Anup kumar

Abstract Drama Others

4.5  

Anup kumar

Abstract Drama Others

ସବୁ ମୋହ ମାୟା

ସବୁ ମୋହ ମାୟା

4 mins
339



ଅସୀମିତ ସ୍ପୃହା ଓ ଅନନ୍ତ କ୍ଷୁଧା ବିଶିଷ୍ଟ ଏ ଜୀବନ ରେ କେଉଁ ମୁହୁର୍ତ୍ତ ରେ ଯେ ସମସ୍ତ କ୍ଷୁଧା ତୃଷ୍ଣା ଦୂର ହୋଇ ଯାଏ ସେ କଥା ସ୍ଵୟଂ ପରମାତ୍ମା ଙ୍କୁ ଜଣା।ବର୍ତ୍ତମାନ ସମୟରେ ଯାହା ପ୍ରାଣୀ ଭୋଗ କରେ ଭବିଷ୍ୟତ ରେ ଠିକ୍ ସେଇ ସବୁ ଭୋଗ କରିବ କୁ ନ କରିବ ସେ କଥା କିଏ କହି ପାରିବ?? ନିମିଷ କ ମଧ୍ୟରେ ସମୟ ବଦଳି ଯାଏ ସୁଖ ସମୃଦ୍ଧି ଆଧିପତ୍ୟ, ସବୁ ଦୁରେଇ ଯାଏ। ଏମିତି ଅନେକ ଉଦାହରଣ ଇତିହାସ ପୃଷ୍ଠାରୁ ମିଳି ଯାଏ।

             ବାବୁ…ଉଠ୍ .. ସମୟ ଆସି ଆଠ ଟା ବାଜିଲାଣି ଉଠିବୁ କେବେ ?

ବାବୁ

ଓହୋ କି ପିଲା ୟେ ?

ଉଁ……

ଆରେ ସେ ରିତେଶ ଆସି ଥିଲା ,ଆଜି କଣ ମ୍ୟାଚ୍ ଅଛି ପରା।

ଆଛା?? ରିତେଶ ଆସି ଥିଲା??

କଣ ହେଲା ତା ନାଁ କହୁ କହୁ ତୋ ନିଦ ଭାଙ୍ଗି ଗଲା ???

ମମି ଆଜି କେତେ ତାରିଖ କି??

ଆଜି ପରା ୨୮ ତାରିଖ ,କଣ ହେଲା କି ??

ଆଜି ଫାଇନାଲ ମ୍ୟାଚ,ଦେଖିବୁ ମମି ମୁଁ ମ୍ୟାନ୍ ଅଫ୍ ଦ ସିରିଜ୍ ହେବି ।

ତୁ ଯାହା ହେବା ର ଅଛି ହେଇ ଯା, ମୋର ତେଣେ ବହୁତ୍ କାମ ଅଛି , ଡାଇନିଂ ଟେବୁଲ୍ ରେ ଜଳଖିଆ ରଖି ଦେଇଛି ,ତୁ ଖାଇ ଦବୁ।ଆଜି ରିହଲସେଲ ବି ଅଛି ନା ୩୧ ଡିସେମ୍ବର ପ୍ରୋଗ୍ରାମ ପାଇଁ ?

ହଁ ,ସନ୍ଧ୍ୟା ରେ..।

ୟେ ଥିଲା ବାବୁ .. ଶୁଭ ନାମ ଅଭୟ ପୟର ଦାଶ। ଭଲ ଖେଳେ ଗୀତାର ବଜେଇ ଗୀତ ବି ଗାଇ ପାରେ,ଉତ୍ତମ ବକ୍ତା ,ଦେଖିବାକୁ ମଧ୍ୟ ଜଣେ ସୁଦର୍ଶନ ଯୁବକ।ବହୁ ପ୍ରତିଭା ର ଅଧିକାରୀ । ସେଇଥି ପାଇଁ କଲୋନୀ ଠୁ ନେଇ କଲେଜ୍ ପର୍ଯ୍ୟନ୍ତ ସବୁଠି ଆଲୋଚନା ର କେନ୍ଦ୍ର ବିନ୍ଦୁ ଅଭୟ ଓରଫ୍ ବାବୁ ।ବାପା ଜଣେ ହୋଲ୍ ସେଲ୍ ଡିଲର, ପଇସା ପତ୍ର ର ଅଭାବ ନାହିଁ କହିଲେ ଚଳେ। କନିଷ୍ଠ ସନ୍ତାନ ତେଣୁ ସେ ଯାହା ବି କରେ ମମି ପାପା କିଛି ଆପତ୍ତି ନ ଥାଏ, ବଡ ଝିଅ ର ବାହାଘର ହୋଇ ଯାଇ ଥାଏ ,ବଡ ପୁଅ ରାଉଲକେଲା ରେ ଚାକିରି କରେ ସେଇଥି ପାଇଁ ପୁଅ ବୋହୁ ଦୁହେଁ ସେଇଠି ରୁହନ୍ତି ।ଘରେ ଗୋଟିଏ ରୁମ୍ ପୁରା ଭର୍ତି ହୋଇ ଥାଏ ବାବୁ ପୁରସ୍କାର ରେ ଜିତି ଥିବା କପ୍ ସିଲ୍ ରେ । ଏ ସବୁ ଦେଖି ବାପା ଅଜୟ ଦାଶ ଙ୍କ ଛାତି ଗର୍ବ ରେ ଫାଟି ପଡେ ।

ଭାଇ ଭାଉଜ ବି ଭୁବନେଶ୍ବର ଆସିଲେ ବାବୁ ପାଇଁ ଆସେ ବହୁତ୍ କିଛି ଯେମିତି ଡ୍ରେସ୍, ଘଡି, ଜୋତା ଇତ୍ୟାଦି ।ଛୋଟ ପୁତୁରା ଝିଆରୀ ଙ୍କୁ ନେଇ ବାବୁ ଗାଡି ରେ ବୁଲେଇ ଦେଇ ଥାଏ ଆଈଶ୍କ୍ରିମ ଖୁଆଇ ଦିଏ । ଭଣଜା ଭାନିଯି ମାନେ ବି ବାବୁ କୁ ବହୁତ୍ ଭଲ ପାଆନ୍ତି , ଭଣଜା ତ ବାବୁ ମାମୁଁ ର ବହୁତ୍ ବଡ ପ୍ରଶସଙ୍କ।

ଭାଉଜ ଙ୍କ ଘର ଲୋକେ ବି ବାବୁ କୁ ବହୁତ୍ ପସନ୍ଦ କରନ୍ତି ।ଖାସ୍ କରି ଭାଉଜ ଙ୍କ ସାନ ଭଉଣୀ ।ସେ ବହୁତ୍ ପଶନ୍ଦ କରେ ।

ବାବୁ କିନ୍ତୁ କିଛି କରିବାର ଆଶା ନେଇ ଏ ସବୁ କୁ ଅଣଦେଖା କରେ ।

କଲୋନୀ ଓ କଲେଜ୍ ର ବି ବହୁତ୍ ଝିଅ ତା ପଛରେ ପଡ଼ି ଥିଲେ କିନ୍ତୁ ବାବୁ ର ଗୋଟିଏ ବୋଲି ହୃଦୟ ସେ କାହାକୁ ଅବା ଦବ??

ବାବୁ ର ନାଁ ଧୀରେ ଧୀରେ ସବୁ ଆଡେ ବିଖ୍ୟାତ ହେବାକୁ ଲାଗି ଥାଏ । ଭଏସ୍ ଅଫ୍ ଓଡ଼ିଶା ଜିତିବା ପରେ କିଛି ମ୍ୟୁଜିକ କମ୍ପାନୀ ବି ଅଫର୍ ଦେଇ ଥିଲେ ଗୀତ ଗାଇବା ପାଇଁ।

ଗୋଟିଏ ଗୀତ ରେକଡିଁ ବେଳେ ଜଣେ ଚଳଚ୍ଚିତ୍ର ଅଭିନେତ୍ରୀ ତା ପ୍ରେମ ରେ ପଡ଼ି ଯାଇ ଥିଲା ବାବୁ । ତା ପ୍ରେମ ନିବେଦନ କୁ ପ୍ରତ୍ୟାଖ୍ୟାନ କରି ପାରି ନ ଥିଲା । ଶେଇଥି ପାଇଁ ବାବୁ ଆହୁରି ପ୍ରସିଦ୍ଧ ହୋଇ ଥାଏ । ଜନ ଜନ ରେ ଏବେ ବାବୁ ର ଚର୍ଚ୍ଚା ।

ସଫଳତା ର ଚରମ ସୀମା ରେ ପହଞ୍ଚି ସାରିଥିଲା ବାବୁ ।ଅନେକ ଷ୍ଟେଜ ସୋ ରେ ମୁଖ୍ୟ ଆକର୍ଷଣ ଥିଲା ବାବୁ ।ଓଡ଼ିଶା ର ସହର ଠୁ ନେଇ ପୁର ପଲ୍ଲୀ ରେ ବାବୁ ର ପ୍ରଶଂସା।

           କିନ୍ତୁ ସମୟ ବେଳେବେଳେ ଏମିତି ଖେଳ ଖେଳେ ଯାହା କଳ୍ପନା ର ବାହାରେ । ହଠାତ୍ଏକ ପକ୍ଷାଘାତ ରୋଗ ରେ ଆକ୍ରାନ୍ତ ହୋଇ ଥିଲା ସେ ।ଗୋଟିଏ ଅଙ୍ଗ କାମ କରିବା ବନ୍ଦ୍ କରି ଥିଲା ,ମୁହଁ ମୋଡ଼ି ହୋଇ ଯାଇ ଥିଲା । ନା ରହିଲା ସୁନ୍ଦର୍ ଶରୀର ନା ଥିଲା ସୁନ୍ଦର୍ କଣ୍ଠ ସ୍ୱର ।

ଧୀରେ ଧୀରେ ତା ହାତ ରୁ ଖସି ବାକୁ ଲାଗି ଥିଲା , ମାନ ସମ୍ମାନ , ଐଶ୍ୱର୍ଯ୍ୟ, ପ୍ରତିଷ୍ଠା, ପ୍ରେମ ମଧ୍ୟ ।

ତା ପାଇଁ ଅନେକ ଟଙ୍କା ଖର୍ଚ୍ଚ ହୋଇ ଥିଲା , ପାପା ଙ୍କ ଅଧାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା କେବଳ ବାବୁ ର ଚିକିତ୍ସା ରେ ।

ବହୁତ୍ ଦିନ ର ଚିକିତ୍ସା ପରେ ଅଳ୍ପ ଟିକେ ପରିବର୍ତ୍ତନ ଆସି ଥିଲା ବାବୁ ଶରୀର ରେ ।

କିନ୍ତୁ ଛୋଟେଇ ଛୋଟେଇ ଚାଲେ , ଖନି ଖନି କଥା କହେ ।

ମାଆ ବାପା ତ ଯେମିତି ହେଉ ପଛେ ଛାଡି ପାରିବେ ନାହିଁ କିନ୍ତୁ ସାଙ୍ଗ ସାଥୀ ଭାଇ ଭଉଣୀ ,ସମାଜ,ସମସ୍ତେ ମୁହଁ ଫେରାଇ ନେଇ ଥିଲେ ବାବୁ ଠାରୁ ।

ଯୋଉ ବାବୁ ଦିନେ ବଜାର କୁ ବାହାରିଲେ ଚାଲି ଯାଉ ଥିବା ଲୋକ ଟିକେ ରହି ଯାଇ ଚାହୁଁ ଥିଲା ,ଆଜି ସେଇ ବାବୁ ବାହାରକୁ ଗଲେ ତା ଚାଲି ଓ ରୂପ କୁ ଦେଖି ଲୋକେ ଦୟା ଦେଖାଉ ଛନ୍ତି ।ଭାଇ ର ଶାଳୀ ଘରକୁ ଆସିଲେ ବାବୁ ର ପଛରେ ପଡ଼ି ଯାଉ ଥିଲା ଏବେ ସେ ବହାହୋଇ ପୁତୁରା ର ବ୍ରତୋପାୟନ୍ ପାଇଁ ଆସି ଥିଲା କିନ୍ତୁ ନ ଚିହ୍ନିବା ଭଳି ଅଭିନୟ କରୁ ଥାଏ ।

ବହୁ ବର୍ଷ ପରେ ବାବୁ ଶରୀର ଟିକେ ସୁଧାର ଆସି ଥାଏ ,ସେ ଏବେ ଭଲ ରେ ଚାଲି ପାରୁ ଥାଏ କଥା ବି କହି ପାରୁ ଥାଏ ।କିନ୍ତୁ ସେ ସମୟ ଅନ୍ୟ କାହାର ହୋଇ ସାରି ଥାଏ ନୂଆ ନୂଆ କଣ୍ଠଶିଳ୍ପୀ ଆସି ଥାଆନ୍ତି ନୂଆ ନୂଆ ଖେଳାଳି ଏବେ ଓଡ଼ିଶା ଟିମ୍ ରେ ।ବାବୁ ର ନାଁ ଲୁଚି ଯାଇ ଥିଲା କେହି ବି ତାକୁ ମନେ ରଖି ନାହାନ୍ତି ।

ବାବୁ ଏବେ ବୁଝି ସାରି ଥାଏ , ମଣିଷ ର ପ୍ରତିଭା ର ସମ୍ମାନ ହୁଏ କେବଳ ସମୟ କୁ ନେଇ , ଏ ସମୟ ବି ଟଙ୍କା ଭଳି ,ଯାହା ହାତରେ ଥାଏ ତାର ଗୋଲାମୀ କରି ଥାଏ ।ଥରେ ହାତ ରୁ ଚାଲି ଗଲା ପରେ ସେ ପୂର୍ବ ମାଲିକ କୁ ଚିହ୍ନିବାକୁ ବି ପସନ୍ଦ କରେ ନାହିଁ ।

    ଏ ଧନ ,ମାନ ସମ୍ମାନ ଐଶ୍ୱର୍ଯ୍ୟ ସବୁ କେବଳ ମୋହ ମାୟା ।ଏବେ ବାବୁ ପୈତୃକ କାରବାର କୁ ସମ୍ଭାଳୁଛି । ଛୋଟ ଦୋକାନ ଟିଏ କରି ଦୈନିକ ଜୀବନ ଯାପନ କରୁଛି , ସକାଳ ସନ୍ଧ୍ୟା ରେ ଜଗନ୍ନାଥ ଙ୍କ ନାମ ନେଇ ।

     ଏବେ ତା ଦୋକାନ ରୁ ଭାସି ଆସେ ଭଜନ ,ସବୁ ମୋହ ମାୟା ରେ ଭାଇ ସବୁ ମୋହ ମାୟା ।


              


Rate this content
Log in

Similar oriya story from Abstract