Pradeep Biswal

Others

3.5  

Pradeep Biswal

Others

ମୋ ଗାମୁଛା

ମୋ ଗାମୁଛା

5 mins
46



ସକାଳୁ ସକାଳୁ ଉଠି ନିତ୍ୟକର୍ମ ସାରି ନିତିଦିନିଆ ଔଷଧ ଖାଇ ଚା ପି ସାରିଲା ବେଳକୁ ସାଥି ପାଖରେ ଗୋଟେ ଲମ୍ବା ଚିଠା ଧରି ପାଖରେ ଠିଆ ହେଇଛି l ଭୁଲରେ ଦିଦିନ ତଳେ ଡବଲ ଡୋଜ ମଧୁମେହ ମେଡ଼ିସିନ ଖାଇଦେଇଥିବାରୁ ପୁରା ଦୁର୍ବଳ ଲାଗୁଥିଲା l ଅଗତ୍ୟା କିଛି ବି ଉପାୟ ନାହିଁ l ଯୌଥ ପରିବାରରେ ଜଣେ ମଣିଷ l ସଭିଙ୍କ ଭରଷାର ମଣିଷଟା l ସକାଳୁ ବି ଆଜି ଭାରି ଟାଣ ଖରା l କଣ କରିବି ବାସ ମୁହଁ ରେ ତୁଣ୍ଡି ଆଉ ଚନ୍ଦା ମୁଣ୍ଡରେ ନାଲିଆ ଖୋର୍ଦ୍ଧା ଗାମୁଛା ପକେଇ ଝିଆରୀର ଫଟଫଟିଆରେ ବାହାରିଗଲି l ଆରେ ଏ କଣ ଶୂନଶାନ ମୋ ସାହି ବଜାର l ଓଃ ସଟ ଡାଉନ ପୁଣି ଆଜିଠୁ, ମନେ ନଥିଲା ମୋର l ସତରେ କି ବେଳ ଆସିଲା l ସବୁ ସ୍ଥିର ଯେମିତି l ଭୟ ଆଉ ଆଶଙ୍କାରେ ଆମେ ଏବେ ସବୁ ମଣିଷ l ଲକ ଡାଉନ ସଟ ଡାଉନ ପୁଣି କେବେ ବି ଆସିପାରେ ଫୁଲ ଡାଉନ l ଭେଟପରେ ପୁଣି କାଲି ଆଉ ଭେଟ ହେବା କି ନାହିଁ ତାହା ବି କେହି କହିପାରିବାନି l 

ହେଇଟି ଦେଖୁନ କେଡ଼େ ମୁଣ୍ଡ ପାଗଳ ଲୋକଟା ମୁଁ? ପ୍ରସଙ୍ଗ କୋଉ କଥା ଆଉ ମୁଁ କୋଉ କଥା କହୁଛି l ହା ହା ହା.. ଏଇ ଗୁଣ ପାଇଁ ମତେ ଘରେ ବାହାରେ ସାଙ୍ଗସାଥି କୁହନ୍ତି ଶଳା ପଦିଆ ପାଗଳ l ମୁଁ ବି କାଠ କାହା କଥା ରେ ନେଣେ ନାହିଁ କି ଦେଣେ ନାହିଁ l ମେଁ ହୁଁ ଅପନେ ମନ କି ରାଜା.. ନାଗ ରାଜ... ହା ହା ହା... ଥାଉ ସେତିକି ଅଧିକା କହିଲେ ଏଇନେ ତମେ ସବୁ ବି ଚିଲେଇବ.. ପଦିଆ ପାଗଳ ପଦିଆ ପାଗଳ କହି... ହା ହା ହା ହଉ ଏବେ ପ୍ରସଙ୍ଗଟିକୁ ଆଗେଇ ନେବା... 

ହଁ କଥା ରହିଥିଲା ଖୋର୍ଦ୍ଧା ନାଲି ଗାମୁଛା ମୁଣ୍ଡରେ ଆଉ ମୁହଁ ରେ ତୁଣ୍ଡି ହାତରେ ଚିଠା ବ୍ୟାଗ ଧରି ବାବୁ ପଦିଆ ଫଟଫଟି ଚଢି ପହଂଚିଥିଲେ ସାହି ବଜାର ରେ.. ସବୁ ବନ୍ଦ.. ଟାଣ ଖରାରେ ବୁଲିବୁଲି ପାନ ଗୁଆ ପାଇଲେନି l ବାସ କିଛି ସଉଦା ଧରି ଫେରିଲେ ଘରକୁ.. ସାଥି ବାହାରେ ଗେଟ କୁ ଧରି ଅପେକ୍ଷା କରିଥିଲେ.. କୋବି କସାଟା ଆଜି ହବ ତ.. କୋବି ବରାଦ ହେଇଥିଲା.. ବଂଚିଗଲା ମଣିଷ କୋବି ଗୋଟେ ଖୋଜିଖୋଜି ପାଇଯାଇଥିଲି l ବ୍ୟାଗ ଟା ସାଥି ହାତକୁ ବଢ଼େଇ ଦେଇ ମୋଟା ଲୋକ ଝାଳ ଗମଗମ ହେଇକି ବାହାରୁଥାଏ l ମୁଣ୍ଡ ରୁ ଗାମୁଛା ଆଣି ପୋଛିବାକୁ ବସିଲା ବେଳକୁ ଚନ୍ଦା ମୁଣ୍ଡ ରେ ହାତ ବାଜିଲା l କିରେ ମୋ ଗାମୁଛା? ମୋ ଗାମୁଛା କୁଆଡ଼େ ଗଲା? ତା ବିନା ମୋର ଆଜିକାଲି ବାହାରକୁ ଯିବା ସମ୍ପୂର୍ଣ୍ଣ ଅଶୁଭ.. କୋଉଠି ଖସି ପଡ଼ିଲା ବୋଧେ.. ଫଟଫଟି ବୁଲେଇ ଧାଇଁଲି ଯୁଆଡେ ଯୁଆଡେ ଯାଇଥିଲି.. ସାଥି କୁଆଡ଼େ କୁଆଡ଼େ କହି ହୋରି ପକେଇଲେ ବି ମୋର ନଜର ନାହିଁ l ବୁଲିବୁଲି ଥକି ଗଲି ହେଲେ ମୋ ପ୍ରିୟ ସାଥି ଗାମୁଛାକୁ ପାଇଲି ନାହିଁ l ଗାଡ଼ି ରଖିଲି ଛାଇ ରେ.. ମନ ଦୁଃଖ ପୁରା l ଏତିକି ବେଳେ ସାହିର ଜଣେ ସାନ ଭାଇଟି ମତେ ଦେଖି ହସି ହସି କହିଲା ବଡ଼ ଭାଇ ନାଲି ଗାମୁଛା ରେ ପୁରା ଗାଁ କୃଷକ ର ଛାପ ରହିଛି ତମ ଠାରେ.. ଗାମୁଛା !କାଇଁ ଗାମୁଛା !!ମୁଁ ତ ମୋ ଗାମୁଛା କୁ ଖୋଜୁଛି.. ହସିହସି ସେ ଭାଇ ଟି କହିଲା ସତରେ ଭାଇ ତମେ ମଞ୍ଚ ଉପରେ ଅଭିନୟ କର ମୁଁ ଜାଣିଛି ହେଲେ ନିଜ ବାସ୍ତବ ଜୀବନ ରେ ବାରି ହେଇଯାଉଛି ତମର ଚମତ୍କାର ଅଭିନୟ l ବୋକାଙ୍କ ପରି କିଛି ନକହି ମୁଣ୍ଡ ଉପରକୁ ହାତ ନେଲା ବେଳକୁ ଗାମୁଛା ଟି ମୋର ମୋ ବେକରେ ଗୁଡେଇ ହେଇକି ରହିଛି l ମନେମନେ ବହୁତ ହସ ଲାଗୁଥାଏ.. ଆରେ ଗାମୁଛା ମୋ ବେକରେ.. ବାସ ନୋ ମୁଭମେଣ୍ଟ ସେଇଠି ଟାଣ ଖରାରେ ଠିଆ ହେଇଛି.. ମନ ମୋର ଫେରିଗଲା ମୋ ସ୍ମୃତି ରାଇଜକୁ.. ମୋ ପିଲାଦିନ ର ସ୍ମୃତି.. ମୋ ଗାଁ ଝାଉଁ ଲକlମ୍ବ ବଣ ବାଲି ବନ୍ତ ଘେରା ମୋ ଗାଁ ଖନ୍ଦୋଳ (ବାଲିଦୋକାନ)l 1976ମସିହା ଅଷ୍ଟମ ଶ୍ରେଣୀ ରେ ପଢ଼ୁଥିଲି l କାଛୁ କୁଣ୍ଡିଆ ଗାଁ ରେ ସେତେବେଳେ ହଉଥିଲା l କୋଣାର୍କ ରେ ଆସି ମୁଁ ପାଲ ମେଡ଼ିସିନ ଷ୍ଟୋର ରେ ଇଞ୍ଜେକ୍ସନ ନେଉଥିଲି l ସେଦିନ ସେମିତି ମୁଣ୍ଡ ରେ ନାଲି ଖୋର୍ଦ୍ଧା ଗାମୁଛା ବାନ୍ଧି ମୋ ମନପବନ ଗାଡ଼ିରେ ପହଂଚିଥିଲି ମୋ ଗାଁ ସହର କୋଣାର୍କ ପାଲ ମେଡ଼ିସିନ ଦୋକାନରେ l ସକାଳୁ ସକାଳୁ ପହଂଚି ଯାଇଥିଲି l କିନ୍ତୁ ବିପିନ ସାର ସେଦିନ କେଜାଣି କାହିଙ୍କି ଡେରିରେ ଖୋଲିଥିଲେ l ଯାହାହଉ ଦଶଟା ପାଖାପାଖି ଇଞ୍ଜେକ୍ସନ ଦେଇ ଫେରିଲି ଗାଁ କୁ l ଉଦୁଉଦିଆ ଖରାବେଳେ l ଗାଁ ମୋର ତିନି ମାଇଲ କୋଣାର୍କ ରୁ l ନାଲି ରାସ୍ତା ତାପରେ ଭୁଷା ବାଲି l ଗାଁ ଟୋକା ଜୋସ ପୁରା.. ପୁଣି ମୋ ଗାଁ ରାସ୍ତା.. ବାଟରେ ରାଉଳପାଟଣା ଛକରେ ପ୍ରଫୁଲ୍ଲ ଦୋକାନରୁ ଖଣ୍ଡେ ମିଠା ପାନ ଚଢେଇଦେଇ ବାସ ବାଲି ରେ ସାଇକେଲ ପେଲି ପହଂଚିଥିଲି ମୋ ଗାଁ ଠାକୁରଣୀ ଜାଗେଶ୍ଵରୀଙ୍କ ମନ୍ଦିର ପାଖରେ l ଝାଳ ପୋଛି ହବାକୁ ମୁଣ୍ଡରେ ହାତ ମାଇଲା ବେଳକୁ ଗାମୁଛା ନାହିଁ l ମୋ ନୂଆ ଗାମୁଛା l ଗାମୁଛା କୁ କୋଉଠି ଛାଡିଦେଲି ନା କୋଉଠି ପଡିଗଲା l ଦିଟା ଜାଗାରେ ରହିଛି l ମେଡ଼ିସିନ ଷ୍ଟୋର ରେ ଆଉ ପ୍ରଫୁଲ୍ଲ ପାନଦୋକାନରେ l ବହୁତ ବ୍ୟସ୍ତ ଲାଗିଲା ମନ l କିଛି ନଭାବି ଫେରିଲି ଯୋଉଁପଟେ ଆସିଥିଲି l ବାଟ ସାରା ଦେଖୁଥାଏ l କୋଣାର୍କ ପାଲ ମେଡ଼ିସିନ ଷ୍ଟୋର ଠି ପହଂଚିଲି l ପ୍ରଫୁଲ୍ଲ ପାନ ଦୋକାନ ବି ଦେଖିଲି l ପୁଣି କେହି ପଚାରିଥିଲେ ବି, ଲାଜରେ ପୁଣି କାହିଙ୍କି ଫେରିଲି କାହାକୁ କିଛି କହୁନଥାଏ l ଖୋଜିଖୋଜି କୋଉଠି ପାଇଲିନି l ମନଦୁଃଖ ରେ ଫେରିଲି l ଘଣ୍ଟା ତ ନଥିଲା.. ସୂର୍ଯ୍ୟଙ୍କୁ ଦେଖି ସମୟ ସେତେବେଳେ ଆମେ ଜାଣୁଥାଉ l

ଠାକୁରାଣୀ ଙ୍କ ପାଖରେ ପୁଣି ଫେରି ପହଁଚିଲା ବେଳକୁ ପାଖାପାଖି ଦିଟା ସମୟ ହେବ l ବହୁତ ମନ ଦୁଃଖ l ଭୋକ ହେଲେଣି l ସକାଳେ ପଖାଳ ଖାଇ କୋଣାର୍କ ଯାଇଥିଲି l ସାଇକେଲ ଷ୍ଟାଣ୍ଡ ମାରି ଟିକେ ଠାକୁରାଣୀ ଙ୍କ ବାରଣ୍ଡା ରେ ବସିଥିଲି l କାନ୍ଦ କାନ୍ଦ ଲାଗୁଥାଏ l ଗାମୁଛା ହଜେଇଛି l ନୂଆ ଗାମୁଛା l ବୋଉ ପାଟି କରିବ l ଭୟ ଲାଗୁଥାଏ l ଏମିତି ବି ଗାମୁଛା ମୋର ପ୍ରିୟ l ସ୍କୁଲ କୁ ବି ଗାମୁଛା କାନ୍ଧରେ ପକେଇକି ଯାଏ l ଆଖିରୁ ଲୁହ ଗଡିଚାଲୁଥାଏ l ଲୁହ ପୋଛିବାକୁ ଅଜାଣତରେ ମୋ ହାତ ମୋ ମୁଣ୍ଡ ଆଡ଼େ ଚାଲିଗଲା l ସେମିତି ଅଜଣା ମନରେ ଗାମୁଛା କାନି ରେ ଲୁହ ପୋଛିଲାବେଳକୁ.. ଆରେ ଏ କଣ ଏ ତ ମୋ ଗାମୁଛା.. ଗାମୁଛା ମୋ ବେକରେ ଝୁଲୁଛି, ହେଲେ ଏ ଖରାରେ ଗାମୁଛା କୁ ଖୋଜି ଖୋଜି ମୁଁ ପୁଣି କୋଣାର୍କ ରୁ ଫେରିଲେଣି... ଏତିକି ବେଳେ ମୋ ଗାଁ ଜେଜେ ପ୍ରେଣିଆ ବୁଢ଼ା ମତେ ଦେଖି କହିଲା କିରେ ମଧୁଆ ନାତି ବୁଢ଼ା ସିଆଡେ ତତେ ଖୋଜୁଛି ବାହାଣିଚ ତୁ ଏଠି କଣ କରୁଛୁ... କହିକି ମତେ କୁତୁରକାଳିଆ କରିଥିଲା ବୁଢ଼ା.... ହା ହା ହା ସେ ବୁଢ଼ା ଆଉ ମୋ ଜେଜେ ମଧୁଆ ବୁଢ଼ା ସତସ୍ତରି ଅଠସ୍ତରି ରୁ ଗଲେଣି... ମୋର ସେଦିନର ଗାଁ ନାହିଁ ସେ ବାଲି ନାଲି ରାସ୍ତା ନାହିଁ କି ମୋର ସେ ମନପବନ ଗାଡ଼ି ନାହିଁ..... ପାଲ ମେଡ଼ିସିନ ଷ୍ଟୋର ଅଛି କିନ୍ତୁ ମୋ ପିଲାବେଳର ଡାକ୍ତର ମଉସା ଆଜି ନାହାନ୍ତି.. ରାଉଳପାଟଣା ପ୍ରଫୁଲ୍ଲ ପାନ ଦୋକାନୀ ଅଛି ହେଲେ ସେଦିନର ସେ ଗୁଦୁଲୁଗାଦୁଲ ପିଲା ପ୍ରଫୁଲ୍ଲ ନାହିଁ.. ସେ ଏବେ ମୋ ପରି ବୁଢ଼ା ହେଇଗଲାଣି l କିନ୍ତୁ ମୁଁ ନା ସେତେବେଳେ ଯେମିତି ମୋଟା ଥିଲି.. ହା ହା ହା ଏବେ ବି ସେମିତି ମୋଟା ଅଛି.. ସେଦିନର ଗାଁ ର ମୋଟା ଟୋକା ଆଜି ସହର ର ମୋଟା ବୁଢ଼ା... ହା ହା ହା... ସବୁ କିଛିରେ ପରିବର୍ତ୍ତନ ଆସିଥିଲେ ବି... ମୋ ଗାମୁଛା ଆଜି ବି ସେମିତି ମୋ ବେକରେ ଝୁଲୁଛି .. ମୋ ନାଲି ଗାମୁଛା.. ମୋ ସାଥି.. ଆଜି ବି ମୋ ନାଲି ଗାମୁଛା ମୋ ବେକରେ ଝୁଲୁଛି... ନାଗ ରାଜ ବେକରେ ରାଜ ପାଟ... ମୋ ସାଥି ମୋ ନାଲି ଗାମୁଛା.... ହାହାହାହା.. 


ଜୟ ଜଗନ୍ନାଥ


Rate this content
Log in