୱପ୍ନ ପରିତ୍ୟାଗ କରିଥିଲା କିନ୍ତୁ ବିଜୟର ଆଖିରେ ଚମକ ଦେଖୁଥିଲା। ଯେତେବେଳେ ବିଜୟ ଜଣେ ଇଞ୍ଜିନିୟର ହେଲା ଆଉ ସହରରେ ରହି ଚାକିରି କଲା , ସେତେବେଳେ ସେ ପ୍ରଥମେ କହିଲେ ଅପା ଏବେ ମୁଁ ତୋର ସମସ୍ତ ସ୍ୱପ୍ନ ପୂରଣ କରିବି । ଶ୍ରାବଣୀ ହସିଲା, ସେ ଜାଣିଥିଲା ଯେ ଏହି ପିଲାଟି ଏବେ ବି ସେହିପରି ଅଛି ଯେପରି ସେ ସ୍କୁଲରେ ଭୁଲ କରିବା ପାଇଁ କ୍ଷମା ମାଗିବାକୁ ଆସୁଥିଲା।
ଶ୍ରାବଣୀ ନିଜେ ବାହା ନହୋଇ ବିଜୟର ବାହାଘର କରିଲା, ଆଉ ବାହାଘର ପରେ ସବୁକିଛି ବଦଳିଗଲା। ମାୟା ଏକ ଧନୀ ପରିବାରର ଝିଅ ଥିଲା, ସହରାଞ୍ଚଳ ଚିନ୍ତାଧାରା। ଶ୍ରାବଣୀର ତାଙ୍କ ଘରକୁ ବାରମ୍ବାର ଆସିବାକୁ ପସନ୍ଦ କରୁନଥିଲା। ସେ ଧୀରେ ଧୀରେ ବିଜୟକୁ ବୁଝାଇବାକୁ ଆରମ୍ଭ କଲା ଯେ ଅପା ଏବେ ନିଜ ଦୁନିଆରେ ରହିବା ଉଚିତ, ରାକ୍ଷୀ ହେଉ କି ଅନ୍ୟ କୌଣସି ପର୍ବ, ଏବେ 'ଆମର ଦୁନିଆ' କେବଳ ଆମ ମଧ୍ୟରେ ସୀମିତ ହେବା ଉଚିତ। ବାହାଘରର ପ୍ରଥମ ବର୍ଷରେ ମଧ୍ୟ ଶ୍ରାବଣୀ ରାଖିରେ ଘରକୁ ଆସିଥିଲା, ମାୟା ତାକୁ ମିଠା ମିଠା କଥା କହି ଅନିଚ୍ଛାରେ ସ୍ୱାଗତ କରିଥିଲା କିନ୍ତୁ ସେ ଯିବା ମାତ୍ରେ ସେ ବିଜୟକୁ କହିଲା । ତୁମେ ଏତେ ଉପହାର କାହିଁକି ଅପାକୁ ଦେଲ ?
ପ୍ରତିବର୍ଷ ରାକ୍ଷୀ ରେ ଏତେ ବଡ଼ ବଡ଼ ଉପହାର ଦେବା ଆବଶ୍ୟକ କି? ବିଜୟ ଚୁପ୍ ରହିଲା, ସେ ହସି କହିଲା, ମାୟା ମୋ ଅପା ମୋ ପାଇଁ ସବୁକିଛି କରିଥିଲା, ସେ କେବଳ ବର୍ଷରେ ଗୋଟିଏ ଦିନ ମୋ ଠୁ କିଛି ଆଶା କରୁଛି। କିନ୍ତୁ ପରବର୍ଷରୁ ମାୟା ଧୀରେ ଧୀରେ ସଂପର୍କ ଭାଙ୍ଗିବାର ଯୋଜନା କରିବାକୁ ଆରମ୍ଭ କଲା। ଏବଂ ଏଥର... ସେହି ମେସେଜ୍ ଥିଲା ଅପା ଏଥର ରାକ୍ଷୀ ରେ ଆସ ନାହିଁ, ମୁଁ ଏବଂ ତୁମ ଭାଇ ବାହାରକୁ ଯାଉଛୁ। ଶ୍ରାବଣୀ ଫୋନ୍ ଉଠାଇଲା, ଥରୁଥିବା ଆଙ୍ଗୁଠିରେ ନମ୍ବର ଡାଏଲ୍ କଲା, ବିଜୟ ଉଠାଇଲା, ହଁ ଅପା ତୁ କେଉଁ ବାହାରକୁ ଯାଉଛୁ ? ହଁ ଅପା, ହଠାତ୍ ପ୍ଲାନ୍ ହୋଇଗଲା। ଠିକ୍ ଅଛି, ଖୁସିରେ ରହ ଏହା କହି ସେ କଲ୍ କାଟିଦେଲା ଶ୍ରାବଣୀ କିନ୍ତୁ ସେଠାରୁ ଲୁହ ଝରି ପଡ଼ିଲା, ଯେପରି ବର୍ଷ ବର୍ଷର ରାକ୍ଷୀ ସେହି ଆର୍ଦ୍ର ଲୁହରେ ଧୋଇ ହୋଇଗଲା। ସେହି ରାତିରେ ଶ୍ରାବଣୀ ତା ମାଆର ଫଟୋ ଆଗରେ ଦୀପ ଜାଳି କହିଲେ, ମାଆ ଦେଖ ତୋ ପୁଅ ଏବେ ବଡ଼ ହୋଇଗଲାଣି, ତାକୁ ଏବେ ଭଉଣୀର ଆବଶ୍ୟକତା ନାହିଁ।
ଏଠାରେ ବିଜୟ ରାତିରେ ଶୋଇ ପାରୁ ନଥିଲା କଡ ଲେଉଟାଇ ରାତି ଟି କଟିଲା । ଶ୍ରାବଣୀର କଥାରେ ସେ କିଛି ଭାଙ୍ଗି ପଡ଼ିଥିବା ଅନୁଭବ କଲା। ରାକ୍ଷୀ ଦିନ, ଯେତେବେଳେ ସମସ୍ତେ ସୋସିଆଲ ମିଡିଆରେ ଖବର ସେୟାର କରୁଥିଲେ,
ଭଉଣୀମାନଙ୍କ ସହିତ ଫଟୋ ପୋଷ୍ଟ କରିବା ସମୟରେ, ବିଜୟ ବହୁତ୍ ଦୁଃଖ ଅନୁଭବ କରୁ ଥିଲା । ତା'ପରେ ସେ ଏକ ପୋଷ୍ଟ ଦେଖିଲା - "କିଛି ସମ୍ପର୍କ ଛିଣ୍ଡି ଥିବା ସୁତାରେ ବନ୍ଧା ହୋଇନଥାଏ, ବରଂ ବଳିଦାନ ଦ୍ୱାରା କିନ୍ତୁ ଯେତେବେଳେ ଗୋଟିଏ ବଳିଦାନ ଦେଇ ଅନ୍ୟଟି ଭୁଲିଯାଏ, ସେହି ସମ୍ପର୍କ ମଧ୍ୟ ମରିଯାଏ " ଏହା ଶ୍ରାବଣୀର ପୋଷ୍ଟ ଥିଲା। ବିଜୟର ହାତ ଥରିବାକୁ ଲାଗିଲା।
ସେ କିଛି ସମୟ ପାଇଁ ନୀରବ ରହିଲା ତା'ପରେ ମାୟାକୁ କହିଲା, ମାୟା ମତେ ଗାଁ କୁ ଯିବାକୁ ପଡିବ ଅପା ପାଖକୁ। ମାୟା ଚମକି ପଡିଲା, ତୁମେ କଣ କହିବାକୁ ଚାହୁଁଛ ? ଆମେ ବାହାରକୁ ଯିବା ପାଇଁ ପ୍ଲାନ୍ କରିଛେ ପରା। ମାୟା ତୁମେ ଯାହା ବୁଝିବାକୁ ଚାହୁଁଛ ବୁଝ, କିନ୍ତୁ ମୁଁ ଅପା ସହିତ ବହୁତ ବିଶ୍ୱାସଘାତ କରିଛି। ଯାହାକୁ ସେ ମାଆ ଭାବରେ ପୂଜା କରୁଥିଲା, ଯାହା ପାଇଁ ସେ ସବୁକିଛି ଛାଡି ଦେଇଥିଲା, ମୁଁ ତାକୁ ଗୋଟିଏ ମେସେଜରେ ବାହାର କରିଦେଲି। ମାୟା ରାଗରେ ମୁହଁ ଫେରାଇଲା, କିନ୍ତୁ ବିଜୟ ତା'ର ଲଗେଜ ଉଠାଇ ତୁରନ୍ତ ଷ୍ଟେସନକୁ ଚାଲିଗଲା।
ଯେତେବେଳେ ସେ ଗାଁ ରେ ପହଞ୍ଚିଲା, ଶ୍ରାବଣୀ ତା'ର ଛୋଟ କୋଠରୀରେ ବସିଥିଲା। ତା'ର ଆଖି କାନ୍ଦି କାନ୍ଦି ଲାଲ ହୋଇ ଯାଇ ଥିଲା, କିନ୍ତୁ ଯେତେବେଳେ ଡୋରବେଲ୍ ବାଜିଲା ଆଉ ଶ୍ରାବଣୀ କବାଟ ଖୋଲି ଦେଖିଲା ବିଜୟ ହାତରେ ରାକ୍ଷୀ ଧରି ଠିଆ ହୋଇଥିଲା ,ସେ କାନ୍ଦି ପକାଇଲା। ଅପା ମୋତେ କ୍ଷମା କର। ମୁଁ ମାୟା ଆଗରେ ଫସି ଗଲି ମୁଁ ତୋର ପ୍ରେମକୁ ଭୁଲିଗଲି । ନା ବିଜୟ ତୁ ଦୁନିଆର ଚତୁରତାରେ ଫସିଗଲୁ। ବିଜୟ ଶ୍ରାବଣୀର ହାତ ଧରି କହିଲା, ଅପା ମୋ ସହିତ ଆସ, ତୋ ବିନା ମୋ ଘର ଅସମ୍ପୂର୍ଣ୍ଣ।
ପରବର୍ଷ ଯେତେବେଳେ ଶ୍ରାବଣୀ ବିଜୟ ଘରକୁ ଆସିଲା, ମାୟା ଦ୍ୱାର ଖୋଲି ପ୍ରଥମ ଥର ପାଇଁ ମୁଣ୍ଡିଆ ମାରିଲା।
କେତେକ ସମୟରେ ରାକ୍ଷୀ କେବଳ ଏକ ସୂତା ନୁହେଁ, ଏହା ଏକ ଇତିହାସ ଅଛି, ତ୍ୟାଗ, ପ୍ରେମ ଏବଂ ସମ୍ପର୍କର ପରୀକ୍ଷା ।
ପାରିବାରିକ ସମ୍ପର୍କ ସମୟ ଏବଂ ଦୂରତା ଦ୍ୱାରା ନୁହେଁ, ବରଂ ହୃଦୟ ଦ୍ୱାରା ବଜାୟ ରଖାଯାଏ। ରାଖୀର ସୂତ୍ର ଛିଣ୍ଡିଗଲେ ମଧ୍ୟ, ହୃଦୟର ସମ୍ପର୍କ ତାହାକୁ ପୁଣି ବାନ୍ଧିପାରେ.........
