STORYMIRROR

Pradeep Biswal

Others

4  

Pradeep Biswal

Others

ଭଲ ପାଇବାର ଅନ୍ତରାଳରେ

ଭଲ ପାଇବାର ଅନ୍ତରାଳରେ

14 mins
240


ନିହାର ବହୁତ ଭଲ ପିଲାଟିଏ l ସାଧା ସିଧା ଆଉ ସରଳ ସ୍ଵଭାଵର ପିଲାଟି ସିଏ l ଫୁଟବଲ ଖେଳ ଆଉ ମଞ୍ଚ ନାଟକ ହଉଛି ତାର ଜୀବନ ଯେମିତି l ପାରିବାର କହିଲେ ସେ, ସ୍ତ୍ରୀ ସୁନନ୍ଦା ଆଉ ଟିକି ଝିଅ ସ୍ମୃତି l ଝିଅ ସ୍ମୃତି ଏବେ ସ୍କୁଲକୁ ଗଲେଣି l ସୁନନ୍ଦା ବି ଶିକ୍ଷକତା କରନ୍ତି ଭୁବନେଶ୍ୱରରେ ଏକ ଘରୋଇ ଇଂରାଜୀ ବିଦ୍ୟାଳୟରେ l ବହୁତ ଭଲ ଝିଅଟିଏ l ପ୍ରକାରାନ୍ତରେ ଆରେଞ୍ଜ ମ୍ୟାରେଜ ହୋଇଥିଲେ ବି, ବିବାହ ପୂର୍ବରୁ ଉଭୟେ ଉଭୟଙ୍କୁ ଭେଟିଥିଲେ ଫୁଟବଲ ପଡ଼ିଆରେ l

   ସେଦିନ ଥିଲା ଫାଇନାଲ ମ୍ୟାଚ l ସୁନନ୍ଦା ସାଙ୍ଗମାନଙ୍କ ସହିତ କଳିଙ୍ଗ ଷ୍ଟାଡିଅମ ଯାଇଥିଲେ ଫାଇନାଲ ଫୁଟବଲ ମ୍ୟାଚ ଦେଖିବାକୁ l ଜାତୀୟ ସ୍ତରର ସେଇ ଫୁଟବଲ ମ୍ୟାଚରେ ନିହାର କ୍ୟାପଟେନ l ଖେଳରେ ସେଦିନ ତାଙ୍କ ଟିମ ହାରିଯାଇଥିଲେ ବି, ନିହାରର ଖେଳିବା ରଣ କୌଶଳ ସୁନନ୍ଦାଙ୍କର ମନକୁ ଛୁଇଁଥିଲା l ବାସ ସେଦିନ ସୁନନ୍ଦା ନିହାରର ଅଟୋଗ୍ରାଫ ନେବାକୁ ଯେମିତି ପାଗେଳୀ ହେଇଯାଥିଲା l ମ୍ୟାଚ ପରେ ଭିଡ ଆଉ ସୁରକ୍ଷା ବଳୟ ଭେଦ କରି ସୁନନ୍ଦା ସେଦିନ ନିହାର ପାଖରେ ପହଞ୍ଚି ଯାଇଥିଲା l ଧଇଁ ସଇଁ ହେଇ କହିଥିଲା ଅଟୋଗ୍ରାଫ ପ୍ଲିଜ.... I ମ୍ୟାଚ ହାରି ଯାଇଥିବା ଯୋଗୁଁ ନିହାର ଏକୁଟିଆ ମନ ଦୁଃଖରେ ଆକାଶକୁ ଚାହିଁକି ଠିଆ ହେଇଥିଲା l ଗୋଟେ ଝିଅର କଣ୍ଠ ସ୍ୱର ଶୁଣି, ସେ ବୁଲି ଦେଖେ ତ ଖୋଜିଲା ଖୋଜିଲା ଆଖିରେ ଚାହିଁକି ଝିଅଟି ତା କ୍ୟାପକୁ ହାତରେ ନିହାର ଆଡ଼କୁ ଟେକି ଧରି ପେନଟିଏ ବଢ଼େଇ ଦେଉଛି l ଅଟୋଗ୍ରାଫ ପ୍ଲିଜ...!!! ନିହାର ବାସ ଝିଅଟିକୁ ଦେଖି ଚାଲିଥାଏ l ପ୍ଲିଜ ଅଟୋଗ୍ରାଫ l Oh ya, why not. ନିଜର ଇଚ୍ଛା ନଥିଲେ ଵି, ନିହାର କିନ୍ତୁ ସେଦିନ ସୁନନ୍ଦାର ହରିଣୀ ଆଖି ଆଗରେ ଯେମିତି ହାରି ଯାଇଥିଲା l ବାସ ଝିଅଟିର ହାତରୁ ପେନଟି ନେଇ ଅଟୋଗ୍ରାଫ ଦେଇଥିଲାl ସୁନନ୍ଦା -Number please..

ନିହାର -ଆରେ ମୋ ନମ୍ବର ନେଇ କଣ କରିବ?

ସୁନନ୍ଦା -ଦିଅନ୍ତୁ ନା.. I won't disturb you. Just ଏମିତି....

ନିହାର -ଆରେ ନାଇଁ ସେମିତି କିଛି ନାହିଁ l ତମେ ମତେ ଯେମିତି ଭାବୁଛ, ମୁଁ ସେମିତି କିଛି ନୁହେଁ ଯେ କି...

ସୁନନ୍ଦା -ଆପଣ କଣ ହୁଅନ୍ତୁ, ନ ହୁଅନ୍ତୁ, ମୋର କିଛି ଶୁଣିବାର ନାହିଁ lମତେ କିନ୍ତୁ ନମ୍ବର ଦିଅନ୍ତୁ l 

     ଜୀବନ ଯାତ୍ରାରେ କିଛି ଜିତିବାର ସ୍ୱପ୍ନ ଦେଖି ଚାଲିଥିବା ନିହାର କିନ୍ତୁ ସେଦିନ ସେଇ ଝିଅଟି ପାଖରେ ହାର ମାନି ଯାଇଥିଲା l ଅଗତ୍ୟା ଫୋନ ନମ୍ବର ଦେବା ପାଇଁ ନିହାର ଯେମିତି ଏକରକମ ବାଧ୍ୟ ହେଇଥିଲା l ଆଉ ଝିଅଟି ଫୋନ ନମ୍ବର ନେଇ ବାଏ କହିଦେଇ ଭିଡ଼ ଭିତରୁ ବାହାରି ଯାଉଥାଏ l ଅଜାଣତରେ ହଠାତ ନିହାର ପାଟିରୁ ବାହାରି ପଡ଼ିଛି your name please... ଝିଅଟି ଦୌଡ଼ି ଯାଉଥିବା ଭିତରେ ତା ଚୁଲବୁଲି ଢଙ୍ଗରେ ବଡ଼ ପାଟିରେ My name.... (ହସିକି) my name Sunanda... କହି ଦେଇ ଆଢୁଆଳ ଭିତରେ ହଜି ଯାଇଥିଲା l

   ତାପରେ ଖିଆଲି ମନରେ ନିହାର ନିଜକୁ ହଜେଇ ଦେଇଥିଲା ନିଜର ସାଥି ଖେଳାଳୀମାନଙ୍କ ଭିତରେ l ଏମିତି ତ ତାଙ୍କ ଦଳ ସେଦିନ ଫାଇନାଲ ମ୍ୟାଚରେ ହାରିଯିବା ଯୋଗୁଁ ସେ ପୁରା ଭାଙ୍ଗି ପଡ଼ିଥିଲା l ବହୁତ କିଛି ସେ ଭାବି ନେଇଥିଲା ନିଜ ଦଳକୁ ଜିତେଇବାକୁ ନେଇ l କିନ୍ତୁ ଆଶା ଆଶାରେ ହିଁ ରହିଗଲା l ପଡିଆରେ ସବୁ କିଛି ଫର୍ମାଲିଟି ପୂରଣ କରି,ସେଦିନ ସନ୍ଧ୍ୟାରେ ନିହାର ଘରକୁ ଫେରିଥିଲା l

   ଚାରି ମାସ ହେଲା ଖେଳର ପ୍ରସ୍ତୁତିକୁ ନେଇ ସେ ପୁରା କ୍ଲାନ୍ତ ହୋଇ ପଡ଼ିଥିଲା l ବାସ ଖାଇବାକୁ ଇଚ୍ଛା ନଥିଲେ ଵି ବୋଉ ବାଧ୍ୟ କରିବାରୁ କଣ ଟିକେ ଖାଇ ଦେଇ ବେଡ଼ ରୁମକୁ ଚାଲି ଯାଇଥିଲା l ବହୁ ଦିନର କ୍ଲାନ୍ତି ଆଉ ନିଜ ଦଳର ହାରିଯିବା ଅବସାଦ ଯୋଗୁଁ କାଳେ ନିଦ ମାଡିବନି, ସେଦିନ ସେ ଗୋଟେ ନିଦ ବଟିକା ଖାଇ ଦେଇ ବେଡ଼ ଉପରେ ନିଜକୁ ଲେଟେଇ ଦେଇଥିଲା l କିନ୍ତୁ ଅଜବ ଫିଲିଙ୍ଗସ, ସେଦିନ ଯେତେ ଚେଷ୍ଟା କରିଥିଲେ ଵି ସେ ଶୋଇପାରି ନଥିଲା l ଏପଟେ ଖେଳ ଯୋଗୁଁ ତାଙ୍କ ନାଟଘର କ୍ଲବର ରିହରସଲ ପାଇଁ ଆଦୌ ସମୟ ଦେଇପାରି ନଥିଲା l ପଚିଶ ଦିନ ପରେ ନାଟଘରର ସ୍ୱନକ୍ଷତ୍ର ଉତ୍ସବ l ପୁଣି ଦୁଇ ଦିନ ଧରି ଚାଲିବ l ପ୍ରଥମ ଦିନ ନାଟକରେ ମୁଖ୍ୟ ଚରିତ୍ର l ହଁ ଖେଳର ବ୍ୟସ୍ତତା ଯୋଗୁଁ ସେ ଇଚ୍ଛା କରିନଥିଲେ ଵି, ବାବାଙ୍କର ତାଗିଦ କି (ନାଟ୍ୟ ଗୁରୁ ସୁଧାକର ମାଷ୍ଟ୍ରେଙ୍କୁ ସେ ବାବା ବୋଲି ଡାକେ) ସେ ହିଁ ଏଇ ଚରିତ୍ର ଟିକୁ କରିବ l ଯାହା ବହି ପୂଜା ହବାର ପାଞ୍ଚ ଛଅ ଦିନ ଆଖଡ଼ା ଘରକୁ ଯାଇଥିଲା l ଏମିତି ପରିସ୍ଥିତିରେ, ବାବାଙ୍କୁ କେମିତି ସାମ୍ନା କରିବ, ଏଇ କଥା ମନେ ପକେଇ ପୁରା ବିଚଳିତ ହୋଇ ଯାଇଥିଲା ସେଦିନ ରାତିରେ ସେ l ଯାହା ହଉ ଆଉ ପଚିଶ ଦିନ ତ ଅଛି, ବାବାଙ୍କୁ ଭୁଲ ମାଗି ବୁଝେଇ ଦବ ଭାବି ଶୋଇବାକୁ ଚେଷ୍ଟା କରିଥିଲା ସେ l ଫୋନକୁ ସ୍ୱିଚ ଅଫ କରିବାକୁ ଗଲା ବେଳକୁ ଦେଖିଲା କି ଗୋଟେ ଅଜଣା ନମ୍ବରରୁ whatsapp ମେସେଜ l ଆରେ ଏ କଣ ତାର ପଡ଼ିଆରେ ସେ ଝିଅଟିକୁ ଅଟୋଗ୍ରାଫ ଦେଲା ବେଳର ଅବିକଳ ଏକ ନିଜର ଆର୍ଟ l ନିଜର ଆର୍ଟକୁ ଦେଖି ସେ ବିଶ୍ୱାସ କରି ପାରୁନଥାଏ କି ତା ନିଜର ଏଇ ଆର୍ଟ ବୋଲି l ବହୁତ cute ଆର୍ଟ l ଆର୍ଟ ତଳେ ପୁଣି ଲେଖା ହେଇଛି MY SWEAT HERO❤- (ସୁନନ୍ଦା )I ପ୍ରୋଫାଇଲ ଦେଖିଲା ବେଳକୁ ଆରେ ଏ ତ ସେଇ ଝିଅଟିର ଫଟୋ l ଭାବିଲା ଫୋନ କରିବ ବୋଲି l ପୁଣି ଭାବିଲା କି ନାଇଁ ଏତେ ରାତି ହେଲେଣି ଜଣେ ଝିଅପିଲାକୁ ଫୋନ କରିବା ଅଭଦ୍ରାମୀ ହବ l ବାବାଙ୍କ କଥା ଆଉ ସେଇ ଝିଅଟିର କଥା ଭାବି ଚାଲିଥିଲା ବେଳେ, କେତେବେଳେ ଆଖିକୁ ନିଦ ଆସି ଯାଇଛି ନିହାର ଜାଣି ପାରିନଥିଲା l

       ପର ଦିନ ସକାଳୁ ବୋଉ ଡାକିଲା ବେଳକୁ ବାପରେ ଆଠଟା ଉପରେ ହେଲେଣି l ଭୋରୁ ଭୋରୁ ବାବାଙ୍କୁ ଭେଟିବ ବୋଲି ଭାବିକି ଶୋଇଥିଲା l ଯାହାବି ହଉ ନିତ୍ୟକର୍ମ ସାରି ଦେଇ ବାହାରି ଯାଇଥିଲା ଗୁରୁଙ୍କ ଘର ଆଡ଼େ l ଗୁରୁଙ୍କ ଘରକୁ ଯିବା ବାଟରେ ସୁନନ୍ଦା ତିନିଥର ଫୋନ କରିଛି, କିନ୍ତୁ ବିଳମ୍ବ ହେଇଗଲେ କାଳେ ବାବା କୁଆଡ଼େ ବାହାରି ଯିବେ, ସେଇ ଚିନ୍ତାରେ ନିହାର ଡିଷ୍ଟର୍ବ ହେବାକୁ ଚାହିଁନି l ସେଠି ପହଞ୍ଚିଲା ବେଳକୁ ଦେଖିଛି ବାବା ତାର ଚାହା ପିଇବା ଭିତରେ ସ୍କ୍ରିପ୍ଟ କାମ କରୁଥାନ୍ତି l ଗୁରୁଙ୍କୁ ପ୍ରଣାମ କରି ତାଙ୍କ ପାଦ ତଳେ ନିହାର ବସିଛି l ବାବା ଟିକେ ମୁହଁ ଉଠେଇ ଗମ୍ଭୀର ସ୍ୱରରେ କହିଛନ୍ତି, ଏବେ କୁଆଡ଼େ ଆସିଲୁ l ଯା ସନ୍ଧ୍ୟା ଛଅଟା ବେଳକୁ ସ୍କ୍ରିପ୍ଟ ଧରି ଆଖଡ଼ା ଘରେ ପହଞ୍ଚିବୁ l ହୁଁ ଚୁଁ କିଛି ନ କହି ବାସ ପାଦ ଧୂଳି ନେଇ ନିହାର ଫେରି ଆସିଛି l

     ବାହାରକୁ ଆସି ଗୋଟେ ଦୀର୍ଘଶ୍ୱାସ ପକେଇ ମନକୁ ମନ କହିଛି ବାବା ସତରେ ତମେ କେତେ ଭଲ l ତାପରେ ମନେ ପଡ଼ିଛି ଆରେ ସେ ଝିଅଟା ଫୋନ କରିଥିଲା ପରା l call back କରିଛି l

ନିହାର -ହାଲୋ ହଁ କିଏ କହୁଥିଲେ? (ନଜାଣିଲା ପରି ଗମ୍ଭୀର କଣ୍ଠରେ ପଚାରିଛି )

ସୁନନ୍ଦା -କଣ ମ ହାଲୋ କିଏ କହୁଥିଲେ? କାଲି ପରା ମତେ ଅଟୋଗ୍ରାଫ ଦେଇଥିଲେ l

ନିହାର -ଓଃ ସୁନନ୍ଦା ମ୍ୟାଡ଼ାମ l

ସୁନନ୍ଦା -କଣ ମ ମ୍ୟାଡ଼ାମ l ମୁଁ ମ୍ୟାଡ଼ାମ ନୁହଁ l ମୁଁ ତ ସୁନନ୍ଦା l

ନିହାର -ଓଃ ସରି ମାମ

ସୁନନ୍ଦା -ପୁଣି...(ଚିଡ଼ିକି )

ନିହାର -ସରି ସରି କୁହନ୍ତୁ ଆଜ୍ଞା l

ସୁନନ୍ଦା -ତମେ ପୁଅ ପିଲାଟି l ମୁଁ ଝିଅ ପିଲାଟା ଏତେ ବାଟ ମାଡିଗଲିଣି l ତମେ ମାଇଚିଆଙ୍କ ଭଳିଆ କଣ କହୁଛ ଓଃ ସରି, ମ୍ୟାଡ଼ାମ, ଆଜ୍ଞା l କୁହ ସୁନନ୍ଦା ନହେଲେ ମୁଁ ରଖିଲି.... ଭାରି....

ନିହାର -ହଉ ସୁନନ୍ଦା କୁହ?

ସୁନନ୍ଦା -କଣ ପାଇଁ ମୋ ଫୋନ ରିସିଭ କରୁନଥିଲ ଯେ?

ନିହାର -ଆରେ ମୁଁ ମୋ ବାବାଙ୍କ ପାଖକୁ ଆସୁଥିଲି ତ...

ସୁନନ୍ଦା -ବାବାଙ୍କ ପାଖକୁ ? ତମ ବାବା କଣ ଘରେ ରୁହନ୍ତିନି କି?(ମଜାରେ ଛିଗୁଲେଇକି କହିଛି )

ନିହାର -ଆରେ ନାଇଁ ବାବା, ମୋ ନାଟ ଗୁରୁ ସୁଧାକର ମାଷ୍ଟ୍ରେଙ୍କୁ ମୁଁ ବାବା ବୋଲି ଡାକେ l

ସୁନନ୍ଦା -କଣ ତମେ ଡ୍ରାମା କର କି?

ନିହାର -କରେ ମାନେ? ଆରେ ବାବା ମୁଁ already କୋଡିଏଟା ଡ୍ରାମା କରି ସାରିଲିଣି l ସବୁଥିରେ ମୁଁ ହିରୋ... ଆଉ ଏ ଥର ତ ଗୋଟେ ଜବରଦସ୍ତ ରୋଲ ଗୁରୁ ମତେ ଦେଇଛନ୍ତି l

ସୁନନ୍ଦା -ଗୋଟେ ମଜା ଆଉ.. (ହସିଛି)

ନିହାର -ମଜା ନୁହଁ l ମଞ୍ଚ ନାଟକ ତ ମୋର ଜୀବନ l

ସୁନନ୍ଦା-ମତେ ତମ ହିରୋଇନ କରୁନ?

(ନିହାର ଏମିତି ଉତ୍ତର ଆଶା କରିନଥିଲା l ହଠାତ ଶୁଣି କିଛି କହି ପାରିନି )

ସୁନନ୍ଦା -ଏ ହିରୋ, what happened? ମତେ ନାଚ ଫାଚ ଆସେନି l ମୁଁ ଏମିତି ମଜାକୁ କହୁଥିଲି (ହସିକି କହିଛି) l ମତେ କିନ୍ତୁ ତମ ଡ୍ରାମା ଦେଖିବାକୁ ଡାକିବ l

ନିହାର -Oh sure.. ଆସନ୍ତା ତିରିଶ ତାରିଖରେ ଆମର ଷ୍ଟେଜ l ମୁଁ ନିଶ୍ଚୟ କହିବି l

ସୁନନ୍ଦା -Thank u Dear. By the way ତମ ବାବା କୋଉଠି ରୁହନ୍ତି?

ନିହାର -ବାପରେ ତାଙ୍କ ପାଖକୁ ଯିବ ନା କଣ? ସେ ଗୋଟେ ଅଦ୍ଭୁତ ମଣିଷ l ତାଙ୍କ ସାମ୍ନାରେ ଡ୍ରାମା ବ୍ୟତୀତ ଆମେ କେହି ଵି ଠିଆ ହେଇ କଥା ପଦେ କହିନୁ l ଆଉ ତମେ?

ସୁନନ୍ଦା -ହଉ ok ok ok ନାଁଟା ତମ ବାବାଙ୍କର କହିଲ?

ନିହାର -ଗୁରୁ ସୁଧାକର ବଳିୟାରସିଂ l

ସୁନନ୍ଦା -ok ok ok bye take care ନିହାର -bye take care(ନିହାର କହିଲା ବେଳକୁ ସୁନନ୍ଦା ଫୋନ କାଟି ସାରିଲାଣି ହଁ ହଁ ହା )

    ଆରେ ଅଜବ ଖିଆଲର ଝିଅଟା l ଗୋଟାଏ ଦିନର ଚିହ୍ନା ହେଇନି, ହେଲେ ମୋ ଉପରେ ହାକିମାତି l ବଡ଼ ସାଙ୍ଘାତିକ ପିଲା ତ l ଓଃ ବାବାଙ୍କର ନାଆଁଟା କଣ ପାଇଁ ତାକୁ କହିଦେଲି l ଏ ବିଛୁଆତି ନିଶ୍ଚୟ ଖୋଜି ଖୋଜି ଯାଇ ବାବାଙ୍କ ପାଖରେ ପହଞ୍ଚିଯିବ l କଣ ଯାଇ ଇଆଡୁ ସିଆଡୁ ଯଦି କହିବ, ଏକରେ ବାବା ତ ରାଗିଛନ୍ତି ରିହରସଲ ହେଳା କରିଛି ବୋଲି, ପୁଣି ଏ ନବରଙ୍ଗୀ ଯଦି କଣ ମୋ ନାଆଁରେ କହିବ, ମଲା ମଣିଷ l ମାନସିକ ଦୁଶ୍ଚିନ୍ତା ଭିତରେ ଏଇମିତି ଭାବି ଭାବି ଆସି ଆଗ ଛକରେ ଚାହା ପିଇକି ସାଥି କଳାକାରମାନଙ୍କ ସହିତ ସନ୍ଧ୍ୟାର ନାଟକ ରିହରସଲ ବିଷୟରେ କଥା ହେଇଛନ୍ତି l

    ବାବାଙ୍କର କହିବା ମୁତାବକ ଅନ୍ୟ କେହି ପହଞ୍ଚିବା ଆଗରୁ ନିହାର ସେଦିନ ସନ୍ଧ୍ୟାରେ ପହଞ୍ଚି ଯାଇଥିଲା ଆଖଡ଼ା ଘରେ l ଗଛ ତଳେ ବସି ଯାଇ ନିଜର ସ୍କ୍ରିପ୍ଟ ଉପରେ ନଜର ପକେଇ ଚାଲିଥାଏ l ଧିରେ ଧିରେ ସାଥି କଳାକାରମାନେ ଵି ପହଞ୍ଚି ଯାଇଥିଲେ l ଠିକ ସମୟରେ ଗୁରୁ ସୁଧାକର ମାଷ୍ଟ୍ରେ ଵି ପହଞ୍ଚି ଯାଇଥିଲେ l ଗୁରୁଙ୍କର ଆସିବା ପୂର୍ବରୁ, ସହ ନିର୍ଦେଶକ ସୌମିକ ଘରଫର ଓଳେଇ, ଯୋଉ ସିନରୁ ରିହର୍ସଲ ହବ ତାର ଫ୍ଲୋର ମାର୍କିଙ୍ଗ କରି ଦେଇଥାଏ l ବାସ ପୂଜା କାମ ସାରି ରିହରସଲ ଆରମ୍ଭ ହେଇ ଯାଇଥିଲା l ନିହାର ଚାଲାକ କରି ଗୁରୁ ଆସିବା ପୂର୍ବରୁ ତାର ସିନଗୁଡ଼ିକ ବିଷୟରେ ସୌମିକ ଠାରୁ ଟିକିଏ ଆଇଡ଼ିଆ ନେଇ ଯାଇଥିଲ l very typical ରୋଲ ଥିଲା ନିହାରର l ଖୁସି ଅଛି, ଅବଶୋଷ ଅଛି, ବେଦନା ରହିଛି, ପ୍ରେମ ରହିଛି, ବିଡମ୍ବନା ଅଛି ଆଉ ପ୍ରତିବଦ୍ଧତା ଵି ରହିଛି l ତେଣୁ ଚରିତ୍ରଟିକୁ ମେଣ୍ଟେନ କରି ଶେଷରେ ନେଇ ପହଞ୍ଚେଇବା very very difficult. ମନରେ ସବୁବେଳେ ଭୟ ଥାଏ, ବାବାଙ୍କର ଭରସାକୁ ଠିକସେ ନିଭେଇ ପାରିବେ ନା ନାହିଁ l

     ସୁଧାକର ମାଷ୍ଟ୍ରେ ନିହାରକୁ ରିହରସଲ ପରେ ତାଙ୍କ ସହିତ କଥା ହେଇ ଯିବାକୁ କହି ରିହରସଲ ଆରମ୍ଭ କରିଥିଲେ l ଦେଖ ପିଲାମାନେ ଆଜି ହେଲା ପାଞ୍ଚ ତାରିଖ l ହାତରେ ଆମର ଆଉ ପଚିଶ ଦିନ l So all please get serious from right now. କାଲି ମୁଁ କହିvଦେବି ମ୍ୟୁଜିକ ରିହରସଲ ଟାଇମିଂ l ନିହାର, ସ୍ୱପ୍ନା ତମ ଦିଜଣଙ୍କୁ ଅନେକ ସମୟରେ ମୁଁ ଦେଖିଛି ଅଫ ଷ୍ଟେଜରେ ବହୁତ ଲାଇଭଲି , କିନ୍ତୁ ଷ୍ଟେଜ ଉପରେ ବେଳେବେଳେ,

I don't understand what happened? Getting shy.. ଜଗିଜଗି ହଉଥିବ l Remember, this time I don't excuse. ସାଗର ଆଉ ଶବ୍ୟା ବହୁତ ଇମ୍ପୋର୍ଟାଣ୍ଟ ଚରିତ୍ର l I just need very lively act. Ok...? Yes Sir.. we will try to give justice. Ok, ସୌମିକ ଥାର୍ଡ ସିନରୁ ଆମେ ଯିବା l ସାଗରର ଫାଷ୍ଟ ଏଣ୍ଟ୍ରି l ହଁ ସାର l

     ସେଦିନ ରିହରସଲ ସରିଲା ବେଳକୁ ପାଖାପାଖି 9.30 ହେଇଥିଲା l ସୌମିକ ପିଲାମାନଙ୍କୁ ସବୁ ଗିଅରଅପ କର l ଯୋଉ ସିନ ସବୁ ଆଜି ଗଡେଇଲେ,କାଲି ସବୁ ପିଲାଙ୍କୁ one hour before ଡାକି ଗୋଟେ ୱାର୍ମ ଅପ ରିହରସଲ କରି ଦେଇଥିବ l ସାର l ହଉ ତମେ ସବୁ ଯାଅ l ମତେ ନିହାର ଘରେ ଡ୍ରପ କରିଦବ l ସବୁ ପିଲାମାନେ ବାହାରି ଯାଇଛନ୍ତି l ସମସ୍ତେ ଯିବା ପରେ....

ମାଷ୍ଟ୍ରେ -ତୁ ସକାଳେ ଫେରିବା ପରେ, ସୁନନ୍ଦା ମୋ ପାଖକୁ ଆସିଥିଲା l

ନିହାର -ବାବା ସେ ଆପଣଙ୍କ ପାଖକୁ କଣ ପାଇଁ ଯାଇଥିଲା? ଫାଲତୁ ପିଲାଟା ବାବା ସେ l

ମାଷ୍ଟ୍ରେ -ଆଚ୍ଛା l

ନିହାର -ଗଡ଼ସେକ ବାବା ତାକୁ ମୁଁ ଠିକ ସେ ଜାଣିନି ଵି l କାଲି ଜଷ୍ଟ ଏମିତି ପଡିଆରେ ଦେଖା ହେଇଥିଲା l

ମାଷ୍ଟ୍ରେ -But ସେ କହୁଥିଲା କି ତତେ ସେ ଜାଣିଛି ବୋଲି?

ନିହାର -ନାଇଁ ବାବା ଗୋଟେ ଉଦ୍ଧତ ଝିଅଟା ସେ l

ମାଷ୍ଟ୍ରେ -ଆଚ୍ଛା ବୋଉ କେମିତି ଅଛି?

ନିହାର -ବୋଉ ଭଲ ଅ

ଛି ବାବା l ସେ ଵି ମଝିରେ ଗୋଟେ ଦିନ ପଚାରୁଥିଲା କି, ଆରେ ତୋ ମାଷ୍ଟର ବାବା କେମିତି ଅଛନ୍ତି?

ମାଷ୍ଟ୍ରେ -ହଉ ବୋଉକୁ କହିବୁ କି ମଝିରେ କେବେ ଗୋଟେ ମୁଁ ଘର ଆଡ଼େ ଆସିବି ବୋଲି l ଆଚ୍ଛା ଲେଟ ହେଲେଣି ତୁ ଯା l ଗୋବିନ୍ଦ ଆସୁଛି ମୁଁ ତା ସହିତ ପଳେଇବି l ହଁ ଶୁଣୁ, this time no compromise.Take it seriously.

ନିହାର -ହଉ ବାବା l (ଯାଉଥିଲା ପୁଣି ଫେରିକି)

ବାବା?

ମାଷ୍ଟ୍ରେ -କଣ ହେଲା?

ନିହାର -ସେ ଝିଅଟା ଆଦୌ ଭଲ ନୁହଁ ବାବା l

ମାଷ୍ଟ୍ରେ -(ହସିକି)ହଉ ତୁ ଯା l

    ନିହାର ଏବଂ ମାଷ୍ଟ୍ରେ ଆଗ ପଛ ହେଇ ଘରକୁ ବାହାରି ଯାଇଛନ୍ତି l ବାଟ ସାରା ସେ ଭଵି ଚାଲିଛି କି, ତାକୁ ତ ମୁଁ ବାବାଙ୍କର ଠିକଣା କହି ନଥିଲି... କିନ୍ତୁ ସେ ସେଠି ଯାଇକି... ଅବାଗିଆ ପିଲାଟା କଣ କହିଥିବ ବାବାଙ୍କୁ କେଜାଣି l ଏମିତି ଭାବି ଭାବି ଘରେ ପହଞ୍ଚି ଗଣ୍ଡେ ଖାଇ ଦେଇ ବେଡ଼ ରୁମକୁ ଯାଇଛି l ଭାବିଥିଲା ଡାଇଲଗ ସବୁ ବାଇ ହାର୍ଟ କରିନବ ବୋଲି l ଫୋନ ଆସିଛି ସୁନନ୍ଦାର.. ଇଚ୍ଛା ନଥିଲେ ଵି ତାକୁ ତାଗିଦ କରିବା ପାଇଁ ଫୋନ ଉଠେଇଛି l

ନିହାର -ହଁ କୁହ?

ସୁନନ୍ଦା -ରାଗିକି ଏମିତି କଣ କହୁଛ?

ନିହାର -କଣ ପାଇଁ ବାବାଙ୍କ ପାଖକୁ ଯାଇଥିଲ?

ସୁନନ୍ଦା -ମୋର କାମ ଥିଲା l

ନିହାର -କାମ ଥିଲା ନା ମୋ ବିଷୟରେ ଫୋଡିଆକୁ ଯାଇଥିଲ?

(ସୁନନ୍ଦା ହସି ହସି ଗଡ଼ି ଯାଇଛି) ହସୁଛ କଣ ପାଇଁ କି?

ସୁନନ୍ଦା -ତମ କଥା ମତେ ବହୁତ ଭଲ ଲାଗୁଛି l

ନିହାର -ଦେଖ ମତେ ଡିଷ୍ଟର୍ବ କରନି l ତିରିଶି ତାରିଖରେ ମୋର ଡ୍ରାମା l

ସୁନନ୍ଦା -ମୁଁ ଜାଣିଛି l ବାବା ମତେ ଵି କହିଛନ୍ତି ସେଦିନ ଆସିବାକୁ l

ନିହାର -ତମେ ସେଦିନ ଆସିବ?

ସୁନନ୍ଦା -ହଁ ଆସିବି l ତମର କିଛି ଅସୁବିଧା ହବ କି?

ନିହାର -(ବିରକ୍ତ ହେଇକି) I just don't like. What does u think you? କଣ ଭାବୁଛ ନିଜକୁ?

ସୁନନ୍ଦା -କିଛି ନାଇଁ ତ l ବାସ ମୁଁ ତମକୁ..

ନିହାର -Just leave all this nonsense. ତମେ ଭାବନି କି ମୁଁ ଗୋଟେ ଶସ୍ତା କଣ୍ଢେଇ l

ସୁନନ୍ଦା -(ବହୁତ ଭାଙ୍ଗି ପଡିଛି)ଆରେ ସେମିତି ତ ମୁଁ ତମକୁ କିଛି କହିନି ନିହାର l

ନିହାର -How dare u to utter my name? Are you mad?

ସୁନନ୍ଦା -(କାନ୍ଦିକି ବ୍ରଷ୍ଟ କରିଛି)ହଁ ମୁଁ ମ୍ୟାଡ଼ l ଦେଖ ଆଉ ମୁଁ ତମକୁ ଡିଷ୍ଟର୍ବ କରିବିନି l All the best Nihar. ହଁ ଶୁଣ, ସେଦିନ ତମ ଡ୍ରାମା ଦେଖିବାକୁ ଵି ମୁଁ ଆସିବିନି l ରହୁଛି l ବାଏ... (କହିକି ଫୋନ କାଟି ଦେଇଛି)

ନିହାର -ହେଲୋ ହେଲୋ ହେଲୋ ଓଃ ନୋ!!

    ବାରମ୍ବାର କଲ ବ୍ୟାକ କରିଛି ନିହାର l କିନ୍ତୁ ସୁନନ୍ଦା ଆଦୌ ରେସ୍ପଣ୍ଡ କରିନି l ସୁନନ୍ଦାର ଶେଷ ପଦିକ କଥା "ଶୁଣ ସେଦିନ ତମ ଡ୍ରାମା ଦେଖିବାକୁ ଵି ମୁଁ ଆସିବିନି...ରହୁଛି.." ବାରମ୍ବାର ଯେମିତି ପ୍ରତିଧ୍ୱନିତ ହେଇ ଚାଲିଛି l ଯେତେଥର କଲ କଲେ ବି ସୁନନ୍ଦା ରିସିଭ କରିନି l ନିହାର ନିଜକୁ ଦୋଷୀ ବୋଲି ଅନୁଭବ କରିଛି l ରାତି ତିନିଟା ପର୍ଯ୍ୟନ୍ତ ସେ କଲ କରି ଚାଲିଛି l ବାସ କହିବ ବୋଲିକି, ସରି ସୁନନ୍ଦା ଆଉ ଏମିତି କହିବିନି l ଶେଷକୁ ନିରାଶା ହୋଇ whatsap ମେସେଜ ପଠେଇଛି I will wait u at park point at 4 PM (Nihar).

    ରାତିସାରା ଉଭୟେ ନିହାର ଆଉ ସୁନନ୍ଦା କେହି ଵି ଶୋଇପାରି ନାହାନ୍ତି l ପରଦିନ ଚାରିଟା ବେଳେ ନିହାର ପାର୍କ ସାଇଡରେ ପହଞ୍ଚି ଦେଖେତ,ସୁନନ୍ଦା ପାର୍କ ଭିତରେ ଗୋଟେ ବେଞ୍ଚ ଉପରେ ଉଦାସ ମନରେ ବସିଛି l କାନ୍ଦି କାନ୍ଦି ଆଖି ପୁରା ଡିମା ହେଇ ଫୁଲି ଯାଇଥାଏ l

ନିହାର -କଣ ହେଇଛି?

ସୁନନ୍ଦା -ନାଇଁ କିଛି ନାହିଁ ତ l

ନିହାର -କଣ ପାଇଁ କାଲି ରିସିଭ କଲନି?

(ସୁନନ୍ଦା ନିରବ l ଵୁଲିକି ବସି ଆଖିରୁ ଲୁହ ପୋଛୁଛି)ପଚାରୁଛି ପରା କଣ ପାଇଁ ମୋ ଫୋନ...

ସୁନନ୍ଦା -କୁହ କଣ ପାଇଁ ମତେ ଡାକିଛ?

ନିହାର -ଆଖି କଣ ପାଇଁ ଫୁଲିଛି l

ସୁନନ୍ଦା -Leave it Sir. କୁହନ୍ତୁ କଣ ପାଇଁ..

ନିହାର -ଓଃ ସାର !!! (ପରିସ୍ଥିତିକି ହାଲକା କରିବାକୁ ଯାଇ) ଆଚ୍ଛା ଆଚ୍ଛା.. ଆଚ୍ଛା ମ୍ୟାଡ଼ାମ ଏ ଜାଗାରେ ମତେ କେବେଠୁ ରଖିଲଣି?

(ସୁନନ୍ଦା ଆଖିରୁ ଲୁହ ଗଡ଼ି ଚାଲିଛି)

ଓଃ ମୁଁ ପାଗଳ ହେଇଯିବି ସୁନନ୍ଦା l (ଭାଙ୍ଗିପଡ଼ିଛି)

ସୁନନ୍ଦା -(ନିହାର ପାଟିରେ ହାତ ଦେଇ)ଆରେ ଲୋକମାନେ ଅଛନ୍ତି l ଛୁଆଙ୍କ ଭଳିଆ କଣ ଏମିତି ହଉଛ?

ନିହାର -Love u Sunanda (ସୁନନ୍ଦା ନିର୍ବାକ ହେଇ ନିହାର ମୁହଁକୁ ଅନେଇଛି l ଉଭୟଙ୍କ ଆଖିରୁ ଲୁହ ବୋହି ଚାଲିଛି l)

ସୁନନ୍ଦା -ହେଇ ଆଉ ଥରେ କହିଲ?

ନିହାର -Love u yes I love u.. (ସୁନନ୍ଦା ତା ଅଜାଣତରେ ନିହାର ଛାତିରେ ମୁଣ୍ଡ ରଖି ଦେଇ କଇଁ କଇଁ ହେଇ କାନ୍ଦି ଚାଲିଛି)

     ସେଦିନ ଥିଲା ଅଗଷ୍ଟ ତିରିଶ l ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ଡ୍ରାମା ଥିଲା l ସୁନନ୍ଦାକୁ ଡ୍ରାମା ଦେଖିବା ପାଇଁ ସେ କହିଥିଲେ ଵି, ବାବା ପ୍ରଥମ ଦେଖାରେ ହିଁ କହି ସାରିଥିଲେ lଫ୍ରଣ୍ଟ ଲାଇନରେ ସୁନନ୍ଦା l ମଞ୍ଚ ଉପରେ ସାଗର ଆଉ ନାୟିକା ଶବ୍ୟା l ସାଗର ଶବ୍ୟାକୁ ଭଲ ପାଉଥିଲେ ବି, ଶବ୍ୟା ଭଲ ପାଉଥିଲା ସାଗରର ସାନ ଭାଇ ଶ୍ରୀଚନ୍ଦନକୁ l ସାଗରକୁ ଶବ୍ୟା ସାଗର ଭାଇ ବୋଲି ସମ୍ମାନ କରେ l ତାର ଅଜାଣତରେ କିନ୍ତୁ ସାଗର ଭଲ ପାଇ ବସିଥିଲା ଶବ୍ୟାକୁ l କିନ୍ତୁ ମନର କଥା କେବେ ବି କହିବାକୁ ସାହସ ଜୁଟେଇପାରି ନଥିଲେ l ସେଦିନ ସାଗରଙ୍କ ମନ ବାବାଙ୍କର କଠୋର ମନୋଭାବ ପାଇଁକି ଭଲ ନଥିଲା l ଶବ୍ୟାକୁ ପାଖରେ ପାଇ ସାଗର ଭାବୁକ ହେଇ ଯାଇଛନ୍ତି l ବାସ ନିଜର ମନକୁ ଦୃଢ଼ କରି ସାଗର ପ୍ରପୋଜ କରିଛି ଶବ୍ୟାକୁ l ମୁଁ ତତେ ଭଲ ପାଏ ଶବ୍ୟା .... ଶବ୍ୟା ସାଗରଠାରୁ ଏପରି କଥା ଶୁଣିଵ ବୋଲି କେବେ ଆଶା କରିନଥିଲା l ସେ ସହଜରେ ସାଗର ଭାଇର କଥାକୁ ଗ୍ରହଣ କରିପାରିନି l କିଛି ନକହି ସେ ସେଠାରୁ କାନ୍ଦିକି ପଳେଇ ଯାଇଛି lଏଭଳି ଦୃଶ୍ୟ ସୁନନ୍ଦାଙ୍କୁ ବହୁତ ଦୁଃଖ ଦେଇଛି l ସେ ସମୟରେ ସୁନନ୍ଦା ନିଜେ ଭୁଲି ଯାଇଥିଲେ କି ସେ ଡ୍ରାମା ଦେଖୁଛନ୍ତି ବୋଲି l ଶବ୍ୟା ଉପରେ ସେ ଜୋରରେ ରାଗି ଯାଇଥାନ୍ତି l ମନକୁ ଆସିଛି ତାଙ୍କର ନିହାର ଜାତୀୟ ସ୍ତରର ଜଣେ ସୁନାମଧନ୍ୟ ଖେଳାଳି, ଭଲ ଅଭିନେତା ବି l ଏ ଝିଅଟା କଣ ଏମିତି ଯେ, ମୋ ନିହାର ଆଖିରେ ଲୁହ ଦେଇ ଷ୍ଟେଜ ଉପରୁ ପଳେଇଗଲା l ସିନ ପରେ ଗ୍ରୀନ ରୁମକୁ ଯାଇ ନିହାରକୁ ପାଟି କରିଛି l କି ସୁନ୍ଦରୀଟା ଯେ ସେ , ସବୁ ଲୋକଙ୍କ ସାମ୍ନାରେ ତା ପାଖରେ ହାତ ଯୋଡ଼ୁଥିଲ? ତମକୁ ଟିକେ ଲାଜ ଲାଗୁନି? ମୋଠୁ ସେ କଣ ଏତେ ସୁନ୍ଦରୀଟା? ଲମ୍ବା ନାକି, ନହକି ମୁହିଁ, ମୁହଁକୁ ଛିଞ୍ଚାଡି ଦେଇ ପଳେଇଲା l ସମସ୍ତ ସାଥୀ କଳାକାର ହସି ହସି ପୁରା ଗଡ଼ି ଯାଇଥିଲେ l ସ୍ୱପ୍ନା ଟଏଲେଟ ଭିତରେ ଥାଇ ହସିହସି ଗଡ଼ି ଯାଉଥାଏ l ନିହାର ଲାଜେଇ ଯାଇଥିଲା ସୁନନ୍ଦାର ଏମିତି ଆଚରଣରେ l କିଛି ବି କହିପାରି ନଥିଲା l ସେମାନଙ୍କର ସମ୍ପର୍କ କେବଳ ମାଷ୍ଟ୍ରେଙ୍କ ବ୍ୟତୀତ ଅନ୍ୟମାନେ କେହି ଜାଣି ନଥାନ୍ତି l ମାଷ୍ଟ୍ରେ ସେଇ ସମୟରେ ଆସି ପହଞ୍ଚି ଯାଇଥିଲେ l ଭୀଷଣ ରାଗି ଯାଇଥିଲେ l ନାଟକ ଚାଲିଛି ଏମିତି ସବୁ ଏଠି ପ୍ରହସନ କଣ ପାଇଁକି ଚାଲିଛି ବୋଲି କହି ବହୁତ ଗାଳି ଦେଇଥିଲେ l ସୁନନ୍ଦାକୁ କହିଥିଲେ how dare you to come here ? Get lost. ସୁନନ୍ଦା ଭୟ ପାଇ ଯାଇ, କାନ୍ଦି କାନ୍ଦି ସେଠୁ ପଳେଇ ଯାଇଥିଲା l ମାଷ୍ଟ୍ରେଙ୍କର କମାଣ୍ଡ ଥିଲା... get involved with role. ସବୁ ଆର୍ଟିଷ୍ଟ ସାରଙ୍କ ତାଗିଦରେ ଭୟ କରି ଯାଇଥିଲେ l କିନ୍ତୁ କେହି ବି ନିଜ ଚରିତ୍ରର ବାହାରକୁ ଯାଇନଥିଲେ l ନାଟକଟିର ସଫଳ ମଞ୍ଚସ୍ଥ ହୋଇଛି ଶେଷରେ l ଦର୍ଶକଙ୍କର ମନକୁ ଛୁଇଁ ପାରିଛି l ନାଟ୍ୟକାର ନିର୍ଦେଶକ ସୁଧାକର ମାଷ୍ଟ୍ରେ ନାଟକଟିର ସଫଳ ମଞ୍ଚସ୍ଥ ପାଇଁ ପିଲାମାନଙ୍କ ଉପରେ ବହୁତ ଖୁସି ହେଇ ଯାଇଛନ୍ତି l 

     ହା ହା ହା ମଜା କଥା ହେଲା, ସୁଧାକର ମାଷ୍ଟ୍ରେ ଜାଣି ନଥିଲେ କି ସେଦିନ ଯୋଉ ପିଲାଟି ତାଙ୍କର ପ୍ରିୟ ଶିଷ୍ୟକୁ ଗ୍ରୀନ ରୁମରେ ଗାଳି କରୁଥିଲା, ସେ ଦିନେ ନିହାରକୁ ବିବାହ କରିଵ ଆଉ ତାର ଜୀବନ ସାଥୀ ହେବବୋଲି l ଯେତେବେଳେ ସେଦିନର ଗ୍ରୀନ ରୁମର ଘଟଣା ମନେପଡ଼େ,ସେ ବହୁତ ହସନ୍ତି ଆଉ ଭାବନ୍ତି ଭଗବାନ ନକରନ୍ତୁ ଏମିତି ଦର୍ଶକ ଆଠ ଦଶ ଜଣ ଆସି ନାଟକ ଦେଖନ୍ତୁ l  

       ସମୟ ଗଡ଼ି ଚାଲିଛି l ଧିରେ ଧିରେ ଏମିତି ମିଳାମିଶା ଭିତରେ ଉଭୟଙ୍କ ଭିତରେ ଗୋଟେ ସୁନ୍ଦର ସମ୍ପର୍କ ଗଢ଼ି ଉଠିଛି l କେହି କାହାକୁ ମୁହୂର୍ତ୍ତେ ଛାଡ଼ିକି ଯେମିତି ରହି ପାରୁ ନଥିଲେ l ଦିନେ ଯୋଉ ପିଲା ନିହାର ସୁନନ୍ଦାକୁ ବାରମ୍ବାର ଆଘାତ ଦେଇ ଚାଲିଥିଲା, ସେ ଯେମିତି ତାକୁ ପାଇବା ପାଇଁ ପାଗଳ ହେଇ ଯାଇଥିଲା l ସୁନନ୍ଦାକୁ ଦିନେ ନ ଦେଖିଲେ ସେ ଯେତେବେଳେ ତାକୁ ପାଖରେ ପାଇଥାଏ ଛୁଆ ପିଲାଙ୍କ ପରି ଅଝଟ ହେଇଥାଏ l ଏମିତି କିଛି ଦିନ ମିଳାମିସା ପରେ ସୁଧାକର ମାଷ୍ଟ୍ରେ ଆଉ ନିହାରର ବୋଉ ଉଭୟଙ୍କର ବିବାହ ପାଇଁ ରାଜି ହେଇଛନ୍ତି l ନିହାରର ଏପଟେ ଯବ ଲାଗି ଯାଇଛି ଆଉ ସୁନନ୍ଦା ଵି ଏକ ଘରୋଇ ସ୍କୁଲରେ ଟିଚରସିପ ପାଇ ଯାଇଛି l କିଛି ଦିନ ବ୍ୟବଧାନ ପରେ ଉଭୟଙ୍କର ବାହାଘରଵି ହେଇ ଯାଇଛି l ନିହାରର ବାପା ତ ଆଗରୁ ଯାଇଥିଲେ l

ବୋଉ, ସ୍ମୃତି ଜନ୍ମ ହେବାର ବର୍ଷକ ପରେ ଚାଲି ଯାଇଥିଲା l ବାସ ସେ, ସୁନନ୍ଦା ଆଉ ଝିଅ ସ୍ମୃତି ହସ ଖୁସିର ସଂସାର ଆଗକୁ ବଢ଼ି ଚାଲିଲା l

     ନିହାରର ବୋଉ ଚାଲିଯିବା ପରେ ସୁଧାକର ମାଷ୍ଟ୍ରେ ତାଙ୍କ ଘର ଆଡ଼େ ପ୍ରାୟେ ସମୟ ବୁଲି ଯାଆନ୍ତି l ସ୍ମୃତି ତାଙ୍କୁ ଅଜା ବୋଲି ଡାକେ l ଯେତେବେଳେ ସେ ଯିବେ, ମୋଟେ ତାଙ୍କୁ ଛାଡିବନି l କୁରକୁରେ ଆଉ ଚକଲେଟ ତାର ଭାରି ପ୍ରିୟ l କେବେ ଵି ନବାକୁ ମାଷ୍ଟ୍ରେ ଭୁଲି ନଥାନ୍ତି l ଅନେକ ସମୟରେ ସୁନନ୍ଦା ବାଧ୍ୟ କରିଥାଏ ବାବା ଆଜି ତମେ ଆମ ଘରେ ଖାଇକି ଯିବ l 

     ସ୍ମୃତି ଏବେ ପାଞ୍ଚ ବର୍ଷର l ସ୍କୁଲ ଗଲେଣି l ସୁନନ୍ଦା ଆଜିକାଲି ବହୁତ ଖୁସି l ଡାକ୍ତର କହିଛନ୍ତି ଏଥର ନିଶ୍ଚୟ ପୁଅ ହବ l ଏପଟେ ବାବାଙ୍କର ନୂଆ ଡ୍ରାମାରେ ତାକୁ ପୁଣି ପୁଅ ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳି ଯାଇଛି l ସୁନନ୍ଦା ବି ସ୍ୱାମୀଙ୍କର ଖୁସିରେ ବହୁତ ଖୁସି l 

     ଏମିତି ଦିନେ ସୁନନ୍ଦା ପାଖରେ ବସି ନିହାରକୁ କହିଛି...

ସୁନନ୍ଦା -ଆରେ ଆମ ଘରକୁ ନୂଆ ଅତିଥି ଆସୁଛି ବୋଲି ବାବାଙ୍କୁ କହିଛ ନା ନାହିଁ?

ନିହାର -କାଇଁ ତମେ ଯାଇ କହୁନ?

ସୁନନ୍ଦା - ନା ବାବା ମୁଁ ଯିବିନି l ମୋର କିଛି ରୋଲ ନାହିଁ ଡ୍ରାମାରେ l ହେଲେ ସବୁ ନାଟକରେ ବାବା ମତେ ଗାଳି କରିବେ l ତମେ କହିଦବ l ହଁ ବାବାଙ୍କୁ କହିବ ନୂଆ ନାଟକ ଦେଖିବାକୁ ମୁଁ ଏଥର ବି ଯିବି l

ନିହାର -ନା ବାବା ନା ତମ ଗୁଣ କିଏ ନଜାଣିଛି l ଆରମ୍ଭରୁ ଆଜିଯାଏ ପିଲାର ମାଆ ହେଲଣି, ହେଲେ ସବୁ ଡ୍ରାମାରେ ତମର ପାଗଳାମୀ l ସବୁ ଠିକ ଥିବ ହିରୋଇନ ସହିତ ଦେଖିଲା ମାନେ ତମର ରୂପ ବାହାରିବ l ବାବା ରାଗିବେ l ମୋର ଏ ବହିରେ ଅଲଗା ରୋଲ ଅଛି l

ସୁନନ୍ଦା -କାଇଁ କେତେ ଥର କୋଳେଇଛ କି? 

ନିହାର -ତମ ମୁଣ୍ଡ କାମ କରୁନି ଆଜି? ସ୍ମୃତିକି ଖାଇବାକୁ ଦେଇ ଶୋଇବ ଯାଅ l

ସୁନନ୍ଦା -ଯାଉନ ହଜାରେ ମାଇକିନିଆ କରୁନ l ମୋ ପିଲାଙ୍କ ସହିତ ମୁଁ ଖୁସି l ବାବାଙ୍କୁ ତମେ କହିବ କି ନାଇଁ କହିଲ?

ନିହାର -ନା ମୁଁ କହିବିନି l

ସୁନନ୍ଦା -କହିବନି ତ?

ନିହାର -(ଚିଡ଼ିକି) କହିଲି ପରା କହିବିନି l

ସୁନନ୍ଦା -ହଉ ତାହେଲେ ଆସ ଖାଇବ l କାଲି ମୁଁ ବାବାଙ୍କୁ ଦେଖାକରି ତମ ବିଷୟରେ କହିବି l ନିହାର -(ନିହାର ମଝିରେ ମଝିରେ ଟିକେ ଡ୍ରିଙ୍କ କରି ଦଉଛି-ଭୟ କରି ଯାଇଛି )

     କଣ କହିବ ଶୁଣେ?

ସୁନନ୍ଦା -କଣ କହିବି ତ? ହଉ ରୁହ l କାଲି ବାବା ଯେତେବେଳେ ଓଲଟି ତମକୁ ଗାଳି କରିବେ ସେତେବେଳେ ଜାଣିବ l

ନିହାର - ଓଃ କାଲି ଟିକେ ମନ ଭଲ ନଥିବାରୁ ସାଙ୍ଗମାନଙ୍କ ସହିତ ବସି ଯାଇଥିଲି l ବାବା ଶୁଣିଲେ ବହୁତ ରାଗିବେ l ଡ୍ରାମାରେ ବି ଆଉ ରୋଲ ଦେବେନି l ବହୁତ ଘୃଣା କରନ୍ତି ଡ୍ରିଙ୍କ କଲେ l ହେଇ.. Please କାନ ଧରୁଛି (ଗେଲେଇଛନ୍ତି)

ସୁନନ୍ଦା -Promise..

ନିହାର -ହଁ promise..

ସୁନନ୍ଦା -ମୁଁ ଡ୍ରାମା ଦେଖିବି ?

ନିହାର -ହଁ ବାବା ଦେଖିବ... ହେଲା l

ସୁନନ୍ଦା -ଆଉ ଆମ ନୂଆ ଅତିଥି କଥା?

ନିହାର - ଆଜ୍ଞା କହିବି ମୁଁ l ମୁଁ ବାବାଙ୍କୁ କହିବି କି ତମ ଗେଲ୍ଲୀ ସୁନନ୍ଦା ଆମ ନୂଆ ଡ୍ରାମା ଦେଖିବାକୁ ଆସିବ l ସେ ଏବେ ଜାଣି ପାରିଲେଣି କି ଆମେ ଡ୍ରାମା କରୁଛେ l (କହିକି ଗେଲ କରି ଦେଇଛନ୍ତି)

ସ୍ମୃତି -ମାଆ ମୋ ହୋମ ୱର୍କ ଓଭର l

ସୁନନ୍ଦା –ଛାଡ଼... ଝିଅ ଡାକିଲାଣି ପରା l

ନିହାର -Love u..

ସୁନନ୍ଦା -Hate u ହସିକି କହି ଦୌଡ଼ିକି ଝିଅ ପାଖକୁ ପଳେଇଛନ୍ତି l

ନିହାର ବାସ ଗୋଟେ ଅଜଣା ଖୁସିଭରା ମନ ଭିତରେ ନିଜକୁ ହଜେଇଦେଇଛି....



Rate this content
Log in