Anup kumar

Drama Classics Others

4.5  

Anup kumar

Drama Classics Others

ପଥ ପରିଷ୍କାର

ପଥ ପରିଷ୍କାର

4 mins
365



       ସୋହନର ବାପାମାଆ ଦିନମାନ ମନାଉଛନ୍ତି ଖୁସି । ସଭିଁଙ୍କୁ ମିଠା ଦେଲା ବେଳେ ଗଡ ଜିତିଲା ଭଳି ବଖାଣୁଥାନ୍ତି କୁନିପୁଅ ସୋହନର ସଫଳତା । କିପରି ହଜାର ହଜାର ପିଲାଙ୍କୁ ଟପି ହେଇଚି ଯୋଗ୍ୟ । ଅଳ୍ପ କିଛି ପିଲାଙ୍କ ଭିତରେ ତାଙ୍କ କୁନି ପୁଅ ବି ଜଣେ । ଖୁବ ଶୀଘ୍ର ହେବ ଆଡମିସନ । ଏଇ ଅଞ୍ଚଳର ଦାମୀ ସ୍କୁଲରେ ପଢିବ ପାଠ। ଷ୍ଟାର୍ଣ୍ଡାଡ ଥ୍ରୀରୁ ପଢିବ ସେଇଠି ରହି । ସମସ୍ତ ସୁବିଧା ରହିଛି ସେଠାରେ । ସେବକ ସେବିକା ମାଳମାଳ । ସ୍ୱାସ୍ଥ୍ୟକର ପରିବେଶ । ଖଳକୁଦ ସାଙ୍ଗକୁ ଖାଇବା ପିଇବା ସବୁ ଠିକ ସମୟକୁ । ଏକ ନମ୍ବର ସବୁଥିରେ । ସେଇଥି ପାଇଁ ତ ସବୁ ଅଭିଭାବକଙ୍କ ପ୍ରଥମ ପସନ୍ଦ ସେଇ ସ୍କୁଲ । ଅବଶ୍ୟ ସ୍କୁଲ ଫିସ୍‍ଟା ଟିକେ ପଡିବ ଅଧିକ । ପଡୁ!ଯେତେ ପଡୁଛି ପଡୁ । ପିଲାଙ୍କ ପାଇଁ ତ ପଇସା । ତାକୁ ସଞ୍ଚି ଅବା କ’ଣ ଲାଭ । 


        ସମସ୍ତ ପ୍ରସ୍ତୁତି ପ୍ରାୟ ଏକ ପ୍ରକାର ସରିବା ଉପରେ । କୁନି ପୁଅ ପାଇଁ କିଣାକିଣି ସରିଲାଣି ନୂଆ ଡ୍ରେସ । ନୂଆ ବ୍ୟାଗ୍, ଖାତା ବହି ପେନ ପେନସିଲ ସବୁ କିଛି ନୂଆ । ସତେ କି ପ୍ରସ୍ତୁତି ଚାଲିଛି ବାହା ହେଇ ଝିଅ ଯିବ ଶାଶୁଘର । ମା’ ତାର ଭଲ ଭଲ ଖାଇବା ବନେଇ କି ବି ଦେଉଚି । ମିଠା ମିଠା କଥା କହି ବୁଝଉଛି । କିପରି ରହିବ । କିପରି ଚଳିବ ସାଙ୍ଗ ସାଥି ସ୍କୁଲ ଶିକ୍ଷକଙ୍କୁ ନେଇ। 


      ଜଣେଇ ଦିଆ ସରିଛି ଗାଡି ବାଲାକୁ । ଆସିବ ସକାଳକୁ । ଘର ପରିବାର ମିଶି ଛାଡିବାକୁ ଯିବେ ସୋହନକୁ । ବାପା ମା’ର ମାଟିରେ ଗୋଡ ଲାଗୁ ନଥାଏ ଖୁସିରେ । ମାଠିଆରୁ ଗୁଡ ଝରିଲା ପରି ଖୁସି ଝରୁଥାଏ ସଭିଁଙ୍କ ମନରେ । ଖୁସି ହେବା ବି ସ୍ୱଭାବିକ । ପିଲାର କ୍ୟାରିୟର କଥା । ଏଇ ସ୍କୁଲରେ ଦେଇ ହିଁ ରହି ହେବ ଚିନ୍ତା ମୁକ୍ତ । ନ ଥିବ ଚିନ୍ତା ପାଠ କି ଭବିଷ୍ୟତକୁ ନେଇ ।


       କିଛି ଦିନ ହେବ ସୋହନର ଆସିଛି ଢେର୍‍ ପରିବର୍ତ୍ତନ । ଖାଉଛି ପିଉଛି ବୁଲୁଛି ସତ, ହେଲେ ଠିକ ଗୋଟାଏ ରବଟ ପରି । ମୁହଁରୁ ତା’ର ସତେ କି କିଏ ଚୋରେଇ ନେଇଛି ହସ । ଆଜି ଖେଳିବାକୁ ନ ଯାଇ ବସିଛି ସଂନ୍ଧ୍ୟାରୁ ଗୁମ ମାରି । ଦେଖାଯାଉଛି ଉଦାସ ଉଦାସ । ମା’ର ନଜର ଗଲା ତା’ ଠି । ଠାରିଲେ ତା’ ବାପାଙ୍କୁ । 


      ବାପା ମା’ ଦିହେଁ କୋଳେଇ ନେଇ ପଚାରିଲେ ---- ବାବାରେ! ମନ ଦୁଃଖ କାଇଁ? ପୁଅ ଆମର ଏକ ନମ୍ବର ସ୍କୁଲରେ ପାଠ ପଢିବ । ବାପା-ମା’ର ରଖିବ ନାଁ । ଆଉ କ’ଣ ଦରକାର ଯଦି କହ ? ଆମେ କିଣି ଦେବୁ । ଏବେ ଖୁସି ତ !

      ଉଦାସିଆ ହସଟେ ହସି କୁନିପୁଅ କହିଲା--- ହଁ ! ହଁ ! ମୁଁ ତମମାନଙ୍କ ଖୁସିରେ ବହୁତ ଖୁସି । ପାଠ ପଢି ବଡ ଚାକିରୀ କରିବି । ତମକୁ ଖୁସିରେ ରଖିବି ବୁଢାବୁଢି ସମୟକୁ। ଯୋଗେଇ ଦେବି ସବୁ ସୁବିଧା । ବେଶି କିଛି ଅସୁବିଧା ହେଲେ ପୋଡଶୀ ଘର ରମୁଜେଜେଙ୍କୁ ଛାଡିଲା ପରି ସବୁଠୁ ଭଲ ଜରାଶ୍ରମରେ ଛାଡି ଦେବି । ଯେଉଁଠି ଦୁନିଆର ଥିବ ସବୁ ସୁବିଧା ।


      ପୁଅର କଥା ଶୁଣି ବାପାମା’ ଦିହେଁ ମୁଣ୍ଡରେ ହାତ ଦେଇ ଗୁମ ମାରି ବସିଲେ ଘଡିଏ। । ଅନୁଭବିଲେ ସତରେ ତ ଏଇ ସ୍କୁଲ ଆଉ ବୃଦ୍ଧାଶ୍ରମ ଭିତରେ ରହିଲା କ’ଣ ପାର୍ଥକ୍ୟ। ପିଲା ବେଳଟା ଏଇଠି, ଆଉ ବୁଢା କାଳକୁ ସେଇଠି । ବାପା ମା’ର ସ୍ନେହ ବଞ୍ଚିତ ପିଲେ ସ୍କୁଲରୁ ବାହାରି ବୃଦ୍ଧାଶ୍ରମ କଥା ଭାବିବେନି ତ ଆଉ କିଏ ଭାବିବ ଯେ !! ସବୁ ସୁବିଧା ଥିବା କଥା କହି କୁନିକୁନି ପିଲାକୁ ଛାଡୁଛେ ଦାମୀ ସ୍କୁଲରେ। ଆଉ ରଖୁଛେ ନିଜ ଠୁ ଦୂରରେ । କୋମଳ ମତି ପିଲାର ମନରେ ଆମେ ହିଁ ଭରୁଛେ ବିଷ । ଆମେ ହିଁ ତ ପଥ ପରିଷ୍କାର କରୁଛେ ଭବିଷ୍ୟତର । 


       ସୋହନର ବାପାମାଆ ଦିନମାନ ମନାଉଛନ୍ତି ଖୁସି । ସଭିଁଙ୍କୁ ମିଠା ଦେଲା ବେଳେ ଗଡ ଜିତିଲା ଭଳି ବଖାଣୁଥାନ୍ତି କୁନିପୁଅ ସୋହନର ସଫଳତା । କିପରି ହଜାର ହଜାର ପିଲାଙ୍କୁ ଟପି ହେଇଚି ଯୋଗ୍ୟ । ଅଳ୍ପ କିଛି ପିଲାଙ୍କ ଭିତରେ ତାଙ୍କ କୁନି ପୁଅ ବି ଜଣେ । ଖୁବ ଶୀଘ୍ର ହେବ ଆଡମିସନ । ଏଇ ଅଞ୍ଚଳର ଦାମୀ ସ୍କୁଲରେ ପଢିବ ପାଠ। ଷ୍ଟାର୍ଣ୍ଡାଡ ଥ୍ରୀରୁ ପଢିବ ସେଇଠି ରହି । ସମସ୍ତ ସୁବିଧା ରହିଛି ସେଠାରେ । ସେବକ ସେବିକା ମାଳମାଳ । ସ୍ୱାସ୍ଥ୍ୟକର ପରିବେଶ । ଖଳକୁଦ ସାଙ୍ଗକୁ ଖାଇବା ପିଇବା ସବୁ ଠିକ ସମୟକୁ । ଏକ ନମ୍ବର ସବୁଥିରେ । ସେଇଥି ପାଇଁ ତ ସବୁ ଅଭିଭାବକଙ୍କ ପ୍ରଥମ ପସନ୍ଦ ସେଇ ସ୍କୁଲ । ଅବଶ୍ୟ ସ୍କୁଲ ଫିସ୍‍ଟା ଟିକେ ପଡିବ ଅଧିକ । ପଡୁ!ଯେତେ ପଡୁଛି ପଡୁ । ପିଲାଙ୍କ ପାଇଁ ତ ପଇସା । ତାକୁ ସଞ୍ଚି ଅବା କ’ଣ ଲାଭ । 


        ସମସ୍ତ ପ୍ରସ୍ତୁତି ପ୍ରାୟ ଏକ ପ୍ରକାର ସରିବା ଉପରେ । କୁନି ପୁଅ ପାଇଁ କିଣାକିଣି ସରିଲାଣି ନୂଆ ଡ୍ରେସ । ନୂଆ ବ୍ୟାଗ୍, ଖାତା ବହି ପେନ ପେନସିଲ ... ସବୁ କିଛି ନୂଆ । ସତେ କି ପ୍ରସ୍ତୁତି ଚାଲିଛି ବାହା ହେଇ ଝିଅ ଯିବ ଶାଶୁଘର । ମା’ ତାର ଭଲ ଭଲ ଖାଇବା ବନେଇ କି ବି ଦେଉଚି । ମିଠା ମିଠା କଥା କହି ବୁଝଉଛି । କିପରି ରହିବ । କିପରି ଚଳିବ ସାଙ୍ଗ ସାଥି ସ୍କୁଲ ଶିକ୍ଷକଙ୍କୁ ନେଇ। 


      ଜଣେଇ ଦିଆ ସରିଛି ଗାଡି ବାଲାକୁ । ଆସିବ ସକାଳକୁ । ଘର ପରିବାର ମିଶି ଛାଡିବାକୁ ଯିବେ ସୋହନକୁ । ବାପା ମା’ର ମାଟିରେ ଗୋଡ ଲାଗୁ ନଥାଏ ଖୁସିରେ । ମାଠିଆରୁ ଗୁଡ ଝରିଲା ପରି ଖୁସି ଝରୁଥାଏ ସଭିଁଙ୍କ ମନରେ । ଖୁସି ହେବା ବି ସ୍ୱ।ଭାବିକ । ପିଲାର କ୍ୟାରିୟର କଥା । ଏଇ ସ୍କୁଲରେ ଦେଇ ହିଁ ରହି ହେବ ଚିନ୍ତା ମୁକ୍ତ । ନ ଥିବ ଚିନ୍ତା ପାଠ କି ଭବିଷ୍ୟତକୁ ନେଇ ।


       କିଛି ଦିନ ହେବ ସୋହନର ଆସିଛି ଢେର୍‍ ପରିବର୍ତ୍ତନ । ଖାଉଛି ପିଉଛି ବୁଲୁଛି ସତ, ହେଲେ ଠିକ ଗୋଟାଏ ରବଟ ପରି । ମୁହଁରୁ ତା’ର ସତେ କି କିଏ ଚୋରେଇ ନେଇଛି ହସ । ଆଜି ଖେଳିବାକୁ ନ ଯାଇ ବସିଛି ସଂନ୍ଧ୍ୟାରୁ ଗୁମ ମାରି । ଦେଖାଯାଉଛି ଉଦାସ ଉଦାସ । ମା’ର ନଜର ଗଲା ତା’ ଠି । ଠାରିଲେ ତା’ ବାପାଙ୍କୁ । 


      ବାପା ମା’ ଦିହେଁ କୋଳେଇ ନେଇ ପଚାରିଲେ ବାବାରେ! ମନ ଦୁଃଖ କାଇଁ? ପୁଅ ଆମର ଏକ ନମ୍ବର ସ୍କୁଲରେ ପାଠ ପଢିବ । ବାପା-ମା’ର ରଖିବ ନାଁ । ଆଉ କ’ଣ ଦରକାର ଯଦି କହ ? ଆମେ କିଣି ଦେବୁ । ଏବେ ଖୁସି ତ !

      ଉଦାସିଆ ହସଟେ ହସି କୁନିପୁଅ କହିଲା--- ହଁ ! ହଁ ! ମୁଁ ତମମାନଙ୍କ ଖୁସିରେ ବହୁତ ଖୁସି । ପାଠ ପଢି ବଡ ଚାକିରୀ କରିବି । ତମକୁ ଖୁସିରେ ରଖିବି ବୁଢାବୁଢି ସମୟକୁ। ଯୋଗେଇ ଦେବି ସବୁ ସୁବିଧା । ବେଶି କିଛି ଅସୁବିଧା ହେଲେ ପୋଡଶୀ ଘର ରମୁଜେଜେଙ୍କୁ ଛାଡିଲା ପରି ସବୁଠୁ ଭଲ ଜରାଶ୍ରମରେ ଛାଡି ଦେବି । ଯେଉଁଠି ଦୁନିଆର ଥିବ ସବୁ ସୁବିଧା ।


      ପୁଅର କଥା ଶୁଣି ବାପାମା’ ଦିହେଁ ମୁଣ୍ଡରେ ହାତ ଦେଇ ଗୁମ ମାରି ବସିଲେ ଘଡିଏ। । ଅନୁଭବିଲେ ସତରେ ତ ଏଇ ସ୍କୁଲ ଆଉ ବୃଦ୍ଧାଶ୍ରମ ଭିତରେ ରହିଲା କ’ଣ ପାର୍ଥକ୍ୟ। ପିଲା ବେଳଟା ଏଇଠି, ଆଉ ବୁଢା କାଳକୁ ସେଇଠି । ବାପା ମା’ର ସ୍ନେହ ବଞ୍ଚିତ ପିଲେ ସ୍କୁଲରୁ ବାହାରି ବୃଦ୍ଧାଶ୍ରମ କଥା ଭାବିବେନି ତ ଆଉ କିଏ ଭାବିବ ଯେ !! ସବୁ ସୁବିଧା ଥିବା କଥା କହି କୁନିକୁନି ପିଲାକୁ ଛାଡୁଛେ ଦାମୀ ସ୍କୁଲରେ। ଆଉ ରଖୁଛେ ନିଜ ଠୁ ଦୂରରେ । କୋମଳ ମତି ପିଲାର ମନରେ ଆମେ ହିଁ ଭରୁଛେ ବିଷ । ଆମେ ହିଁ ତ ପଥ ପରିଷ୍କାର କରୁଛେ ଭବିଷ୍ୟତର ।


Rate this content
Log in

Similar oriya story from Drama