Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Rashmita Bhatta

Romance Tragedy Inspirational

4  

Rashmita Bhatta

Romance Tragedy Inspirational

ଆଶାର ଆଲୋକ

ଆଶାର ଆଲୋକ

7 mins
2


ସଂପୂର୍ଣ୍ଣ ଅନାଥିନୀ ଝିଅ ଆଶା ।ବୟସ 15 ବର୍ଷ ।ସଂସାରରେ ଆଖି ଖୋଲିଲା ପରଠାରୁ କେବେ ଦେଖିନି ଆତ୍ମିୟ ସ୍ୱଜନ କିମ୍ବା ଜନ୍ମ ଦାତା ଓ ଜନ୍ମ ଦାତ୍ରୀ ଙ୍କୁ ।ଶୁଣିନି କେବେ ତା ମା ର ପ୍ରେମ ପୂର୍ଣ୍ଣ ଗୁଣୁଗୁଣୁ ଗୀତର ସ୍ୱର କିମ୍ବା ପାଇନି କେବେ ମା ର ମଧୁର ସ୍ପର୍ଶ ।ଭଗବାନ ତାକୁ କଣ୍ଢେଇଟିଏ କରି ଜନ୍ମ ଦେବା ସହ ଫଟା କପାଳ ଯୋଡି ଦେଇଥିଲେ ତା ସହ ।କେଉଁ ପାପ ପ୍ରଣୟ ର ଫଳ ରୂପେ ଆଶା ର ଜନ୍ମ ଆଶା ନିଜେ ବି ଜାଣେନା ।ସେ ଯେମିତି ଆଜି ସାହାରା ମରୁଭୂମିର ବିଶାଳ ଉତ୍ତପ୍ତ ବାଲୁକା ରାଶି ଉପରେ ଛିଡା ହୋଇ ଅସହାୟ ଭାବରେ ଖୋଜୁଛି ତାର ଆତ୍ମିୟ ଙ୍କୁ ହେଲେ ଦୂରଦୂରାନ୍ତ ପର୍ଯ୍ୟନ୍ତ ତା ଦୃଷ୍ଟି ଶକ୍ତି ଯାଇ ପୁଣି ଫେରି ଆସୁଛି ।ଜୀବନଟା ତାର ନିରାଶାର କଳାବାଦଲ ରେ ଢାଙ୍କି ହୋଇଯାଇଛି ।ନିଜକୁ ନିଜେ କହୁଛି ମା ତୁ କେଉଁଠି ।କାହିଁକି ମୋତେ ଜନ୍ମ କରି ଫଟା କପାଳକୁ ଆଦରିବା ପାଇଁ ଖତ ଗଦାରେ ଫିଙ୍ଗି ଦେଲୁ ।କଣ ମୋର ଦୋଷ ଥିଲା ।ହେଲେ ତା ପ୍ରଶ୍ନରର ଉତ୍ତର ତାକୁ ମିଳୁନି ।

   

  ଆଜି ଆଶା ର ଖୁସିର ଦିନ ଅଟେ ।କାରଣ ସେ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛି କିନ୍ତୁ ତା ମୁଖ ମଣ୍ଡଳରେ ଖୁସିର ସାମାନ୍ୟତମ ଝଲକ ନାହିଁ ।ସମସ୍ତଙ୍କ ଅଜାଣତରେ ତା ଆଖିରେ ଲୁହର ବନ୍ୟା ।

 ଆଶା ଯେବେଠାରୁ ଆଖି ଖୋଲିଛି ନିଜକୁ ଅନାଥାଶ୍ରମରେ ପାଇଛି ।ସେଇ ଅନାଥାଶ୍ରମ ଥିଲା ତା ଘର ତା ପାଇଁ ସ୍ୱର୍ଗପୁର ।ଟିକେ ହେତୁ ପାଇଲା ପରେ ଶୁଣିଲା ଅନାଥାଶ୍ରମ ମାଉସୀ କୁଆଡେ ତାକୁ ନାହି ନାଡ ଲାଗି ଥିବା ଅବସ୍ଥାରେ ରାସ୍ତା କଡରୁ ଗୋଟାଇ ଆଣିଥିଲେ ।ଆଉ ତା ଦାୟିତ୍ଵ ନେଇଥିଲେ ।ସେ ହିଁ ତା ନାଁ ଦେଇଥିଲେ ଆଶା ।ଆଶା ଅନାଥାଶ୍ରମରେ ଆଠ ବର୍ଷ ଯାଏ ହସି ଖେଳି ବଢିଥିଲା ।ପରିବାର କଣ ଜାଣି ନ ଥିବା ଆଶା ପାଇଁ ଅନାଥାଶ୍ରମର ବଡ ସାନ ଓ ସମାସ୍କନ୍ଦ ସମସ୍ତ ଅନ୍ତେବାସୀ ଥିଲେ ପରିବାର ।


 ଆଶା ଆଠ ବର୍ଷ ବୟସର ହୋଇଥାଏ ହଠାତ୍ ଦିନେ ପହଞ୍ଚି ଗଲେ ନରେନ ବାବୁ ଓ ତାଙ୍କ ସ୍ତ୍ରୀ ।ନରେନ ବାବୁ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ।ବିବାହର ଦୀର୍ଘ ଦଶ ବର୍ଷ ପରେ କିଛି ପିଲା ଛୁଆ ନ ହେବାରୁ ନିରାଶ ହୋଇ ସନ୍ତାନଟିଏ କୋଳେଇ ନେବା ଆଶାରେ ଯାଇଥିଲେ ଅନାଥାଶ୍ରମ ।ଆଉ ପ୍ରଥମ ଦେଖାରେ କୋଳେଇନେଇ ଥିଲେ କଣ୍ଢେଇ ପରି ଦିଶୁଥିବା ଆଶାକୁ ।ସ୍ନେହ ର ସହିତ ମୁଖରେ ଆଶା ର ଉଜ୍ଜ୍ବଳ କିରଣ ଝଲସାଇ ଗ୍ରହଣ କଲେ ଆଶାକୁ ।ହେଲେ ଆଶା ଦୁରେଇ ଯିବା ଜାଣି ଆଶ୍ରମ ପରିସରରେ ଖେଳିଗଲା ଦୁଃଖର ଛାୟା ।ସମସ୍ତଙ୍କ ଆଖିରେ ଲୁହ ।ଆଶାକୁ ଛାଡିବାକୁ ସମସ୍ତେ ନାରାଜ ।ଆଶା ମଧ୍ୟ କାନ୍ଦି କାନ୍ଦି ହାଲିଆ ।ସତେ ଯେମିତି ସଦ୍ୟ ପ୍ରସ୍ଫୁଟିତ ଗୋଲାପ ଫୁଲଟି ଝାଉଁଳି ଯାଇଥିଲା ।ଆଶା ନରେନ ବାବୁ ଙ୍କ ସହିତ ଯାଇଥିଲା ହେଲେ ମାସେ ଯାଏଁ ଖୁସିରେ ରହି ପାରି ନ ଥିଲା ।ହେଲେ ଧିରେ ଧିରେ ଆପଣାଇ ନେଇଥିଲା ନରେନ ବାବୁ ଓ ତାଙ୍କ ସ୍ତ୍ରୀ ରୀନାଙ୍କୁ ନିଜ ପିତା ମାତା ରୂପରେ ।ତାଙ୍କ ସ୍ନେହ ଶ୍ରଦ୍ଧା ରେ ହଜାର ଦେଇଥିଲା ନିଜକୁ ।କିନ୍ତୁ ଭୂଲି ପାରି ନ ଥିଲା ତାର ସେଇ ସୁନ୍ଦର ଘରକୁ ।ତେଣୁ ପ୍ରତି ମାସରେ ଥରଟିଏ ଯାଏ ଅନାଥାଶ୍ରମ କୁ ନିଜ ନୂଆ ମମି ବାବା ଙ୍କ ସହ ସମସ୍ତ ଙ୍କୁ ଦେଖା କରିବାକୁ ।ଆଶା ସ୍କୁଲରେ ଭଲ ପାଠ ପଢିଲା ।ଭଲ ପଢୁଥାଏ ।ନରେନ ବାବୁ ଓ ରୀନାଙ୍କର ଗେହ୍ଲା ଝିଅ ହୋଇ ଯାଇଥିଲା ସେ ।ସବୁ ଖୁସି ତା ପାଦ ତଳେ ଅଜାଡି ହୋଇ ପଡୁଥାଏ ।ନିଷ୍ପାପ ଆଶା ବୁଝି ପାରୁ ନଥିଲା ସତରେ ଏହା କଣ ଘଟୁଛି ।ହେଲେ ଏ ସୁଖ ସବୁଦିନ ନ ଥିଲା ତା ପାଇଁ ।ଆଶାକୁ ଆଣିବାର ପାଞ୍ଚ ବର୍ଷ ପରେ ରୀନା ଏକ ପୂତ୍ର ସନ୍ତାନ ଜନ୍ମ ଦେଲେ ।ଖୁସିରେ ତାଙ୍କ ପାଦ ତଳେ ଲାଗୁ ନଥିଲା ।ହେଲେ ଆଶାକୁ ସେ ସବୁବେଳେ ନିଜ ବଡ ଝିଅ ର ପରିଚୟ ଦେଉଥିଲେ ।


  ପୁଅ ଟି ପାଇବା ପରେ ସେ ଆଶାକୁ ଅଧିକ ଭଲ ପାଇ ବସିଲେ ।ରୀନାଙ୍କ ମତରେ ଆଶା ପାଦ ପଡିବା ପରେ ସେ ମାତୃ ସୁଖ ପାଇଛନ୍ତି ।ହେଲେ ମାତ୍ର ଦୁଇ ମାସ ମଧ୍ୟରେ ସବୁକିଛି ବଦଳି ଗଲା ।ହସଖୁସିର ପରିବାର ରେ ନିଆଁ ଲାଗିଗଲା ।ଆଶାର ଖୁସିର ଦୁନିଆରେ ଅମାବାସ୍ୟାର ଅନ୍ଧାର ମାଡି ଗଲା ।ରୀନାଙ୍କ ପିଉସୀ ଆସି ରହିବା ସମୟରେ ଏକ କୂଳ ଜାତି ଗୋତ୍ର ର ପରିଚୟ ନ ଥିବା ଅନାଥ ଛୁଆ ଟି କୁ ନରେନ ବାବୁ ଓ ରୀନାଙ୍କ ର ଏତେ ସ୍ନେହ ଶ୍ରଦ୍ଧା ଦେଖି ବିରକ୍ତ ହେଲେ ।ରୀନାଙ୍କ ମୁଣ୍ଡ ରେ ସବୁବେଳେ ଆଶା ବିରୋଧରେ ଜହର ଗୋଳିଲେ ।ପୁଅର ଭାଗରେ ଭବିଷ୍ୟତ କୁ କଣ୍ଟା ହେବ ଏହି ଝିଅ କହି ଚେତାଇ ଦେଲେ ।ନରେନ ବାବୁ ଏ ସବୁ ଶୁଣି ନ ଶୁଣିଲା ପରି ହେଲେ କିନ୍ତୁ ରୀନା ଧିରେ ଧିରେ ଏହି ଚକ୍ରବ୍ୟୁହ ରେ ଫସିଗଲେ ।ସେ ପ୍ରତି କଥାରେ ଆଶାକୁ ବିରକ୍ତ ହେବାକୁ ଲାଗିଲେ ।ଆଶାକୁ ଘୃଣା କରିବାକୁ ଲାଗିଲେ ।ହେଲେ ଅନାଥାଶ୍ରମ ର ଚୁକ୍ତି ଅନୁଯାୟୀ ଆଶା ପ୍ରତି କୌଣସି ଶାରୀରିକ ନିର୍ଯାତନା ଦେଇ ପାରି ନ ଥିଲେ ସତ କିନ୍ତୁ ଆଶା ଦିନକୁ ଦିନ ତାଙ୍କୁ ବୋଝ ପରି ଲାଗୁଥିଲା ।ନରେନ ବାବୁ ବହୁତ ଚେଷ୍ଟା କଲେ ରୀନାଙ୍କୁ ବୁଝାଇବା ପାଇଁ ହେଲେ ଶେଷରେ ପରିବାର ର କଲ୍ୟାଣ ନିମନ୍ତେ ନୀରବ ରହିଲେ ।ହେଲେ ଆଶା ପ୍ରତି ତାଙ୍କର ଦାୟିତ୍ଵରେ କୌଣସି ଅବହେଳା କରି ନ ଥିଲେ ।ଆଶାକୁ ସେ ପୂର୍ବ ପରି ଭଲ ପାଉଥିଲେ ।ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଶା ପାଠ ପଢିଲା ଏବଂ ମାଟ୍ରିକ ରେ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହେଲା ।


  ହେଲେ ଆଗକୁ ତାର ପଥ ସଂପୂର୍ଣ୍ଣ ଅନ୍ଧକାର ।ରୀନା ତା ସଫଳତା ରେ ଖୁସି ନୁହଁନ୍ତି ।ରୀନାଙ୍କ ର ଏକା ଜିଦି ଆଶା ଆଉ ପାଠ ପଢିବନି ।ତାଙ୍କ ସହିତ ଘର କାମ କରିବ ।ହେଲେ ନରେନ ବାବୁ ଙ୍କ ମତରେ ଆଶା ସବୁ କାମ ତ କରୁଛି ଆଉ ଅଧିକା କଣ କରିବ ।ଏତେ ଛୋଟ ପିଲା କୁ ଏମିତି ହତାଦର କରିବା ଠିକ୍ ନୁହେଁ ।ଏସବୁ ଲୁଚି ଲୁଚି ଶୁଣୁଥିବା ଆଶା ଆଖିରେ ଅସରନ୍ତି ଲୁହ ।ଘରର କାନ୍ଥରେ ଟଙ୍ଗା ହୋଇଥିବା ଏକ ସୁନ୍ଦର ତୈଳଚିତ୍ର ରେ ନୀଳଆକାଶର ସ୍ଥାନେ ସ୍ଥାନେ ଥିବା କଳାବାଦଲ କୁ ଦେଖି ମନକୁ ମନ କହୁଥାଏ ହେ ଭଗବାନ ମୋତେ ଅନାଥିନୀ କରି ଜନ୍ମ ଦେଇ ଆଶ୍ରମରେ ସ୍ଥାନ ଦେଲ ସାରା ଜୀବନ ସେଇ ଆଶ୍ରମ ରେ ରହିବାକୁ ନ ଦେଇ କାହିଁକି ଏ ମିଛ ସଂପର୍କ ରେ ବାନ୍ଧି ଦେଲ ।କାହିଁକି ବାପା ମା ଙ୍କ ସ୍ନେହ ରେ ବାନ୍ଧି ଦେଇ ପୁଣି ହତାଦର କରେଇଲ ।ହେ ଭଗବାନ ମୁଁ ତ କେବେ ପରିବାର ମାଗି ନ ଥିଲି ।ମୋତେ କାହା ଘରର ଚାକରାଣୀ କରିଥିଲେ ବରଂ ମୁଁ ଖୁସି ପାଇଥାନ୍ତି ହେଲେ ଏ ମିଛ ସଂପର୍କ ରେ ବାନ୍ଧି ହୋଇ ଯିବାପରେ ସେ ସଂପର୍କରେ ଘୃଣା ମୁଁ ସହିପାରୁନି ।ଗରୀବ ଘର ପିଲା ହୋଇ ଜୀବନ ସାରା ଖଟି ଖାଇଥିଲେ ମୋତେ ବାଧି ନ ଥାନ୍ତା ହେଲେ ସଂପର୍କ ର ଉଚ୍ଚ ପିଣ୍ଢାରେ ବସି ସମସ୍ତ ଙ୍କୁ ଆପଣା ର କରିସାରିବା ପରେ କିଏ ତଳକୁ ଠେଲି ଦେବା ଟା ସତରେ ଭାରି ଅସହ୍ୟ ।ମୁଁ ପାରୁନି ।କଣ ସବୁ ମୋ ସହ ଘଟି ଯାଉଛି ପ୍ରଭୁ ।ମୋ କଷ୍ଟ ତୁମ ଛଡା ଆଉ କାହାକୁ କହି ପାରୁନି କି ସହି ବି ପାରୁନି ।ଏହି ସମୟରେ ସେ କାହା ହାତର ସ୍ପର୍ଶ ଅନୁଭବ କରି ଚମକି ପଡିଲା ।ପଛକୁ ଅନାଇଲା ।ତା ବାବା ।ନରେନ ବାବୁ ତା ଆଖି ଲୁହ ପୋଛି ମୁଣ୍ଡ ଆଉଁସି କହିଲେ ଆଶା ତୋ ସବୁ ଦୁଃଖ ର କାରଣ ମୁଁ ।ମୁଁ ତୋ କଷ୍ଟ ସହିପାରୁନି ।ଆଉ ଅଳ୍ପ କିଛି ଦିନ ଏ ଦୁଃଖ ସହି ଯା ।ମୁଁ ତୋ 2 ବିଜ୍ଞାନ ପଢିବା ସୁବିଧା କରି ଦେଇଛି ।ତୁ ଆଡମିଶନ ସରିଲେ ହଷ୍ଟେଲ ରେ ରହି ମନ ଦେଇ ପଢିବୁ ।ସେଠି ତୋତେ କେହି ଏମିତି ହଇରାଣ କରିବେ ନାହିଁ ।ଲୁହ ଛଳଛଳ ଆଖିରେ ନରେନ ବାବୁ ଙ୍କୁ ଚାହିଁଲା ଆଶା ।ନରେନ ବାବୁ ତାକୁ କୋଳକୁ ଆଉଜାଇ ନେଇ କହିଲେ ଆଶା ତୋର ସବୁ ଦାୟିତ୍ଵ ମୋର ।ତୁ ଖାଲି ମନ ଦେଇ ପାଠ ପଢ ।ଆଉ କିଛି ଚିନ୍ତା କରନି ।


  ଆଶା ହଷ୍ଟେଲରେ ରହି ପାଠ ପଢିଲା ।ନରେନ ବାବୁ ତାକୁ ଦେଖା କରି ଭଲମନ୍ଦ ବୁଝନ୍ତି ।ଆଶା ମନ ଦେଇ ପାଠ ପଢି +2 ରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କଲା ।ମନରେ ତାର ଆଶା ମେଡିକାଲ ପଢିବ ।ଛୁଟିରେ ଘରକୁ ଆସିଥାଏ ।କିନ୍ତୁ ରୀନା କାହାକୁ କିଛି ନ କହି ତା ବାହାଘର ଠିକ୍ କରିଦେଲେ ନିଜର ବାନ୍ଧବୀ ର ଏକମାତ୍ର ପୁଅ ଅମିତ୍ ସହ ।ନରେନ ବାବୁ ପ୍ରତିବାଦ କଲେ ହେଲେ ରୀନାଙ୍କ ଜିଦ୍ ଆଗରେ ହାରିଗଲେ ।ଅମିତ୍ ଓ ତାଙ୍କ ପରିବାର ଆଶା ସଂପର୍କ ରେ ସବୁ ଜାଣିଥିଲେ ତେଣୁ ନରେନ ବାବୁ ଆଶାକୁ ଆଶ୍ୱାସନା ଦେଇ କହିଲେ ଆଶା ଅମିତ୍ ଭଲ ପିଲା ।ମୋର ବିଶ୍ୱାସ ସେ ତୋ ସ୍ୱପ୍ନ ପୂରଣ କରିବ ।ମୋତେ କ୍ଷମା କରିଦେ ଆଶା ମୁଁ ଚାହିଁ ବି କିଛି କରି ପାରୁନି ।ତୋ ମମି ର ଏତେ ଜିଦି କଣ ପାଇଁ କେଜାଣି? ଆଶା ତାଙ୍କୁ ସାନ୍ୱନା ଦେଇଥିଲା ହେଲେ ନିଜ ମନ କୁ ବୁଝେଇ ପାରୁ ନ ଥିଲା ।ରୀନା କିନ୍ତୁ ପୁଅ ଘରକୁ ମନ ମୁତାବକ ଯାନିଯୌତୁକ ଦେଇ ବଡ ଧୁମ୍ ଧାମ ରେ ଆଶା ର ବାହାଘର କଲେ ।ଅମିତ୍ ଜଣେ ସରକାରୀ ଶିକ୍ଷକ ରୂପେ ନୂଆ ନୂଆ ଜଏନ୍ କରିଥିଲେ ।ବୟସ 22/23 ହେବ ।ଭାରି ନମ୍ର ଓ ଶାନ୍ତ ।ଆଶା ଓ ଅମିତ୍ ପରସ୍ପରକୁ ଆଗରୁ ଦେଖି ନ ଥିଲେ।ଏଇ ବାହାଘର ରେ ସଂପୂର୍ଣ୍ଣ ଭାବେ ଭାଙ୍ଗିପଡିଲେ ଆଶା ନିଜ ଅନିଶ୍ଚିତ ଭବିଷ୍ୟତକୁ ନେଇ ।

  

ମଧୁଚନ୍ଦ୍ରିକା ରାତି ଜୀବନର ସବୁଠାରୁ ଗୁରତ୍ବପୂର୍ଣ୍ଣ ରାତି ହେଲେ ଆଶା ପାଇଁ ଏହାର ମାନେ କିଛି ନ ଥିଲା ।ନା ଥିଲା କିଛି ସ୍ୱପ୍ନ ନା ଉତ୍କଣ୍ଠା ।ସବୁଦିନ ପରି ସେଦିନ ନିରାଶାର କଳାବାଦଲ ତାକୁ ଢାଙ୍କି ଦେଇଥିଲା ।ହେଲେ ଅମିତ୍ ମନରେ ଅସୁମାରି ଆନନ୍ଦ ।ଆଖି ଆଗରେ ଅନେକ ପ୍ରତିଛବି ଉଦଭାସିତ ହେଉଥାଏ ନିଜ ମନର ମାନସୀ ର ।ବେଡ୍ ରୁମ୍ ରେ ବଧୂ ବେଶ ସାଜି ଚୁପଚାପ ବସିଥିଲା ଆଶା ।ଫୁଲ ର ଶେଯ ଉପରେ ଆଶା ସ୍ୱର୍ଗ ର ଅପ୍ସରୀ ପରି ଦିଶୁଥିଲା ।ଅମିତ୍ କେତେବେଳେ ରୁମ୍ କୁ ଆସିଛନ୍ତି ଜାଣିନି ଆଶା ।ସେ ଅନ୍ୟମନସ୍କ ହୋଇ ଚୁପଚାପ ବସିଥାଏ ।ଅମିତ୍ ଆଶା ର ମନମୁଗ୍ଧକର ରୂପ କୁ ମନଭରି ଉପଭୋଗ କରୁଥାନ୍ତି ।ସତରେ କେତେ ସୁନ୍ଦରୀ ଆଶା ।ଯେତିକି ଶୁଣି ଥିଲେ ତା ଠାରୁ ଅଧିକ ସୁନ୍ଦରୀ ଆଶା ।ନିଜକୁ ଆଉ ଆୟତ୍ତ ନ କରି ଆଶା କାନ୍ଧରେ ହାତ ପକାଇ ଦେଲେ ।ଭାବନାରୁ ଫେରି ଚାହିଁଲା ଆଶା ।ଉଠି ମୁଣ୍ଡିଆ ମାରିଲା ।ଆଶାର ଚନ୍ଦ୍ର ପରି ମୁଁହକୁ ନିଜ ହାତ ପାପୁଲିରେ ତୋଳି ଧରିଲେ ଅମିତ୍ ।।ଏ କଣ ଆଶା ଆଖିରେ ଲୁହ! ବ୍ୟସ୍ତ ହୋଇଗଲେ ।ପଚାରିଲେ ଆଜି ଏତେ ବଡ ଖୁସିର ଦିନରେ ତୁମ ଆଖିରେ ଲୁହ ।କଣ ହୋଇଛି ତୁମର? ତୁମେ କଣ ଏ ବାହାଘରରେ ଖୁସି ନୁହଁ? 

--ଆଶା ନିରୁତ୍ତର ।

--ତୁମକୁ ଏ ପବିତ୍ର ରାତିର ରାଣ ।କଣ ହୋଇଛି କୁହ?ତୁମେ କଣ ଆଉ କାହାକୁ ?ପାଟିରେ ହାତ ଦେଇଦେଲା ଆଶା ।ପ୍ଲିଜ୍ ଏ ଅଭାଗିନୀ ଉପରେ ଏତେ ବଡ କଳଙ୍କ ଲଗାଅନି ।

--ତେବେ କଣ ହୋଇଛି କୁହ? ଏମିତି କାନ୍ଦୁଛ କାହିଁକି? 

ଆଶା ଗୋଟି ଗୋଟି କରି ସବୁ କହିଗଲା ନିଜ ଜୀବନ କାହାଣୀ।ଅମିତ୍ ଆଶାକୁ କୋଳକୁ ଆଉଜାଇ ନେଇ କହିଲେ ଆଶା ଏଇ ଛୋଟ କଥା ପାଇଁ କାନ୍ଦୁଛ ।ମୁଁ ସବୁ ଜାଣିଛି ।ଆଉ ତୁମେ ଆଜିଠାରୁ ନିଜକୁ ଅନାଥ ବୋଲି କେବେ କହିବନି ।ମୁଁ ତୁମର ସବୁ ସ୍ୱପ୍ନ ପୂରଣ କରିବି ।ମୁଁ ତୁମକୁ ମେଡିକାଲ ପଢାଇବାର ସବୁ ବ୍ୟବସ୍ଥା କରିଦେବି ।ଆଶା ମନରେ ପୁନଃ ଆଶାର ଆଲୋକ ସଞ୍ଚାର ହେଲା ।ସାମାନ୍ୟ ହସି ଦେଇ ଅମିତ୍ ଙ୍କ ବାହୁ ବନ୍ଧନରେ ନିଜକୁ ସମର୍ପଣ କରିଦେଇ ମନକୁ ମନ କହିଲା ଏସବୁ କଣ ସତ ।ମୁଁ ସ୍ବପ୍ନ ଦେଖୁନି ତ ।ନିଜ ହାତକୁ ନିଜେ ଚିମୁଡି ଦେଇଥିଲା ସେ ।ଏବଂ କହିଲା ସତରେ ଏହା କଣ ଘଟୁଛି ମୁଁ ନିଜକୁ ବିଶ୍ୱାସ କରି ପାରୁନି ।



Rate this content
Log in

More oriya story from Rashmita Bhatta

Similar oriya story from Romance