ଏମିତି କାହିଁକି ହେଲା
ଏମିତି କାହିଁକି ହେଲା
ବଦ୍ରୀନାଥଙ୍କ ପୁଅ ଅବିନାଶ ସେଦିନ ଆମେରିକାରୁ ଫେରୁଥାଏ l ପାଖାପାଖି ତିନି ବର୍ଷ ପରେ ଆଜି ସେ ଇଣ୍ଡିଆକୁ ଫେରୁଛି l ଘରକୁ ଫେରିବ ବୋଲି ମାସେ ହେଲା ତା ଆଖିରେ ନିଦ ଯେମିତି ହଜି ଯାଇ ଥାଏ l କେଜାଣି କାହିଁକି ମନ ତାର ଚଳଚଞ୍ଚଳ ହୋଇ ଉଠୁଥାଏ l ମନ ବ୍ୟାକୁଳିତ ହେଇ ଉଠୁଥାଏ କେମିତି ଯାଇ ପ୍ରଥମେ ସଚି ମଉସାଙ୍କୁ ଦେଖିବ l ଏମିତି ତ ତିନି ବର୍ଷ ହେଲା ସେ ଆମେରିକାର l ଅବିନାଶ ଛୋଟଟି ବେଳୁ ଜାଣିଛି କି ସଚିକାନ୍ତ ମାନସିଂ ହେଉଛନ୍ତି ତା ବାବାଙ୍କର ଜଣେ ଉତ୍ତମ ବନ୍ଧୁ l ଆଉ ଏହା ମଧ୍ୟ ଜାଣିଥାଏ ଭାରି ଜିଦଖୋର, ସ୍ୱାଭିମାନୀ ଆଉ ସାହାଯ୍ୟକାରୀ l ବହୁତ ଭଲ ପାଆନ୍ତି ତାକୁ l ଛୋଟଟି ବେଳୁ ସଚି ମଉସାଙ୍କୁ ସେ ଅତି ପାଖରୁ ଦେଖିଛି l ନିରାଡ଼ମ୍ବର, ନିରଳସ, କର୍ମଯୋଗୀ ଆଉ ନିର୍ଲିପ୍ତ ମନର ମଣିଷଟିଏ l ଛୋଟ ବେଳେ ବାପା କି ବୋଉ ମୋର ଦୁଷ୍ଟାମୀ ପାଇଁ ଯେତେବେଳେ ପାଟି କରୁଥିଲେ , ମୋତେ କୋଳେଇ ନେଇ ବାପା ମା ଙ୍କୁ ବହୁତ ଗାଳି କରୁଥିଲେ l ଚିଡ଼ି ଯାଇକି କହୁଥିଲେ ତମେ ବାପ ମା କେମିତିକା ଲୋକ l ଯେମିତି ନିଜେ ଓଳିଆରୁ ପଡ଼ି ଗଜା ହେଇଥିଲ l ଆଉ ଦିନେ ତ ଭୀଷଣ ରାଗିଯାଇ କହିଲେ କି ଦେବ (ଅବିନାଶ ର ଶ୍ରଦ୍ଧା ନାମ) ବହୁତ ଭଲ ପିଲା l ଦେଖିବ he will excel. ଆଉ ତାଙ୍କ କଥା ବି ସତ ହେଇଛି ଆଜି ମୋ ଅପେକ୍ଷା କିନ୍ତୁ ସିପ୍ରାକୁ ମଉସା ବହୁତ ଭଲ ପାଆନ୍ତି I ସିପ୍ରା ଡାକ ନାମ ଲୂଇ ବଦ୍ରି ବାବୁଙ୍କର ସାନ ଝିଅ I ଅନେକ ଥର ମା'କୁ ମୋର କହିଛନ୍ତି ମୁଁ ଶୁଣିଛି, ଲୂଇ ମୋ ଝିଅ ବୋଲି I ମତେ ଦେଇ ଦିଅ ମୁଁ ତାକୁ ମୋର ଝିଅ କରି ରଖିବି I ଯେତେବେଳେ ଘରକୁ ଆସିବେ ଲୂଇ ପାଇଁ କୁରକୁରେ ଆଉ ଚକୋଲେଟ ଅଣିଥିବେ l ଲୂଇ ର କୁରକୁରେ ଭାରି ପ୍ରିୟ l ବାପାଙ୍କର ତ ଟ୍ରାନ୍ସଫର ଯବ ଥିଲା l ଘରର ସବୁ ଦାଇତ୍ୱ ସେ ନେଉଥିଲେ l ଯେତେବେଳେ ଯାହା ଦରକାର ଆଣି ଦଉଥିଲେ l ଥରେ ମା' ର ଦେହ ଥରେ ଖରାପ ଥିଲା l ବେଡ଼ ଉପରୁ ଉଠି ପାରୁନଥିଲା l ଆମ ପାଇଁ ସେଦିନ ରୋଷେଇ କରି ପାରିନଥିଲା l ମଉସା ସେ ଦିନ ମା ସହିତ କଥା ହେଇ ଜାଣିଲେ କି ମା ର ଦେହ ଭଲ ନାହିଁ ବୋଲି l ସେଦିନ ଢୁ ଢୁ ବର୍ଷା ହଉଥାଏ l ମା ଫୋନ କୁ ଫୋନ କରି କରିଥିଲେ l ମା ଶୋଇଥାଏ l ତେଣୁ ଫୋନ ମୁଁ ରିସିଭ କରିଥିଲି l ମଉସା ତଳେ ଠିଆ ହେଇ କହିଲେ କି ଦେବ ଟିକେ ତଳକୁ ଆସେ l ମୁଁ ଛତା ଧରି ତଳକୁ ଆସି ଦେଖେ ତ ମଉସା ତାଙ୍କ ମଟର ସାଇକେଲ ଉପରେ ବସିଛନ୍ତି l ବର୍ଷା ପୁରା କାଚୁଥାଏlରେନ କୋର୍ଟ ନାହିଁ ପୁରା ଓଦା l ହାତକୁ ମୋର ଜରି ପ୍ୟାକେଟ ଧରେଇ ଦେଇ କହିଲେ କି ମା ର ଦେହ ଭଲ ନାହିଁ l ଲୁଇ ର ତୋର ଖାଇନବ l ମୁଁ କହିଲି ମଉସା ଘରକୁ ଆସ l ଓଦା ହେଇ ଯାଇଛ l ପୋଛି ହେଇ ପଡ଼ିବ ଆଉ ବର୍ଷା ଛାଡିଲେ ଯିବ l ହସି ଦେଇ କହିଥିଲେ କି ମା ର ଖିଆଲ ରଖିବୁ l ମୁଁ ପୁରା ଓଦା,ଘରକୁ ଗଲେ ଘର ଓଦା ହେଇଯିବ l କହି ମଟର ସାଇକେଲ ଷ୍ଟାର୍ଟ କରି ଫେରି ଯାଇଥିଲେ l ପିଲାଳିଆମୀ ମନରେ ମୁଁ ଭାବୁଥାଏ ଢୁ ଢୁ ବର୍ଷା ରେ ଓଦା ହେଇ ଆମ ପାଇଁ ଖାଇବା ଆଣି ଦେଇଗଲ l ସତରେ ତମେ ବହୁତ ଭଲ ମଉସା l ଏଇମିତି କେତେଥର ଯେତେବେଳେ ଅସୁବିଧା ହୋଇଛି ମଉସା ଆସି ସବୁ କରିଦେଇ ଯାଆନ୍ତି l ମା ତା ଅଫିସ କୁ ବେଳେବେଳେ ଜଲଦି ବାହାରି ଯାଏ l ସଚି ମଉସା ଆସି ଆମକୁ ଖାଇବାକୁ ଦେଇ ସ୍କୁଲରେ ନେଇ ଛାଡି଼ ଦିଅନ୍ତି l ଆମେ ତାଙ୍କର କିଛି ନ ଲାଗିଲେ ବି ସେ ଆମକୁ ସବୁବେଳେ ନିଜର ବୋଲି କୋଳେଇ ନିଅନ୍ତି l ଦିନେ ତ ମା ଆସି ଦେଖେ ତ ଅଧା ବାସନ ବି ମଜା ହେଇଯାଇଛି l ଏମିତି ତ ପ୍ରାୟେ ଆମ ଘରକୁ ଆସିଥାନ୍ତି l ଥରେ ମା ପଚାରିବାରୁ କିଛି ନ କହିକି ବାସ ହସି ଦେଇଥିଲେ l ମା'ର ଦେହ ଟିକେ ଖରାପ ହେଇଗଲେ ସେ ସବୁ ଭୁଲି ମା'ର ଯତ୍ନ ନେଉଥିଲେ l ଥରେ ଲୂଇର ଗୋଡ଼ ଭାଙ୍ଗି ଯାଇଥିଲା l ସେ ରାତିରେ ଆସି ତାକୁ ଡାକ୍ତରଖାନାକୁ ନେଇଥିଲେ l ଏମିତି ନିଜର ପରି ସବୁ କରି ଚାଲୁଥିଲେ l
ସମୟ ଗଡି ଚାଲିଲା l ଆମେ ବଡ଼ ହେଇଗଲୁ l ବାପା ବି ଆମ ପାଖକୁ ଚାଲି ଆସିଲେ l ବାପା ଆସିଗଲା ପରେ ଆଉ କିଛି ଆମର ଅସୁବିଧା ହବନି ବୋଲି ଭାବି ସଚି ମଉସା ଧିରେ ଧିରେ ଆସିବା ବନ୍ଦ କରିଦେଲେ l ତା ପରେ ଲୂଇ ମେଡିକାଲ ପଢ଼ିବା ପାଇଁ ଦିଲ୍ଲୀ AIIMS ପଳେଇଲା l ଆଉ ମୁଁ ଷ୍ଟେଟସ l ଇଆରି ଭିତରେ ଅନେକ ବର୍ଷ ବିତିଗଲାଣି l ସଚି ମଉସାଙ୍କ ସହିତ ଆଉ ଦେଖା ହେଇନି l
ଫ୍ଲାଇଟରେ ଚେକ ଇନ କରି ବସିଗଲା ପରେ ସଚି ମଉସାଙ୍କ ବିଷୟରେ ଏମିତି ଭାବି ଚାଲିଥାଏ ଅବିନାଶ l ଷ୍ଟେଟସକୁ
ଆସିଲା ପରେ ପ୍ରାୟ ବାର ବର୍ଷ ଖଣ୍ଡେ ହବ ସଚି ମଉସାଙ୍କୁ ଦେଖିନି ସେ l ମଝିରେ ଦୁଇଥର ନିଜ ଘରକୁ ଆସିଥିଲେ ବି ଗୋଟେ ଥର ସେ ଗାଁ କୁ ପଳେଇଥିଲେ ଆଉ ଥରେ କଣ ପାଇଁ କେଜାଣି ମନେ ପକେଇ ପାରୁନଥାଏ କଣ ପାଇଁ ଭେଟ ହେଇନଥିଲା l କେମିତି ଅଛନ୍ତି ବୋଲି ବାବାଙ୍କୁ କେବେ କେବେ ଫୋନରେ ପଚାରିଲେ କୁହନ୍ତି ଭଲ ଅଛନ୍ତି ବୋଲି l ଏଥର କିନ୍ତୁ ଅବିନାଶ ଡିଟରମିଣ୍ଡ ଆଗେ ଫ୍ଲାଇଟରୁ ଓଲ୍ହେଇ ମଉସାଙ୍କ ଘରକୁ ଲୂଇକୁ ସାଥିରେ ନେଇ ଯିବେ l ଦୁଇ ମାସ ଛୁଟି ନେଇ ଆସିଛନ୍ତି l ଲୂଇର ବି ଭାକେସନ ଛୁଟି ଅଛି l ସଚି ମଉସା ସବୁବେଳେ ଖଦି ଧୋତି ଆଉ ହାୱାନୀ କମିଜ ପିନ୍ଧିବାକୁ ଭଲ ପାଆନ୍ତି l ନିୟୁୱର୍କର ଇଣ୍ଡିଆନ ମାର୍କେଟକୁ ଯାଇ ଦାମିକା ଦୁଇ ହଳ ଖଦି ଧୋତି ଆଉ କମିଜ ସଚି ମଉସାଙ୍କ ପାଇଁ କିଣିଛନ୍ତି l ସେପଟେ ଭଉଣୀ ସିପ୍ରାକୁ ବି କହିଛନ୍ତି ମଉସାଙ୍କ ପାଇଁ ଭଲ କାନପୁରୀ ଜୋତା କିଣି ରଖିବାକୁ I ଜୋତା ବାଦେ, ଲୂଇ ତା ପ୍ରିୟ ସଚି ମଉସା ପାଇଁ ସେକ୍ସପିଅରଙ୍କ ଜିବନୀ ଉପରେ ଗୋଟେ ବହି କିଣିଛି l ସେ ଜାଣିଛି ମଉସା ତାର ମଞ୍ଚ ନାଟକକୁ ବହୁତ ଭଲ ପାଆନ୍ତି l ନାଟକ ଥିଲା ସତରେ ତାଙ୍କର ଜୀବନ l ତାଙ୍କ ଜୀବନରେ ସେ ଅନେକ ନାଟକ ଆଉ କଳାକାର ସେ ସୃଷ୍ଟି କରିଛନ୍ତି l ଏମିତି ଭାବିଚାଲିଛନ୍ତି excuse me sound ରେ ଅବିନାଶ ଚେଇଁ ଉଠିଛିl Airhostess ଡିନର ଅର୍ଡର ପାଇଁ ଠିଆ ହୋଉଛି l ଡିନର ଖାଇ ସାରିଲା ପରେ ଆଲାର୍ମ IST 4 o'clock ରେ ସେଟ କରି ଲୂଇ କି airport ରେ ରାଇଟ time ରେ ପହଂଚିବାକୁ କହି ବାସ ସେ ଶୋଇ ଯାଇଥିଲା l
ରାଇଟ ଟାଇମରେ ଫ୍ଲାଇଟ ଲାଣ୍ଡ କଲା l ଲୂଇ ଅପେକ୍ଷା କରିଥିଲା l ବାସ ଭାଇ ଭଉଣୀ next ଫ୍ଲାଇଟ ଧରି home city ରେ ପହଂଚି ଯାଇଥିଲେ କେହି କାହାକୁ କୁଆଡ଼େ ଯିବେ ପ୍ରଥମେ କହୁ ନଥାନ୍ତି l ଚେକ ଆଉଟ କରି ଟାକ୍ସି ବୁକ କରି ବାହାରି ଆସିଥିଲେ l ଲୂଇ ଡ୍ରାଇଭରକୁ କହିଲା ଫାଷ୍ଟ ସିରମ କମ୍ପ୍ଲେକ୍ସ ଚାଲ l ମୁଁ ଆଶ୍ଚର୍ଯ୍ୟ ସେ ବି ତା ପ୍ରିୟ ମଉସାକୁ ଦେଖିବା ପାଇଁ ଡିସାଇଡ କରି ସାରିଥିଲା l ଗାଡ଼ି ଗଡ଼ି ଚାଲିଲା l ବାଟରେ ଲୂଇର ଏକା ଜିଦ କି ତା ପ୍ରିୟ ମଉସାର ପାଦ ସେ ଆଗେ ଛୁଇଁ ପ୍ରଣାମ କରିବ ଆଉ କହିବ ମଉସା କଣ ପାଇଁ ଆମକୁ ଭୁଲିଗଲ? ଟିକେ ବି କଣ ଆମେ ମନେ ପଡୁ ନଥିଲୁ? ହାଫ ଆନ ଆୱାର ଭିତରେ ଆମେ ସିରମ କମ୍ପ୍ଲେକ୍ସରେ ପହଂଚି ଗଲୁ l କିନ୍ତୁ ଏ କଣ ଏଠି ଏତେ ଭିଡ଼ କାହିଁକି? ଗେଟ ପାଖରେ ପୁରା ଲୋକ ଜାମ କରିଛନ୍ତି l ଆଗକୁ ଆଉ ଗାଡ଼ି ଗଡି ପାରିବନି l ବାସ ସେଇଠି ଓଲ୍ହେଇ ଯାଇ ନିଜ ନିଜର ଲଗେଜ ଧରି କାହାକୁ କିଛି ନ ପଚାରି ଭିଡ଼କୁ ଆଡେଇ ମଉସାଙ୍କ ଘର ପାଖରେ ପହଂଚିଗଲୁ l ଆରେ ଏ କଣ? ସମସ୍ତେ କାନ୍ଦୁଛନ୍ତି କଣ ପାଇଁକି? ପାଦ ତଳୁ ମୋର ଯେମିତି ମାଟି ଖସି ଚାଲିଥିଲା l ସଚି ମଉସାଙ୍କ ଶରୀର ପୁରା ଧଳା ଲୁଗାରେ ଘୋଡା ହେଇଛି l ଲୂଇ ଚିଲେଇ କି ତା ପିଲା ବେଳେ ଡାକିଲା ପରି ଡାକିଥିଲା ସଚି ମଉସା ମୁଁ ତମ ଗେଲ୍ଲୀ ଝିଅ ଲୂଇ ଆସିଛି l ତମ ପାଇଁ ସେକ୍ସପିଅରଙ୍କ ବହି MY JOURNEY IN THEATRE WORLD ଆଣିଛି l ମୁଁ କିନ୍ତୁ ସବୁକିଛି ସେତେବେଳକୁ ଜାଣି ସାରିଥାଏ କି ଆମ ସଚି ମଉସା ଆଉ ନାହାନ୍ତି l ସିଧା ଯାଇ ମଉସାଙ୍କ ପାଦକୁ ଧରି ବସିଥିଲି l ମଉସା ଆଉ ନାହାନ୍ତି ବୋଲି,ଲୂଇ କିନ୍ତୁ ଆଦୌ ବୁଶ୍ୱାସ କରି ପାରୁ ନଥିଲା.. ସଚି ମଉସା ସଚି ମଉସା କହି ବିକଳ କରି ଡାକୁଥାଏ l ଆମେ ପହଞ୍ଚିବା ଆଗରୁ ବାପା ମା ସେଠି ପହଞ୍ଚି ଯାଇଥିଲେ l ମା ଲୂଇ କି କୋଳେଇ ନେଇ କହିଥିଲେ କି ତୋ ମଉସାର ହାର୍ଟ ଆଟାକରେ ଭୋର ଚାରିଟାରେ ଡେଥ ହେଇଯାଇଛି l ତେବିକି ବି ଲୂଇର ବିଶ୍ଵାସ ହେଉ ନଥାଏ l ଧଳା ଲୁଗା ଟାକୁ ଭିଡ଼ି ଦେଇ ମଉସାର ଛାତି କି ବାଡେଇ କି ଚିତ୍କାର କରି କହି ଚାଲିଥାଏ, ହେ ମଉସା ତମେ ପରା ସବୁବେଳେ କହୁଥିଲ ମୋ ମା କୁ କି ଲୂଇ ବଡ଼ ହେଲେ Cardiologist ହବ ଆଉ ତମେ ହବ ମୋର first patient? ଚାଲିଗଲ ନା ତମେ? ତମ ଝୁଅକୁ ଏତିକି କରିବାକୁ ସୁଯୋଗ ଦେଲନି? ତାକୁ କେହି ବୁଝେଇ ପାରୁ ନଥିଲେ.. ଛାତି ଉପରେ ମୁଣ୍ଡକୁ ପିଟି ପିଟି ରଡ଼ି ଛାଡି଼ କାନ୍ଦି ଚାଲିଥାଏ...
ମା ତ ଯେମିତି ପୁରା କାଠ ପାଲିଟି ଯାଇଥାଏ l ଗୋଟିଏ କଣରେ ବସି ସମସ୍ତଙ୍କ ଅଲକ୍ଷରେ ଲୁହ ଗଡେଇ ଚାଲିଥାଏ l ମୁଁ ବାସ ମଉସାର ପାଦ ଉପରେ ହାତ ରଖି ଆକାଶକୁ ଚାହିଁ କି ଖୋଜି ଚାଲିଥାଏ ମୋ ସଚି ମଉସାକୁ....ଆଉ ମନକୁ ମୋର ପଚାରି ଚାଲିଥାଏ ଏମିତି କାହିଁକି ହେଲା.....?