Pradeep Biswal

Thriller Others

4.2  

Pradeep Biswal

Thriller Others

ଆତ୍ମାର ଖୋଜ

ଆତ୍ମାର ଖୋଜ

5 mins
272


ଜୟ ଜଗନ୍ନାଥ ଆଜ୍ଞା 

ସମସ୍ତଙ୍କୁ ନମସ୍କାର ll

ଖୁଦା ହାପିସ ll ସଶ୍ରୀଆକାଳ ll


ସବୟିତନିକ ବିରାମ ରେ ଆଜ୍ଞା ଘରେ ରହିଥିଲି l ସମୟଟା ସିନା ଭଲ ନାହିଁ l କିନ୍ତୁ ମୋ କାଳିଆର କୃପାରୁ ଭଲ ତ କହିବିନି ଆଜ୍ଞା, କିନ୍ତୁ ବଞ୍ଚିକି ଅଛି l ସବୁ ଠିକ ଠାକ ଭିତରେ କିନ୍ତୁ ମନ ଭିତରେ ସବୁବେଳେ ଭୟ ଆଉ ସଂଶୟ ରହିଛି lରହିବା ବି ସ୍ୱାଭାବିକ l 

ସମୟ ଟା ଯେ ଆଦୌ ଭଲ ନାହିଁ ଆମେ ଭଲ ଭାବେ ଅନୁଭବ କରିଛେ l ସନ୍ଧ୍ୟା ବେଳେ ବୋଉ ପିଲାମାନେ ସବୁ ବସି ଚା ପିଉଥିଲୁ l ଏମିତି କଥା ପଡୁ ପଡୁ ମୁଁ କହିଲି କି ରଜ ପରେ ବୋଉ ର ମୋର ଗାଁ କୁ ଯିବୁ ଆଉ ଦି ତିନି ଦିନ ରହିକି ଆସିବୁ l ପିଲାମାନେ ହସିକି କହିଲେ ଆଉ ଟିକେ ଅଧିକ ଦିନ ରହିଯାଅ l ସେମାନେ କଣ ଗାଁ କଥା ଜାଣିବେ l ସହରୀ ସଭ୍ୟତା ଆଜି ସେମାନଙ୍କୁ ଅନ୍ଧ କରି ଦେଇଛି l ଗାଁ ର ସ୍ଥିତି ଯେ ଦେଶ ର ପ୍ରଗତି ର ସାରଥୀ, ସେମାନଙ୍କୁ ବୁଝେଇବା ନିରର୍ଥକବୋଧ ଆଜି ହେଇଛି l ଚାହିଁଲେ ବି ଆମେ କିଛି ବି କରିପାରିବାନି l ଜାଣିନି ଆଗକୁ ଗାଁ ର ସ୍ଥିତି କଣ ହେଇଥିବ??? ଛାଡ଼ନ୍ତୁ ସେ କଥା l ହଁ, ଆଜି ତାଙ୍କୁ ପିଲାଦିନର ମୋ ଗାଁ କଥା କହୁ କହୁ ତାରି ଭିତରେ ଏଇ କଥା ଟିରେ ମୁଁ ଅଟକି ଗଲି ହା ହା ହା.... ତାହେଲେ ମୋ ଗାଁ କଥା ତ ମୋ ପିଲାମାନଙ୍କୁ କହିଲି.. ତାଙ୍କୁ କାହାଣୀ ଭଳି ଲାଗିଲେ ବି ଶେଷକୁ ଯେମିତି ପୁରା ନିରବ ହେଇଯାଇଥିଲେ l ମତେ ଲାଗୁଥିଲା କି ନିଜ କୁ ନିଜେ ସେମାନେ ପ୍ରଶ୍ନ ପଚାରି ଚାଲିଛନ୍ତି l ସତରେ କଣ ଏମିତି କିଛି....????

ହଉ ପିଲାଙ୍କୁ ମୋର କହିଲି ସେମାନେ ଉତ୍ତର ପଇଲେ କି ନାହିଁ ମୁଁ କହିପାରିବିନି l ଦେଖିବା ଆପଣମାନେ କଣ କହୁଛନ୍ତି???? ମଜା ଲାଗୁଛି ନା? ହା ହା ହା.. ଆସନ୍ତୁ ତାହେଲେ ଶୁଣିବା.. ଜୟ ଜଗନ୍ନାଥ ll

ଆଜି ଆଜ୍ଞା ଗୋଟେ ସମ୍ବେଦନଶୀଳ ପ୍ରସଙ୍ଗଟିଏ ଆପଣଙ୍କ ପାଖରେ ରଖିବା ପାଇଁକି ଧୃଷ୍ଟତା କରିଛି l ଆପଣ ଏହାକୁ ଗଳ୍ପ, ମନ ଗଢ଼ା କାହାଣୀ କିମ୍ବା କଳ୍ପନା ପ୍ରସୂତ ଅବା କୌଣସି ଆଧାର ନଥିବା ପ୍ରସଙ୍ଗଟିଏ କହି ପାରନ୍ତି l ହଁ ଆଜ୍ଞା ଏମିତି ଭାବନା ମନରେ ଆସିବା ବି ସ୍ୱାଭାବିକ l ମୁଁ ଜାଣିଛି ଆଜିର ବିଜ୍ଞାନ ଯୁଗରେ ବିଜ୍ଞାନ ସମତ, ତଥ୍ୟ ଭିତ୍ତିକ କିମ୍ବା ସମାଜରେ ବହୁଳ ଭାବରେ ପ୍ରଚଳିତ ହୋଇ ଅସୁଥିବା କଥା ରେ ହିଁ ଆମେ ସାଧାରଣତଃ ବିସ୍ଵାଶ କରିଥାଏ l ହେଲେ ହା ହା ହା ଆଜି କିନ୍ତୁ ଯୋଉ ପ୍ରସଙ୍ଗଟି ବିଷୟରେ କହିବାକୁ ଯାଉଛି, ସେଥିରେ ନା ବିଜ୍ଞାନ ସମତ ଅଛି,ନା ତଥ୍ୟ ଭିତ୍ତିକ ଅବା ଅଛି ସମାଜର ମୋହର l ଜାଣିଛନ୍ତି ସେଥିରେ କିନ୍ତୁ ମୋର ଅନୁଭୂତି ରହିଛି, ରହିଛି ସେଥିରେ ମୋର ଛଇଆଳିସି (46) ବର୍ଷ ତଳେ ମୋ ଆଖିରେ ଦେଖିଥିବା ମୋ ଅଭୁଲା ସ୍ମୃତି l

ଆତ୍ମା? କଣ ଇଏ? ଆତ୍ମା କୁ ନେଇ ଆପଣ କଣ ଭାବନ୍ତି? ଆମେ ବି କଥା ରେ କଥାରେ କୁହେ ଜୀବତ୍ମା l ହଁ ଆମେ ଜାଣିଛେ ସବୁ ମଣିଷ ଆଉ ଜୀବ ତଥା କୌଣସି ଜୀବନ ଥିବା ସୃଷ୍ଟି ରେ ବି ଆତ୍ମା ରହିଛି l ହେଲେ କଣ ଏଇ ଜୀବତ୍ମା? ଧିରେ ଧିରେ ପ୍ରସଙ୍ଗଟି ବହୁତ ଦୁର୍ବୋଧ୍ୟ ହୋଇ ଚାଲିଛି ନା? ସତରେ ଆପଣଙ୍କୁ କଣ ମତେ ବି l ଆତ୍ମା ପରମାତ୍ମା l ଭାବିଲା ବେଳକୁ ରାହା ପାଉନି ଆଜ୍ଞା l ଆତ୍ମା ପରମାତ୍ମା ର ଉପାଖ୍ୟାନ ଗୀତାରେ ରହିଛି l କୁରୁକ୍ଷେତ୍ରର ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନ ଯେତେବେଳେ ସମ୍ମୁଖ ସମରରେ ନିଜ ଜ୍ଞାତି ପରିଜନ ଅକାଳରେ ମରି ଯିବାର ଦେଖୁଛନ୍ତି, ଗାଣ୍ଡୀବ କୁ ସାରଥୀ ସଖା ଶ୍ରୀକୃଷ୍ଣଙ୍କ ପାଦ ତଳେ ଥୋଇ ଦେଇ ଵିନମ୍ରତାର ସହିତ କହିଛନ୍ତି କି..

ଲୋଡ଼ା ନାହିଁ ରାଜ୍ୟ ମୋର ll

ନାହିଁ ଲୋଡ଼ା ଯଶ ଆଉ ଖ୍ୟାତି ll

ଲୋଡ଼ା ନାହିଁ ସିଂହାସନ ମୋର ll

ଅବା ହସ୍ତୀନାପୁର ର ରାଜବାଟି ll

ଲୋଡ଼ା ମୋର ଭ୍ରାତୃ ସହୋଦର ଆଉ ମୋ ରକ୍ତର ସମ୍ପର୍କ ll

ତେଣୁ, ହେ ବାସୁଦେବ ;କ୍ଷମା କର ମୋତେ ll

ଅସ୍ତ୍ର ମୁହିଁ ଏହିକ୍ଷଣି କଲି ପ୍ରତ୍ୟାହାର ll

ବାସ ସେଇ କୁରୁକ୍ଷେତ୍ରରେ ହିଁ ପ୍ରଭୂ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବିଶ୍ୱ ରୂପ ର ଦର୍ଶନ ଦେଖେଇଛନ୍ତି l ଆତ୍ମା ପରମାତ୍ମା ବିଷୟରେ ଜ୍ଞାନ ଦେଇଛନ୍ତି l

ହା ହା ହା ଗପୁଡ଼ା ଲୋକଟା ଆଜ୍ଞା କିଛି ପ୍ରସଙ୍ଗ ଉପରେ କହିଲାବେଳେ ଅନ୍ୟ ପ୍ରସଙ୍ଗକୁ ତା ସହିତ ଯୋଡ଼ି ଦେଇ ଥାଏ l ହା ହା ହା ବେଳେବେଳେ ପାଠକମାନଙ୍କୁ ତାହା ଅସଂଗତି ଲାଗିଥାଏ ମୁଁ ଜାଣିଛି l କିନ୍ତୁ କଣ କରିବି ଯେ, ମଣିଷ ପ୍ରକୃତି ପରା କେତେବେଳେ ଯାଏ..? କହିବେନି? ହା ହା ହା ହଉ ତାହେଲେ ଥାଉ ଆମେ ତ ସବୁ ଜାଣିଛେ ଆଉ କଣ ହା ହା ହା l କିନ୍ତୁ ଯୋଉ କଥା ଟା ମୁଁ ଜାଣିଛି, ଆପଣମାନେ ସେମିତି ଜାଣି ନାହାନ୍ତି ବୋଲି ମୁଁ କହୁନି, କିନ୍ତୁ ବିଜ୍ଞାନ ଯୁଗରେ ବାସ ଉପର ଠାଉରିଆ ଭାବେ ହଁ ଆତ୍ମା ଅଛି ହାଲକା ଭାବରେ କହିଥାନ୍ତି l କିନ୍ତୁ ମୁଁ ବହୁତ ଦମ୍ଭର ସହକାରେ କହି ରଖୁଛି ଯେ.. ଆତ୍ମା ଅଛି ଆଉ ମୁଁ ମୋ ସ୍ୱ ଚକ୍ଷରେ ଦେଖିଛି l

  46 ବର୍ଷ ତଳ କଥା l ମୋତେ ବାର ବର୍ଷ l ମୋ ଗାଁ ବାଲିଦୋକାନ ଖନ୍ଦୋଳ l ଗାଁ ରେ ରୁହେ l ସଠିକ ଦିନ ବାର ମନେ ନାହିଁ l ଆପଣଙ୍କ ଗାଁ କଥା ମୁଁ କହିପାରିବିନି ହେଲେ ଆମ ଗାଁ ରେ ସେତେବେଳେ ବିଜୁଳି ଆଲୁଅ ଫାଲୁଅ ରାସ୍ତା ଘାଟ କିଛି ନଥିଲା l ବାଲି ବନ୍ତ ଝାଉଁ ଲକାମ୍ବ ବଣ ଭିତରେ ଆମ ଛଅ ଗାଁ l ଏତିକି ଥାଉ ଇଆଡ଼େ l ପ୍ରସଙ୍ଗ କୁ ଆସିବା l ରାତି ନ ଦଶ ବେଳକୁ ତାଟି କବାଟ ପଡ଼ିଯାଏ l ମୋ ବୁଢୀ ମା ( ମରୁଆ ବୁଢ଼ୀ ) ପାଖରେ ମୁଁ ସବୁବେଳେ ସୁଏ l ଛାଇ ନିଦ ଲାଗି ଆସିଛି ଦାଣ୍ଡରେ କାନ୍ଦ ବୋବାଳି ଶୁଣାଗଲା l ବୁଢ଼ୀ ମା ମତେ ଡାକିଲା ପଦିଆ ଲଣ୍ଠନ ଧରି ଆଇଲୁ ଯିବା ରଙ୍ଗଣୀ ବୋଧେ ମରିଗଲା l ପିଲା ମନ ଆଜ୍ଞା l ହନୁମାନ ଭଳିଆ ଉଠି ଲଣ୍ଠନ ଲଗେଇ ମା କୁ କହିଲି ଚାଲେ ଯିବା ମା l ବାରି ପଟ କବାଟ ଖୋଲି ମା ର ହାତ ଧରି ଆମ ଗମା ପଟେ ଚାଲିଲୁ l କାନ୍ଦ ବୋବାଳି ବଢ଼ି ବଢ଼ି ଚାଲିଥାଏ l ମୋ ସାଙ୍ଗର ବୋଉ ରଙ୍ଗଣୀ ବଡ଼ ବୋଉ l ହଠାତ କାନ୍ଦ ବନ୍ଦ ହେଇ ଯାଇଥିଲା l ନିଃଶବ୍ଦ ରାତିରେ ଶବ୍ଦଟା ପରିଷ୍କାର ଶୁଣାଯାଏ l ତାଙ୍କ ଅଗଣା ରୁ ଶୁଭିଲା କି ଆରେ ରଙ୍ଗଣୀ ବଂଚିଛି l ମୋ ବୁଢ଼ୀ ମା କହିଲା ଯାହା ହଉ ପିଲା ଛୁଆ ବଡ଼ ହେଇନାହାନ୍ତି ଠାକୁରେ ବଂଚେଇ ଦେଲେ l ଆମେ ବୁଢ଼ୀ ମା ନାତି ଦାଣ୍ଡ ଆଡ଼େ ଚାଲିଛୁl ମୁଁ ଆଗରେ ମୋ ମା ହାତେ ପଛରେ l ପୁଣି କାନ୍ଦ ଶୁଭିଲା l ତାଙ୍କ ଦୁଆରୁ ପଚିଶ ତିରିଶି ହାତ ଦୂରରେ ଆମେ l ମୋ ଆଖି ଆଗରେ ଏକ ଜୀବନ୍ତ ଦୃଶ୍ୟ l ପୁରା ରଙ୍ଗଣୀ ବଡ଼ ବୋଉ ଭଲ ଥିବାବେଳେ ଯେମିତି, ତାରି ଭଳି ଅବିକଳ ମଣିଷ ଟିଏ କେତେ ସ୍ପିଡ଼ ଆଜ୍ଞା ମୁଁ କହିପାରିବିନି, କିନ୍ତୁ ପବନ ବେଗରେ ତାଙ୍କ ଗମାରୁ ବାହାରି ଅଦୃଶ୍ୟ ହୋଇ ଯାଇଥିଲା l ମୁଁ ଚିତ୍କାର କରି କହିଥିଲି ମା ରଙ୍ଗଣୀ ବଡ଼ ବୋଉ ହେଇଟି ଏଇପଟେ ପଳେଇଲା l ମୋ ମା ମତେ କୋଳେଇ ନେଇଥିଲା ଆଉ କହିଥିଲା ଚାଲେ ଯିବା ଶୋଇବା ଆମେ l ଭାବିଲା ଛୁଆଟା ଡରିଯିବ କାଳେ l ଆଉ ଆଗକୁ ନ ଯାଇ ମତେ ଧରିକି ଆମ ଘର ଆଡ଼େ ପଳେଇ ଆସିଥିଲା l ମୋ ମା ଦେଖିଥିଲା କି ନାହିଁ, ସେ ମତେ କିନ୍ତୁ କିଛି କହି ନଥିଲା l କିନ୍ତୁ ସେ ଦିନ ଘଟଣାକ୍ରମ ର ମୁକ ସାକ୍ଷୀ ସେ ହିଁ ଥିଲା l ସେ ବି ସତେଇସି ବର୍ଷ ଉପରେ ହବ ଘରକୁ ଗଲେଣି l

ସେଦିନ ରାତିରେ ମୁଁ ମୋଟେ ଶୋଇ ପାରି ନଥିଲି l ପୁରା ରାତି ଆଖିରେ ନିଦ ନାହିଁ l ଭାବି ଚାଲିଥିଲି ରଙ୍ଗଣୀ ବଡ଼ ବୋଉ ତ ଦି ମାସ ହବ ଶେଜରେ ପଡିଥିଲା l ସେ ତ ଘରେ ମରିକି ପଡ଼ିଛି l ସେ କେମିତି ଏତେ ଜୋରରେ ଦୌଡ଼ି କି ପଳେଇବ? ଯଦି ରଙ୍ଗଣୀ ବଡ଼ ବୋଉ ନୁହଁ, ତେବେ ସେ କିଏ.. କିଏ ତାରି ପରି ଅବିକଳ ଦୌଡ଼ି କି ଗମା ବାଟେ ବାହାରିଗଲା? କିଏ.. କିଏ ସେ? ତାହେଲେ ସେ କଣ ବଡ଼ ବୋଉର ଆତ୍ମା?

ଏବେ କଣ ଆପଣମାନେ ଭାବୁଛନ୍ତି? ଆତ୍ମା ର ସତ୍ତା କଣ ସତରେ ରହିଛି? ମୁଁ କିନ୍ତୁ କହିବି ଆତ୍ମା ଅଛି, ଆତ୍ମା ନଶ୍ୱର l ପୁନର୍ଜନ୍ମ ରହିଛି l କିନ୍ତୁ ଆପଣମାନେ?


Rate this content
Log in

Similar oriya story from Thriller