ମୋ ଗୁରୁ କାଳୁ ଅବଧାନେ
ମୋ ଗୁରୁ କାଳୁ ଅବଧାନେ
ଏବେ ସମୟଟା ଏମିତି ଯେ ସବୁ କିଛି ଯେମିତି ସ୍ଥିର l ପୁରୁଷ ଲୋକଟା ଘରେ ବସିବସି କଣ କରିବ ଯେ? ଅଫିସ ଟିକେ ମଣିଷ ଯାଉଥିଲା ସେବି ଏବେ ବନ୍ଦ l ଆଉ ଡ୍ରାମା? ବର୍ଷକ ସନ୍ଧ୍ୟା ସମୟଟା ପ୍ରାୟତଃ ଆଠ ମାସ ସେଥିରେ ଯାଉଥିଲା l ସେ ବି ବନ୍ଦ l କେବେ ହବ ତା ବି ଜଣା ନାହିଁ l ଏ ବର୍ଷ ମୋ ଶ୍ୱେତପଦ୍ମlର ଛଅଟି ଷ୍ଟେଜ ପ୍ରୋଗ୍ରାମ ମାଡ଼ ଖାଇଲା l ତା ଭିତରୁ ଏଇ ସେପ୍ଟେମ୍ବରରେ ମୋ ଜୀନତ ନାଟକ ଦିଲ୍ଲୀରେ ଗୋଟେ ନାସନାଲ ଲେବେଲ ଫେଷ୍ଟିଭାଲରେ ହେଇଥାନ୍ତା l ଏ ମହାକାଳ ସବୁ ପାଣି ଫେରେଇ ଦେଲା l କିଛି କାମ ନାହିଁ କଣ କରିବି ଆଉ? ସମୟ ଉପରେ ମୋର ଭାରି ରାଗ l ତାକୁ ପାନେ ଦେବାକୁ ବାସ ଛୁଆ ଦିନ କଥା ମନେ ପକଉଛି....
ଜୀବନର କିଛି ଅଭୁଲା ସ୍ମୃତିକୁ ନେଇ ବଂଚୁଥିବା ଏ ମଣିଷଟା ସକାଳୁ ସକାଳୁ ଚା କପଟି ଧରିଲା ବେଳକୁ ମନେ ପଡ଼ିଲା ମୋ ଜୀବନ ସ୍ମୃତିର ପ୍ରଥମ ପାହାଚ... ମୋ ଗାଁ ଚାହାଳୀ... ସେଇ ଝାଉଁ ବାଲିବନ୍ତ ଘେରା ମୋ ଗାଁ ଖନ୍ଦୋଳ (ବାଲିଦୋକାନ).. ଯୋଉଠି ସେଦିନ ସମୟରେ ସପ୍ତାହ ପୂର୍ବ ସମୟର ଖବରକାଗଜ ମୋ ଗାଁ ଲୋକ ପଢୁଥିଲେ..l 1966 ମସିହା... ଦିନବାର ଠିକସେ ମନେନାହିଁ l ସକାଳୁ ସକାଳୁ ବୋଉ ମୋର କୂଅମୂଳେ ଗାଧେଇ ଦେଇ ନୂଆ ଜାମାପ୍ୟାଣ୍ଟ ପିନ୍ଧେଇଦେଇ ଆମ ଠାକୁରଙ୍କ ପାଖରେ ନେଇ ମୁଣ୍ଡିଆ ମରେଇଲା l ମୁଁ ଛୁଆ ତିନି ବର୍ଷର, ନୂଆ ପ୍ୟାଣ୍ଟଜାମା ମନ ଖୁସି l ତାପରେ ମୋ ଜେଜେ ମଧୁଆବୁଢ଼ା ମୋ କାନ୍ଧରେ ବସ୍ତାନି ଛାଲି ଗଳେଇ ଦେଇ କନ୍ଧୁଅ କରି ବାହାରିପଡିଥିଲା ଆମ ଦାଣ୍ଡ ରାସ୍ତାକୁ l ମୁଁ ଖୁସି ଗାଁ ଦାଣ୍ଡରେ ମୋ ଜେଜେ ମତେ ନେଇ ଆମ ଗାଁ ଠାକୁରାଣୀଙ୍କ ଆଡ଼େ ଚାଲିଲା l ମୁଁ ପୁରା ଖୁସିଥାଏ lକୁଆଡେ ଯାଉଛି ଜାଣିନଥାଏ l ଏ କଣ ଗୋଟେ ଘରେ କୋଡିଏ ପଚିଶ ଟିକି ଟିକି ପିଲା ବସିଛନ୍ତି l ଗୋଟେ ଗୋଦର ଗୋଡ଼ିଆ ବୁଢ଼ା ପୁରା ସାତ ଫୁଟ ଲମ୍ବlକୁ ମୋଟା.. ମତେ ଦେଖୁଦେଖୁ ମୋର ପୁରା ମନେ ଅଛି ବଡ଼ ପାଟିରେ କହିଥିଲେ ଆରେ ପିଲାଏ ମଧୁଆ ନାତି ଆଇଲା, ଖଡ଼ି ଅନୁକୂଳ କରିବ l ସବୁ ଆମ ଗାଁ ପିଲା.. ବନୁ ପୁନା ନଖିଆ ଶାନ୍ତି ଜ୍ୟୋତ୍ସ୍ନା ସୂରିଆ ସୁନ୍ଦରୀ ଆଦି ସବୁ ମୋରି ସାଙ୍ଗ l ସାଥି ହେଇ ଆମେ ଖେଳୁ l ତା ଭିତରୁ ଦି ତିନିଜଣ ଭେଁ ଭେଁ ହେଇକି ରଡ଼ି ଛାଡୁଥିଲେ l ତାଙ୍କୁ ଦେଖି ମୁଁ ଡରି ଗଲି ଆଉ କାନ୍ଦିଲି l ଜେଜେ ମତେ ସେଠି ଛାଡ଼ିଦେଇ କାଳୁ ଅବଧାନେ ମୋ ନାତିର ଖଡ଼ି ଅନୁକୂଳ ଆଜିଠୁ କହି ବୁଢ଼ା ପଳେଇଆସିଥିଲା l ମୁଁ କାନ୍ଦିବା ବନ୍ଦ ନକରିବାରୁ ଅବଧାନେ ବଡ଼ ବଡ଼ ଆଖି କରି ଭେଁଭେଁ ନହେଇ ଚୁପ ହେବାକୁ କହିଥିଲେ l ସେତେବେଳକୁ ମୋ ଅବସ୍ଥା ଖରାପ l ଆଖି ନାକରୁ ଲୁହ ସିଙ୍ଗାଣି ପୁରା ଏକାକାର l ହା ହା ହା ପ୍ୟାଣ୍ଟରେ ମୁତି ସାରିଥିଲି l କିନ୍ତୁ ଅବଧାନ ବୁଢ଼ା ନଛୋଡ଼ବନ୍ଧା l ପ୍ୟାଣ୍ଟଜାମା ଖୋଲି ମୋ ପରିସ୍ରାକୁ ମୁଁ ପୋଛିଥିଲି l ପୁରା ନଙ୍ଗଳା l ସେଇଥିରେ ଖଡ଼ି ଅନୁକୂଳ l
ଅବଧାନଙ୍କ କହିବାନୁସାରେ ପ୍ରଥମେ ତାଙ୍କୁ ମୁଣ୍ଡିଆ ମାରିଥିଲି l ସେ ମୋ ମୁଣ୍ଡ ଉପରେ ହାତ ରଖି କଣ କହିଥିଲେ ମନେ ନାହିଁ l ତାପରେ ସିଲଟ ଖଡ଼ି l ମୋ ହାତ ଧରେଇ ସିଲଟରେ ତିନୋଟି ବଡ଼ ବଡ଼ ଶୂନ ଲେଖିଥିଲେ l ଆଉ ସେ ବଡ଼ ପାଟିରେ ଉଚ୍ଚାରଣ କରିଥିଲେ l ବ୍ରହ୍ମl, ବିଷ୍ଣୁ, ମହେଶ୍ୱର.. ତାଙ୍କ ସ୍ୱରରେ ସ୍ୱର ମିଳେଇ ମତେ କହିଥିଲେ କହିବାକୁ.. ବ୍ରହ୍ମl-ବିଷ୍ଣୁ -ମହେଶ୍ୱର...
ସେଇମିତି ନଙ୍ଗଳା ହେଇକି ସେଦିନ ବାସ ଘୋଷି ଚାଲିଥିଲି...... ବ୍ରହ୍ମl-ବିଷ୍ଣୁ-ମହେଶ୍ୱର ବ୍ରହ୍ମl-ବିଷ୍ଣୁ-ମହେଶ୍ୱର
ବ୍ରହ୍ମl-ବିଷ୍ଣୁ-ମହେଶ୍ୱର
ଘଣ୍ଟା ଘଡ଼ି ସେତେବେଳେ ତ ନଥିଲା..
ଅବଧାନେ କହିଥିଲେ ପିଲେ ଏବେ ବସ୍ତାନି ବାନ୍ଧ l କାଲି ସକାଳୁ ପୁଣି ଆସିବ l ଏପଟେ ଦୁଆରକୁ ଅନେଇଲା ବେଳକୁ ସମସ୍ତଙ୍କ ବାପା ଜେଜେ କି କକା ଆସି ଠିଆ ହେଇଛନ୍ତି l ତା ଭିତରେ ମୋ ଜେଜେ ଖୋର୍ଦ୍ଧା ନାଲି ଗାମୁଛା ଆଉ କାନ୍ଧରେ ଗାମୁଛା ପକେଇ ସଭା ଆଗରେ ଠିଆହେଇଥିଲେ l ଅବଧାନେ ମୋ ଜେଜେକୁ ହସିହସି କହିଥିଲେ ମଧୁଆ ତୋ ନାତିର ଖଡ଼ି ଛୁଆଁ ହେଇଗଲା l କାଲି ତୋ ନାତି ବସ୍ତାନିରେ ଆଉ ହଳେ ଜାମା ପୂରେଇଥିବୁ l ଶଳା ଟୋକା ଆଜି ଠାକୁରାଣୀଙ୍କ
ଚାଳିଆକୁ ମୁତି କି ଭସେଇ ଦେଇଛି l ଜେଜେ ମୋର ହସି ଦେଇ ଅବଧାନଙ୍କୁ ପାନ ଖଣ୍ଡେ ବଢ଼େଇଦେଇ କହିଥିଲେ କି ଅବଧାନେ ମୋ ନାତି ଆଜିଠୁ ତମ ନାତି.. ସେ ଯେମିତି ଆମର ନାଁ ରଖିବ.. ହା ହା ହା.. ଜେଜେ ମୋର କନ୍ଧୁଅ କରି ଘରକୁ ନେଇଆସିଥିଲେ l
ବାସ ପଢ଼ା ଆରମ୍ଭ.. ତିନିବର୍ଷ ଚାହାଳୀ..
ବ୍ରହ୍ମl-ବିଷ୍ଣୁ-ମହେଶ୍ୱର ତାପରେ ଅ ଆ ଇ ଈ ଉ ଊ...... ପରେ କ ଖ ଗ ଘ..ସ୍ୱର ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ମାତ୍ରା ସଂଖ୍ୟା ପଣିଖିଆ ମିଶାଣ ଫେଡ଼ାଣ ହରଣ ଗୁଣନ ମାନସାଙ୍କ ଛବିଳ ବର୍ଣ୍ଣ ବୋଧ....
ଗୋଟେ କଥା ଏବେବି ମନେ ପଡିଲେ ହସ ମାଡ଼େ.. ପଣିକିଆ ଘୋଷା ଚାଲିଥାଏ.. ମୁଁ କଣ କଲି ଏକକ ପରେ ଦୁଇକ... ସେଦିନ ଅବଧାନେ ମତେ ଦେଲେ ଦୁଇଖନ୍ଦl ଘସିବାକୁ l ଏବେଯେମିତି ମୋର ବଡ଼ ପାଟି ପିଲାବେଳେ ବି ସେମିତି ବଡ଼ପାଟିରେ ସବୁ କୁହେ l କଣ ମୋ ମନ ହେଲା କେଜାଣି ଜୋର ବଡ଼ ପାଟିକରି ଦୁଇକ ଘୋଷିଲି ଆଉ ତାକୁ ସିଲଟ ଅlରପଟେ ଉତାରି ଅବଧାନଙ୍କ ପାଖରେ ବଡ଼ ପାଟିରେ ମାଗିଦେଲି l ଅବଧାନେ କଣ ବୁଝିଲେ କେଜାଣି କହିଲେ କିରେ ମଧୁଆ ନାତି କଣ ତୋର ମୁଣ୍ଡକିରେ ପୁରା ଘୋଷିଦେଲୁ l ସlବାସ.. ପିଲା ମନ କିଛି ଜାଣିପାରିଲିନି.. ଅବଧାନେ ମତେ ପରେପରେ ତିନିଖନ୍ଦl ଚାରିଖନ୍ଦl ପାଞ୍ଚଖନ୍ଦl ଦେଇଦେଲେ ସେଦିନ l ମୁଁ ସେମିତି ବଡ଼ପାଟିରେ ମାଗିକି ପୁଣି ସିଲଟ ଅlରପଟେ ଉତାରି ଅବଧାନଙ୍କ ଆଗରେ ମାଗିଥିଲି l ଖୁସିରେ ଅବଧାନେ କହିଲେ ଆରେ ଦେଖୁଛତ ମଧୁଆ ନାତିର ଗୋଟେ ଦିନରେ ପାଞ୍ଚଖନ୍ଦl ମୁଖସ୍ତ l ମୂର୍ଖ ବଳଦ ସବୁ l ମୁଁ ବୋକାଙ୍କ ଭଳିଆ କଲବଲ ମୁହଁ କରି ଅବଧାନଙ୍କୁ ଚାହିଁଥାଏ l ବୁଢ଼ା କଣ ଠଉରେଇଲେ କେଜାଣି ମତେ କହିଲେ ଦୁଇକଠୁ ପଦିଆ ଲେଖିଯା ଏବେ l ମୁଁ କଣ ମନେ ରଖିଛି ଯେ ଲେଖିବି l ଆଜ୍ଞା ଚାରିବର୍ଷର ପିଲା ମୁଁ.. ସେତେବେଳେ.. ବୁଢ଼ା ତା ପାନକୁଟା ମୋ ଦଶ ଆଙ୍ଗୁଠି ଉପରେ ରଖି ପାନଛେଚିଲା l କଅଁଳ ହାତ ରକ୍ତ ବାହାରୁଥିଲେ ବି ଅବଧାନେ ଶୁଣିନଥିଲେ l ସେତିକିରେ ମନ ବୁଝିନଥିଲା l ଚାହାଳୀ ଘରେ ସେ ରହୁଥିଲେ l ସେଇଘରେ ରୋଷେଇ ତାଙ୍କର l ଆମେ ପଢିଲା ବେଳେ ବି ତାଙ୍କର ରନ୍ଧା ଚାଲିଥାଏ l ସବୁ ପିଲାଙ୍କୁ ବାହାରକୁ ବାହାରକରି ସେ ଚୁଲିରେ ଲଙ୍କା ପକେଇ କବାଟ ଦେଇଦେଇଥିଲେ l ପୁରା ରାଗି ବୁଢ଼ା l ମୁଁ କାଶି କାଶି ପୁରା ନୟାନ୍ତ l ଗୋଟେ ପିଲା ଲୁଚିକି ଯାଇ ମୋ ଜେଜେକୁ ଡାକି ଆଣିଥିଲା l ଜେଜେ ଆସି ମତେ ସେଠୁ ବାହାର କରି ଅବଧାନଙ୍କୁ ବଡ଼ ପାଟିରେ ସୋଦି ଥିଲେ l ତମ ପାଖରେ ମୋ ନାତି ପଢ଼ିବନି l ତାପରେ ବୋଧେ ମାସେ ପର୍ଯ୍ୟନ୍ତ ମୁଁ ଚାହାଳୀକୁ ଯାଇନଥିଲି l ତାପରେ ଅବଧାନେ ବୋଧେ ମୋ ବୋଉ ଆଉ ବାପାଙ୍କୁ ଆସି ମତେ ଚାହାଳୀକୁ ପଠେଇବାକୁ କହିଥିଲେ.. ସେଇଠୁ ପୁଣି ଚାହାଳୀ.. କିନ୍ତୁ ଅବଧାନଙ୍କର ସେଦିନର ଦଣ୍ଡ ମତେ ଶିଖେଇ ଥିଲା କି ମିଛ କହିବା ଠିକ ନୁହଁ... ହୁଏତଃ ସେଦିନ ଯଦି ମୁଁ ଘୋଷିନି ବୋଲି କହିଥାନ୍ତି ବୋଧେ ମୋତେ ଅବଧାନେ ଦଣ୍ଡ ଦେଇନଥାନ୍ତେ .. କିନ୍ତୁ ହଁ ତାଙ୍କର ସେ ଦଣ୍ଡ ମତେ ଉଚିତ ଶିକ୍ଷା ଦେଇଥିଲା l ମୋ ଜୀବନ ଗଢିବାରେ ମତେ ସହାୟକ ହେଇଛି ବୋଲି ମୁଁ ଆଜି ଭାବୁଛି l
ମେଧାବୀ ଛାତ୍ର କି ଉଚ୍ଚ ଶିକ୍ଷା ଅବା ସେମିତି ବଡ଼ ଚାକିରୀ କରିନଥିଲେ ବି ମୋ ଜୀବନକୁ ଗୋଟେ ସରଳ ମାନ ଦଣ୍ଡରେ ରଖି ମୋ ଲକ୍ଷ୍ୟ ସ୍ଥଳରେ ପହଂଚିପାରିଛି ବୋଲି ମୁଁ ଆଜି ଅନୁଭବ କରୁଛି l ସ୍ୱାଭିମାନୀ ଆଉ ସ୍ୱତନ୍ତ୍ର ଚିନ୍ତାଧାରାକୁ ନେଇ ମୁଁ ମୋ ପରିଚୟ ପାଇଛି l
ଆଜି ମୁଁ ଯୋଉଠି ପହଂଚିଥିଲେ ବି ମୋ ଗୁରୁ କାଳୁ ଅଭାଧାନେଙ୍କ ସେଦିନର ଦଣ୍ଡ ମତେ ଆଜି ମତେ ମୋ ପରିଚୟ ଦେଇଛି l
ପାଠ ପଢ଼ା ଭିତରେ ଅନେକ ଗୁରୁ ଆସିଛନ୍ତି.. ସ୍ନାତକ ଡିଗ୍ରୀ ପର୍ଯ୍ୟନ୍ତ.. କିନ୍ତୁ ମୋ ....
ଆଜି ବି ମୁଁ ଯୋଉଠି କୁହେ ଏମିତି କି ମଞ୍ଚ ଉପରେ ମୁଁ ନେଇଥାଏ ମୋ ଗୁରୁଙ୍କ ନାମ.. ମୋର ଆଦ୍ୟ ଆଉ ଅନ୍ତ ଗୁରୁ କାଳୁ ଅବଧାନେ....
ଆଜ୍ଞା କଥା କହିଲେ ନଈ ବାଲି ସିନା ସରିଯିବ ହେଲେ ମୋ ଚାହାଳୀ ଆଉ ମୋ ଗୁରୁ କାଳୁ ଅବଧାନେଙ୍କ କଥା ସରିବନି.....
ଜୟ ଜଗନ୍ନାଥ