Jyotiranjan Sahu

Abstract

5.0  

Jyotiranjan Sahu

Abstract

ଆଉ ଜଣେ ବିନୋବା

ଆଉ ଜଣେ ବିନୋବା

4 mins
518


ବେଳେବେଳେ ଗୋଟେ ଲଭ୍ ଷ୍ଟୋରି ଲେଖିବାକୁ ଇଚ୍ଛା ହୁଏ । ହେଲେ ଆଜିକାଲିର ଲଭ୍ ଷ୍ଟୋରି ଫୋନ୍ ରୁ ଆରମ୍ଭ ଆଉ ନେଟୱାର୍କ ବିଜିରେ ଶେଷ । ପୁଣି କେତେବେଳେ ଇଚ୍ଛା ଟ୍ରେଜେଡି ଆଡେ । ମାନେ କେହିଜଣେ ହସ୍ପିଟାଲାଇଜଡ୍ ; ଟଂକା ପାଇଁ କାକୁତି ମିନତି ହେଲାବେଳକୁ ନେଟୱାର୍କ ଫେଲ୍ । ତେବେ ଚାଲନ୍ତୁ ଆଜି ଟିକିଏ ଅଲଗା ପ୍ରକାର ର ଷ୍ଟୋରିଟେ ପଢିବା । କଣ ପଢିବା ! ! ଆଗ ଚାଲନ୍ତୁ ଏହି ନେଟୱାର୍କ ସହ ଟିକିଏ କଥା ହେବା । ନେଟୱାର୍କ ସହ କଥା ହେବା ମାନେ ମୋ ସାଂଗ ଟିଏ ଏ ଲାଇନ ର । ତା କଥା ଟିକିଏ ହେବା । ସ#ପ ଦାସ୍ ! ନା , ନା , ଇଞିନିୟର ସ#ପ ଦାସ । ଶାନ୍ତ ସରଳ ଆଉ ଟେଲେଣ୍ଟେଡ୍ ବି । ଇଞିନିୟରିଂ ରେ ଡିଗ୍ରୀ କରି ବାହାରେ ବହୁତ ଜାଗାରେ କାମ କରି ନିଜ ଯୌବନ ର ପ୍ରମୁଖ ସମୟ ଗୁଡାକୁ କମ୍ପାନୀ ମାନକଂ ହାତକୁ ଟେକିଦେଲା ପରେ ; ଅନ୍ୟ ଆର୍ଥରେ କହିବାକୁ ଗଲେ ଶୋଷଣର ଶିକାର ହେବା ପରେ ଶେଷରେ ଘର ପାଖ ଗୋଟେ ମୋବାଇଲ ନେଟୱାର୍କ କମ୍ପାନୀରେ ଜଏନ୍ କଲା । ଯେବେ ପ୍ରଥମେ ସିଏ ଜଏନ୍ କଲା ତା କିଛିଦିନ ପରେ ଦିନେ ମୋ ସହ ଦେଖାହେଲା । ମୁଁ ତାକୁ ପଚାରିଲି " ଆରେ ତୁ ଏଇଠି ! କେତେ ଦେଉଛନ୍ତି ଏମାନେ " ? ମୋର ଏ ପ୍ରଶ୍ନରେ ମୁହଁଟା ଶୁଖାଇ ଦେଇ ସିଏ କହିଲା " କେତେ ଆଉ ଦେବେ ? କଟିକାଟି ପନ୍ଦର ହଜାର । ଘର ପାଖରେ ତ ! ଚଳିଯିବି ଭାବିଲି । ବାପା ହାଇ ବ୍ଲଡ ପ୍ରେସର ପାଇଁ ତିନି ମାସ ହେଲାଣି କୋମାରେ । ଚାକିରି କୁ କେମିତି ଯିବି ! ତେଣୁ କମ୍ପାନୀ ରିଜାଇନ୍ କରିବାକୁ ବାଧ୍ୟ କଲା । ବାହାରକୁ ଯିବି କହିଲେ ମା ଅରାଜି । ଆଉ ଏପରି ଅବସ୍ଥାରେ ମୁଁ ବି ବାପା ମା କୁଂ ଛାଡି କେମିତି ଯିବି ! ବାହାରେ ପଚିଶି ହଜାର ପାଉଥିଲି । ସେଇଠି ଫ୍ୟାମିଲି ନେଇ ରହିଲେ ପଚିଶି ହଜାର କେତେବା ଟଂକା ! ଏଇଠି ପନ୍ଦର ଦେବ କହିଲାରୁ ରାଜି ହୋଇଗଲି " । ଏତିକି ଶୁଣି ମୁଁ ପଚାରିଲି " କାମ କେମିତି " ? ଜବାବରେ ସିଏ କହିଲା " ପଚାରନି ଆଉ ! ରାତି ବାରଟା ନାଇଁ ଦୁଇଟା ନାଇଁ ଯେତେବେଳେ କଲ୍ ଆସିଲା ଫାଇବର ଅପଟିକସ୍ କଟିଛି ; ସାଇଡ୍ ଡାଉନ୍ ; ସାଂଗେସାଂଗେ ଚାଲ । ସବୁଦିନ କେବୁଲ କଟୁଛି ଆଉ ପ୍ରାୟଦିନ ରାତି ଅନିଦ୍ରା । ଦିନ ରାତି କାମ । ଫୁରୁସତ ନାହିଁ । ଘର ପାଖରେ ରହିଲେବି ଘର କଥା ବୁଝିପାରୁନି । ଛୁଟି ଦରକାର ହେଲେ ହଜାରେ କୈଫତ । ଏଇଠି ତିନିଟା ପିଲା ର କାମ । ଅଛି ମୁଁ ଜଣେ । ଅଧିକ କହିଲେ କମ୍ପାନୀ ଛାଡ । କଣ କରିବି ! ଭାଗ୍ୟ କୁ ଆଦରି ପଡିଛି " । " ତିନି ଜଣକଂ କାମ ଯଦି ଏତେ ହଡବଡି ରେ କାମ କରିବା କଣ ଦରକାର । ତୁ ଆରାମ ରେ ତୋ ହିସାବରେ କାମ କର " ବୋଲି ମୁଁ ତାକୁ କହିଲି । ସେଇଠୁ ହସିଦେଇ ସେ କହିଲା " ବୁଝିଲୁ ! ବୟ ଫ୍ରେଣ୍ଡ ତା ଗାର୍ଲ ଫ୍ରେଣ୍ଡର ଫୋନ କୁ ଅପେକ୍ଷା କରିଥିବ । ସ୍ବାମୀ ବାହାରକୁ ଯାଇଛନ୍ତି ବୋଲି ସ୍ତୀ  ମୁଣ୍ଡ ପାଖରେ ଫୋନ ରଖି ଶୋଇଥିବ । କାହାର ଦେହ ଖରାପ ଅଛି ; ସିଏ ବ୍ୟସ୍ତ ହୋଇ କାହାରିକୁ ଜଣାଇବାକୁ ଫୋନ କରୁଥିବ । ଆଉ ସେତିକିବେଳେ ଯଦି ନେଟୱାର୍କ ଧୋକା ଦେଇଦେଲା ! କେମିତି ଲାଗିବ ! ଲୋକ କଂର ଆଉ ବିଶ୍ବାସ ରହିବ ନେଟୱାର୍କ କମ୍ପନୀ ଉପରେ " ! ସେଦିନ ତା କଥା ଶୁଣି ଲାଗିଲା ସତରେ ଖାଲି ସୀମାରେ ଆମ ଯୁବ ପିଢୀଟା ତା ଯୌବନକୁ ସମର୍ପି ଦେଉନି ; ଆପିତୁ ସୀମା ଭିତରେ ଲୋକ କଂ ସେବା ପାଇଁ ବି ଅନେକ ଯୁବକ ଆମ ଅଜାଣତରେ ନିଜ ଯୌବନକୁ ବିକ୍ରି କରି ଆମକୁ ସେବା ଦେଇଚାଲିଛନ୍ତି । ସେହି ସମସ୍ତେ ଆଜି ଲାଇମ୍ ଲାଇଟ୍ ରୁ ଅନେକ ଦୂର ରେ ଠିକ୍ ସେହି ତାଜ ମହଲର ଅଜଣା କାରିଗର ମାନକଂ ପରି । 


         ଏମିତି କିଛି ବର୍ଷ ଗଲା ପରେ ହଠାତ୍ ଦିନେ ମୋ ମୋବାଇଲ୍ କୁ ତା ଫୋନ ଆସିଲା । ମନ ଦୁଃଖରେ ସେ କହିଲା " ସାଂଗ ଜାଣିଛୁ ! ଆମ ଟାୱାର କମ୍ପାନୀ ବନ୍ଦ ହୋଇଗଲା । ଯିଏ ଟେକଓଭର କଲା ସେ ତା ଲୋକ କୁଂ ପୁରାଇଲା । ଆମକୁ କହୁଛି ଦଶ ହଜାର ରେ କରିବ ଯଦି କର ନହେଲେ କମ୍ପାନୀ ଛାଡ । ସେହିଥିପାଇଁ ମନ ଦୁଃଖରେ ସପ୍ତାହେ ହେଲାଣି ଭଲକି ଖାଇନାହିଁରେ । ଏ କମ୍ପାନୀ ପାଖରେ କଣ ନିଜ ସ୍ବାଭିମାନକୁ ବିକିଦେବି ! ! ସେଇଥିପାଇଁ ଛାଡିଦେବାକୁ ନିଷ୍ପତ୍ତି ନେଇଛି । ଘର ଛାଡି ବାହାରକୁ ତ ଯାଇପାରୁନି । କେମିତି ଯିବି ! ଗଲେ ଏମାନକଂ କଥା ବୁଝିବ କିଏ ? ତୋଦେଇ ଯଦିକିଛି ହେବ ଦେଖିବୁ ଟିକେ " । ତା କଥା ଶୁଣି ମୁଁ ଭାବିଲି ସେଇଥିପାଇଁ ବୋଧେ ଆଗରୁ ସାତ ଆଠ ଟା ପିଲା କରୁଥିଲେ । ଆଜି ଦେଖ ! ସେଥିପାଇଁ ବାର୍ଦ୍ଧକ୍ୟ ଟା ଆଜି ଅଭିଶପ୍ତ । ଯେଉଁ ଦେଶର ପ୍ରଧାନ ମନ୍ତ୍ରୀ କହନ୍ତି କୌଣସି କାମ ଛୋଟ କି ବଡ ନୁହେଁ ; ସେ ଦେଶରେ ପାରିଶ୍ରମିକ ବୈଷମ୍ୟତା କାହିଁକି ? ତା ସହିତ ପୁଣି ସ୍ବଚ୍ଛ ଭାରତ ନାଁରେ ବଡ ବଡ ଫୋଷ୍ଟର ; କଣ ହେବ ସେସବୁ ଯଦି ଦେଶରେ ସରକାରୀ ଚାକିରିଆକଂ ପରି ବେସରକାରୀ ଚାକିରିଆକଂର ଜବ୍ ସିୟୋରିଟି ନାହିଁ ! ଯେଉଁଠି ଭବିଷ୍ୟତ ସୁରକ୍ଷିତ ନୁହେଁ ସେଠାରେ କି ଦେଶପ୍ରେମ ଆଶା କରାଯିବ ! ! ଏ କଥା ଭାବି ଭାବି ମୁଣ୍ଡ ଟା ମୋର ଖରାପ ହୋଇଗଲା ।


      ପରଦିନ ସକାଳୁ ସକାଳୁ ମୋବାଇଲ୍ ଘାଣ୍ଟୁଘାଣ୍ଟୁ ଜାଣିବାକୁ ପାଇଲି ଭାରତର ସବୁଠାରୁ ଧନୀ ବ୍ୟକ୍ତିକଂର ପତ୍ନୀ ସକାଳୁ ବେଡ୍ ଟି ରେ ପିଊଥିବା ଚା କପ୍ ଟାର ଦାମ୍ ଲକ୍ଷାଧିକ ଟଂକା । ଏକଥା ଜାଣି ମୋତେ ଲାଗିଲା ସତରେ ସେ ଲକ୍ଷେ ଟଂକିଆ କପ୍ ରେ ମୋ ସାଂଗର ବି କିଛି ଯୋଗଦାନ ଅଛି । ସେତିକି ବେଳେ ଷ୍ଟଡି ରୁମ୍ ରୁ ମୋ ସାତ ବର୍ଷର ପୁଅ ବଡ ପାଟିରେ ପ୍ରଶ୍ନ କଲା " ବାପ‍ା ! ବିନୋବା ଭାବେ କିଏ " ? 

" ଯିଏ ଦେଶରେ ଭୂଦାନ ଆନ୍ଦୋଳନ କରିଥିଲେ " । ଏକଥା କହୁକହୁ ମୋର ମନ ହେଉଥିଲା ' ଆଉ ଜଣେ ବିନୋବା ଭାବେ ଆଜିର ସମୟରେ ଆସନ୍ତନି ! ଯିଏ ବଡବଡିଆକଂ ଏହି ଅତି ବହିର୍ଭୁତ ସମ୍ପତ୍ତିକୁ ଦାନ କରିବାକୁ ପ୍ରବର୍ତ୍ତାଉଥାଆନ୍ତେ ! ଯାହାର ଡାକରାରେ ଧନୀକ ଗୋଷ୍ଠୀ କୋଟିକୋଟି ଟଂକା ମନ୍ଦିର ପାଣ୍ଠି ରେ ଦାନ ଦେବା ପରିବର୍ତ୍ତେ ଅସହାୟକୁଂ ଅଣ୍ଟା ସଳଖିବାରେ ସାହାଯ୍ୟ କରୁଥାନ୍ତେ ! ଗୋଟିଏ ଆର୍ଥିକ ସମତା ଥିବା ରାଷ୍ଟ୍ର ଟେ ଗଢିବାରେ ସହାୟକ ହୋଇଥାଆନ୍ତେ ! କିଛି ନହେଲେ ଆର୍ଥିକ ଦୃଷ୍ଟି କୋଣରୁ ସମସ୍ତେ ସ୍ବଚ୍ଛଳ ଆଉ ସୁରକ୍ଷିତ ହୋଇପାରନ୍ତେ '



Rate this content
Log in

Similar oriya story from Abstract