ମୋ ଭାଇ
ମୋ ଭାଇ


ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ସକାଳୁ ସକାଳୁ ଦୁଇ ଭାଇ ଫୋନ କଲେ ଦେଇ ୱି ମିସ୍ ୟୁ .. ମନ ଟା ଟିକେ ଦୁଃଖ ହୋଇଗଲା l ରାକ୍ଷୀ ଏକ ସୂକ୍ଷ୍ମ ଡୋର ଭାଇ ଭଉଣୀଙ୍କ ପବିତ୍ର ବନ୍ଧନର l ମୁଁ ଯାଇ ପାରି ନାହିଁ ରାକ୍ଷୀ ବାନ୍ଧିବାକୁ l ରାକ୍ଷୀ ପଠେଇ ଦେଇଥିଲି l ମୋ ସାନ ଭଉଣୀ ତା ରାକ୍ଷୀ ସହ ମୋ ରାକ୍ଷୀ ବାନ୍ଧି ଦେଲା ଦୁଇ ଭାଇଙ୍କୁ l ଫେସବୁକ ରେ ସାନ ଭାଇର ରାକ୍ଷୀ ପିନ୍ଧା ହାତର ପୋଷ୍ଟ ଦେଖି ଅଲଗା ଖୁସି ଲାଗିଲା l ସାନ ଭଉଣୀ ଯେତେବେଳେ ଫୋନ କରି କହିଲା ଦେଇ ମୁଁ ଭାଇ(ମୋ ସାନ ଭାଇ ) ହାତରେ ରାକ୍ଷୀ ବାନ୍ଧି ଦେଇଛି ମାମୁନି ଆମ ଟିକି ଝିଅ (ଭାଇ ର )ସେ ରାକ୍ଷୀ ନେବାକୁ କହିଲା ଭାଇ କହିଲା ମୋ ହାତରେ ରାକ୍ଷୀ ଗଣ୍ଠି ପକେଇ ଦେ ଛିଣ୍ଡିଲେ ଯାଇ ରାକ୍ଷୀ କାଢିବି ଏ କଥା ଶୁଣି ଆଖିରେ ଟିକେ ଲୁହ ଜକେଇ ଆସିଲା l ସତରେ ଭଗବାନ ଏମିତି ଭାଇ ଦେଇଥିବାରୁ l
ଆମେ ଭାଇ ଭଉଣୀ ଚାରି ଜଣ l ମୁଁ ବଡ l ମୋ ପରେ ଭାଇ ତା ପରେ ଭଉଣୀ ଓ ସାନ ଭାଇ l ସମସ୍ତେ ନିଜ ନିଜ ପରିବାରକୁ ନେଇ ଭଲରେ ଅଛନ୍ତି l ଆମ ସମ୍ପର୍କରେ ରାଗ ରୁଷା ଅଭିମାନ ହୁଏ କିନ୍ତୁ ଜଣଙ୍କର କିଛି ଅସୁବିଧା କିମ୍ବା ଖୁସିରେ ସମସ୍ତେ ଛିଡା ହୁଅନ୍ତି ସବୁ କିଛି ଭୁଲି l କେହିବି କାହାର ହାତ ନ ଛାଡି l ଭାଇ ମାନେ ମୋର ମୋଠାରୁ ସାନ ହେଲେ ବି ମୋ ସୁଖ ଦୁଃଖରେ ଆଗ ଛିଡା ହୁଅନ୍ତି l
ମୋ ତଳ ଭାଇ ଜଣେ ହୋମିଓପାଥି ଡ଼କ୍ଟର l ମୋ ଠାରୁ ସାନ ହେଲେ ତା ସ୍ନେହ ଶ୍ରଦ୍ଧା ଭଲପାଇବାରେ ସେ ମୋ ଅଜାଣତରେ କେତେବେଳେ ମୋ ବଡ ଭାଇ ହୋଇଯାଏ l ଛୋଟ ବେଳେ ତାର ମୋର ବେଶି କଳି ଝଗଡା ହୁଏ l ଆଉ ଦି ଭାଇ ଭଉଣୀ ବହୁତ ସାନ ଥିଲେ ନା l ମୋ ଭାଇ ସବୁ ବିପଦରେ ଆଗ ଛିଡା ହୁଏ l ମୋ ବାହାଘର ପରେ ସେ ଯେତେବେଳେ ସାତ ଦିନିଆ କୁଣିଆ ହୋଇ ମୋ ସହ ଆସିଥିଲା ମୋ ନଣନ୍ଦ ମାନେ ତାକୁ ପଖାଳ ଆଳୁ ଚଟଣି ଦେଇଥିଲେ ଦ୍ୱିତୀୟ ଦିନରେ ସେ ଚୁପ ଚାପ ଖାଉଥିଲା ବେଳେ ମୋର ଜଣେ ନଣନ୍ଦ ଅଚାନକ କହିଲେ ଖା ରେ ତୋ ଭିଣେଇର ଯେତିକି ରୋଜଗାର ସେତିକିରେ ତୋତେ ଦିଆଗଲା l ମୋତେ ବହୁତ କଷ୍ଟ ଲାଗିଥିଲା ସେତେବେଳେ l ବୋଧହୁଏ ଲଭ ମ୍ୟାରେଜ କରିବାର ପ୍ରଥମ ଉପହାର ଦେଇଥିଲେ ମୋତେ l ମୋ ଭାଇ ମୋ ଠାରୁ ୨ବର୍ଷ ସାନ କିନ୍ତୁ ସେ ଚୁପ ଚାପ ଖାଇ ଦେଇଥିଲା ସେଦିନ l (୨୦ବର୍ଷ ତଳେ )
ସମୟ ତାଳରେ ଯେତେବେଳେ କିଛିବି ଅସୁବିଧା ହୁଏ ମୋ ଭାଇଟି ମୋ ପାଖରେ ଛିଡା ହୁଏ l କେବେ ମୋ ଦେହ ଖରାପ ରହିଲେ ଦିନକୁ ଦଶ ଥର ଫୋନ କରେ l ଆଉ ଦି ଭାଇ ଭଉଣୀ ବି ଫୋନ କରନ୍ତି l ମୋ ମିଷ୍ଟର ମୁଁ ଅପେରସନ ହୋଇ ହସ୍ପିଟାଲରେ ଥାଏ କିନ୍ତୁ ମୋ ଦାୟିତ୍ୱ ମୋ ଭାଇ ଓ ମା ଜିମାରେ ଛାଡି ତାଙ୍କ ବଡ ଭଉଣୀ ଏକ ବିରାଟ ବଡ ଅସୁବିଧାରେ ଫସି ଯାଇଥିଲେ ସେଠି ମାସ ମାସ ଧରି ଛିଡା ହେଲେ l ସେ ସମୟରେ ମୋ ଭାଇ ନିଜ କ୍ଲିନିକ ସହ ମୋତେ ସମୟ ଦେଇ ହସ୍ପିଟାଲ ଆସି ମୋ କଥା ବୁଝେl ମୋର ଥରେ ଏତେ ଦେହ ଖରାପ ଥିଲା ସେ ମୋ ଶାଶୁଘର ଆସି ତା ହାତରେ ମୋ ବାନ୍ତି ପୋଛିଛି l ମୋ ମିଷ୍ଟରଙ୍କ ଦେହ ଖରାପ ବେଳେ ଦିନ ଦିନ ଜଗି ରହି ସେବା କରିଛି l ମୋ ଝିଅର ଦେହ ଖରାପ ବେଳେ ଲକଡଉନ୍ ରେ ଖରା ତରା ନ ମାନି ଦିନରେ ଦୁଇ ଥର ହସ୍ପିଟାଲ ଯାଏ ଆମ ସୁବିଧା ଅସୁବିଧା ବୁଝେ l ଯୋଉଠି ମୋ ମିଷ୍ଟର ନିଜ ଭଉଣୀ ମାନଙ୍କ ଅସୁବିଧାରେ ନ ଖାଇ ନ ପିଇ ମାସ ମାସ ଧରି ଦୌଡନ୍ତି ସେଠି ଆମ ଅସୁବିଧାରେ ସେମାନେ ଆସିବା ତ ଦୂର ଫୋନ ଟିକେ ବି କରନ୍ତି ନାହିଁ କିନ୍ତୁ ମୋ ଭାଇ ମୋ ପାଇଁ ଛିଡା ହୁଏ l ମୋ ମିଷ୍ଟର କୁହନ୍ତି ଭଉଣୀ ଘରେ ଭାଇର ସମ୍ମାନ କଣ ଦରକାର l ମୁଁ ମୋ ଭଉଣୀ ମାନଙ୍କ ପାଇଁ କିଛି କରୁଛି ସେମାନେ ନ ଛିଡା ହେଲେ ବି ତୁମ ଭାଇ ତ ଛିଡା ହେଉଛି ସବୁ ଥିରେ lଠିକ କଥା.... ରାକ୍ଷୀର ୟା ଠାରୁ ବଡ ମୂଲ୍ୟ ଆଉ କିଛିବି ନାହିଁ ମୋ ପାଇଁ l ଏତିକି ପ୍ରାର୍ଥନା ମୋ ଭାଇ ଭଉଣୀ ସମସ୍ତେ ଭଲରେ ଥାନ୍ତୁ l କାଲି କଣ ହେବ କିଏ ଜାଣେ l କିନ୍ତୁ ଆମ ପରି ଆମ ଚାରି ଛୁଆ ବି ଏମିତି ପରସ୍ପରକୁ ସ୍ନେହ ଡୋରିରେ ବାନ୍ଧି ରଖନ୍ତୁ l