Pradeep Biswal

Abstract Others

3  

Pradeep Biswal

Abstract Others

[ଶୀର୍ଷକ - ଜଙ୍ଗଲର ସାଥି ]

[ଶୀର୍ଷକ - ଜଙ୍ଗଲର ସାଥି ]

3 mins
234



ବାଲିଦୋକାନ ଗାଁର ଗାଈଆଳ ଟୋକା ହରିଆ ସବୁଦିନ ସୁରୁଜ ମହାପରଭୁ ମୁହଁ ଦେଖେଇଲେ ଗାଈ ଗୋଠ ଧରି ବାହାରିଯାଏ ତା ଗାଁ ପାଖର ଗୋଲାରଗଡ଼ ଜଙ୍ଗଲକୁ l ତା ବାଆ ଗାଈ ଚରଉ ଥିଲା ଆଉ ବାଆ ଯିବାପରେ ଗାଁଟା ଯାକର ଗାଈ ଗୋଠକୁ ନେଇ ସେ ଏବେ ଯାଉଛି l ଚାରି ବରଷର ହେଇଥିଲା l ପାଠ ସାଠ ହେଲାନି l ପାଠ ତାର ବରମ୍ହା, ବିଷୁନୁ ମହେଶ୍ୱର ପାଖରେ ହିଁ ଅଟକି ଯାଇଥିଲା l ବୋଉ ତାର ଶାବି l ଇଆ ଘରେ ତା ଘରେ ପାଇଟି କରି ବହୁତ ନାଗିଥିଲା ହରିଆଟାକୁ ପାଠ ପଢେଇବ ବୋଲି l ଭାବିଥିଲା ଗେରସ୍ତଟା ତ ଗାଈଆଳ, ପୁଅଟା ହେଲେ ଦି ଅକ୍ଷର ପଢ଼ିଲେ ବଡ଼ ହେଇକି ତା ଦୁଃଖ ବୁଝନ୍ତା l ହେଲେ କଣ ହବ ଯାହା ବି କଣ ଗୋଟେ ହେଇଥାନ୍ତା, ବାଆ ଟାର ତାର ପେଟକୁ ମାଇଲା ଯେ ଗାଈ ଚରେଇଆକୁ ଯାଇଥିଲା ବାଲି ବନ୍ତରେ ପଡ଼ି ମରିଗଲା l ମାଇପି ନୋକୁଟା ସେ ବା ଆଉ କଣ କରିଥାନ୍ତା l ଗାଁ ଟା ସାରା ନୋକ କହିଲେ ଆଲୋ ଶାଵୀ ଗୋଠ ଦାୟିତ୍ୱ ଏବେ ତୋ ହରିଆକୁ ଦେ l ହରିଆକୁ କହିବା ବ୍ୟତୀତ ରମା ପାଖରେ ଆଉ କିଛି ଚାରା ବି ନଥିଲା l ମାଇପି ନୋକୁଟା କଣ ଜଙ୍ଗଲକୁ ନେଇ ଗାଈ ଚରେଇବ l ମୁଲ ନ ଲାଗିଲେ ମା ପୁଅ ଖାଇବେ ବା କଣ l ତା ବା ଗଲାବେଳକୁ ହରିଆ ବାର ବରଷର ହେଇଥିଲା l ଚାରି ବରଷରୁ ବା ସହିତ ଗାଈ ଗୋଠ ନେଇକି ଜଙ୍ଗଲକୁ ଯାଉଥିଲା l

    ସବୁଦିନ ହରିଆ ହାତରେ ବଇଁଶୀ ଆଉ ଠେଙ୍ଗାଟେ ଧରି ଗାଈ ଗୋଠ ନେଇ ସକାଳୁ ସକାଳୁ ଜଙ୍ଗଲକୁ ବାହାରିଯାଏ l ସୁରୁଜ ମହାପରଭୁ ମା କୋଳକୁ ଫେରିବା ଆଗରୁ ଗୋଠ ଧରି ଫେରି ଆସେ l ଛୋଟିଆ ବେଳୁ ବା ସାଥିରେ ଆସି ଆସି ଜଙ୍ଗଲର ସବୁଆଡ ପୁରା ଗଳି କନ୍ଦି କିଛି ତାକୁ ଅଛପା ନଥାଏ l ସକାଳୁ ପଖାଳ ଖାଇ ଯାଇଥାଏ ଆଉ ଖରାବେଳ ପାଇଁ ବୋଉ ତାର କଂସାରେ ଗରମ ଭାତ ଶାଗ ତରକାରୀ ପିଆଜ ନୁଣ ଗାମୁଛାରେ ବାନ୍ଧିକି ଦେଇଥାଏ l ଆଉ ଜଙ୍ଗଲ ଟାପୁରେ ତ ପାଣି l ପିଇବା ପାଇଁ କିଛି ଅସୁବିଧା ତାର ହୁଏନି l

   ଛୋଟିଆ ବେଳୁ ପଶୁପକ୍ଷୀଙ୍କ ସହ ମିଶି ମିଶି ତାଙ୍କ ସହିତ ସାଙ୍ଗ ଭଳିଆ ମିଶି      ଯାଇଥାଏ l କେବେ ସେ ଗାଁ ର ପିଲାମାନଙ୍କ ସହିତ ଖେଳିବାକୁ ସମୟ ପାଇନି l ଛୋଟଟିବେଳୁ ତ ଗାଈ ଗୋଠ ସହିତ ସକାଳୁ ସଞ୍ଜ ପରଯନ୍ତ ରହିଲା l ମିଶିବାକୁ ଅବା ସମୟ କୋଉଠୁ ପାଇବ l ଗୋଠରୁ ଫେରିଲେ ବୋଉ ତାର କଣ ଗଣ୍ଡେ ଖାଇଆକୁ ଦେଇ ଦିଏ ଆଉ ସିଏ ଖାଇକି ସୋଇଯାଏ l ସକାଳୁ ଉଠିଲେ ପୁଣି ଗାଈ ଗୋଠ ସାଥି l ଜଙ୍ଗଲର ସବୁ ପକ୍ଷୀଙ୍କର ଭାଷା ସେ ବୁଝିପାରେ l ଗୋଲରାଗଡ଼ ଜଙ୍ଗଲ ଘଞ୍ଚଳିଆ ହେଇଥିଲେ ବି ସେଠି ହିଂଶ୍ର ଜନ୍ତୁ ନାହାନ୍ତି l ବାଲି ହରିଣ ମାଙ୍କଡ଼ ଆଉ ବିଭିନ୍ନ ପକ୍ଷୀଙ୍କର ରାଇଜ ସିଏ l ବିଭିନ୍ନ ପ୍ରକାରର କୋଳି ଗଛ ଜାମୁ କୋଳି ଖିରି କୋଳି ବର କୋଳି ଲକାମ୍ବ ଗଛରେ ପୁରା ଭରତି l ବିନା ଭୟରେ ଗାଈ ପଲ୍ହଙ୍କୁ ଜଙ୍ଗଲରେ ଛାଡି଼ ଦେଇ ଝଙ୍କାଳିଆ ଜାମୁକୋଳି ଗଛ ତଳେ ବସିଯାଇ ତାର ବଇଁଶୀ ଫୁଙ୍କି ଥାଏ l ସୁନ୍ଦର ବଇଁଶୀ ହରିଆ ବଜାଏ l ହରିଆର ବଇଁଶୀ ସ୍ବର ସହିତ ଜଙ୍ଗଲର ସବୁ ପଶୁପକ୍ଷୀ ପରିଚିତ l ହରିଆ ବଇଁଶୀର ସୁନ୍ଦର ସ୍ବରରେ ପୁରା ଜଙ୍ଗଲ ଲହରି ଉଠେ l ହରିଣ ମାଙ୍କଡ଼ ବିଭିନ୍ନ ପକ୍ଷୀ ଆସି ରୁଣ୍ଡ ହେଇଯାଆନ୍ତି l ହରିଆର ବଇଁଶୀର ସ୍ବର ଶୁଣିଆକୁ ଆସିଲାବେଳେ ପଶୁପକ୍ଷୀଙ୍କର ସୁନ୍ଦର କଳରବରେ ଜଙ୍ଗଲର ପରିବେଶ ଗୁଞ୍ଜରିତ ହୋଇଉଠେ l ହରିଆକୁ ନିଜକୁ ଜଙ୍ଗଲର ରଜା ବୋଲି ଭାବେ l କିଏ ତା ପାଇଁ କୋଳି ଆଣିଥାଏ ତ, କିଏ ଆମ୍ବ ଆଉ କିଏ ପୁଣି ବଣର ପାଚିଲା କଦଳୀ ଆଉ ଲକାମ୍ବ l ନିଜେ ଖାଏ ଆଉ ତା ବୋଉ ପେଇଁକି ଆଣେ l ଜଙ୍ଗଲର ସବୁ ସାଙ୍ଗ ଭିତରେ ତାର କିନ୍ତୁ ଭଲ ସାଙ୍ଗ ଥିଲା କୋକିଳ l ସେ କିନ୍ତୁ ସମତେ ହରିଆ ପାଖକୁ ଆସିଲା ବେଳେ ଆସି   ନଥାଏ l ହରିଆର ବଇଁଶୀର ସ୍ବର ଶୁଣି ସମତେ ଫେରିଗଲା ପରେ ସେ ଆସିଥାଏ l ଆମ ମଣିଷ ପରି ସିଏ l ମଣିଷଙ୍କ ପରି କଥା ବି ହୁଏ l ହରିଆ ସବୁଦିନ ତାରି ଆସିବାକୁ ଚାହିଁ ବସିଥାଏ l ବହୁତ ଭଲ ସାଙ୍ଗ ତାର l ତା ପାଇଁ ହରିଆ ସବୁ ଦିନ ତା ବଇଁଶୀରୁ ନୂଆ ନୂଆ ସ୍ବର ବାହାର କରିଥାଏ l ଆଉ କୋକିଳ ସେଇମିତି ହରିଆ ପାଖରେ ବସି ଶୁଣୁଥାଏ l ହରିଆକୁ ତାର ସବୁ କଥା କୁହେ l କେତେବେଳେ ହସୁଥାଏ ତ କେତେବେଳେ କାନ୍ଦୁ ଥାଏ l ଗୋଠ ଫେରେଇବାର ସମୟ ହେଇଗଲେ ସେ ଜଙ୍ଗଲ ଭିତରକୁ ପଳେଇଯାଏ l 

    ହରିଆକୁ ଏବେ ଏକୋଇଶି ପୁରି ବାଇଶି ଚାଲିଲେଣି l ବୋଉ ତାର ଭାରି ବ୍ୟସ୍ତ l ବୟସ ହେଇଗଲଣି l କେତେବେଳେ କଣ କିଏ କହିବ? ମୁଣ୍ଡ ଉପରେ ବଡ଼ ବୋଝ l ବାପ ଛେଉଣ୍ଡ ପିଲାଟା l ହାତକୁ ଦି ହାତ କରିଦେଲେ ତା ପାଇଟି ଶେଷ l ଯୋଡ଼ା ବରଷ ବୋଲି ବାଇଶି ପୁରି ତେଇଶି ପୁରିଲେ ଆର ଫଗୁଣକୁ ହରିଆଟାର ହାତକୁ ଦି ହାତ କରିବ ବୋଲି ଭାବିଛି l ବାଉତ ସାହିର ମକରା ବାଉତର ଝୁଅ ଶୁନେଇ ସହିତ କରିବ ବୋଲି ମକରା ସହ କଥା ନାଗିଛି l ଶୁନେଇ ପାଠ ଦି ଅକ୍ଷର ବି ପଢିଛି l ଗାଁ ଇସକୁଲରେ ଚରୁତୁଥ ଯାଆଁ ପଢିଛି l ବରନ ଶାମଳ ହେଲେ କଣ ହବ ଗଢ଼ଣ ତାର ଭାରି ବଢ଼ିଆ l ପୁରା ନହକୀ ଚ୍ଛାଟେଣୀ ପରିଆ ପୁରା l କେଜାଣି କାହିଁକି ହରିଆ କିନ୍ତୁ ବାହାଘର କଥା ପଡ଼ିଲେ ଭାରି ଚିଡ଼େ l ବୋଉକୁ ତାର ରୋକଠୋକ କହି ଦେଇଛି ମୋ ବାହାଘର କଥା ତୁ ଚିନ୍ତା କରନା l 


କ୍ରମଶଃ....




Rate this content
Log in

Similar oriya story from Abstract