Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Pradeep Biswal

Inspirational

3  

Pradeep Biswal

Inspirational

ନୋ ଟିକ ଟକ୍:ଟକଟାକ ଖଟି ଧମାକା

ନୋ ଟିକ ଟକ୍:ଟକଟାକ ଖଟି ଧମାକା

4 mins
35



     


ସମୟ ପୁଣି ବର୍ତ୍ତମାନର - କାଳିଆ ନନାଙ୍କ ଉଵାଚ l 

ବର୍ତ୍ତମାନର ସମୟ ପୁଣି କଣ କଲା ଯେ ତାକୁ ବର୍ତ୍ତମାନ ଆମର କାଳିଆ ନନା ଆଜି ସେ ପ୍ରସଙ୍ଗଟିକୁ ଚର୍ଚ୍ଚା ଭିତରକୁ ଆଣୁଛନ୍ତି? ଆରେ ଆମେ ସବୁ ଜାଣିଛେ ସମୟ ହଉଛି ବଳବାନ.. ନା ତାର ରଙ୍ଗ ଅଛି ନା ରୂପ ଅଛି, ନା ଆକାର ଅଛି, ନା ଅଛି ସୀମା ନା ପରିଧି l ହଁ ଆମେ ବି କୁହେ ସମୟ ଗତିଶୀଳ l ଅନୁଭବ କରିଛେ l କିନ୍ତୁ ମତେ କହିଲ ତାର ଗତି ପ୍ରତ୍ୟୋକ୍ଷ ଭାବେ କିଏ ଦେଖିଛ? କେହି ନଦେଖିଲେ ବି ଆମେ ମଣିଷମାନେ ସୃଷ୍ଟି କରିଥିବା ଦିନ ବାର ସପ୍ତାହ ମାସ ବର୍ଷ ଖ୍ରୀଷ୍ଟ ପୂର୍ବ ଖ୍ରୀଷ୍ଟାବ୍ଦ ମସିହା ସତ୍ୟ ତ୍ରେତୟା ଦ୍ୱାପର କଳିଯୁଗ ଘଣ୍ଟାଏ ମିନିଟ ସେକେଣ୍ଡ ଆଦିକୁ ନେଇ ଆମ୍ଭେ କହିଥାଏ ସମୟ ଗତିଶୀଳ.. ।ଚକ୍ରବର୍ତ୍ତ୍ତନ୍ତେ ପରିବର୍ତ୍ତ୍ତନ୍ତେ ଦୁଃଖା ନିଚଃ ସୁଖାନିଚଃ.. ସମୟ ରୂପକ ଚକ୍ରଟି ଘୁରିଚାଲିଛି.. ଘୁରିବା ପଥରେ କେତେବେଳେ ଦୁଃଖ ଆସୁଛି ପରେପରେ ସୁଖବି ଆସୁଛି.. ବାସ ଏମିତି କିଛି ଗାଣିତିକ ସୂତ୍ରକୁ ଆପଣେଇ ଆମେ ସମୟ ଗତିଶୀଳ ବୋଲି କହିଥାଏ l ବଡ଼ ବଳବାନ ବି କହିଥାଏ l ସମୟ ପାଖରେ ସମସ୍ତେ ଜୀବନର ଲମ୍ବା ଯାତ୍ରାରେ କେବେନା କେବେ ହାରିଛନ୍ତି l ଏହି ବାସ୍ତବତାକୁ କେହି ଆମେ ଅସ୍ବୀକାର  କରିପାରିବନି l

ହଇଏ କାଳିଆ ନନା ମୁଁ ଏତେ କଥା କାହିଁଗଲେଣି କିଛି ମୁଣ୍ଡରେ ପୁରେଇଲଣି ନା ନାହିଁ? ବାପା ଯୋଗେନ୍ଦ୍ର କଣ ତୁମ୍ଭେ କହିଲ ଯେ ଆମ୍ଭେ ତାକୁ ଆମ୍ଭ ମଗଜରେ ପୂରେଇବୁ l ତୁମ୍ଭର କଥାରେ ଆମ୍ଭେ ତ ସେମିତି କିଛି ନିଦର୍ଶନ ପାଇପାରିନୁ l ଆଉ ମୁଣ୍ଡରେ ପୁରେଇବି କଣ? ଅଦ୍ୟ ଯାହା ତୁମ୍ଭେ କହିଛ ତାହା ଆମ୍ଭେ ଜାଣିଛୁ ସାରା ବ୍ରହ୍ମାଣ୍ଡ ମାନେ ତିନିଲୋକ ର ଅଧିବାସୀ ବି ଜ୍ଞାତ ଅଛନ୍ତି l ହେଲେ ବାବା ଚତୁର ଯୋଗେନ୍ଦ୍ର ଆମ୍ଭେ ଏବେ ଯାହା ତୁମ୍ଭ ଖଟିରେ କହିବାକୁ ଯାଉଛୁ ତାହା କେବଳ ଆମ୍ଭେ ଜାଣିଅଛୁ.. ହା ହା ହା... 

ମାରିଦେଲୁରେ ତୁ ମତେ କାଳିଆ  ନନା l ତତେ ଶଳା ବୁଦ୍ଧିରେ ପାରିବ ବଡ଼ କଷ୍ଟ l ଶଳା ସେ ଅଦୃଶ୍ୟ ସମୟ ଯେମିତି ତୋ ବୁଦ୍ଧି ସେମିତିରେ କାଳିଆ ନନା l 

ତୁମ୍ଭେ ବୋଧେ ମନ ମଧ୍ୟରେ କିଛି ଗାଳି ଦଉଛ ଆମ୍ଭକୁ? 

ନାଇଁ ନାଇଁ କାଳିଆ ନନା ମନ ମଧ୍ୟରେ ତୁମ୍ଭର ଗୁଣକୁ ରିବିଣ୍ଡ କରୁଛୁ l 

ବାଃ ଗୋଟେ ନୂତନ ଶବ୍ଦ ରିବିଣ୍ଡ (rewind) ତୁମ୍ଭେ ମୋର ଗୁଣଗାନ କରି କରିଛ ବହୁତ ଖୁସି ମୁଁ... ହା ହା ହା.. ହଉ ଏବେ ନିରବରେ ବସି ଆମ୍ଭେ ଯାହା କହୁଛୁ ଶ୍ରବଣ କର l 

କୁହନ୍ତୁ ମହାରାଜ କଣ ହେଲା "ସମୟ ପୁଣି ବର୍ତ୍ତମାନର".... !!!

ଆଜି ସଂକ୍ଷେପ ରେ କହିରଖୁଛି କାରଣ ଆଜି ଖଟି ଆଲୋଚନାର ସିଂହ ଭାଗ ସମୟକୁ ତୁମ୍ଭେ ଅଲରେଡ଼ି ଖାଇସାରିଛ l

ଆଜ୍ଞା ମହାରାଜ !!

ଦେଖ ଏବେ ସମୟଟା ସମ୍ପୂର୍ଣ୍ଣ ବିପରୀତ ଧର୍ମୀ.. ସବୁ କିଛି ଠିକ ଠାକ ଆଦିମ କାଳରୁ ଚାଲିଆସିଥିଲା l ଏବେ ସବୁ ଯେମିତି ସ୍ଥିର ହେଇଯାଇଛି l ଗାଣିତିକ ସୂତ୍ର ଭିତରେ ଆମ୍ଭେ ସମୟର ଗତିକୁ ଧରିପାରୁଥିଲେ ବି ଲାଗୁଛି ଯେମିତି ଆଜି ସବୁକିଛି ସ୍ଥିର ଆଉ ଗତିଃଶୂନ୍ୟ l ସମଗ୍ର ପୃଥିବୀକୁ ବାସ ଆଜି ଗୋଟିଏ ଚିନ୍ତା, ଗୋଟିଏ ସମସ୍ୟା କବଳିତ କରିଛି l ସମାଜର ପ୍ରତିଟି ବର୍ଗରେ ବାସ ସେଇ ଗୋଟିଏ ଚିନ୍ତା ଆଉ ଗୋଟିଏ ସମସ୍ୟା l ଏଥିରୁ ଉଦ୍ଧାର ପାଇବା ପାଇଁ ସବୁ ସ୍ତରରେ ଚିନ୍ତା ବିଚାର ବିମର୍ଶ ଗବେସଣାଦି ଚାଲିଥିଲେ ବି ନିଷ୍କର୍ସ ବାହାରିପାରୁନି.. ଅବିଶ୍ରାନ୍ତ ତର୍ଜମା ଚାଲିଛି ଗବେଷଣା ବି ଚାଲିଛି.. ସମସ୍ତଙ୍କର ଅପେକ୍ଷା.. ସମଗ୍ର ବିଶ୍ୱବାସୀ ବାସ ଅପେକ୍ଷା କରିଛନ୍ତି କେବେ ସବୁକିଛି ପୁଣି ଗତିଶୀଳ ହୋଇଉଠିବ? ସମୟର ତାଳେ ତାଳେ ପୁଣି ସବୁକିଛି ଦୌଡିବ l ଜୀବନ ଜୀବିକାର ରଫତାର ବଢ଼ିବ l ମଣିଷ ଦୌଡିବ ମେସିନ ଦୌଡିବ ଗାଡ଼ି ମଟର କଳକବ୍ଜା ସମସ୍ତେ ସମୟକୁ ଲଙ୍ଘି ଚାଲିବେ l 

ସ୍ୱଳ୍ପ ସମୟ ବାବା ଯୋଗେନ୍ଦ୍ର l

ଆଜ୍ଞା ସ୍ଵୀକାର୍ୟ୍ଯ !!  

ଅଲରେଡ଼ି ସିଂହ ଭାଗ ତୁମ୍ଭେ ଭକ୍ଷଣ କରିସାରିଛ l ସମୟର ଅପଚୟ କରିଛ l ତୁମ୍ଭଙ୍କୁ କିଛି ପ୍ରସଙ୍ଗ ବୁଝେଇବାକୁ ହେଲେ ଦୀକ୍ଷାନ୍ତ ଚର୍ଚ୍ଚାର ଆବଶ୍ୟକ ପଡିଥାଏ l ଆଜି କିନ୍ତୁ ତୁମ୍ଭଙ୍କୁ ସ୍ୱଳ୍ପ ସମୟ ଚର୍ଚ୍ଚାରେ ହିଁ ସନ୍ତୁଷ୍ଟି ହେବାକୁ ପଡ଼ିବ l 

ଆଜ୍ଞା ମହାରାଜ.. ମୋ ମୁଣ୍ଡ ଆଜି ତେଜ ଅଛି l ସବୁ ଆଜି ମୁଁ ଧରିପାରୁଛି l 

ତେଣୁ ଆପଣ ଆଗାନ୍ତୁ ମହାରାଜ.... 

ଖୁସି ପ୍ରକଟ କରୁଛି ବତ୍ସ୍ୟ. ତେଣୁ ଏବେ ଟକଟାକର ଅନ୍ତିମ ଚରଣକୁ ଯିବା.. 

ପୁଣି କାହାର ଅନ୍ତିମ ଚରଣ? 

ସମୟ ପୁଣି ବର୍ତ୍ତମାନର.. 

କିଛି ନାହିଁ ଅତି ସରଳ.. ପ୍ରଶ୍ନ ହେଲା ସମୟ ସହିତ ପାଦ ମିଶେଇ ଆଗେଇବା.. ଠିକ l କାରଣ ଟିକିଏ ସ୍ଥିର ହେଇଗଲେ ବହୁତ ପଛରେ ପଡିଯିବା.. ଠିକ l ସମୟ ର ସିନା କିଛି ସୀମା ନାହିଁ l କିନ୍ତୁ ବାପା ଯୋଗେନ୍ଦ୍ର.. 

ଆଜ୍ଞା !!

ଆମ୍ଭରସବୁ ଗୋଟେ ନିର୍ଦିଷ୍ଟ ସୀମା ରହିଛି.. ଠିକ l 

ଆଜ୍ଞା !!

ସମୟ ଯୋଗେନ୍ଦ୍ର କିଏ ନିର୍ଧାରଣ କରିଛନ୍ତି? 

କିଏ ଆଉ ଭାଗବାନେ ଆଉ ତୁମ୍ଭ ପଣ୍ଡିତିଆ ଭାଷାରେ ଜଗତର ଠାକୁର ଆମ୍ଭ ସମସ୍ତଙ୍କର ଭାବର ଠାକୁର ବଡ଼ ଠାକୁର ଶ୍ରୀଜଗନ୍ନାଥ l 

ବାଃ ଚମତ୍କାର l ଟକଟାକ ଚାଟଶାଳୀର ନାମ ଆଉ ଏଭଳି ଶିକ୍ଷାନୁଷ୍ଠାନର ସାର୍ଥକତାକୁ ତୁମ୍ଭେ ବାସ୍ତବ ରେ ଉଚିତ ଉତ୍ତର ରଖି ସାର୍ଥକ କରିପାରିଛ l ଆଶୀର୍ବାଦ l

ଶୀରୋଧାର୍ଯ୍ୟ ମହାରାଜ !!

ଏବେ ଆଗେଇବା l ଦେଖ ଯୋଗେନ୍ଦ୍ର ମହାପ୍ରଭୁ ଏବେ ଅସ୍ତ ପ୍ରାୟ... 

ତେଣୁ ପରିସ୍ଥିତି ଯେତେ କଠିନ ହଉ, ଯେତେ ବିପରୀତଧର୍ମୀ ହଉ, ଯେତେ ଅପରିଣାମଦର୍ଶୀ ହଉ, ଯେତେ ଦୁର୍ଗମ୍ୟ ହେଉ, ଆମ୍ଭକୁ ନିଜର ବୁଦ୍ଧି ବିବେକ ସାମର୍ଥ୍ୟ ଆଉ ପ୍ରତିବଦ୍ଧତା ର ଆଧାରରେ ଆମ୍ଭକୁ ଗତି କରିବାକୁ ପଡ଼ିବ.. ଦୁଃସାଧ୍ୟ ସମୟ କୁ ସାଧ୍ୟ କରିବାକୁ ପଡ଼ିବ l ଅସଫଳ କୁ ସଫଳ କରିବାକୁ ପଡ଼ିବ l ବିକଳ୍ପ ଚିନ୍ତାକୁ ଆପଣେଇବାକୁ ପଡ଼ିବ l ପ୍ରତିକୂଳକୁ ଅନୁକୂଳରେ ପରିବର୍ତ୍ତନ କରିବାକୁ ପଡ଼ିବ l ଅନ୍ୟର ଆଶାର ଭରଷା ହେବାକୁ ପଡ଼ିବ l ପ୍ରକୃତିର ନିୟମକୁ ମାନି ଆଗକୁ ଅଗ୍ରସର ହେବାକୁ ପଡ଼ିବ l 

ତେଣୁ ବର୍ତ୍ତମାନର ସମୟ ଅଟକି ଯିବା ପରି ପ୍ରତୀୟମାନ ହେଉଥିଲେ ବି, ଏହା ଛାଇ ଆଲୁଅର ଖେଳ ଭାବି ଯେମିତି ଦିନ ରାତି.. ସେମିତି ଏହାକୁ ପ୍ରକୃତିର ନିୟମ ଭାବି ଆମ୍ଭେ ସମସ୍ତେ ଆମ୍ଭକୁ ଆମ୍ଭର କର୍ମ ଭୂମିରେ ଯୋଦ୍ଧାରୂପେ ନିଜକୁ ରୁପ ଦେଇ ଆଗକୁ ଆଗେଇବାକୁ ପଡ଼ିବ.. ଲକ୍ଷ୍ୟ.. ବଂଚିବା.. ଆମ୍ଭ ପାଇଁ ନିର୍ଦିଷ୍ଟ ଅଜ୍ଞାତ ସମୟ ସୀମା ପର୍ଯ୍ୟନ୍ତ... ଜନ୍ମ ନେବା ପୂର୍ବରୁ ନିଜ ନିଜର ଦୈବୀ ସ୍ଥିରୀକୃତ ଲକ୍ଷ୍ୟସ୍ଥଳ ରେ ପହଂଚିବାକୁ ପଡ଼ିବ l ଆମ୍ଭର ଜୟ ଯାତ୍ରା ସମଗ୍ର ବିଶ୍ୱର ଜୟ ଯାତ୍ରା l 

ଏହି ନିୟମର ଟିକିଏ ବ୍ୟତିକ୍ରମ ବାସ କେବଳ ଜୀବନ ଯନ୍ତ୍ରଣା.. ଆଉ ଅନ୍ୟକୁ ଯନ୍ତ୍ରଣା ଦେବା ହିଁ ସାର  ହେବ l

କଣ ବାବା ଯୋଗେନ୍ଦ୍ର କିଛି ଜ୍ଞାତ ହେଲ? 

ନାଇଁ ନନା ବାସ୍ତବ କଥାଟିଏ ମୋ ପାଇଁ ଆଜି ଆମର ଟକଟାକ ଚାଟଶାଳୀ ରେ ଆପଣ କହିଛନ୍ତି l ଜାଣିନି ଆପଣଙ୍କ କଥାକୁ କିଏ ଗ୍ରହଣ କରିବ କି ନାହିଁ l କିନ୍ତୁ ମୁଁ ବାବା ଶତପ୍ରତିଶତ ମାନିବି l ବର୍ତ୍ତମାନର ସମୟକୁ ନେଇ ପୁରା ଡରିଯାଇଥିଲି l ଘରେ ବସି ରହି ଖାଲି ଆକୁ ତାକୁ ଦୋଷ ଦେଇଚାଲିଥିଲି l ଘରେ ଅନ୍ୟମାନଙ୍କୁ ଯନ୍ତ୍ରଣା ଦେଇଚାଲିଥିଲି l ଆପଣ ନନା ମୋ ଆଖି ଖୋଲି ଦେଇଛନ୍ତି ଆଜି l ଆପଣଙ୍କ କଥା ଶୁଣି ମୁଁ ଆଜି ନିଜର ଅନ୍ତର୍ନିହିତ ଶକ୍ତିକୁ ଜାଣିପାରିଛି l ଜୀବନ ଅଛି ଯେତେବେଳେ ଜୀବିକା ବି ଅଛି l ବାସ କେବଳ ପ୍ରକୃତିର ନିୟମକୁ ମାନି ନିଜ ବୁଦ୍ଧି ଆଉ ବିବେକ ବଳରେ ନିଜର କର୍ମ ଭୂମିରେ ଆଗେଇବାକୁ ପଡ଼ିବ l ଜୟ ସମୟ ll ଜୟ କର୍ମ ଭୂମି ll

ପ୍ରଣାମ ନନା ll

କର୍ମବୀର ଭଵ ll

ନନା ପୁଣି କୋଉ..

ସେକଥା ବାବା ଯୋଗେନ୍ଦ୍ର ଆମ୍ଭେ କେମିତି କହିପାରିବୁ? ସେ ଯୋଉଦିନ ଚାହିଁବ ପୁଣି ଆମ୍ଭେ ଭେଟ ହେବା....  



Rate this content
Log in

More oriya story from Pradeep Biswal

Similar oriya story from Inspirational